ଯଦି ଆପଣଙ୍କର ଏହି ବ୍ୟାଙ୍କଗୁଡିକରେ ଆକାଉଣ୍ଟ୍ ଅଛି, ତେବେ ମାର୍ଚ୍ଚ ୩୧ ମଧ୍ୟରେ କରିନିଅନ୍ତୁ ଚେକ୍ ! ନଚେତ ଆପଣ କରିପାରିବେ ନାହିଁ ଟଙ୍କା କାରବାର…

ଯଦି ଆପଣଙ୍କର ଏହି ବ୍ୟାଙ୍କଗୁଡିକରେ ଆକାଉଣ୍ଟ୍ ଅଛି, ତେବେ ମାର୍ଚ୍ଚ ୩୧ ମଧ୍ୟରେ କରିନିଅନ୍ତୁ ଚେକ୍ ! ନଚେତ ଆପଣ କରିପାରିବେ ନାହିଁ ଟଙ୍କା କାରବାର…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏପରି ବ୍ୟାଙ୍କଗୁଡିକର ଗ୍ରାହକ ଅଟନ୍ତି ଯାହା ନିକଟରେ ଅନ୍ୟ ସହ ମିଶ୍ରିତ ହୋଇଛି ତେବେ ଆସନ୍ତା ମାସରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା ଅନିବାର୍ଯ୍ୟ ଅଟେ । ବ୍ୟାଙ୍କ ଅଫ ବରୋଦା ନିଜ ଗ୍ରାହକମାନଙ୍କୁ ମାର୍ଚ ୧ରୁ ହେବାକୁ ଥିବା ପରିବର୍ତନ ବିଷୟରେ ଟ୍ୱିଟ କରି ଜଣାଇଛି । ବ୍ୟାଙ୍କ ଏହାର ଆଇଏଫସି କୋଡ୍ ଏବଂ ଏମଆଇସିଆର କୋଡ୍ ପରିବର୍ତ୍ତନ କରିବାକୁ ଯାଉଛି । ମାର୍ଚ୍ଚ୧ ପରେ ପୁରୁଣା କୋଡ୍ ଦ୍ୱାରା ଟଙ୍କା କାରବାର ହୋଇପାରିବ ନାହିଁ ।

ସରକାର ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରଣ କରିଛନ୍ତି । ଆଗରୁ ଯେଉଁମାନେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ଗ୍ରାହକ ଥିଲେ ଏବେ ସେମାନେ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ଅଟନ୍ତି । ବ୍ୟାଙ୍କ ଅଫ୍ ବରୋଦାର ଉତ୍ତରପ୍ରଦେଶରେ ପ୍ରାୟ ୧୪୨୦ଟି ଶାଖା ଅଛି । ବିଜୟା ବ୍ୟାଙ୍କର ୧୫୮ଟି ଶାଖା ଏବଂ ଦେନା ବ୍ୟାଙ୍କର ୮୨ଟି ଶାଖା ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରିତ ହୋଇଛି । ଏହି ମିଶ୍ରଣ ପରେ ବ୍ୟାଙ୍କ ଅଫ୍ ବରୋଦାର ଶାଖା ସଂଖ୍ୟା ବୃଦ୍ଧି ପାଇଛି ଏବଂ ସେଠାରେ ଲକ୍ଷ ଲକ୍ଷ ନୂତନ ଆକାଉଣ୍ଟଧାରୀ ମଧ୍ୟ ଯୋଗ ହୋଇଛନ୍ତି ।

ବର୍ତ୍ତମାନ ବ୍ୟାଙ୍କ ମାର୍ଚ୍ଚ ୧ରୁ ଏହାର ଆଇଏଫସି କୋଡ୍ ପରିବର୍ତ୍ତନ କରିବାକୁ ଯାଉଛି । ଏଥିପାଇଁ ବ୍ୟାଙ୍କ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟ୍ୱିଟ ମାଧ୍ୟମରେ ଏହା କୁହାଯାଇଛି ଯେ ଇ-ବିଜୟା ବ୍ୟାଙ୍କ ଏବଂ ଇ-ଦେନା ବ୍ୟାଙ୍କର ଆଇଏଫସି କୋଡ୍ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ ଶାଖାଗୁଡ଼ିକରୁ ଆପଣ ନୂତନ କୋଡ୍ ପାଇପାରିବେ ।

ଜାଣନ୍ତୁ ନିଜର ନୂତନ ଆଇଏଫସି କୋଡ୍ ଏବଂ ଏମସିଆଇଆର କୋଡ୍

ବ୍ୟାଙ୍କର ୱେବସାଇଟ https://www.bankofbaroda.inରେ ପ୍ରତ୍ୟେକ ଶାଖାର ନୂତନ ଆଇଏଫସି କୋଡ୍ ଏବଂ ନୂତନ ଏମସିଆଇଆର କୋଡ଼ର ସମ୍ପୂର୍ଣ୍ଣ ସୂଚନା ଅପଲୋଡ୍ ହୋଇଛି । ୱେବସାଇଟ୍ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଖୋଲାଯାଇପାରିବ । ଏହି ପେଜରେ ଇଂରାଜୀରେ ‘amlagation’ କିମ୍ବା ହିନ୍ଦୀରେ ସମ୍ମିଳନ ଉପରେ କ୍ଲିକ୍ କରିବା ଦ୍ୱାରା ପେଜ୍ ଖୋଲିଯିବ । ରାଜ୍ୟ, ସହର ଏବଂ ଶାଖା ନାମ ଦେବା ମାତ୍ରେ ନୂତନ ଆଇଏଫସି କୋଡ୍ ଏବଂ ଏମସିଆଇଆର କୋଡ୍ ଆପଣ ଦେଖିପାରିବେ ।

ଟୋଲ୍ ଫ୍ରି ନମ୍ବର

ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ଜାରି କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୮୦୦ ୨୫୮ ୧୭୦୦କୁ କଲ୍ କରି ମଧ୍ୟ ଗ୍ରାହକମାନେ ନୂତନ କୋଡ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

ମେସେଜ୍ ଦ୍ୱାରା

ୱେବସାଇଟ ଏବଂ ଟୋଲ୍ ଫ୍ରି ନମ୍ବର ବ୍ୟତୀତ, ଆପଣ ଶାଖାର ନୂତନ କୋଡ୍ ମେସେଜିଂ ଦ୍ୱାରା ମଧ୍ୟ ପାଇପାରିବେ । ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ପୁରୁଣା ଆକାଉଣ୍ଟ ନମ୍ବରର ଶେଷ ଚାରୋଟି ଅଙ୍କ ଟାଇପ୍ କରି ଆପଣଙ୍କୁ ଏହାକୁ ୮୪୨୨୦୦୯୯୮୮କୁ ପଠାଇବାକୁ ପଡିବ । ଏହାପରେ ଆପଣ ନିଜର ନୂତନ ଆଇଏଫସି କୋଡଡ୍ ଏବଂ ଏମସିଆଇଆର କୋଡ୍ ପ୍ରାପ୍ତ କରିପାରିବେ ।

Leave a Reply

Your email address will not be published. Required fields are marked *