ରକ୍ତହୀନତାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ୧୫ ଦିନ ପର୍ଯ୍ୟନ୍ତ କରନ୍ତୁ ଏହି ସାମଗ୍ରୀ ଗୁଡ଼ିକୁ ସେବନ, ବହୁତ ଶୀଘ୍ର ବଢ଼ିବ ରକ୍ତ ।

ରକ୍ତହୀନତାର ସମସ୍ୟା ବର୍ତ୍ତମାନ ଭାରତୀୟ ଜନତାଙ୍କ ମଧ୍ୟରେ ବଢ଼ି ଚାଲିଛି । ଏହାର ଗୋଟିଏ କାରଣ ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଟେ । ଗୋଟିଏ ସୁସ୍ଥ ବ୍ୟକ୍ତି ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ଥିବା ଆବଶ୍ୟକ ଅଟେ । ଏହିପରି ଯଦି ସେହି ବ୍ୟକ୍ତିର ଶରୀରକୁ ଉଚିତ୍ ମାତ୍ରାରେ ରକ୍ତ ମିଳେନାହିଁ ତେବେ ତାହାକୁ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ସମସ୍ତ ମନୁଷ୍ୟର ଶରୀରରେ ରକ୍ତ କୋଶିକା ଗୁଡ଼ିକ ରହିଥାଏ ସେଥିମଧ୍ୟରୁ ଗୋଟିଏକୁ ଲୋହିତ ରକ୍ତ କୋଶିକା ଏବଂ ଅନ୍ୟଟିକୁ ଶ୍ୱେତ ରକ୍ତ କୋଶିକା କୁହାଯାଏ । ଯଦି କୌଣସି ବ୍ୟକ୍ତିର ଶରୀରରେ ଲୋହିତ ରକ୍ତ କଣିକାର ଅଭାବ ଦେଖାଦିଏ ତେବେ ତାହାର ରକ୍ତହୀନତା ହୋଇଛି ବୋଲି କୁହାଯାଏ । ବୈଜ୍ଞାନିକ ଭାଷାରେ ଏହି ରୋଗକୁ ଏନିମିଆ ବୋଲି କୁହାଯାଏ ।

ଏନିମିଆ ବାସ୍ତବରେ କୌଣସି ରୋଗ ନୁହେଁ ବରଂ ଏହା କେତେ ପ୍ରକାର ରୋଗକୁ ଆମନ୍ତ୍ରଣ କରେ ଓ ବେଳେବେଳେ ମନୁଷ୍ୟ ମୃତ୍ୟୁ ନିକଟକୁ ପହଞ୍ଚାଇଥାଏ । ଆମ ଶରୀରକୁ ପୋଷକ ତତ୍ତ୍ୱ ସହିତ ଲୌହର ମଧ୍ୟ ଆବଶ୍ୟକତା ରହିଛି । ଏହିପରି ଯଦି ଶରୀରକୁ ସଠିକ୍ ମାତ୍ରାରେ ଲୌହ ମିଳେ ନାହିଁ ତେବେ ଏହାର ସିଧାସଳଖ ପ୍ରଭାବ ରକ୍ତ କଣିକା ଗୁଡ଼ିକ ଉପରେ ପଡ଼ିଥାଏ । ହିମୋଗ୍ଲୋବିନ୍ ହ୍ରାସ ହେଲେ ଶରୀର ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚି ପାରେ ନାହିଁ ଯାହା କାରଣରୁ ମନୁଷ୍ୟ ବ୍ୟସ୍ତତା ଏବଂ ଦୁର୍ବଳତା ଅନୁଭବ ହୋଇଥାଏ, ଏହି ସ୍ଥିତିକୁ ଏନିମିଆ କୁହାଯାଏ । ଆଜି ଆମେ ଆପଣ ମାନଙ୍କୁ ଏନିମିଆର ଲକ୍ଷଣ ଏବଂ କିଛି ଘରୋଇ ଉପାୟ ଗୁଡିକ ବିଷୟରେ ଜଣାଇବୁ ଯାହାର ବ୍ୟବହାର ଦ୍ୱାରା ଆପଣ କିଛି ଦିନ ମଧ୍ୟରେ ହିଁ ରକ୍ତହୀନତା ଦୂର କରି ପାରିବେ ।

ଏହା ଅଟେ ଏନିମିଆର ମୁଖ୍ୟ ଲକ୍ଷଣ

ଶରୀରରେ ଏନିମିଆ ଅଭାବ ପାଇଁ କେତେଗୁଡ଼ିଏ କାରଣ ଦାୟୀ ହୋଇଥାଏ ଯେପରିକି ଶରୀରରେ ଭିଟାମିନର ଅଭାବ, ପେଟରେ ସଂକ୍ରମଣ ହେବା, ପୋଷାକ ତତ୍ତ୍ୱ ଗୁଡ଼ିକ ଶରୀରକୁ ନ ପହଞ୍ଚିବା ଇତ୍ୟାଦି । ଯଦି ସମୟ ଥାଉ ଥାଉ ଏନିମିଆର ଲକ୍ଷଣ ଗୁଡ଼ିକୁ ଚିନ୍ହଟ କରାଯାଇପାରିବ ତେବେ ଏହା ଉପରେ ବହୁତ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନ ଜାଣିବା ଏନିମିଆ ସହ ଜଡ଼ିତ ଲକ୍ଷଣ ଗୁଡ଼ିକ ବିଷୟରେ –

– ମୁଣ୍ଡ ବୁଲେଇବା

-ଆରାମ କରିବା ପରେ ମଧ୍ୟ ହାଲିଆ ଲାଗିବା

– ତ୍ୱଚା ହଳଦିଆ ବର୍ଣ୍ଣ ଦେଖାଯିବା

-ଛାତିରେ କଷ୍ଟ ଅନୁଭବ ହେବା

– ହାତର ଆଙ୍ଗୁଠି ଗୁଡ଼ିକ ଥଣ୍ଡା ପଡ଼ିଯିବା

-ଆଖି ତଳ କଳା ଦେଖାଯିବା

ଏହି ସମସ୍ତ ଜିନିଷ ସେବନ କରିବା ଦ୍ୱାରା ବଢ଼ିବ ରକ୍ତ –

ଅଞ୍ଜିର

ଶରୀରରେ ରକ୍ତହୀନତାକୁ ଦୂର କରିବା ପାଇଁ ଅଞ୍ଜିର ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ଅଞ୍ଜିରକୁ ରାତିରେ ପାଣିରେ ଭିଜାଇ ରଖି ଦିଅନ୍ତୁ । ପରେ ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ । ଏପରି କରିବା ଫଳରେ ନା କେବଳ ଆପଣଙ୍କ ଶରୀରରେ ରକ୍ତହୀନତା ଦୂର ହେବ ତା’ସହିତ ଆପଣଙ୍କ ରକ୍ତ ପ୍ରଚୁର ପରିମାଣରେ ବଢ଼ିବାକୁ ଲାଗିବ । ଏହି ଅଞ୍ଜିରକୁ ଲଗାତାର ଭାବରେ ୧୫ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ।

ବିଟ୍

ଶରୀରରେ ଏନିମିଆକୁ ଦୂର କରିବା ପାଇଁ ସମସ୍ତ ଡାକ୍ତରମାନେ ବିଟ୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଡାକ୍ତର ମାନଙ୍କ ଅନୁଯାୟୀ ବିଟ୍ ଶରୀରରେ ହିମୋଗ୍ଲୋନ୍ ମାତ୍ରା ବଢ଼ାଇଥାଏ ଯେଉଁଥିରୁ ରକ୍ତ କୋଶିକା ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଲାଭ ହୁଏ ସାଥିରେ ଏହାକୁ ସେବନ କରିବା ଫଳରେ ଶରୀରରେ ରକ୍ତହୀନତା ଦୂର ହୋଇଥାଏ ଏବଂ ବହୁତ ଦ୍ରୁତ ଗତିରେ ରକ୍ତ ବଢ଼ିଥାଏ । ବିଟକୁ ସେବନ ମଧ୍ୟ ଆପଣ ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଭାବରେ କରନ୍ତୁ । କିଛି ଲୋକ ରକ୍ତଦାନ କରିବା ପୂର୍ବରୁ ବିଟ୍ ଖାଇଥାନ୍ତି କାରଣ ତାଙ୍କ ଶରୀରରେ ରକ୍ତର ଅଭାବ ନହେଉ ।

ଡାଲିମ୍ବ

ଡାଲିମ୍ବ ଗୋଟିଏ ଏପରି ଫଳ ଅଟେ ଯାହା ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଏନିମିଆ ପରି ସମସ୍ୟାକୁ ମଧ୍ୟ ମୂଳରୁ ଶେଷ କରିଥାଏ ।

Be the first to comment

Leave a Reply

Your email address will not be published.


*