ଆପଣ ଯଦି ମଥାରେ ସିନ୍ଦୁର ଲଗାଇଥାନ୍ତି, ତେବେ ଜାଣି ନିଅନ୍ତୁ ଏହି ନିୟମ ନଚେତ ପସ୍ତେଇବେ । ଏହା ସଙ୍ଗେ ସଙ୍ଗେ ଜାଣନ୍ତୁ ସିନ୍ଦୁର

ଆପଣ ଯଦି ମଥାରେ ସିନ୍ଦୁର ଲଗାଇଥାନ୍ତି, ତେବେ ଜାଣି ନିଅନ୍ତୁ ଏହି ନିୟମ ନଚେତ ପସ୍ତେଇବେ । ଏହା ସଙ୍ଗେ ସଙ୍ଗେ ଜାଣନ୍ତୁ ସିନ୍ଦୁର

ଆପଣ ଯଦି ମଥାରେ ସିନ୍ଦୁର ଲଗାଇଥାନ୍ତି, ତେବେ ଜାଣି ନିଅନ୍ତୁ ଏହି ନିୟମ ନଚେତ ପସ୍ତେଇବେ । ଏହା ସଙ୍ଗେ ସଙ୍ଗେ ଜାଣନ୍ତୁ ସିନ୍ଦୁର ଲଗାଇବା ଦ୍ଵାରା କଣ କଣ ଉପକାରିତା ହୋଇଥାଏ !

ଭାରତ ଏକ ପ୍ରାଚୀନ ସଂସ୍କୃତି ସହିତ ଏକ ଦେଶ । ପ୍ରତ୍ୟେକ ଦେଶରେ ନିଜସ୍ଵ କିଛି ସଂସୃତି ପରମ୍ପରା ରହିଛି । ଆମ ଦେଶ ଭାରତରେ ମଧ୍ୟ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଏଠାରେ ପ୍ରଚଳିତ ପରମ୍ପରା ଗୁଡିକ ମଧ୍ୟରୁ ଅନେକ ପରମ୍ପରାକୁ ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ, ଏହିସବୁ ପରମ୍ପରା ପ୍ରାଚୀନ କାଳରେ ଚାଲିଆସୁଛି । ଏହି ଆଧୁନିକ ଯୁଗରେ ପଦାର୍ପଣ କରିଥିବା ଲୋକମାନେ ଏହି ପରମ୍ପରା ନିରର୍ଥକ ବୋଲି ଭାବନ୍ତି କିନ୍ତୁ ଏହିପରି କିଛି ନୁହେଁ । ଆଜି ମଧ୍ୟ ସେହି ବିଶ୍ୱାସଗୁଡ଼ିକ ସେତିକି ଗୁରୁତ୍ୱପୂର୍ଣ୍ଣ । କୁହାଯାଏ ଯେ କୌଣସି ଦେଶର ସଂସୃତି, ପରମ୍ପରା ଓ ବିଶ୍ୱାସ ସେହି ଦେଶର ଅତୀତର କାହାଣୀ ସହିତ ଜଡିତ ରହିଥାଏ ।

ସାଧାରଣତଃ ହିନ୍ଦୁ ଧର୍ମରେ ଦେଖାଯାଏ, ଅବିବାହିତ ଝିଅମାନେ ନିଜ କପାଳରେ ଟିକିଲି ଲଗାଇଥାନ୍ତି । ସେହି ଝିଅଟି ବିବାହ ହେବା ପରେ ଟିକିଲି ବଦଳରେ କପାଳରେ ସିନ୍ଦୁର ଲଗାଇଥାନ୍ତି । ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ଅନ୍ୟ ଜଣର ଧର୍ମପତ୍ନୀ ବୋଲି ପ୍ରମାଣ ମିଳିଥାଏ । ତାକୁ ଆଉ କେହି ଟିକିଲି ପିନ୍ଧା ଅବିବାହିତ ଝିଅ ମନେ କରି ଖରାପ ଦୃଷ୍ଟିରେ ଦେଖନ୍ତି ନାହିଁ । ଯେଉଁ ଜାଗାରେ ସିନ୍ଦୁର ଲଗାଯାଏ, ତାହାକୁ ଭୃମଧ୍ୟ ଭାଗ ବା ଆଜ୍ଞାଚକ୍ର ବୋଲି ମଧ୍ୟ କୁହାଯାଏ । ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଏହା “ପିଲିଅନ” ଗ୍ରନ୍ଥିର ସ୍ଥାନ ।

ସିନ୍ଦୁର ଲଗାଇବାର ନିୟମ :

Google

ସାଧାରଣତଃ କପାଳକୁ ସିମନ୍ତ କୁହାଯାଏ । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କ ଏହି ସ୍ଥାନ ଅପେକ୍ଷାକୃତ ବହୁତ କମଳ ଅଟେ । ସିନ୍ଦୁରରେ ପାରା ଭଳି ଧାତୁ ଅଧିକ ମିଶିଥାଏ । ଯାହା ନାରୀମାନଙ୍କ ଶରୀରର ବୈଦିତ୍ୟ ଉର୍ଜ୍ଜାକୁ ନିୟନ୍ତ୍ରିତ କରିଥାଏ । ତଥା ମର୍ମ ସ୍ଥଳକୁ ବାହାରର ଦୃଷ୍ପାପ୍ୟରୁ ରକ୍ଷା କରିଥାଏ । ତେଣୁ ବୈଜ୍ଞାନିକଙ୍କ ଦୃଷ୍ଟିରୁ ନାରୀମାନେ ମଥାରେ ସିନ୍ଦୁର ଲଗାଇବା ନିତାନ୍ତ ଆବଶ୍ୟକ ।

Google

ସିନ୍ଦୁର ଶକ୍ତିର ପ୍ରତୀକ ଅଟେ । ଏହା ନାରୀଙ୍କ ଶରୀରରେ ଓଜ, ତେଜ, ଶକ୍ତି ଏବଂ ସାହସକୁ ବୃଦ୍ଧି କରିଥାଏ । ବିଜ୍ଞାନ ମତରେ ଦୁଇ ଭୃଳତା ମଧ୍ୟରେ ଥିବା କପାଳକୁ ତୃତୀୟ ନୟନର ସ୍ଥାନ କୁହାଯାଏ । ବିବାହିତ ମହିଳାମାନେ ପ୍ରତ୍ୟେକ ଦିନ ମଥାରେ ସିନ୍ଦୁର ଲଗାଇ ସ୍ୱାମୀଙ୍କୁ ନମସ୍କାର କରି, ଶାଶୁ ଶଶୁରଙ୍କ ସେବା କରିବା ଓ ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ମଣିଷ କରିବା ଆଦି ଧର୍ମ ପାଳନ କରିବାରେ ନାରୀର ମଥାରେ ଥିବା ସିନ୍ଦୁର ଦ୍ଵାରା ଏସବୁ ସାଧନା ହୋଇଥାଏ । ଅନ୍ୟାନ୍ୟ ଓଷା, ବ୍ରତ, ତୀର୍ଥ କରିବା ଅପେକ୍ଷା ସେମାନଙ୍କ ଗତି ମୁକ୍ତି ପାଇଁ ଏହି ସହଜ ସରଳ ସିନ୍ଦୁର ସାଧନା ହିଁ ଯଥେଷ୍ଟ । ଏତିକି କରି ପାରିଲେ ନାରୀମାନେ ସହଜରେ ମୋକ୍ଷ ଲାଭ କରିପାରନ୍ତି ।

ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ମିଳିଥାଏ ଏସବୁ ଉପକାର :

୧) ରକ୍ତ ଚାପ ନିୟନ୍ତ୍ରିତ ରହେ :

Google

ଆପଣ ନିଶ୍ଚୟ ଦେଖିଥିବେ ହିନ୍ଦୁ ଧର୍ମରେ ମହିଳାମାନେ ବିବାହ ପରେ ସେମାନଙ୍କର ସିନ୍ଦୁର ଦ୍ଵାରା ନିଜ ମଥାକୁ ପୂରଣ କରିଥାନ୍ତି । ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ଏବଂ ମହିଳାମାନଙ୍କର ଯୌନ ଇଚ୍ଛା ମଧ୍ୟ ବଢି ଥାଏ ।

୨) ବ୍ରହ୍ମ ମୂହୁର୍ତ୍ତରେ ଉଠିବା :

Google

ପୂର୍ବରୁ ଲୋକମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠୁଥିଲେ । ଆଜି ମଧ୍ୟ ଗ୍ରାମରେ ରହୁଥିବା ଲୋକମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି । ଏହା କରିବା ଦ୍ୱାରା ବ୍ୟକ୍ତି ଶାରୀରିକ ଭାବରେ ଫିଟ୍ (ସୁସ୍ଥ) ରହିଥାଏ ଏବଂ ସେହି ସମୟରେ ଥଣ୍ଡା ପବନ ମନକୁ ଶାନ୍ତ ରଖେ । ଯେତେବେଳେ ଜଣେ ବ୍ୟକ୍ତିର ମନ ଶାନ୍ତ ହୁଏ, ସେ ଯେକୌଣସି କାମକୁ ମଧ୍ୟ ଭଲ ଭାବରେ କରିପାରେ ।

୩) ଉପବାସ ରହିବା :

Google

ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମରେ ଉପବାସର ମହତ୍ଵ ରହିଛି । ବିଶ୍ଵାସ କରାଯାଏ ଯେ ଉପବାସ କରୁଥିବା ବ୍ୟକ୍ତିମାନେ କଠୋର ଧାର୍ମିକ ଅଟନ୍ତି କିନ୍ତୁ ବାସ୍ତବରେ ଉପବାସ କରିବା ଦ୍ଵାରା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରିତ ରଖେ । ଏହା ସହିତ, ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ଅଟେ ରହେ ।

୪) ଅଳଙ୍କାର କିଣିବା :

Google

ମହିଳାମାନେ ଅଳଙ୍କାରକୁ ବହୁତ ଭଲ ପାଆନ୍ତି । ପୂର୍ବରୁ ଅଳଙ୍କାରର ମୂଲ୍ୟ ବହୁତ ଶସ୍ତା ଥିଲା । ତେଣୁ ଏହି କାରଣରୁ ଲୋକମାନେ ବହୁ ପରିମାଣରେ ଅଳଙ୍କାର କିଣି, ରଖୁଥିଲେ । ବିଶ୍ୱାସ କରାଯାଉଥିଲା ଯେ, ପ୍ରଥମେ ଅଳଙ୍କାର କିଣି ରଖୁଥିଲେ ଏବଂ ଅସୁବିଧା ସମୟରେ ଏହା ଉପଯୋଗ ଅର୍ଥାତ ଏହାକୁ ବିକ୍ରି କରୁଥିଲେ ।

୫) ମନ୍ଦିରକୁ ଯିବା :

Google

ମନ୍ଦିରକୁ ଯିବା ଅର୍ଥ ନୁହେଁ ଯେ ଆପଣ ଜଣେ କଠୋର ଧାର୍ମିକ ବ୍ୟକ୍ତି ଅଟନ୍ତି । ମନ୍ଦିରକୁ ଯିବା ଫଳରେ ଆପଣଙ୍କ ମନକୁ ଖୁସି ରଖେ ଏବଂ ମନରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ସୂଚନା ପାଇଁ, ଆପଣଙ୍କୁ ଜଣାଇ ଦେଇଛୁ ଯେ, ମନ୍ଦିରରେ ଘଣ୍ଟି ଶବ୍ଦ ହେତୁ ନିକଟସ୍ଥ ସମସ୍ତ ଜୀବାଣୁ ମରିଯାଆନ୍ତି । ଏହା ସହିତ ଯଜ୍ଞ କୁଣ୍ଡରୁ ବାହାରୁଥିବା ଧୂଆଁ ମଧ୍ୟ ଜୀବାଣୁ ନଷ୍ଟ କରିଦେଇଥାଏ ।

Leave a Reply

Your email address will not be published. Required fields are marked *