ଯଦି କରୋନା ପ୍ରତିଷେଧକ ଟୀକା ଲଗାଇଛନ୍ତି ତେବେ ଭୁଲରେ ସୁଦ୍ଧା କରନ୍ତୁ ନାହିଁ ଏହି କାମ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଯଦି କରୋନା ପ୍ରତିଷେଧକ ଟୀକା ଲଗାଇଛନ୍ତି ତେବେ ଭୁଲରେ ସୁଦ୍ଧା କରନ୍ତୁ ନାହିଁ ଏହି କାମ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଦେଶରେ ଲୋକମାନେ ବର୍ତ୍ତମାନ କରୋନା ଭାଇରସର ଦ୍ୱିତୀୟ ଲହରୀ ର ପ୍ରକୋପକୁ ସହ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ଅଧିକ ସଂଖ୍ୟାରେ ଲୋକମାନେ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ କରୋନା ଭାଇରସ ଯୋଗୁଁ ନିଜ ଜୀବନ ହରେଇ ବସିଛନ୍ତି । ଏପରି ପରିସ୍ଥିତିରେ ଲୋକମାନଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆଯାଉଛି ଏବଂ କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କରୋନା ପ୍ରତିଷେଧକ ଟୀକା ଯଥାଶୀଘ୍ର ଲଗାଇବା ପାଇଁ କୁହାଯାଉଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୯ କୋଟିରୁ ଅଧିକ ଲୋକ କୋଭିଡ-୧୯ ପ୍ରତିଷେଧକ ଲଗାଇଛନ୍ତି । ଯଦି ଆପଣ ମଧ୍ୟ ପ୍ରତିଷେଧକ ଟୀକା ନେବା ବିଷୟରେ ଚିନ୍ତା କରୁଛନ୍ତି; ତେବେ ଟୀକା ଲଗାଇବା ପରେ ଆପଣଙ୍କୁ ଏପରି କିଛି କଥା ବିଷୟରେ ଧ୍ୟାନ ରଖିବାକୁ ପଡିବ ।

ଦିନେ ଦୁଇ ଦିନ ଆରାମ କରନ୍ତୁ –

ଯଦି ପ୍ରତିଷେଧକ ଟୀକା ନେଇ ସାରିଛନ୍ତି, ତେବେ ଏହିପରି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣ ଘରେ ରହି ଦିନେ ଦୁଇଦିନ ଆରାମ ନେବାକୁ ପଡିବ । କାରଣ ପ୍ରତିଷେଧକ ଟୀକା ଲଗାଇବାର ୨୪ ଘଣ୍ଟା ପରେ ଶରୀରରେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ନଜର ଆସେ । ଏମିତିରେ ଆପଣଙ୍କୁ ଦିନେ ଦୁଇଦିନ ପର୍ଯ୍ୟନ୍ତ ଆରାମ କରି ନିଜର ଧ୍ୟାନ ରଖିବା ଜରୁରୀ ଅଟେ ଏବଂ ଯେତେବେଳେ ଆପଣ ସୁସ୍ଥ ଅନୁଭବ କରିବେ, ସେତେବେଳେ କାମକୁ ଫେରି ଯାଆନ୍ତୁ ।

ଅଧିକ ଭିଡ଼ରୁ ଦୂରେଇ ରୁହନ୍ତୁ –

ପ୍ରତିଷେଧକ ଟୀକାର ପ୍ରଥମ ଡୋଜ ନେବା ପରେ, ଅଧିକ ଜନଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ । ଯଦି ଆପଣ ସିଗାରେଟ କିମ୍ବା ମଦ ସେବନ କରନ୍ତି, ତେବେ ଟୀକା ନେବା ପରେ ସିଗାରେଟ ଓ ମାଦକ ଦ୍ରବ୍ୟ ଠାରୁ କିଛି ଦିନ ଦୂରେଇ ରହିବା ଆବଶ୍ୟକ ଅର୍ଥାତ ଟୀକା ନେବାର କିଛି ଦିନ ପର୍ଯ୍ୟନ୍ତ ସିଗାରେଟ ଓ ମଦ ସେବନ ଆଦୌ କରନ୍ତୁ ନାହିଁ ।

ମାସ୍କ ଲଗାଇବା ଜରୁରୀ ଅଟେ –

ପ୍ରତିଷେଧକ ଟୀକା ନେବା ପରେ ଯଦି ଆପଣ ଭାବୁଛନ୍ତି ଯେ, ବିନା ମାସ୍କରେ କୁଆଡେ ମଧ୍ୟ ବୁଲିପାରିବେ; ତେବେ ଏହା ଆପଣଙ୍କର ଭ୍ରମ ଅଟେ ଅର୍ଥାତ ଏହିପାଇ ଆଦୌ କରନ୍ତୁ ନାହିଁ, ସର୍ବଦା ମାସ୍କ ପରିଧାନ କରନ୍ତୁ । ଯେତେବେଳେ ମଧ୍ୟ ଆପଣ ବାହାରକୁ ଯାଆନ୍ତି, ପୂର୍ବଭଳି ମାସ୍କ ନିଶ୍ଚିତ ଭାବରେ ପିନ୍ଧନ୍ତୁ ଓ ସାମାଜିକ ଦୂରତାକୁ ପାଳନ କରନ୍ତୁ । ଏହିସବୁ ଜିନିଷକୁ ଆପଣ ପ୍ରତିଷେଧକ ଟୀକା ଲଗାଇବା ପରେ ମଧ୍ୟ ଭୁଲନ୍ତୁ ନାହିଁ ।

ସଂପୂର୍ଣ୍ଣ ଭୋଜନ କରନ୍ତୁ –

କରୋନା ପ୍ରତିଷେଧକର ପ୍ରଥମ ଡୋଜ ନେବାପରେ ଆପଣଙ୍କୁ ସୁସ୍ଥ ଭୋଜନ କରିବା ଖୁବ୍ ଜରୁରୀ ଅଟେ । ଏଥିପାଇଁ ପ୍ରତିଷେଧକ ଟୀକା ନେବାପରେ ବାହାରର ଖାଇବା ଗ୍ରହଣ କରନ୍ତୁ ନାହିଁ । ଆପଣ ନିଜ ଭୋଜନରେ ଫଳ ଓ ପନିପରିବା ଖାଆନ୍ତୁ । ଏଥିସହିତ ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ଼ ରଖିବା ପାଇଁ ଆପଣଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ ।

ଅଯଥାରେ ବାହାରକୁ ଆସନ୍ତୁ ନାହିଁ –

ଜଣାଇଦେଉଛୁ ଯେ, କରୋନା ପ୍ରତିଷେଧକ ଟୀକା ଲଗାଇବା ପରେ ଖୁବ କମ୍ ଆପଣଙ୍କୁ ଦୁଇରୁ ଚାରି ଦିନ ଯାତ୍ରା କରିବା ଉଚିତ ନୁହେଁ । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ଅର୍ଥାତ ସିଡିସି ଗାଇଡ଼ଲାଇନକୁ ମଧ୍ୟ ଏହି କଥାର ପରାମର୍ଶ ଦିଆଯାଇଛି ଯେ କରୋନା ପ୍ରତିଷେଧକ ଟୀକା ଲଗାଇବା ପରେ ଅନ୍ୟତ୍ର ଯାତ୍ରା କରନ୍ତୁ ନାହିଁ । ଏଥିପାଇଁ ପ୍ରତିଷେଧକ ଟୀକା ଲଗାଇବା ପରେ ଘରେ ରହିବା ଚେଷ୍ଟା କରନ୍ତୁ ।

୨-୩ ଦିନ ୱାର୍କଆଉଟ କରନ୍ତୁ ନାହିଁ :

ଯଦି ଆପଣ ନିଜ ଫିଟନେସକୁ ନେଇ ବହୁତ ଚିନ୍ତିତ ଏବଂ ପ୍ରତିଦିନ ୱାର୍କଆଉଟ କରନ୍ତି, ତେବେ ପ୍ରତିଷେଧକ ଟୀକା ଲଗାଇବା ପରେ ଆପଣ ୨-୪ ଦିନ ପର୍ଯ୍ୟନ୍ତ କୌଣସି ୱର୍କଆଉଟ କରନ୍ତୁ ନାହିଁ । କାହିଁକି ନା ପ୍ରତିଷେଧକ ଟୀକା ନେବା ପରେ ଆପଣଙ୍କୁ ବିଶ୍ରାମର ଆବଶ୍ୟକ ରହିଛି । କାରଣ ଆପଣ ଶରୀରର ଯେଉଁ ଅଂଶରେ ଇଂଜେକସନ ଲାଗିଥିବେ, ସେଠାରେ କିଛି ଦିନ ପର୍ଯ୍ୟନ୍ତ ପୀଡା ବା ଯନ୍ତ୍ରଣା ହୋଇଥାଏ । ଯଦି ଏପରି ସ୍ଥଳରେ ଆପଣ ୱାର୍କଆଉଟ କରିବେ, ତେବେ ଏହି କଷ୍ଟ ଆହୁରି ବଢିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *