ଗଣେଶଙ୍କ ଏହି ମନ୍ତ୍ର ପାଠ କଲେ ଜୀବନରେ ସଫଳତା ଅର୍ଜନ କରିବେ…..

ଗଣେଶଙ୍କ ଏହି ମନ୍ତ୍ର ପାଠ କଲେ ଜୀବନରେ ସଫଳତା ଅର୍ଜନ କରିବେ…..

ଗଣପତିଙ୍କୁ ଖୁସି କରିବାକୁ ଚାହାଁନ୍ତି ତେବେ ଆଜି ହିଁ କରନ୍ତୁ ଶଙ୍କରାଚାର୍ଯ୍ୟ ରଚିତ ସ୍ତୁତିର ପାଠ, ପୁଣି ଦେଖନ୍ତୁ ଚମତ୍କାର ।

ହିନ୍ଦୁ ଧର୍ମରେ ପୌଷ ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିର ଅଧିକ ମହତ୍ତ୍ଵ କୁହାଯାଇଛି । ଏହାକୁ ବରାଦ ଚତୁର୍ଥୀ ନାମରେ ଜଣାଯାଏ । ଏହି ଥର ଏହି ଚତୁର୍ଥୀ ଜାନୁଆରୀ ୨୦୨୨ ରେ ଆସିଛି, ଏମିତିରେ ଭଗବାନ ଗଣେଶଙ୍କୁ ବିଘ୍ନ ହରତା କୁହାଯାଏ ।
କୁହାଯାଏ ଭକ୍ତ ଶ୍ରୀ ଗଣେଶଙ୍କ ଚତୁର୍ଥୀ ଦିନ ଶ୍ରଦ୍ଧା ପୂର୍ବକ ବ୍ରତ କଲେ ତାହାର ଜୀବନରେ ସବୁ ବାଧା ବିଘ୍ନ ଦୂର ହୋଇଯାଏ, ଏହିଭଳି ଲୋକ ଯେଉଁ କାମ ମଧ୍ୟ କରନ୍ତି ସବୁ ସ୍ଥିତିରେ ଶୁଭ ହୋଇଥାଏ ।

ଗଣପତି ବାପା ତାଙ୍କର ପରିବାରକୁ ସୁଖ ସମୃଦ୍ଧିରେ ପରିପୂର୍ଣ କରିଦିଅନ୍ତି । ଯାହାଦ୍ଵାରା ପରିବାରରେ ସୁଖ ସମୃଦ୍ଧ ବଜାୟ ରୁହେ । ଯଦି ଆପଣ ମଧ୍ୟ ଏହି ବ୍ରତ କରିବାକୁ ଯାଉଛନ୍ତି ବା ଚାହାଁନ୍ତି ତେବେ ଆପଣ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବା ଭୁଲିବେ ନାହିଁ । ଶ୍ରୀ ଗଣେଶଙ୍କ ‘ ଗଣେଶ ପଞ୍ଚରତ୍ନ ସୃତି’ ପଢିବା ଭୁଲିବେ ନାହିଁ । ଏହି ସୃତିଟି ଶଙ୍କରାଚାର୍ଯ୍ୟ ଦ୍ଵାରା ରଚିତ । ମାନ୍ୟତା ରହିଛି ଏହା କରିବା ଦ୍ୱାରା ଶ୍ରୀ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହିଭଳି ଭକ୍ତର ପୂଜା ସଫଳ ହୋଇଯାଏ ଏବଂ ନିଜର ମନମୁତାବକ ବର ବା କାମନା ମଧ୍ୟ ପୂରଣ ହୋଇଥାଏ ।

ଏହା ଗଣେଶ ପଞ୍ଚରତ୍ନ ସ୍ତୋତ୍

ମୁଦା କରାନ୍ତମୋନ୍ଦକ୍ ସଦା ବିମୁକ୍ତି ସାଧଙ୍କ
କଲାଧରାବନ୍ତସଙ୍କ ବିଲା ସିଲୋଜରଜ୍ଞକମ
ନତେତରାରିନିର୍ଜଙ୍କ ନତାଧିକାପଦୁଦ୍ଧରମ,
ସୁରେ ଶ୍ଵରମ୍ ନିଧୀଶ୍ଵରମ୍ ,ଗଜେଶ୍ୱରମ ,ଗଣେଶ୍ଵରମ ମହେଶ୍ଵରମ ତମାଶ୍ରୟେ ପରମ୍ପରା ନିରନ୍ତରମ.

ସମସ୍ତ ଲୋକ ଶଙ୍କର ନିରସ୍ତ ଦୋଇତ୍ୟକୁଞ୍ଜର ଦରେତରେଦର ବରଂ ବାରେଭବକ୍ତମକ୍ଷରମ୍ ,
କୃପକରଂ କ୍ଷମକରଙ୍ଗ ୟାଶସ୍କର ନମସ୍କାରମ୍ ନମସ୍କୃତଙ୍ଗ ନମସ୍କରୋମି ଭସ୍ୱରମ୍। ମହା ଗଣେଶ ପଞ୍ଚରତ୍ନ ମାଦରେନା ୟୋନବ୍ୟଃ ପ୍ରଗାୟତି ପ୍ରଭାତ କେ ହୃଦି ସ୍ମାରମ୍ ଗଣେଶ୍ୱରମ
ଆରୋଗତାମଦୋଷନ୍ତା ସୁସହିନ୍ତି ସୂପୁତ୍ରନ୍ତା
ସମାହିତାୟୁରଷ୍ଠ ଭୂତିମ୍ ଭ୍ୟୁପେତି ସୋରଚିରତଙ୍ଗ

ପୂଜାର ବିଧି

ଧ୍ୟାନ ରଖନ୍ତୁ ସର୍ବ ପ୍ରଥମେ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠି ଘରକୁ ସଫା କରନ୍ତୁ,ଏହାପରେ ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ ।ଏହାପରେ ହଳଦୀଆ ବା ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଗୋଟିଏ ସ୍ଥାନରେ ହଳଦୀଆ କପଡା ବିଛାନ୍ତୁ, ଏବଂ ଗଣପତି ମୂର୍ତ୍ତିକୁ ସ୍ଥାପନ କରନ୍ତୁ ଏବଂ ଏହାପରେ ହଳଦିଆ ଚାଉଳ ଏବଂ ହଳଦିଆ ଫୁଲ, ଧୂପ ଦୀପ, ଏବଂ ଲଡୁ ଅର୍ପଣ କରନ୍ତୁ ।

ଏହାପରେ ଆପଣ ଶ୍ରୀ ଗଣେଶ ମନ୍ତ୍ରକୁ ଜପ କରନ୍ତୁ , ଏବଂ ବ୍ରତ କଥା ପଢନ୍ତୁ । ଆପଣଙ୍କୁ ଦିନସାରା ବ୍ରତ ରଖିବାକୁ ହେବ । ରାତିରେ ଚନ୍ଦ୍ର ଦର୍ଶନ କରନ୍ତୁ ଏବଂ ଚନ୍ଦ୍ରକୁ ଅର୍ଘ୍ୟ ଦିଅନ୍ତୁ । ଏହାପରେ ଆପଣ ଫଳ ଆହାର କରିପାରିବେ ।

ପରଦିନ ସ୍ନାନ ବା ପୂଜା ପରେ ବ୍ରତର ପାଲନ କରନ୍ତୁ, ଚତୁର୍ଥୀରେ ଗଣେଶଙ୍କ ପୂଜା କରିବାକୁ ଭୁଲିବେ ନାହିଁ,ପୂଜା ସମୟରେ ଗଣେଶଙ୍କ ପ୍ରିୟ ମୁଦୁକ ଭୋଗ ଲଗାନ୍ତୁ, ଦ୍ଵିତୀୟ ଦୁବ ଏବଂ ତୃତୀୟ ଘିଅ ଏହି ତିନୋଟି ଜିନିଷ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *