ଧନୀ ଲୋକ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ୬ଟି ଅଭ୍ୟାସକୁ ନିଜ ଜୀବନରୁ ବାହାର କରି ଦିଅନ୍ତୁ ! ନହେଲେ ଗରିବ ହୋଇ ବିତିବ ଜୀବନ…

ଧନୀ ଲୋକ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ୬ଟି ଅଭ୍ୟାସକୁ ନିଜ ଜୀବନରୁ ବାହାର କରି ଦିଅନ୍ତୁ ! ନହେଲେ ଗରିବ ହୋଇ ବିତିବ ଜୀବନ…

କିଛି ଲୋକ ଧନୀ ହେବା ପାଇଁ ଚାହଁନ୍ତି କିନ୍ତୁ ତାଙ୍କର କିଛି ଅଭ୍ୟାସ କାରଣରୁ ସେମାନେ ସାରା ଜୀବନ ଗରିବ ହୋଇ ବିତେଇ ଦିଅନ୍ତି ।

ସମସ୍ତ ବ୍ୟକ୍ତି ଟଙ୍କା ଅର୍ଜନ ଓ ଧନୀ ହେବା ପାଇଁ ବହୁତ ଚେଷ୍ଟା କରନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ ବଳରେ ସଫଳ ହୋଇଯାନ୍ତି ଏବଂ ଜୀବନର ଏକ ସ୍ଥିତିକୁ ଆସିବା ପରେ ଶାନ୍ତିରେ ଜୀବନ ଅତିବାହିତ କରୁ, ଜେବେକି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଯେତେ ପରିଶ୍ରମ କଲେ ମଧ୍ୟ ଗରିବ ହୋଇ ରହିଯାନ୍ତି । ତାଙ୍କର ସମସ୍ତ ଜୀବନ ସଂଘର୍ଷ ଓ ଅଭାବରେ ବିତେ । କିଛି ଲୋକ ଏହାକୁ ଭାଗ୍ୟ ମନେ କରି ହାର ମାନିଯାନ୍ତି ତ ଆଉ କିଛି ଆତ୍ମମନ୍ଥନ କରି ଦାରିଦ୍ର୍ୟରୁ ବାହାରିବା ପାଇଁ ସମାଧାନ ଖୋଜନ୍ତି । ତେବେ ଏଠାରେ ଆମେ ଆପଣଙ୍କ ସମ୍ମୁଖରେ ଏପରି କିଛି କହିବୁ ଯାହାକୁ ଆପଣେଇ ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିପାରିବେ । ତେବେ ଜାଣନ୍ତୁ ଯେ ଜୀବନରେ ଦାରିଦ୍ର୍ୟତା ଦୂରୀକରଣ ପାଇଁ କେଉଁ କେଉଁ ଅଭ୍ୟାସ ବଦଳାଇବାକୁ ପଡ଼ିବ

୧. ସକାଳ ସମୟକୁ ନଷ୍ଟ କରନ୍ତୁ ନାହିଁ

ସକାଳର ସମୟ ବହୁତ ମୂଲ୍ୟବାନ ଅଟେ । ଏମିତିରେ ସମସ୍ତ ବ୍ୟକ୍ତିଙ୍କୁ ସକାଳୁ ଶୀଘ୍ର ଉଠି ଏହି ସମୟର ସଦୁପଯୋଗ କରିବା ଉଚିତ୍ । କିନ୍ତୁ ଯେଉଁ ଲୋକମାନେ ସକାଳୁ ଶୀଘ୍ର ଉଠନ୍ତି ନାହିଁ, ଓ ବିଛଣାରେ ପଡ଼ି ରହନ୍ତି ତାଙ୍କ ଠାରୁ ମାଁ ଲକ୍ଷ୍ମୀ କ୍ରୋଧିତ ରୁହନ୍ତି । ଏପରି ଘରେ ଧନ ନୁହେଁ ବରଂ ଦାରିଦ୍ର୍ୟତା ବାସ କରେ ।

୨. ପରିଷ୍କାର ପରିଚ୍ଛନ୍ନତା ନରଖିବା

ଯେଉଁ ଲୋକମାନେ ପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ ସେମାନେ ମଧ୍ୟ ସାରା ଜୀବନ ଗରିବ ହୋଇ ରହିଯାନ୍ତି । ଯେଉଁ ଲୋକମାନେ ନିୟମିତ ଭାବେ ଗାଧାନ୍ତି ନାହିଁ, ଦାନ୍ତ ସଫା କରନ୍ତି ନାହିଁ ଏବଂ ମଇଳା ପୋଷକ ପିନ୍ଧନ୍ତି, ଘର ଆଦିକୁ ସଫା ରଖନ୍ତି ନାହିଁ, ତାଙ୍କର ସମସ୍ତ ଧନ ସମ୍ପତ୍ତି ରୋଗର ଚିକିତ୍ସାରେ ଶେଷ ହୋଇଯାଏ ।

୩. ଖରାପ ଭାଷାର ପ୍ରୟୋଗ

ଯେଉଁ ଲୋକମାନେ କଥା କଥାରେ ଝଗଡା କରନ୍ତି ଏବଂ ଅପଶବ୍ଦର ପ୍ରୟୋଗ କରନ୍ତି ତାଙ୍କ ନିକଟକୁ ମଧ୍ୟ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ଏପରି ଲୋକଙ୍କ ସହ କେହି ବସିବା ଉଠିବାକୁ ପସନ୍ଦ କରନ୍ତି ନାହିଁ । ଲୋକମାନେ ସଠିକ୍ ସମୟରେ ସାହାଯ୍ୟ ପାଇଁ ମଧ୍ୟ ଆଗକୁ ଆସନ୍ତି ନାହିଁ ।

୪. ଅସ୍ୱାସ୍ଥ୍ୟକର ଭୋଜନ ଖାଇବା

ଯେଉଁ ଲୋକମାନେ ଅସ୍ୱାସ୍ଥ୍ୟକର ଭୋଜନ କରନ୍ତି ସେମାନେ ସର୍ବଦା ଅସୁସ୍ଥ ରୁହନ୍ତି । ଏମିତିରେ ଯଦି ଧନୀ ଲୋକ ହେବାକୁ ଚାହୁଁଛନ୍ତି ତେବେ ଭୋଜନ ଅଭ୍ୟାସରେ କିଛି ପରିବର୍ତ୍ତନ ଆଣନ୍ତୁ ଏବଂ ନିଜ ଜୀବନଶୈଳୀରେ ସୁସ୍ଥ ଭୋଜନ, ବ୍ୟାୟାମ, ଯୋଗ ଆଦିକୁ ସାମିଲ୍ କରନ୍ତୁ ।

୫. ଖରାପ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିବା

ଯଦି ଆପଣ ଖରାପ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରୁଛନ୍ତି ଓ ତାଙ୍କ ସହିତ ମିଳାମିଶା କରୁଛନ୍ତି ତେବେ ଏକ ଶୋଧରୁ ପ୍ରକାଶିତ ହୋଇଛି ଯେ ଏପରି ଲୋକମାନେ ଜୀବନରେ କେବେ ସଫଳ ହୋଇ ପାରନ୍ତି ନାହିଁ ଏବଂ ଗରିବ ହୋଇ ରହିଯାନ୍ତି ।

୬. ପ୍ରତିକ୍ରିୟା ନନେବା

ଯେଉଁ ଲୋକମାନେ ନିଜ ଭୁଲ୍ ସ୍ୱୀକାର କରନ୍ତି ନାହିଁ ତାଙ୍କୁ ସଫଳତା ମିଳେ ନାହିଁ । ଏପରି ଲୋକଙ୍କୁ ନିଜ କାର୍ଯ୍ୟର ଫୀଡ଼ବେକ ନେବା ଉଚିତ ।

Leave a Reply

Your email address will not be published. Required fields are marked *