ଓଜନ କମ୍ କରିବାକୁ ଚହୁଁଛନ୍ତି ତେବେ କରନ୍ତୁ କଳା ଜିରାର ସେବନ !

କଳା ଜିରା ଏକ ପ୍ରକାରର ମସଲା ଅଟେ ଏବଂ ଏହି ମସଲାରେ ଅନେକ ପ୍ରକାରର ଆକର୍ଷଣୀୟ ଗୁଣ ଉପସ୍ଥିତ ଥାଏ ଯାହାକି ଏହାକୁ ଅନ୍ୟ ମସଲା ଠାରୁ ସ୍ଵତନ୍ତ୍ର କରିଥାଏ । ଏହି ମସଲାର ପ୍ରୟୋଗ ଅଧିକାଂଶ ତରକାରୀ ପ୍ରସ୍ତୁତ କରିବା ସମୟରେ କରାଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ମସଲାକୁ ଖାଇବା ଦ୍ଵାରା ଶରୀରକୁ ଖୁବ୍ ଫାଇଦା ହୋଇଥାଏ ଏବଂ ଏବଂ ଏହି ମସଲା ଅନେକ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।

କଳା ଜିରାର ଫାଇଦା :-

ରୋଗ ପ୍ରତିରୋଧକ କ୍ଷମତାକୁ ଦୃଢ଼ କରେ :-

ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ କଳା ଜିରା ଖୁବ୍ କାର୍ଯ୍ୟକାରୀ ପ୍ରମାଣିତ ହୋଇଥାଏ ଏବଂ ଏହାର ସେବନ କରିବା ଦ୍ଵାରା ଇମ୍ୟୁନ୍ ସେଲ୍ ମଜବୁତ ହୋଇଥାଏ । ରୋଗ ପ୍ରତିରୋଧକ କ୍ଷମତା ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ସହିତ ଲଢ଼ିବାର କ୍ଷମତା ମିଳିଯାଏ ।

ଓଜନ କମ୍ କରେ :-

ଅଧିକ ଓଜନ ସମସ୍ୟା ପାଇଁ ଚିନ୍ତିତ ଥିବା ଲୋକଙ୍କ ପାଇଁ କଳା ଜିରା କୌଣସି ଯାଦୁକାରୀ ଜିନିଷ ଠାରୁ କମ୍ ନୁହେଁ । ଏହି କଳା ଜିରାର ସେବନ ଦ୍ଵାରା ଓଜନ ହ୍ରାସ କରାଯାଇ ପାରିବ । ଯେଉଁ ଲୋକମାନେ ନିଜର ଓଜନକୁ କମ୍ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଲଗାତାର ତିନି ମାସ କଳା ଜିରା ସେବନ କରିବା ଉଚିତ । ପ୍ରକୃତରେ କଳା ଜିରା ଶରୀରରେ ଥିବା ଓଜନକୁ ତରଳାଇବାରେ ସାହାଯ୍ୟ କରିଥାଏ । ଯେଉଁ କାରଣରୁ ଆପଣଙ୍କ ଓଜନ ହ୍ରାସ ହୋଇଥାଏ । ଆପଣ କଳା ଜିରାର ସେବନ ପାଣି ପିଇବା ସହିତ କରିପାରିବେ କିମ୍ବା ଏହାକୁ ତରକାରୀ କିମ୍ବା ଦହିରେ ମିଶାଇ ଖାଇ ପାରିବେ ।

ପେଟ ରୋଗରୁ ଦୂରେଇ ରଖିଥାଏ :-

ପେଟ ସମ୍ବନ୍ଧୀତ ଅନେକ ରୋଗକୁ କଳା ଜିରା ଦ୍ଵାରା ଠିକ୍ କରାଯାଇ ପାରିବ । ଯଦି ଆପଣଙ୍କୁ ଗ୍ୟାସ୍, ପେଟ ଫୁଲିବା କିମ୍ବା ଖାଦ୍ୟ ଅଜୀର୍ଣ୍ଣ ଭଳି ସମସ୍ୟା ରହିଛି ତେବେ ଆପଣଙ୍କୁ ଶୋଇବା ପୂର୍ବରୁ କଳା ଜିରାର ସେବନ କରିବା ଉଚିତ । ଜିରା ଖାଇବା ଦ୍ଵାରା ଆପଣଙ୍କ ପାଚନତନ୍ତ୍ର ଠିକ୍ ଭାବରେ କାର୍ଯ୍ୟ କରିଥାଏ ଏବଂ ଆପଣଙ୍କୁ କଷ୍ଟକାଠିନ୍ୟର ସମସ୍ୟା ମଧ୍ୟ ହେବ ନାହିଁ ।

ମୁଣ୍ଡ ବ୍ୟଥାରୁ ମୁକ୍ତି :-

ମୁଣ୍ଡବ୍ୟଥା ହେଲେ ଆପଣ କଳା ଜିରାର ତେଲରେ ମୁଣ୍ଡକୁ ମାଲିସ୍ କରନ୍ତୁ, ଆରାମ ମିଳିବ । ପୁଣି ଦାନ୍ତରେ କୌଣସି ପ୍ରକାରର ବ୍ୟଥା ହେଲେ ଆପଣ ଏହାର ତେଲକୁ ଦାନ୍ତରେ ଲଗାନ୍ତୁ କିମ୍ବା ଗରମ ପାଣିରେ କଳା ଜିରାର ତେଲ ମିଶାଇ ସେହି ପାଣିରେ ଦିନକୁ ଦୁଇଥର କୁଳି କରନ୍ତୁ ।

ସଂକ୍ରମଣରୁ ମୁକ୍ତି :-

କ୍ଷତ କିମ୍ବା ଘା ସ୍ଥାନରେ ଯଦି କଳା ଜିରାକୁ ଲଗାଯାଏ ତେବେ “ଘା” ଶୀଘ୍ର ଠିକ୍ ହୋଇଯାଏ ଏବଂ ସେହି “ଘା”ରେ କୌଣସି ପ୍ରକାରର ସଂକ୍ରମଣ ମଧ୍ୟ ହୋଇନଥାଏ । ଆପଣ କେବଳ କଳା ଜିରାକୁ ପେଷି ଏହାର ଲେପ ବନାଇ “ଘା” ସ୍ଥାନରେ ଲଗାଇ ଦିଅନ୍ତୁ ।

ଥଣ୍ଡା – ସର୍ଦ୍ଦିରୁ ମୁକ୍ତି :-

ସର୍ଦ୍ଦି ହେଲେ ଆପଣ ଅଳ୍ପ ଜିରାକୁ ଶୁଖାଇ ଏକ ରୁମାଲ କିମ୍ବା କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ତା’ପରେ ସେହି କପଡ଼ାକୁ ସୁଙ୍ଘନ୍ତୁ । କଳା ଜିରାର ବାସ୍ନାରେ ଆପଣଙ୍କ ନାକ ସମ୍ପୂର୍ଣ୍ଣ ଖୋଲିଯିବ । ଏହାବ୍ୟତୀତ ଯେଉଁ ଲୋକଙ୍କୁ ଅସ୍ଥାମା, କାଶ କିମ୍ବା କୌଣସି ପ୍ରକାରର ଆଲର୍ଜି ସମସ୍ୟା ଥାଏ ତେବେ ସେହି ଲୋକଙ୍କୁ କଳା ଜିରାର ସେବନ କରିବା ଲାଭକାରୀ ହୋଇଥାଏ ।

କିପରି କରିବେ ସେବନ :-

କଳା ଜିରାକୁ ଅନେକ ଉପାୟରେ ସେବନ କରାଯାଇ ପାରିବ । ଆପଣ ଚାହିଁଲେ ଏହାକୁ ଶୁଖାଇ ପାଉଡର ପ୍ରସ୍ତୁତ କରି ସେବନ କରିପାରିବେ କିମ୍ବା ଦୋକାନରେ ବିକ୍ରି ହେଉଥିବା କଳା ଜିରାର ଚୁର୍ଣ୍ଣକୁ ମଧ୍ୟ ସେବନ କରି ପାରିବେ । କିନ୍ତୁ ମନେ ରଖନ୍ତୁ ଯେ ଏହାର ପାଉଡରକୁ ସେବନ କରିବା ସମୟରେ ହାଲୁକା ଗରମ ପାଣି ସହିତ ହିଁ ସେବନ କରନ୍ତୁ ।

Be the first to comment

Leave a Reply

Your email address will not be published.


*