ଯଦି ଆପଣ ଶାହାରୁଖ ଝିଅଙ୍କର ବୟଫ୍ରେଣ୍ଡ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପୂରଣ କରିବାକୁ ପଡିବ ଏହି ୭ଟି ସର୍ତ୍ତ !

ଯଦି ଆପଣ ଶାହାରୁଖ ଝିଅଙ୍କର ବୟଫ୍ରେଣ୍ଡ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପୂରଣ କରିବାକୁ ପଡିବ ଏହି ୭ଟି ସର୍ତ୍ତ !

ବଲିଉଡ ସୁପରଷ୍ଟାର୍ ‘ଶାହରୁଖ୍ ଖାନ୍’ଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି । ‘ଶାହରୁଖ୍ ଖାନ୍’ଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ଜିନିଷ ତାଙ୍କ ଫ୍ୟାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବେଳେବେଳେ ‘ଶାହରୁଖ୍ ଖାନ୍’ଙ୍କ ଫ୍ୟାନମାନେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ନିକଟରେ କିଛି ଫ୍ୟାନ୍ ‘ଶାହାରୁଖ୍ ଖାନ୍’ଙ୍କୁ ତାଙ୍କ ଝିଅଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ । ସୂଚନାଯୋଗ୍ୟ ଯେ ‘ସୁହାନା ଖାନ୍’ଙ୍କୁ ବର୍ତ୍ତମାନ ୨୧ବର୍ଷ ବୟସ । ବଲିଉଡର ଷ୍ଟାରକିଡଙ୍କ ମଧ୍ୟରୁ ସୁହାନା ଖାନ୍ ଏପରି ଜଣେ ସେଲିବ୍ରିଟି ଯିଏକି ବଲିଉଡରେ ଡେବ୍ୟୁ ନକରି ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ସୁହାନାଙ୍କର ଫ୍ୟାନ୍ ଫଲୋଇଙ୍ଗ କୌଣସି ବଲିଉଡ କଳାକାରଙ୍କଠାରୁ କମ୍ ନୁହେଁ । ଯେତେବେଳେ ‘ଶାହରୁଖ୍ ଖାନ୍’ଙ୍କୁ ସୁହାନାଙ୍କ ବୟଫ୍ରେଣ୍ଡଙ୍କ ବିଷୟରେ ପଚରାଯାଇଥିଲା ସେତେବେଳେ ଶାହରୁଖ୍ ସୁହାନାଙ୍କ ବୟଫ୍ରେଣ୍ଡ ହେବାକୁ ଇଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଅନେକ ଗୁଡିଏ ସର୍ତ୍ତ ରଖିଥିଲେ । ସମସ୍ତେ ଜାଣନ୍ତି ଯେ ଶାହାରୁଖ୍ ଖାନ୍ ଜଣେ ଅତି ପ୍ରୋଟେକଟିଭ୍ ପିତା । ସେ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତିତ ଅଟନ୍ତି ।

ଝିଅ ସୁହାନାଙ୍କ ବୟଫ୍ରେଣ୍ଡ ହେବା ପାଇଁ ଇଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଶାହାରୁଖ୍ ଖାନ୍ ୭ଟି ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି ଯେ ଯିଏ ତାଙ୍କ ଝିଅକୁ ଡେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ପାଖରେ ଏହି ସାତଟି ଗୁଣ ରହିବା ଆବଶ୍ୟକ । ଶାହରୁଖ୍ କହିଛନ୍ତି ଯେ ଯଦିଓ ସୁହାନା ବର୍ତ୍ତମାନ ସିଙ୍ଗଲ୍ ଅଛନ୍ତି ଏବଂ ନିଜ ପାଠପଢା ଉପରେ ଧ୍ୟାନ ଦେଉଛନ୍ତି, ତଥାପି ସେ ଚାହୁଁଛନ୍ତି ଯେ ଯଦି କେହି ତାଙ୍କ ଝିଅଙ୍କୁ ଡେଟ୍ କରିବେ ତେବେ ତାଙ୍କ ପାଖେ ଏହି ସବୁ ଗୁଣ ରହିବା ଆବଶ୍ୟକ ।

୧) ଚାକିରୀ କର,

୨) ସବୁବଳେ ମନେରଖ ଯେ ମୁଁ ତୁମକୁ ଆଦୌ ପସନ୍ଦ କରେ ନାହିଁ,

୩) ସବୁବେଳେ ଏହା ମଧ୍ୟ ମନେ ରଖ ଯେ ମୁଁ ସବୁଆଡେ ଅଛି,

୪) ନିଜ ପାଇଁ ଜଣେ ଓକିଲ ରଖ,

୫) ସେ ମୋର ରାଜକୁମାରୀ ତୁମର ଜିତ୍ ନୁହେଁ,

୬) ମୁଁ ଜେଲ୍ ଯିବାକୁ କୁଣ୍ଠାବୋଧ ମନେ କରିବି ନାହିଁ,

୭) ତୁମେ ମୋ ଝିଅ ସହିତ ଯାହା କରିବ ମୁଁ ମଧ୍ୟ ତୁମ ସହିତ ସେୟା କରିବି ।

ଏକ ସାକ୍ଷାତକାର ସମୟରେ ଶାହରୁଖ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ ଯଦି ମୋ ଝିଅ କାହାକୁ ପସନ୍ଦ କରେ ତେବେ ମୁଁ ଖୁସିରେ ତାଙ୍କୁ ଗ୍ରହଣ କରିବି କିନ୍ତୁ ମୁଁ ନିଶ୍ଚିତ ଭାବରେ ତାଙ୍କୁ ସତର୍କ କରିବି ଯେ ସୁହାନା ତାଙ୍କ ପିତାଙ୍କର ରାଜକୁମାରୀ ଅଟନ୍ତି ।

ସୂଚନାଯୋଗ୍ୟ ଯେ ସୁହାନା ଖାନ୍ ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି । ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି ।

Leave a Reply

Your email address will not be published. Required fields are marked *