ଯଦି ଆପଣଙ୍କ ଶରୀରରେ ଦେଖାଦେଉଛି ଏହି ୮ଟି ଲକ୍ଷଣ ତେବେ ଆପଣଙ୍କୁ ହୋଇପାରେ କରୋନା ! ଏହି ଉପାୟରେ ହୁଅନ୍ତୁ ନିଶ୍ଚିନ୍ତ…

ଯଦି ଆପଣଙ୍କ ଶରୀରରେ ଦେଖାଦେଉଛି ଏହି ୮ଟି ଲକ୍ଷଣ ତେବେ ଆପଣଙ୍କୁ ହୋଇପାରେ କରୋନା ! ଏହି ଉପାୟରେ ହୁଅନ୍ତୁ ନିଶ୍ଚିନ୍ତ…

କରୋନା ଭାଇରସ୍ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତାର କାରଣ । ଆଜି ବି ଅନେକ ଲୋକ ଏହି ଭୁଲ୍ ଧାରଣାରେ ଅଛନ୍ତି ଯେ ସେମାନଙ୍କୁ କରୋନା ହେବ ନାହିଁ କିନ୍ତୁ ଏହା ସତ୍ୟ ନୁହେଁ । କରୋନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବାଟ ଦେଇ ପ୍ରଭାବିତ କରୁଛି କିନ୍ତୁ ପାର୍ଥକ୍ୟ ହେଉଛି କାହାକୁ ଏହି ଭୁତାଣୁ ଶୀଘ୍ର ସଂକ୍ରମିତ କରୁଛି ଏବଂ କେହି କେହି ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ମଧ୍ୟ ଜଣାପଡୁନାହିଁ । ଅର୍ଥାତ ଲୋକମାନଙ୍କୁ କରୋନା ହେଉଛି କିନ୍ତୁ ସେମାନେ ଏହା ଜାଣିପାରୁନାହାନ୍ତି । ଏହି ବିବୃତି ଦେଇଛନ୍ତି କେଜିଏମୟୁ ଡାକ୍ତର୍ ତଥା ମିରଟର ପୂର୍ବ ନୋଡାଲ୍ ଅଧିକାରୀ ଡକ୍ଟର୍ ବେଦ ପ୍ରକାଶ ।

ଡକ୍ଟର ବେଦ ପ୍ରକାଶଙ୍କ ଅନୁଯାୟୀ ଅନେକ ଲୋକ ଅଛନ୍ତି ଯେଉଁମାନେ ପୂର୍ବଥର କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ହେତୁ ବର୍ତ୍ତମାନ କରୋନା ସେମାନଙ୍କର କୌଣସି କ୍ଷତି କରିପାରିନାହିଁ । ଏହିପରି ଲୋକମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କୁ ଦିନେ କିମ୍ବା ଦୁଇ ଦିନ ପାଇଁ ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ଅନୁଭବ ହେଉଛି ଏବଂ ସେମାନେ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । କିନ୍ତୁ ଏହି ୮ଟି ଲକ୍ଷଣ ଦ୍ୱାରା ଆପଣ ଜାଣିପାରିବେ ଯେ ବ୍ୟକ୍ତିଟି କରୋନା ସଂକ୍ରମିତ କି ନାହିଁ ।

ଛାତିରେ ଯନ୍ତ୍ରଣା

କୋଭିଡ୍-୧୯ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି ତେବେ ଆପଣଙ୍କୁ କରୋନା ହୋଇଥାଇପାରେ । ଏହି ଯନ୍ତ୍ରଣା ସାଧାରଣ ବ୍ୟକ୍ତିଙ୍କ ଠାରେ ଦୁଇ ସପ୍ତାହ ରହିଥାଏ ଏବଂ ଗୁରୁତର ବ୍ୟକ୍ତିଙ୍କ ନିକଟରେ ୬ସପ୍ତାହ ପର୍ଯ୍ୟନ୍ତ ରହେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଥକା ଲାଗିବା

କୋଭିଡ୍ ଦ୍ୱାରା ସଂକ୍ରମିତ ହେବାପରେ ଆପଣ ଅଧିକ କ୍ଳାନ୍ତ ଅନୁଭବ କରିପାରନ୍ତି ତେଣୁ ଯଦି ଆପଣ ଶୋଇବା ପରେ ମଧ୍ୟ ଥକ୍କା ଅନୁଭବ କରୁଛନ୍ତି ତେବେ ଏହା ଭୁତାଣୁ ଦ୍ୱାରା ସଂକ୍ରମିତ ହେବାର ଲକ୍ଷଣ । ଏପରି ଲକ୍ଷଣ ଦେଖାଦେଲେ ଅବହେଳା କରନ୍ତୁ ନାହିଁ ।

କମ୍ପ ଲାଗିବା

ଶୀତଦିନେ ଥଣ୍ଡା ଲାଗିବା ଏକ ସାଧାରଣ ଘଟଣା କିନ୍ତୁ ଯଦି ଆପଣ ଏହି ଲକ୍ଷଣକୁ ୨୦୧୯ର ଶେଷ ଭାଗରେ ଏବଂ ୨୦୨୦ପ୍ରାରମ୍ଭରେ ଅନୁଭବ କରିଛନ୍ତି, ତେବେ ସମ୍ଭବତଃ ଆପଣଙ୍କୁ କରୋନା ହୋଇସାରିଛି । କୋଭିଡ୍ ପ୍ରାୟ ଦୁଇ ସପ୍ତାହ କିମ୍ବା ଅଧିକ ସମୟ ଧରି ଶରୀରରେ ରହିଥାଏ । ଯଦି ଆପଣଙ୍କୁ ଗୋଟିଏ କିମ୍ବା ଦୁଇଦିନ ଧରି ଥଣ୍ଡା ଅନୁଭବ ହୋଇଥାଏ ତେବେ ଏହା ସାଧାରଣ ଅଟେ କିନ୍ତୁ ଯଦି ଆପଣଙ୍କୁ ଥଣ୍ଡା ପରେ ଜ୍ଵର ଅନୁଭବ ହୋଇଛି ତେବେ ଆପଣଙ୍କୁ କୋଭିଡ୍ ହୋଇଥାଇପାରେ ।

ଶରୀରରେ ତାପମାତ୍ରା ବଢିବା

ଜ୍ୱର କୋଭିଡର ଏକମାତ୍ର ପ୍ରମୁଖ ଲକ୍ଷଣ ନୁହେଁ । ଯେଉଁ ବ୍ୟକ୍ତି ଜ୍ୱରରେ ପୀଡିତ କିମ୍ବା ଯେଉଁ ବ୍ୟକ୍ତିଙ୍କର ଶରୀରର ତାପମାତ୍ରା ୯୯-୧୦୩ ଡିଗ୍ରୀ ତେବେ ସେ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଧରାଯାଏ । ଏହି ତାପମାତ୍ରା ଶରୀରରେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ଏହା ସହ ଥଣ୍ଡା ଓ କମ୍ପନ ମଧ୍ୟ ଅନୁଭବ ହୋଇପାରେ । ଯଦି କୌଣସି ବ୍ୟକ୍ତିଙ୍କ ପିଠି କିମ୍ବା ଛାତିରେ ଉତ୍ତାପ ଅନୁଭବ ହେଉଥାଏ ତେବେ ସେହି ବ୍ୟକ୍ତି କୋଭିଡ୍ ସଂକ୍ରମିତ ହୋଇପାରନ୍ତି ।

ଗନ୍ଧ ଜଣା ନ ପଡିବା

ଯଦି କୌଣସି ବ୍ୟକ୍ତି ପୂର୍ବରୁ ଏପରି କେବେ ଅନୁଭବ କରିଛନ୍ତି ଯେ ସେ କୌଣସି ଖାଦ୍ୟ ପଦାର୍ଥର ସ୍ୱାଦ କିମ୍ଵା ଗନ୍ଧ ଜାଣିପାରୁନାହାନ୍ତି ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥିଲେ । ଏହି ଲକ୍ଷଣ ପ୍ରାୟ ୮୦ ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ ଯେଉଁମାନେ କରୋନା ପଜିଟିଭ୍ ହୋଇଥାନ୍ତି । ଯଦି ଏପରି କେହି ଅନୁଭବ କରିଛନ୍ତି ତେବେ ଏହା ନିଶ୍ଚିତ ଯେ ତାଙ୍କୁ କରୋନା ହୋଇଥିଲା କିନ୍ତୁ ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି ହେତୁ କରୋନା ଠାରୁ ରକ୍ଷା ପାଇଯାଇଛନ୍ତି ।

ନିଶ୍ୱାସ ନେବାରେ ଅସୁବିଧା

ଯଦି ଆପଣଙ୍କୁ ବିନା କାରଣରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ଏହାର ଅର୍ଥ ହେଉଛି ଆପଣ କୋଭିଡ୍ ଭୁତାଣୁ ଦ୍ୱାରା ସଂକ୍ରମିତ ଅଟନ୍ତି ।

ଆଖିରେ ଯନ୍ତ୍ରଣା

ଅନେକ ପ୍ରକାରର ଭାଇରାଲ୍ ସଂକ୍ରମଣ ଦ୍ୱାରା ଆଖି ଲାଲ୍ ହୋଇ ଆଖିରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ କୋଭିଡ୍ ମହାମାରୀ ସମୟରେ ଆମକୁ ବାରମ୍ବାର ହାତ ଧୋଇବା ଏବଂ ଆଖିକୁ ବାରମ୍ବାର ନଛୁଇଁବାକୁ ପରାମର୍ଶ ଦିଆଯାଉଛି ଏହାର କାରଣ ହେଉଛି କୋଭିଡ୍-୧୯ ଆପଣଙ୍କ ଆଖି ଉପରେ ପ୍ରଭାବ ପକାଇପାରେ । ଯଦି ଆପଣଙ୍କ ଆଖିରୁ ଲଗାତର ଭାବେ ପାଣି ବାହାରୁଛି ଏବଂ ଆପଣଙ୍କୁ ସ୍ପଷ୍ଟ ଦେଖାଯାଉ ନାହିଁ ତେବେ ସମ୍ଭବତଃ ଆପଣ ଏହି ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥାଇପାରନ୍ତି ।

କ୍ରମାଗତ ଭାବେ କାଶ ଲାଗିରହିବା

କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହେବାର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ହେଉଛି କାଶ । ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ଏବଂ ସହଜରେ ଭଲ ହେଉନାହିଁ ତେବେ ଏହା କୋଭିଡ୍-୧୯ର ଲକ୍ଷଣ ହୋଇପାରେ ଥଣ୍ଡା ଯୋଗୁଁ ହେଉଥିବା କାଶଠାରୁ ଏହା ସାମାନ୍ୟ ଭିନ୍ନ ଅଟେ । ଏହି ରୋଗ ହେଲେ ଆରମ୍ଭରେ ସାମାନ୍ୟ କାଶ ହୋଇପାରେ, କିନ୍ତୁ ୫-୭ ଦିନ ଯାଏ କାଶ ଲାଗିରହିବ । ଯଦି ଆପଣଙ୍କ ଠାରେ ମଧ୍ୟ ପୁର୍ବରୁ ଏହି ଲକ୍ଷଣ ଦେଖାଦେଇଛି ତେବେ ଆପଣଙ୍କୁ କରୋନା ହୋଇସାରିଛି ଏବଂ ଆପଣ ଜାଣି ପାରିନାହାଁନ୍ତି ।

Leave a Reply

Your email address will not be published. Required fields are marked *