ଥଣ୍ଡା, କାଶ ଓ କଫ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ଦ୍ୱାରା !

ଥଣ୍ଡା, କାଶ ଓ କଫ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ଦ୍ୱାରା !

ବର୍ଷାରେ ଓଦା ହେବା ଓ ମେଘୁଆ ପାଗ ଯୋଗୁଁ ଥଣ୍ଡା, କାଶ ବା କଫ ହୋଇପାରେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରିବା ଦ୍ୱାରା ଥଣ୍ଡା, କାଶ ଓ କଫ ଠାରୁ ମୁକ୍ତି ମିଳିଥାଏ । କାଶ ହେଲେ କେବେବି କ୍ଷୀର ପିଇଁବା ଉଚିତ ନୁହଁ । କାରଣ କାଶ ହୋଉଥିବା ସମୟରେ ଯଦି ଆମେ କ୍ଷୀର ପିଇଁବା ତେବେ ଆମ ଶରୀରରେ କଫର ମାତ୍ରା ଅଧିକ ବଢ଼ାଇ ଦେଇଥାଏ । ତେଣୁ ଆପଣ ଖାଲି କ୍ଷୀର ନ ପିଇଁ କରି ଥଣ୍ଡା, କାଶ ଓ କଫ ସମୟରେ ଏହି ଘରୋଇ ଉପଚାର ପିଅନ୍ତୁ ।

ଉପଚାର ବନେଇବାର ବିଧି –

google

ଗୋଟିଏ ପାତ୍ରରେ ଅଧା ଗ୍ଲାସ୍ ପାଣି ନିଅନ୍ତୁ । ପାଣିକୁ ଅଳ୍ପ ଗରମ ହେବାକୁ ଦିଅନ୍ତୁ ସେଥିରେ ଛୋଟ ଅଦା ଖଣ୍ଡ ମିଶାନ୍ତୁ । ଯଦି ଆପଣଙ୍କୁ ଅଧିକ କାଶ ହେଉଛି ତେବେ ଅଦା ସହ ଦୁଇଟି ଲବଙ୍ଗକୁ ଛେଚି ଏଥିରେ ମିଶାନ୍ତୁ । କାରଣ ଲବଙ୍ଗ କାଶର ସମସ୍ୟା ପାଇଁ ବହୁତ ଲାଭଦାୟକ ଅଟେ । ଏଥିରେ ଆପଣ ୪ଟି ତୁଳସୀ ପତ୍ର ପକାନ୍ତୁ ଓ ସ୍ୱାଦ ଅନୁସାରେ ସୂତା ଥିବା ମିଶ୍ରି ପକାନ୍ତୁ । ଅଳ୍ପ ଫୁଟିବା ପରେ ଆପଣ ଏଥିରେ ଏକ ଗ୍ଲାସ୍ କ୍ଷୀର ମିଶାନ୍ତୁ । କ୍ଷୀର ପକାଇବା ପରେ ଆପଣ ଏହାକୁ ଅଳ୍ପ ଜାଳରେ ୮ ରୁ ୧୨ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । କ୍ଷୀରରେ ହଳଦୀ ମିଶାଇ ସେବନ କଲେ ମଧ୍ୟ ଥଣ୍ଡା, କାଶ ଓ କଫରେ ଲାଭଦାୟକ ହୋଇଥାଏ କିନ୍ତୁ କେତେକ ଲୋକ ଏହାକୁ ସେବନ କରିବାକୁ ପସନ୍ଦ କରନ୍ତି ନାହିଁ ଓ ଅନ୍ୟ କିଛି ଲୋକଙ୍କୁ ଏହା ସେବନ କରିବା ଦ୍ୱାରା ଏଲର୍ଜି ମଧ୍ୟ ହୋଇଥାଏ । ସେହି ଲୋକଙ୍କ ପାଇଁ ଏହି ଘରୋଇ ଉପଚାର ବହୁତ ଲାଭଦାୟକ ଅଟେ । ଏହା ଭଲ ଭାବରେ ଫୁଟିବା ପରେ ଏହାକୁ ଗ୍ୟାସ୍ ଉପରୁ କାଢି ଦିଅନ୍ତୁ । ଗୋଟିଏ ଗ୍ଲାସରେ ଛାଣି ଦିଅନ୍ତୁ ।

ଏହାର ସେବନ ବିଧି –

google

ଆପଣ ଏହାକୁ ସକାଳେ ବା ସନ୍ଧ୍ୟାରେ କୌଣସି ମଧ୍ୟ ସମୟରେ ସେବନ କରି ପାରିବେ । ଆପଣଙ୍କୁ ଯଦି ଅଧିକ ଥଣ୍ଡା ବା କାଶ ହୋଇଛି ତେବେ ଗୋଟିଏ ଗ୍ଲାସ୍ ବଦଳରେ ଦିନକୁ ତିନିରୁ ଚାରି କପ୍ ସେବନ କରି ପାରିବେ । ଯଦି ବଡ଼ ଲୋକଙ୍କୁ ଏହି ସମସ୍ୟା ହୋଇଥାଏ, ତେବେ ଆପଣ ଏଥିରେ ଦୁଇଟି ଗୋଲ ମରିଚ ଛେଚି ମିଶାଇ ପାରିବେ । ସର୍ବଦା ଆପଣ ଏହାକୁ ନଖ ଉଷୁମ ଥିବା ସମୟରେ ପିଅନ୍ତୁ । ଯଦି ଥଣ୍ଡା ହୋଇଗଲାପରେ ପିଇଁବେ ତେବେ ଆପଣଙ୍କୁ କୌଣସି ଫାଇଦା ମିଳିବ ନାହିଁ । ତେଣୁ ଏହାକୁ ସର୍ବଦା ନଖ ଉଷୁମ ଥିବା ସମୟରେ ପିଇଁବାକୁ ଚେଷ୍ଟା କରନ୍ତୁ । ଏହାକୁ ମାତ୍ର ଥରେ ସେବନ କରିବା ଦ୍ୱାରା ହିଁ ଆରାମ ମିଳିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *