‘ବ୍ଲଡ୍ ସୁଗର୍’କୁ ନେଇ ଚିନ୍ତିତ ଥିଲେ ସେବନ କରନ୍ତୁ ଏହି ୭ଟି ଜିନିଷ !

‘ବ୍ଲଡ୍ ସୁଗର୍’କୁ ନେଇ ଚିନ୍ତିତ ଥିଲେ ସେବନ କରନ୍ତୁ ଏହି ୭ଟି ଜିନିଷ !

ବ୍ଲଡ୍ ସୁଗର୍ ବୃଦ୍ଧି ହେଲେ ରାତିରେ ଏହି ୭ଟି ଜିନିଷ ସେବନ କରନ୍ତୁ, ଦେଖନ୍ତୁ ଲିଷ୍ଟବେଡ଼ଟାଇମ୍ ସ୍ନେକ୍ ଖାଇବା ଫଳରେ ରାତି ସମୟରେ ଶର୍କରା ମାତ୍ରାରେ ଯେଉଁ ହ୍ରାସତା ପରିଲକ୍ଷିତ ହୋଇଛି, ସେହି ଅସୁବିଧା ଦୂର ହୋଇଥାଏ ।

ମଧୁମେହ ରୋଗୀଙ୍କୁ ରାତିରେ କଣ ସେବନ କରିବା ଉଚିତ୍ : ସୁସ୍ଥ ଲୋକମାନେ ଯେତେବେଳେ ଭୋଜନ କରନ୍ତି ତେବେ ଶରୀରର ପ୍ରମୁଖ ଅଙ୍ଗ ପେକ୍ରିୟାଜ୍ ଇନସୁଲିନ୍ ବାହାର କରେ କାରଣ ତାଙ୍କ ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହୁ । ଏହି ହରମୋନ୍ ଶରୀରକୁ ଗ୍ଲୁକୋଜ୍ ଅବଶୋଷଣ କରିବା ସଂକେତ ଦେଇଥାଏ । କିନ୍ତୁ ମଧୁମେହ ରୋଗୀଙ୍କ ଶରୀରରେ ଇନସୁଲିନ୍ ପ୍ରସ୍ତୁତ ହୁଏ ନାହିଁ କିମ୍ବା ଶରୀର ଏହାକୁ ବ୍ୟବହାର କରିପାରନ୍ତି ନାହିଁ ।

ଦ ସେଣ୍ଟର୍ ଫର୍ ଡାଇବିଟିଜ୍ ଏଣ୍ଡ ଏଣ୍ଡୋକ୍ରାଇନ୍ କେୟାର୍ ରିପୋର୍ଟ ଅନୁଯାୟୀ ସାରା ରାତି ଲୋକଙ୍କ ରକ୍ତ ଶର୍କରା ସ୍ତରରେ ପରିବର୍ତ୍ତନ ଦେଖାଦିଏ । ଏହା ଫଳରେ ଟାଇପ୍ ୧ ଓ ଟାଇପ୍ ୨ ଡାଇବିଟିଜ୍ ରୋଗୀଙ୍କୁ ସକାଳ ସମୟରେ ରକ୍ତ ଶର୍କରା ନିୟନ୍ତ୍ରଣରେ ଅସୁବିଧା ଉତ୍ପନ ହୁଏ । ଯଦିଓ ବିଛଣାରେ ଯିବା ପୂର୍ବରୁ ଲେଟ୍ ନାଇଟ୍ ସ୍ନେକ୍ ବା ରାତି ସମୟରେ କିଛି ଖାଇବା ଫଳରେ ରୋଗୀର ରକ୍ତ ଶର୍କରା ସନ୍ତୁଳିତ ରହେ ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ଯୋଗାସନ୍, ରକ୍ତ ଶର୍କରା ସ୍ତର ରହେ ନିୟନ୍ତ୍ରିତ
ମଧୁମେହ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏହି ୩ଟି ଉପାୟରେ କ୍ଷୀର ସେବନ କରନ୍ତୁ, ହୋଇପାରେ ଲାଭକାରୀ ।

କିପରି ଅଟେ ଲାଭକାରୀ : ଏହି ରିପୋର୍ଟ ଅନୁଯାୟୀ ବେଡ଼ଟାଇମ୍ ସ୍ନେକ୍ ଖାଇବା ଫଳରେ ରାତି ସମୟରେ ସୁଗର୍ ମାତ୍ରା ହ୍ରାସ ପାଏ । କୁହାଯାଏ ଯେ ରାତି ୨ରୁ୩ ଟା ମଧ୍ୟରେ ଶୋମୋଗି ପ୍ରଭାବ କାରଣରୁ ରକ୍ତ ଶର୍କରା କମ୍ ହୋଇଯାଏ, ଏମିତିରେ ଅଧିକ ହରମୋନ୍ ବାହାରିଥାଏ ଯାହା ଫଳରେ ସକାଳୁ ରକ୍ତ ଶର୍କରା ବୃଦ୍ଧି ପାଏ ।

ଆମେରିକୀୟ ଡାଇବିଟିଜ୍ ଏଶୋସିଏସନ୍ ଅନୁଯାୟୀ ସ୍ନେକରେ ଲୋକଙ୍କୁ ଉଚ୍ଚ ମାତ୍ରାରେ ପ୍ରୋଟିନ୍, ହେଲଦି ଫ୍ୟାଟ୍ ଓ ସୀମିତ ମାତ୍ରାରେ କାର୍ବସ୍ ସେବନ କରିବା ଉଚିତ୍ । ଏହି କମ୍ପୋଜିସନରେ ଭରପୂର ଖାଦ୍ୟ ଗ୍ଲୁକୋଜକୁ ହଠାତ୍ ବୃଦ୍ଧି ପାଇବାକୁ ଦିଏନାହିଁ । ଏହା ଫଳରେ ସକାଳୁ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏନାହିଁ । ଆସନ୍ତୁ ଜାଣିବା କେଉଁ ଜଳଖିଆ ବା ସ୍ନେକ କରିବେ ସେବନ-

ଗୋଟିଏ ମୁଠି ନଟସ୍ : ବାଦାମ୍, ଅଖରୋଟ୍ ଓ ଚିନାବାଦାମରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ ଓ ହେଲଦି ଫ୍ୟାଟ୍ ରହିଥାଏ । ଏଥିସହିତ, ବାଦାମ୍ ଭିଟାମିନ୍-ଇ ଓ ଅଖରୋଟ୍ ଓମେଗା-୩ ଫ୍ୟାଟି ଏସିଡ଼ରେ ଭରପୂର ହୋଇଥାଏ ।

ସିଝା ଅଣ୍ଡା : ଅଣ୍ଡାରେ ଅଧିକ ପ୍ରୋଟିନ୍ ରହିଥାଏ, ଗୋଟିଏ ବଡ଼ ଅଣ୍ଡାରେ ପାଖାପାଖି ୬.୨୯ ଗ୍ରାମ୍ ପ୍ରୋଟିନ୍ ହୋଇଥାଏ । ଏଥିସହିତ ଏଥିରେ କାର୍ବସ୍ ଖୁବ୍ କମ୍ ମାତ୍ରାରେ ମିଳେ । ଏହାବ୍ୟତୀତ, ଫାଇବର୍ ର ମଧ୍ୟ ଭଲ ସ୍ତୋତ୍ର ରହିଛି । ଅଣ୍ଡା ଯାହାକି ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖେ ।

ଲୋ ଫ୍ୟାଟ୍ ପଦାର୍ଥ ଓ ବ୍ୟୋଲ୍ ହୁଇଟ୍ କ୍ରେକର୍ସ: ଚିଜ୍ ବା ଲହୁଣୀରେ ପ୍ରୋଟିନ୍ ରହିଥାଏ ଯେବେକି କ୍ରେକର୍ସ ଡାଇଟରୀ ଫାଇବରରେ ଭରପୂର୍ ହୋଇଥାଏ । ବିଶେଷଜ୍ଞ ମାନଙ୍କ ଅନୁସାରେ ଏଥିରେ ଅନପ୍ରୋସେସଡ୍ ଚିଜ ରହିଥାଏ । ଏଥିରେ ଗ୍ଲାଇସେମିକ୍ ଇଂଡ଼େକ୍ସ କମ୍ ହୋଇଥାଏ ।

ଏହିସବୁ ଖାଦ୍ୟ ପଦାର୍ଥକୁ କରନ୍ତୁ ସାମିଲ୍ : ନନ୍ ଷ୍ଟାର୍ଚ୍ଚ ଯୁକ୍ତ ପନିପରିବା ସେବନ କରିବା ଫଳରେ ଶର୍କରା ମାତ୍ରା ନିୟନ୍ତ୍ରିତ ରହେ । ଛୋଟ ଗାଜର, ଟମାଟୋ ଓ କାକୁଡ଼ି ଏଣ୍ଟି -ଅକ୍ସୀଡେଣ୍ଟ ଭରପୁର୍ ହୋଇଥାଏ । ଏଥିସହିତ ଏଥିରେ କ୍ୟାଲୋରୀ, କାର୍ବସ୍ ଓ ଫ୍ୟାଟ୍ ମିଳେ । ଏହାବ୍ୟତୀତ, ଏୟାର୍ ପପଡ୍ ପପକର୍ଣ୍ଣ, ଚଣା ଭଜା, କଟା ହୋଇଥିବା ସେଓ ଓ ପିନଟ୍ ଲହୁଣୀ ଖାଇପାରିବେ ।

Leave a Reply

Your email address will not be published. Required fields are marked *