ଯଦି ଆପଣଙ୍କ ଚର୍ମରେ ମଧ୍ୟ ପଡ଼ିଥାଏ ଗାର ଗାର ଦାଗ ବା ଷ୍ଟ୍ରେଚ୍ ମର୍କ, ତେବେ ଆପଣନ୍ତୁ ଏହି ଘରୋଇ ଉପାୟ ।

ଯେତେବେଳେ ଗୋଟିଏ ମହିଳା ଗର୍ଭବତୀ ହୋଇଥାଏ, ଗୋଟିଏ ପଟେ ଶାରୀରିକ କଷ୍ଟ ସହ୍ୟ କରିଥାଏ ଓ ମାନସିକ ଚିନ୍ତା ମଧ୍ୟ ରହିଥାଏ । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ମହିଳାଟି ଯେତେବେଳେ ପ୍ରବାସ କରିଥାଏ, ତା’ପରେ ପରେ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗର୍ଭବତୀ କାରଣରୁ ଚର୍ମରେ ଷ୍ଟ୍ରେଚ୍ ମର୍କ ବା ଗାର ଗାର ଦାଗ ପଡ଼ିଯାଏ । ଯାହା ଦେଖିବାକୁ ଆଦୌ ଭଲ ଲାଗେ ନାହିଁ ।

Google

ବିଶେଷ କରି ଯେଉଁ ଲୋକମାନେ କମ୍ ସମୟ ମଧ୍ୟରେ ଅଧିକ ଓଜନ ହ୍ରାସ କରନ୍ତି, ସେମାନଙ୍କ ଶରୀରର ପ୍ରାୟ ସ୍ଥାନରେ ଷ୍ଟ୍ରେଚ୍ ମାର୍କ ଦେଖାଇବାକୁ ମିଳିଥାଏ । ବାସ୍ତବରେ, ଯେତେବେଳେ ଚର୍ମ ତଳେ ଜମା ହୋଇଥିବା ଚର୍ବି ଗୁଡିକ ନଷ୍ଟ ହୋଇଯାଏ, ସେତେବେଳେ ଚର୍ମରେ ଦାଗ ଦେଖାଯିବା ଆରମ୍ଭ ହୋଇଥାଏ ଏବଂ ଚର୍ମର ସ୍ଥାନେ ସ୍ଥାନେ ଫାଟ ସୃଷ୍ଟି ହୁଏ । ଏହି ଷ୍ଟ୍ରେଚ୍ ମାର୍କଗୁଡ଼ିକ ଖରାପ ଦେଖାଯାଏ ଏବଂ ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ଓଜନ ହ୍ରାସ ପରେ ସାଧାରଣତଃ ଅଣ୍ଟା, ପିଠି, ଜଙ୍ଘ, କାନ୍ଧ ଏବଂ ବାହୁରେ ଷ୍ଟ୍ରେଚ୍ ମାର୍କ ଦେଖାଯାଏ, କାରଣ ଏହି ସ୍ଥାନଗୁଡ଼ିକରେ ଚର୍ବି ଅଧିକ ଥାଏ । ଯେଉଁଥିରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ଅଧିକ ଦାମିକିଆ କ୍ରୀମ୍ ବ୍ୟବହାର କରନ୍ତି । ତଥାପି ସେହି ଚିହ୍ନ ବା ଷ୍ଟ୍ରେଚ୍ ମର୍କ ଯାଇନଥାଏ ।

ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ ଷ୍ଟ୍ରେଚ୍ ମର୍କ ବା ଏହି ଦାଗରୁ କିପରି ମୁକ୍ତି ପାଇବେ ସେହି ବିଷୟରେ କିଛି ଘରୋଇ ଉପାୟ ନେଇ ଆସିଛୁ । ଆସନ୍ତୁ ଜାଣିବା :

ଏହିପରି ଦାଗ କାହିଁକି ହୋଇଥାଏ :

Google

– ପ୍ରସବ ପରେ ମହିଳାମାନଙ୍କ ହରୋମାନରେ ଅସନ୍ତୁଳନ ହେବା ଫଳରେ ଚର୍ମରେ ଏହି ପରି ଷ୍ଟ୍ରେଚ୍ ମର୍କ ବା ଦାଗ ହୋଇଥାଏ ।

– ପ୍ରସାବ ପରେ ମହିଳାମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡିଥାନ୍ତି । ଯାହାର ପ୍ରଭାବରେ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ । ସେହି ମଧ୍ୟରୁ ଷ୍ଟ୍ରେଚ୍ ମର୍କ ଅନ୍ୟତମ ।

– ପ୍ରସବ ପରେ ମହିଳାମାନେ ଶିଶୁକୁ ଦେଖା ଚହାଁ କରିବାରେ ବ୍ୟସ୍ତ ହୋଇଯାଇଥାନ୍ତି । ଯେଉଁଥି କାରଣରୁ ମହିଳାମାନେ ପୂର୍ଣ୍ଣ ମାତ୍ରାରେ ଶୋଇ ପାରନ୍ତି ନାହିଁ । ତେଣୁ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ ।

– ପ୍ରସବ ପରେ ମହିଳାମାନେ ଶରୀର ଏବଂ ମାନସିକ ରୂପରେ ଦୁର୍ବଳ ହୋଇଯାଇଥାନ୍ତି । ତେଣୁ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ ।

ଆସନ୍ତୁ ଜାଣିବା ଷ୍ଟ୍ରେଚ୍ ଦୂର କରିବାର କିଛି ଘରୋଇ ଉପଚାର :

Google

– ଗୋଟେ ବଡ଼ ଚାମଚ ଘି’କୁଆଁରି ରସ ଏବଂ କିଛି କେଷ୍ଟ୍ରୋର ତେଲ (Castor Oil) ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ହାଲକା ଗରମ କରନ୍ତୁ । ଉଷୁମ ଅବସ୍ଥାରେ ଥିବା ତେଲକୁ ଦାଗ ହୋଇଥିବା ସ୍ଥାନରେ ଲଗାଇ, ରାତିସାରା ଛାଡି ଦିଅନ୍ତୁ । ଏହା ଚର୍ମକୁ ସଙ୍କୁଚିତ କରିବାରେ ସହାୟତା କରେ ।

Google

– ଦୁଇ ଚାମଚ ଆଳୁ ରସକୁ କେଷ୍ଟ୍ରୋର ତେଲ (Castor Oil) ସହ ମିଶାନ୍ତୁ । ଏହାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଥଣ୍ଡା କରି ଦିଅନ୍ତୁ । ପରେ ଏହି ମିଶ୍ରଣକୁ ନିଜ ଚର୍ମରେ ୩୦ ମିନିଟ ପର୍ଯ୍ୟନ୍ତ ଘୋଷନ୍ତୁ । ଏହାପରେ ଉଷୁମ ପାଣିରେ ଚର୍ମକୁ ଧୋଇ ଦିଅନ୍ତୁ । ଏହା ଚର୍ମର ଇଲଷ୍ଟିସିଟିକୁ ସୁଧାରି ଥାଏ ଏବଂ ଚର୍ମର ଷ୍ଟ୍ରେଚ୍ ମର୍କ ବା ଦାଗ ରୋକିବାରେ ସହାୟତା କରେ ।

– କେଷ୍ଟ୍ରୋର ତେଲକୁ ଉଷୁମ କରି ଦାଗ ହୋଇଥିବା ଜାଗାରେ ଲଗାଇ ଘୋଷନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଏମିତ ଛାଡି ଦିଅନ୍ତୁ । ଏହା ପରେ ଉଷୁମ ପାଣିରେ ଗାଧନ୍ତୁ । ଏହା ଚର୍ମରେ ଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

Be the first to comment

Leave a Reply

Your email address will not be published.


*