ଯଦି ଏହି ୭ଟି ପ୍ରାଣୀ ନିଦ୍ରାଗତ ଅବସ୍ଥାରେ ଅଛନ୍ତି, ତା’ହେଲେ ଭୁଲରେ ମଧ୍ୟ ସେମାନଙ୍କୁ ଉଠାନ୍ତୁ ନାହିଁ ! ନଚେତ ହୋଇପାରେ ଆପଣଙ୍କର ମୃତ୍ୟୁ ।

ଯଦି ଏହି ୭ଟି ପ୍ରାଣୀ ନିଦ୍ରାଗତ ଅବସ୍ଥାରେ ଅଛନ୍ତି, ତା’ହେଲେ ଭୁଲରେ ମଧ୍ୟ ସେମାନଙ୍କୁ ଉଠାନ୍ତୁ ନାହିଁ ! ନଚେତ ହୋଇପାରେ ଆପଣଙ୍କର ମୃତ୍ୟୁ ।

ଚନ୍ଦ୍ରଗୁପ୍ତ ଭଳି ବାଳକକୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଚାଣକ୍ୟ । ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜାତି ବା ସମାଜ ପାଇଁ ଯାହା କିଛି ବର୍ଣ୍ଣନା କରିଯାଇଛନ୍ତି, ସେଗୁଡିକ ଯଦି ମନୁଷ୍ୟ ନିଜ ଦିନଚର୍ଯ୍ୟାରେ ପାଳନ କରେ, ତେବେ ସମସ୍ତ ଅସୁବିଧାରୁ ମନୁଷ୍ୟକୁ ମୁକ୍ତି ମିଳିପାରିବ । ସେ ନିଜ ନୀତିଶାସ୍ତ୍ର ମାଧ୍ୟମରେ କହିଛନ୍ତି; ଯଦି ଏହି ୭ଟି ପ୍ରାଣୀ ନିଦ୍ରାରେ ଶୋଇଛନ୍ତି ତା’ହେଲେ ସେମାନଙ୍କୁ ନିଦ୍ରାରୁ ଉଠାନ୍ତୁ ନାହିଁ । ଉଠାଇବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ ।

ଅହିଂ ନୃପଂ ଚ ଶର୍ଦୁଲଂ ବରଟିଂ ବାଳକଂ ତଥା । ପଶ୍ଚାନଂ ଚ ମୂର୍ଖ ଚ ସପ୍ତ ସୁପ୍ତନ୍ନ ବୋଧୟେତ୍ ।

ଏହି ଶୋଳ୍କ ମାଧ୍ୟମରେ ଚଣକ୍ୟ କହିଛନ୍ତି ଯେ, ରାଜାଙ୍କୁ ନିଦ୍ରାରୁ ଉଠାଇବା ଅନୁଚିତ । କାରଣ ରାଜାଙ୍କୁ ନିଦ୍ରାରୁ ଉଠାଇବା ଦ୍ୱାରା ସେ କ୍ରୋଧିତ ହୋଇ ଆପଣଙ୍କୁ ଦଣ୍ଡିତ କରିପାରନ୍ତି । ଏହି ଦଣ୍ଡରେ ଆପଣଙ୍କୁ ମୃତ୍ୟୁ ଦଣ୍ଡ ମଧ୍ୟ ମିଳିପାରେ । ଏହି କଥାଟି ସେହି ସମୟରେ ଅର୍ଥାତ ରାଜା-ମହାରାଜାଙ୍କ ସମୟରେ ଚାଣକ୍ୟ କହିଥିଲେ । ଯାହାକୁ ବର୍ତ୍ତମାନ ସେହି ସମୟର ଶାସନ ବ୍ୟବସ୍ଥା ସହ ଯୋଡି ଦେଖାଯାଇପାରିବ ।

Google

ସିଂହ ଯଦି ଶୋଇରହିଥାଏ, ତା’ହେଲେ ତାକୁ ଉଠାନ୍ତୁ ନାହିଁ । ତାକୁ ଯଦି ଉଠାଇବେ, ତେବେ ଆପଣଙ୍କୁ ମୃତ୍ୟୁକୁ ବରଣ କରିବାକୁ ହେବ । ଏଥିପାଇଁ ସିଂହକୁ ନିଦ୍ରାରୁ ଉଠାଇବା ଅନୁଚିତ ଓ ଏହାକୁ ଚେଷ୍ଟା କରିବା ମଧ୍ୟ ମୂର୍ଖତାର ପରିଚୟ ଦେବା ।

ବିଛା ଭଳି ବିଷଧର କୀଟକୁ ନିଦ୍ରାରୁ ଉଠାଇବା ଅନୁଚିତ । କାରଣ ଉଠାଇବା ଦ୍ୱାରା ସେ ସର୍ବପ୍ରଥମେ ଡ଼ଙ୍କ ମାରିଥାନ୍ତି ।ଏହିପରି ସ୍ଥଳରେ ଆପଣଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ ।

Google

ସାପ ଯଦି ସ୍ଥିର ଅବସ୍ଥାରେ ଥାଏ ଓ ଶୋଇ ରହିଥାଏ; ତା’ହେଲେ ତାକୁ ନିଦ୍ରାରୁ ଉଠାଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ ।

Google

ଛୋଟପିଲା ଶୋଇ ରହିଥିବା ସମୟରେ ସେମାନଙ୍କୁ ଉଠାଇବା ଅନୁଚିତ ହୋଇଥାଏ । କାରଣ ଛୋଟପିଲାମାନେ ସାଧାରଣତଃ ଜିଦ୍ ସ୍ଵଭାବର ହୋଇଥାନ୍ତି ଏବଂ ଛୋଟ ଛୁଆଙ୍କୁ ବିରକ୍ତ କରାଇବା ଆପଣଙ୍କ ଉପରେ ଭାରି ପଡିଥାଏ । ଏପରି ସ୍ଥଳରେ ନିଦ୍ରାରୁ ଉଠାଇବା ସମୟରେ ସେ ଆପଣଙ୍କ ପାଇଁ ବହୁତ ଚିନ୍ତାର କାରଣ ହୋଇପାରନ୍ତି ।

ଯଦି କୌଣସି ପଶୁ ହିଂସ୍ର ଅଟେ, ତା’ହେଲେ ତାକୁ ନିଦ୍ରାରୁ ଉଠାଇବା ଅନୁଚିତ । କାରଣ କୌଣସି ବି ବ୍ୟକ୍ତି ପାଇଁ ଏହା ବହୁତ ବଡ଼ ବିପଦପୂର୍ଣ ହୋଇଥାଏ ।

ମୂର୍ଖ ବ୍ୟକ୍ତିଙ୍କୁ ଉଠାଇବା ମଧ୍ୟ ବହୁତ ବଡ଼ ଭୁଲ୍ ହୋଇଥାଏ । କାରଣ ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା କୌଣସି ଏକ ଷଣ୍ଢ ଆଗରେ ପିଇଙ୍କାଳି ବଜାଇବା ସଦୃଶ ହୋଇଥାଏ । ଏଥିପାଇଁ ଯଦି ସେମାନେ ଅଧା ନିଦ୍ରାରୁ ଉଠିଯାନ୍ତି, ତା’ହେଲେ ସେ ଆପଣଙ୍କ ପାଇଁ ବହୁତ ବଡ଼ ସମସ୍ୟା ସୃଷ୍ଟି କରିପାରନ୍ତି ।

Leave a Reply

Your email address will not be published. Required fields are marked *