ଯଦି ଆପଣ ଏହି ଅକ୍ଷୟ ତୃତୀୟାରେ ସୁନା କିଣି ପାରିବେ ନାହିଁ, ତେବେ ଏହି ଜିନିଷଗୁଡିକ ନିଶ୍ଚୟ ଦାନ କରନ୍ତୁ । ଆପଣଙ୍କୁ ଅନେକ ଲାଭ ମିଳିବ ।

ଯଦି ଆପଣ ଏହି ଅକ୍ଷୟ ତୃତୀୟାରେ ସୁନା କିଣି ପାରିବେ ନାହିଁ, ତେବେ ଏହି ଜିନିଷଗୁଡିକ ନିଶ୍ଚୟ ଦାନ କରନ୍ତୁ । ଆପଣଙ୍କୁ ଅନେକ ଲାଭ ମିଳିବ ।

ଆଜି ଆମେ ଅକ୍ଷୟ ତୃତୀୟ ସମ୍ବନ୍ଧରେ କିଛି ବିଶେଷ ତଥ୍ୟ ଜାଣିବା । ଏଥିନିମନ୍ତେ ଏହି ଅନୁଛେଦଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ବୈଶାଖ ମାସକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ଦିନ ଭାବରେ ବିବେଚନା କରାଯାଇଥାଏ । ଏହି ମାସରେ ଅକ୍ଷୟ ତୃତୀୟା ପର୍ବ ବି ପଡିଥାଏ ଆଉ କୁହାଯାଏ ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ଓ ମଙ୍ଗଳଦାୟକ ହେଇଥାଏ । ଏହିଦିନ ସୁନା କିଣି ରଖିବା ଦ୍ୱାରା ଘରରେ କେବେ ବି ଧନସମ୍ପଦ ସଙ୍କ୍ରନ୍ତିୟ କୌଣସି ଅଭାବ ଅସୁବିଧା ଦେଖାଯାଇନଥାଏ ।

କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାବରେ ଭୁଷୁଡି ଯାଇଛି । ଏହା ସଙ୍ଗେସଙ୍ଗେ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ । ଏହାର ମୁଖ୍ୟ କାରଣ ଲକ୍ଡ଼ାଉନ୍ । ଏପରି ସମୟରେ ସୁନା କିଣିବା ତ ଦୂର କଥା ଆମେ ନିଜ ପାଇଁ କିଛି ଖାଦ୍ୟ ଜିନିଷ କିଣିବା ବି ସହଜ ସାଧ୍ୟ ହୋଇପାରୁନାହିଁ ।

ଆଜି ଏହି ଅନୁଛେଦରେ ଆମେ ଏହି ବିଷୟରେ କହିବାକୁ ଯାଉଛି କି ଯଦି ଅକ୍ଷୟ ତୃତୀୟାରେ ସୁନା ନ କିଣି ପାରିବେ, ତେବେ ଏପରି ଆଉ କେଉଁ କେଉଁ ଜିନିଷ କିଣି ହେବ ଯାହା କି ଆମ ପାଇଁ ଶୁଭ ଓ ମଙ୍ଗଳଦାୟକ ସାବ୍ୟସ୍ତ ହୋଇପାରିବ । ତେବେ ଆସନ୍ତୁ ଜାଣିବା :

social media

ପ୍ରଥମେ ଆପଣ ପାନୀୟ ପଦାର୍ଥ ସମ୍ବନ୍ଧୀୟ କିଛି ଜିନିଷ ଦାନ କରନ୍ତୁ । କୁହାଯାଏ କି ଅକ୍ଷୟ ତୃତୀୟା ଗ୍ରୀଷ୍ମ ଋତୁରେ ପଡିଥାଏ । ତେଣୁ ଏହି ଋତୁରେ ଜଳ ଦାନ ମହାପୁଣ୍ୟ ହେଇଥାଏ । ତେଣୁ ଆପଣ ଜଳ ସମ୍ବନ୍ଧୀୟ କିଛି ବି ପଦାର୍ଥ ଦାନ କରନ୍ତୁ । ଅକ୍ଷୟ ତୃତୀୟରେ ପାନୀୟ ପଦାର୍ଥ ସମ୍ବନ୍ଧୀୟ କୌଣସି ପଦାର୍ଥ ଦାନ କରିବା ଦ୍ଵାରା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହେଇଥାଏ ।

ଗୋ-ମାତାର ସେବା ବି କରିବା ଦରକାର । କଥାରେ କୁହାଯାଏ, ଭାଗ୍ୟରେ ଥିଲେ ଗୋମାତାଙ୍କ ସେବା କରିବାର ସୁଯୋଗ ମିଳିଥାଏ । ତେଣୁ ଅକ୍ଷୟ ତୃତୀୟ ଦିନ ଆପଣ ଗୋମାତାଙ୍କର ସେବା କରନ୍ତୁ । ଆପଣ ଗୋମାତାଙ୍କୁ ଗୂଡ଼ ମିଶେଇ ଖାଇବାକୁ ଦିଅନ୍ତୁ ଆଉ ସନାତନ ଧର୍ମାନୁସାରେ, ଯେକୌଣସି ବ୍ୟକ୍ତି ଗୋମାତାଙ୍କର ସେବା କରି ନିଜ ଘରର ଅର୍ଥନୀତି ବୃଦ୍ଧି ତଥା ନିଜର ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଓ ନିଜ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ନିମନ୍ତେ କାମନା କରିପାରିବ । ତେଣୁ ଆପଣ ଗୋମାତାଙ୍କର ସେବା କରନ୍ତୁ ।

ଏଥର ସୁନା କିଣିବା ସମ୍ଭପର ନୁହଁ । ତେଣୁ ଆପଣ ଯାହା ବି କିଣୁଛନ୍ତି; ତାହା ଆପଣ ଭଗବାନ ବିଷ୍ଣୁଙ୍କ ପାଦରେ ଉତ୍ସର୍ଗ କରନ୍ତୁ ଏବଂ ତାହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ତେଣୁ ଅକ୍ଷୟ ତୃତୀୟ ଦିନ ଆପଣ ଯାହା ବି କିଣିବେ, ପ୍ରଥମେ ତାହାକୁ ପ୍ରଥମେ ଭଗବାନଙ୍କ ପାଦ ତଳେ ଅର୍ପଣ କରନ୍ତୁ ଏବଂ ପରେ ଆପଣ ନିଜ ପାଇଁ ବ୍ୟବହାର କରନ୍ତୁ । ଏହାପରେ ଆପଣ ଏକ ଲାଲ ରଙ୍ଗର କପଡ଼ା ଆଣି ତାକୁ ବାନ୍ଧି ତାକୁ ଆଲମୀରାରେ ରଖନ୍ତୁ । ଅକ୍ଷୟ ତୃତୀୟାରେ ଏହି ଉପଚାର ଆପଣଙ୍କ ପାଇଁ ଶୁଭ ହେବ ।

ଖାଦ୍ୟ ଦାନକୁ ସନାତନ ଧର୍ମରେ ମହତ୍ ଦାନ ବୋଲି ବିବେଚନା କରା ଯାଇଥାଏ । ତେଣୁ ଆପଣ ଯଦି ଆପଣଙ୍କ ଆଖପାଖରେ କେହି ଦୀନ ଦରିଦ୍ର ବ୍ୟକ୍ତିକୁ ଶସ୍ୟ ତଥା ଧାନ ଇତ୍ୟାଦି ଦାନ କରୁଛନ୍ତି; ତା’ହେଲେ ତାହା ଆପଣଙ୍କ ପାଇଁ ଶୁଭ ବିବେଚିତ ହେବ । ଏହିପରି ଆପଣ ଅକ୍ଷୟ ତୃତୀୟାରେ ସୁନା ନ କିଣି ପାରିଲେ ବି ତାହା ଆପଣଙ୍କ ପାଇଁ ଶୁଭ ବିବେଚିତ ହୋଇପାରେ ।

ଆଶା କରୁଛି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *