ଖରା ଦିନରେ ନାକରୁ ରକ୍ତ ବାହାରିବାକୁ ଲାଗିଲେ ତୁରନ୍ତ କରିନିଅନ୍ତୁ ଏହି କାମ ! ରକ୍ତ ବୋହିବା ବନ୍ଦ ହୋଇଯିବ…

ଖରା ଦିନରେ ନାକରୁ ରକ୍ତ ବାହାରିବାକୁ ଲାଗିଲେ ତୁରନ୍ତ କରିନିଅନ୍ତୁ ଏହି କାମ ! ରକ୍ତ ବୋହିବା ବନ୍ଦ ହୋଇଯିବ…

ଗ୍ରୀଷ୍ମ ଋତୁରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ହେବାକୁ ଲାଗେ । ଏଥିରେ ଡ଼ିହାଇଡ୍ରେସନ୍ ଓ ନାକରୁ ରକ୍ତ ବୋହିବା ଭଳି ସମସ୍ୟା ସବୁ ସାମିଲ୍ ଥାଏ । ବିଶେଷ କରି ଗ୍ରୀଷ୍ମ ଋତୁରେ ନାକରୁ ଶିଶୁମାନଙ୍କ ରକ୍ତ ବୋହିବା ସମସ୍ୟା ଦେଖାଦିଏ । ଖରା ଦିନରେ ଶିଶୁମାନଙ୍କ ନାକରୁ ରକ୍ତ ବୋହିବା ସମସ୍ୟା ହେବା ସାଧାରଣ କଥା ଅଟେ । ଏଥିରୁ ଭୟ କରିବା ଦରକାର ନାହିଁ ।

ନାକରୁ ରକ୍ତ ଝରୁଥିଲେ ଏହାକୁ କିଛି ଘରୋଇ ଉପାୟ ସହଜରେ ରୋକାଯାଇପାରିବ । ଯଦିଓ ଏହିସବୁ ଉପାୟ କାମ ନଦିଏ ଆପଣ ତୁରନ୍ତ ଡାକ୍ତର ସହିତ ସାନଯାଗ କରନ୍ତୁ । କିଛି ଥର ଏହା ଜାଣିବା ମଧ୍ୟ ଜରୁରୀ ଯେ ଗରମ କାରଣରୁ ନାକରୁ ରକ୍ତ ବୋହିବାକୁ ଲାଗେ କିମ୍ବା ଏହା ପଛରେ ଆଉ କିଛି ରୋଗ ବି ଥାଇପାରେ ।

ନାକରୁ ରକ୍ତ ଝରିଲେ ଆପଣାନ୍ତୁ ଏହି ଉପାୟ

୧. ଶିଶୁର ନାକରୁ ରକ୍ତ ବାହାରିବାକୁ ଲାଗିଲେ ମୁଣ୍ଡ ଉପରକୁ କରିଦିଅନ୍ତୁ । ଏପରି ଭାବରେ ରକ୍ତ ଶିଶୁର ଗଳାକୁ ଯିବ ନାହିଁ । ଏହାସହିତ ଶିଶୁକୁ ନାକ ଦେଇ ନୁହେଁ ବରଂ ତାଙ୍କ ପାଟି ଦ୍ଵାରା ନିଶ୍ୱାସ ନେବାକୁ କୁହନ୍ତୁ ।

୨. ଶିଶୁର ନାକକୁ ଜୋରରେ ଧରି ଆଠରୁ-ଦଶ ମିନିଟ୍ ପର୍ଯ୍ୟନ୍ତ ଦବାଇ ରଖନ୍ତୁ । ଏହି ସମୟରେ ଶିଶୁକୁ ପାଟିରୁ ନିଃଶ୍ଵାସ ନେବାକୁ ଦିଅନ୍ତୁ । ଏହି କଥାର ଧ୍ୟାନ ରଖନ୍ତୁ ଯେ ଶିଶୁକୁ କୌଣସି ଅସୁବିଧା ନହେଉ । ଏହି ସମୟରେ ଶିଶୁକୁ ଶୋଇବାକୁ ଦିୟନ୍ତୁ ନାହିଁ ଏବଂ ତାଙ୍କ ନାକକୁ ଘଷନ୍ତୁ ନାହିଁ ।

୩. ଏକ ତୁଳା କିମ୍ବା କଟନ୍ ରୁମାଲ୍ ନିଅନ୍ତୁ ଏବଂ ତାହାକୁ ଥଣ୍ଡା ପାଣିରେ ଭିଜାଇ ଦିଅନ୍ତୁ ଏବଂ ଏହାକୁ ଶିଶୁର ନାକ ଉପରେ ରଖିଦିଅନ୍ତୁ । ଏଥିରୁ ଆରାମ ମିଳିବ ।

୪. ବରଫକୁ କପଡ଼ାରେ ଘୋଡ଼ାଇ ଦିଅନ୍ତୁ ଓ ଏହାକୁ ନାକରେ ରଖନ୍ତୁ । ଏହା ଫଳରେ ରକ୍ତ ବୋହିବା ବନ୍ଦ ହୋଇଯିବ ଏବଂ ଶିଶୁମାନଙ୍କୁ ଆରାମ ମିଳିବ । ବାସ୍ତବରେ ଥଣ୍ଡା ପାଣିର କପଡା ନାକରେ ରଖିବା ଫଳରେ ରକ୍ତ କୋଶିକା ସଙ୍କୁଚିତ ହୋଇଯାଏ । ଏଥିରୁ ନାକରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ ।

୫. ଯେତେବେଳେ ଶିଶୁର ନାକରୁ ରକ୍ତ ବାହାରିବାକୁ ଲାଗେ ତେବେ ତା’ ମୁଣ୍ଡରେ ଥଣ୍ଡା ପାଣି ଲଗାତାର ଢାଳନ୍ତୁ । ଏଥିରୁ ମଧ୍ୟ ନାକରୁ ରକ୍ତ ବୋହିବା ବନ୍ଦ ହୋଇଯିବ ।

୬. ଯଦି ଏହିସବୁ ଉପାୟ କରିବା ପରେ ମଧ୍ୟ ନାକରୁ ରକ୍ତ ବୋହିବା ଅଟକୁ ନାହିଁ ତେବେ ଆପଣ ଯେତେଶୀଘ୍ର ପାରୁଛନ୍ତି ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ । ଏଥିରେ ଅବହେଳା କରନ୍ତୁ ନାହିଁ ।

ଆଶା କରୁଛୁ ଯେ ଆପଣଙ୍କ ନାକରୁ ରକ୍ତ ନ ବାହାରିବା ଉପାୟକୁ ପସନ୍ଦ କରିବେ । ଏହି ଗ୍ରୀଷ୍ମ ଋତୁରେ ଅଧିକ ବାହାରକୁ ବାହାରନ୍ତୁ ନାହିଁ । ଘରେ କୁଲର୍, ଏସି କିମ୍ବା ପଙ୍ଖା ତଳେ ରୁହନ୍ତୁ । ବିଶେଷ କରି ଶିଶୁମାନଙ୍କୁ ଭୀଷଣ ଗରମରେ ବାହାରେ ବୁଲିବାକୁ ଦିଅନ୍ତୁ ନାହିଁ । ଯଦି ବାହାରକୁ ଯିବାକୁ ପଡିବ ତେବେ ମୁହଁକୁ ଘୋଡେଇ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *