ଏହି ଆଠଟି କାମ ବର୍ତ୍ତମାନ ଆରମ୍ଭ କରିଦେଲେ ଜାଡ ସମୟରେ ଆଣ୍ଠୁଗଣ୍ଠି ପୀଡା ହେବ ନାହିଁ

ଏହି ଆଠଟି କାମ ବର୍ତ୍ତମାନ ଆରମ୍ଭ କରିଦେଲେ ଜାଡ ସମୟରେ ଆଣ୍ଠୁଗଣ୍ଠି ପୀଡା ହେବ ନାହିଁ

ଏହି ଆଠଟି କାମ ବର୍ତ୍ତମାନ ଆରମ୍ଭ କରିଦେଲେ ଜାଡ ସମୟରେ ଆଣ୍ଠୁଗଣ୍ଠି ପୀଡା ହେବ ନାହିଁ ଏବଂ ହାଡ଼ ମଜଭୁତ ରହିବ ।

ଜାଡରେ ତାପମାତ୍ରା କମିବା ଫଳରେ ଶରୀରରେ ରକ୍ତ ପ୍ରଭାବ ମନ୍ଥର ହୋଇଯାଇଥାଏ ଯାହାଫଳରେ ଆଣ୍ଠୁଗଣ୍ଠି ଏବଂ ହାଡ଼ ପୀଡା ହୋଇଥାଏ ।

ଜାଡ ଲାଗିରହିଛି ଏବଂ ଧୀରେ ଧୀରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି । ଜାଡ ମାସ ବୁଜୁର୍ଗଙ୍କ ନିମନ୍ତେ ଏବଂ ଆଣ୍ଠୁଗଣ୍ଠି ପୀଡା ଭୋଗୁଥିବା ବ୍ୟକ୍ତିଙ୍କ ନିମନ୍ତେ ବହୁତ ପୀଡା ଦାୟକ ଅଟେ । ଜାଡରେ ତାପମାତ୍ରା କମିବା ଫଳରେ ଶରୀରରେ ରକ୍ତ ପ୍ରଭାବ ମନ୍ଥର ହୋଇଯାଇଥାଏ ଯାହାଫଳରେ ଆଣ୍ଠୁଗଣ୍ଠି ଏବଂ ହାଡ଼ ପୀଡା ହୋଇଥାଏ ।

ଏହି ସମୟରେ ଆଣ୍ଠୁଗଣ୍ଠି ପୀଡା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ଲାଗିରହିଥାଏ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଔଷଧର ଆବଶ୍ୟକତା ରହିଥାଏ । ବିଶେଷଜ୍ଞଙ୍କ ଅନୁସାରେ ସଠିକ ଖାଦ୍ୟପେୟ ଏବଂ କିଛି ଉପାୟ ମାଧ୍ୟମରେ ଏହି ସମସ୍ୟାରୁ ଆପଣମାନେ ମୁକ୍ତି ପାଇପାରିବେ ।ଆସନ୍ତୁ ବିସ୍ତାରରେ ଏହି ବିଷୟରେ ଜାଣିବେ ।

ହାଇଡ୍ରେଡ଼ ରୁହନ୍ତୁ

ଏକ ରିପୋର୍ଟ ଅନୁସାରେ ହାଇଡ୍ରେଡ଼ ରହିବା ପାଇଁ , ଆଣ୍ଠୁଗଣ୍ଠି ଫୁଲା ଏବଂ ପୀଡ଼ାରୁ ମୁକ୍ତି ପାଇବା ପାଇଁ ,ଆଣ୍ଠୁଗଣ୍ଠି ଘର୍ଷଣ କମାଇବା ପାଇଁ ଅତ୍ୟଧିକ ପାଣି ପିଅନ୍ତୁ । ଶୋଧରୁ ଜଣାପଡିଛି ଜାଡ ସମୟରେ ପ୍ରଯ୍ୟାପ୍ତ ପାଣି ନପିଇବା ଫଳରେ ଆଣ୍ଠୁଗଣ୍ଠି ପୀଡା ସହ ଅନ୍ୟ ଶାରିରୀକ ସମସ୍ୟା ଦେଖାଯାଇଥାଏ ।

ଭିଟାମିନ ଡି ଆବଶ୍ୟକ

ଭିଟାମିନ ଡିର ଅଭାବରେ ଆଣ୍ଠୁଗଣ୍ଠି ପୀଡା ହୋଇଥାଏ ।ଏହି କାରଣରୁ ଭିଟାମିନ ଡିର ସ୍ତରର ଅଭାବରୁ ବଞ୍ଚିବା ପାଇଁ ସୂର୍ଯ୍ୟ କିରଣ ଉଚିତ ଉପାୟ ଅଟେ । ଏହା ବ୍ୟତୀତ ଭରପୁର ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଖାଦ୍ୟରେ ଛତୁ ସାମିଲ କରନ୍ତୁ ।

ସକ୍ରିୟ ରୁହନ୍ତୁ

ଜାଡ ସମୟରେ ପ୍ରାୟ ଲୋକେ ଘରେ ରହିବା ପାଇଁ ପସନ୍ଦ କରନ୍ତି ଏହା ଦ୍ୱାରା ଆପଣଙ୍କ ସମସ୍ୟା ବଢି ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବ୍ୟାୟାମ କରନ୍ତୁ ଯାହାଫଳରେ ଆପଣ ସକ୍ରିୟ ରହିବା ସହ ଆପଣଙ୍କ ଆଣ୍ଠୁଗଣ୍ଠି ନମନୀୟ ରହିବ ଏବଂ ଜାଡ ସମୟରେ ଆଣ୍ଠୁଗଣ୍ଠି ପୀଡ଼ାରୁ ଆପଣଙ୍କୁ ମୁକ୍ତି ମିଳିପାରିବ ।

ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ

ନିଜ ଖାଦ୍ୟ ସୂଚୀରେ ପାଳକ, ବିଲାତି ବାଇଗଣ ,ପତ୍ରକୋବି ଏବଂ ସବୁଜ ପନିପରିବା ସାମିଲ କରନ୍ତୁ । ଏହି ସବୁ ପନିପରିବା ଗ୍ରହଣ କରିବା ଫଳରେ ଆପଣଙ୍କୁ ଆଣ୍ଟିଅକ୍ସିଡେଣ୍ଟ ମିଳିବ ଏବଂ ଆପଣଙ୍କୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ଉପଶମ ମିଳିବ । ଏହା ବ୍ୟତୀତ ସେହି ଖାଦ୍ୟ ପଦାର୍ଥରୁ ନିଜକୁ ଦୁରେଇ ରଖନ୍ତୁ ଯାହା ଆଣ୍ଠୁଗଣ୍ଠି ପୀଡ଼ରେ ସହାୟକ ହୋଇଥାଏ ।

ଗରମ ପାଣିରେ ସେକ ଦିଅନ୍ତୁ

ଆଣ୍ଠୁଗଣ୍ଠି ପୀଡ଼ାରୁ ମୁକ୍ତି ପାଇବା ନିମନ୍ତେ ଗରମ ପାଣିରେ ସେକ ଦେବା ସବୁଠୁ ଭଲ ପ୍ରାକୃତିକ ଉପାୟ ଅଟେ । ଗରମ ପାଣି ସେକ ନେବା ଫଳରେ ଆପଣଙ୍କ ଆଣ୍ଠୁଗଣ୍ଠିରେ ଘର୍ଷଣ କମ ହୋଇଥାଏ ଏବଂ ଆପଣଙ୍କୁ ଅସହ୍ୟ ପୀଡ଼ାରୁ ମୁକ୍ତି ମିଳିଥାଏ ।

ଗରମ ପୋଷାକ ପରିଧାନ କରନ୍ତୁ

ତାପମାତ୍ରା ହ୍ରାସ ହେବା ପରେ ଆପଣ ଗରମ ପୋଷକ ପରିଧାନ କରନ୍ତୁ ନିଜ ହାତରେ ଗ୍ଲୋବସ ପିନ୍ଧନ୍ତୁ ଏବଂ ନିଜ ଆଣ୍ଠୁଗଣ୍ଠିକୁ ଅତ୍ୟଧିକ ଘୋଡାଇ ରଖନ୍ତୁ । ଅଧିକ ଓଜନିୟା ପୋଷକ ପରିଧାନରୁ ନିଜକୁ ନିବୃତ ରଖନ୍ତୁ ।ସର୍ଵ ପ୍ରଥମେ କପା ନିର୍ମିତ ପୋଷକ ପରିଧାନ କରନ୍ତୁ ଏବଂ ସେହି ପୋଷକ ଉପରେ ଗରମ ପୋଷାକ ପରିଧାନ କରନ୍ତୁ ।


ମତ୍ସ୍ୟ ତୈଳର ଉପଯୋଗ କରନ୍ତୁ

ଓମେଗା 3 ଫ୍ୟାଟି ଏସିଡ ଶରୀର ନିମନ୍ତେ ଲାଭଦାୟକ ଅଟେ । ଏହାର ଆବଶ୍ୟକତା ପୂର୍ତ୍ତି ନିମନ୍ତେ ଆପଣ ନିଜ ଖାଦ୍ୟ ସୂଚୀରେ ମାଛ, ବାଦାମ ଏବଂ ଶୁଷ୍କଫଳ ସାମିଲ କରନ୍ତୁ । ଆପଣ ଓମେଗା 3 ଫ୍ୟାଟି ବଟିକା ମଧ୍ୟ ଗ୍ରହଣ କରିପାରିବେ କିନ୍ତୁ ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିୟନ୍ତୁ ।


ସୁରକ୍ଷିତ ରୁହନ୍ତୁ

ଆଣ୍ଠୁଗଣ୍ଠି ପୀଡା ଭୋଗୁଥିବା ବ୍ୟକ୍ତି ଶୀତ ଋତୁରେ ନିଜର ଅତ୍ୟଧିକ ନେବା ଉଚିତ । କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ପାଇଁ ପଡିଲେ ଗରମ ପୋଷାକ ପରିଧାନ କରନ୍ତୁ ।ଏହା ବ୍ୟତୀତ ପାଦରେ ଚାଲି ଯିବା ପାଇଁ ଚେଷ୍ଟା କରନ୍ତୁ ।

ଏହିସବୁ କାର୍ଯ୍ୟ କରିବା ପରେ ମଧ୍ୟ ଆପଣଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାନଗଲେ ଆପଣ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

Leave a Reply

Your email address will not be published. Required fields are marked *