ଯଦି ଆପଣଙ୍କ ଶରୀରରେ ଏପରି ୫ଟି ଲକ୍ଷଣ ଦେଖାଯାଉଛି ତେବେ ହୋଇ ଯାଆନ୍ତୁ ସାବଧାନ ! ହାଇପୋଥାଇରାୟଡିଜିମର ଅଟେ ସଙ୍କେତ

ସାଧାରଣତଃ ହାଇପୋଥାଇରାୟଡିଜିମ୍ ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖା ଦେଇଥାଏ କିନ୍ତୁ କେତେକ ସମୟରେ ଏହା ପୁରୁଷଙ୍କ ଠାରେ ମଧ୍ୟ ଏହାର ଲକ୍ଷଣ ଦେଖା ଯାଇଥାଏ । ହାଇପୋଥାଇରାୟଡିଜିମର ଅର୍ଥ ଆପଣଙ୍କର ଥାଇରୋଏଡ଼ ଗ୍ରନ୍ଥି ଅଣ୍ଡରଆକ୍ଟିଭ ଅଟେ ଯେଉଁଥିରେ ଆପଣଙ୍କର ଥାଇରୋଏଡ଼ ଗ୍ରନ୍ଥିର ଆକାର ଧନୁ ଭଳି ହୋଇଥାଏ ଯାହା ଗଳାରେ ରହିଥାଏ । ଥାଇରୋଏଡ଼ କାର୍ଯ୍ୟ ହର୍ମୋନ ନିର୍ମିତ କରିବା ଏବଂ ଏହାକୁ ରକ୍ତରେ ପମ୍ପ କରିବା ଅଟେ, ଯାହାଦ୍ଵାରା ସମ୍ପୂର୍ଣ୍ଣ ଶରୀରରେ ଏହାର ଆବଶ୍ୟକତା ପୂରଣ ହୋଇପାରିବ । ଯେତେବେଳେ ଏହା ନିଷ୍କ୍ରିୟ ହୋଇଯାଏ ସେତେବେଳେ ଏହା ଶରୀରର ବାକି କ୍ରିୟା ଉପରେ ପ୍ରଭାବ ପକାଇଥାଏ ଯେଉଁ କାରଣରୁ ଆପଣଙ୍କୁ ହାଇପୋଥାଇରାୟଡିଜିମ୍ ସମସ୍ୟା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଥାଇରୋଏଡ଼ ଗ୍ରନ୍ଥି ର ଅଣ୍ଡରଆକ୍ଟିଭ ହେବାର କିଛି ବେଶେଷ ଲକ୍ଷଣ ବିଷୟରେ ବିସ୍ତାର ଭାବରେ ସୂଚନା ଦେବାକୁ ଯାଉଛୁ । ଆପଣ ଏହି ଲକ୍ଷଣ ଗୁଡ଼ିକୁ ସମୟ ଥାଉ ଥାଉ ଚିହ୍ନଟ କରି ନିଅନ୍ତୁ ଏବଂ ଏହାର ଚିକିତ୍ସା କରାନ୍ତୁ ନଚେତ ଆପଣଙ୍କୁ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ । ଆସନ୍ତୁ ଜାଣିବା ହାଇପୋଥାଇରାୟଡିଜିମର ସଙ୍କେତ ବିଷୟରେ :-

newstrend

ଓଜନରେ ପରବର୍ତ୍ତନ :-

newstrend

ଯେଉଁ ଲୋକ ଥାଇରୋଏଡ଼ ସମସ୍ୟାରେ ପୀଡ଼ିତ ଥାଆନ୍ତି ସେମାନଙ୍କୁ ଅଧିକ ଭୋକ ହୋଇଥାଏ ଏବଂ ସେମାନେ ସାମାନ୍ୟ ଠାରୁ ଅଧିକ ଭୋଜନର ସେବନ କରନ୍ତି । ପରନ୍ତୁ ଆବଶ୍ୟକତା ଠାରୁ ଅଧିକ ଅଧିକ ଭୋଜନ କରିବା ସତ୍ୱେ ମଧ୍ୟ ଏମାନଙ୍କ ଓଜନ ହ୍ରାସ ହେବାରେ ଲାଗିଥାଏ । ଏପରି ସ୍ଥିତିରେ ମଳ ତ୍ୟାଗ କରିବାରେ ବୃଦ୍ଧି ହୋଇପାରେ । ପୁଣି ଅନ୍ୟ ପକ୍ଷରେ ହାଇପୋଥାଇରୋଏଡ଼ କାରଣରୁ ଚୟାପଚୟ କମିବା ଫଳରେ ଲୋକଙ୍କୁ କମ୍ ଭୋକ ଲାଗିଥାଏ । ତେଣୁ କମ୍ ଭୋଜନ କରିବା ସ୍ଥିତିରେ ଓଜନ ବଢ଼ିବାରେ ଲାଗିଥାଏ । ଏପରି ସ୍ଥିତିରେ କୋଷ୍ଠକାଠିନ୍ୟର ଗତିବିଧିକୁ କମ୍ କରିଥାଏ ।

ଥକାପଣ

newstrend

ଯଦି କୌଣସି ବ୍ୟକ୍ତିକୁ ହାଇପୋଥାଇରୋଏଡ଼ ସମସ୍ୟା ରହିଛି ତେବେ ଏହା ଚୟପଚାୟରେ ଶିଘ୍ରତା ଏବଂ ଅନିୟମିତ ପରିବର୍ତ୍ତନ କରିଥାଏ ଯେଉଁ କାରଣରୁ ବ୍ୟକ୍ତିକୁ ଶୋଇବାରେ ସମସ୍ୟା, ଚିଡ଼ିଚିଡ଼ା ସ୍ଵଭାବ ତଥା ଏହି ପ୍ରକାରର କିଛି ଅନ୍ୟ ସମସ୍ୟା ହେବାରେ ଲାଗିଥାଏ । ଏହାସହିତ ଭାବନାରେ ମଧ୍ୟ ନକରାତ୍ମକ ପରିବର୍ତ୍ତନ ଆସିଥାଏ ଏବଂ କୌଣସି ମଧ୍ୟ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବାରେ ସମସ୍ୟା ଦେଖା ଦେଇଥାଏ । ହାଇପୋଥାଇରାୟଡିଜିମ୍ ଦ୍ଵାରା ପୀଡ଼ିତ ବ୍ୟକ୍ତି ନିଜର ଶରୀରକୁ ଗତିଶୀଳ କରିବାରେ ଆବଶ୍ୟକୀୟ ଶକ୍ତିକୁ ଏକଜୁଟ କରିବାକୁ ସକ୍ଷମ କରି ପାରନ୍ତି ନାହିଁ । ଯେଉଁ କାରଣରୁ ଶରୀରରେ ଥକାପଣ ସବୁବେଳେ ରହିଥାଏ । ହାଇପୋଥାଇରାୟଡିଜିମରେ ପୀଡ଼ିତ ଲୋକଙ୍କ ଠାରେ ଅବସାଦ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ମାଂସପେଶୀ ଦୁର୍ବଳ

newstrend

ଯଦି କୌଣସି ବ୍ୟକ୍ତିକୁ ହାଇପୋଥାଇରାୟଡିଜିମର ସମସ୍ୟା ରହିଛି ତେବେ ତାହାର ମାଂସପେଶୀ ଦୁର୍ବଳ ହେବାରେ ଲାଗିଥାଏ ଏବଂ ଶରୀରରେ ଥକା ଅନୁଭୂତ ହୋଇଥାଏ । ସାଧାରଣତଃ ଅଣ୍ଟା, କାନ୍ଧ ଏବଂ ଗଣ୍ଠିରେ ବ୍ୟଥା ହୋଇଥାଏ ଏବଂ ତାହା ଫୁଲି ଯାଇଥାଏ ମଧ୍ୟ ।

ଅସାମାନ୍ୟ ଶାରୀରିକ ବୃଦ୍ଧି :-

newstrend

ଯେଉଁ ପୁରୁଷଙ୍କୁ ହାଇପୋଥାଇରାୟଡିଜିମ ସମସ୍ୟା ଥାଏ ସେମାନଙ୍କ ଠାରେ କେବେ କେବେ ସ୍ତନର ଅସାମାନ୍ୟ ବିକାଶ , ଚୟାପଚୟ ରେ ବୃଦ୍ଧି ଦେଖିବାକୁ ମିଳିଥାଏ । ଏହିପରି ଦେଖିବାକୁ ଗଲେ ଏହି ଲକ୍ଷଣ ପ୍ରାୟ କମ ହୋଇଥାଏ ।

ତାପମାତ୍ରା ପ୍ରତି ସମ୍ବେଦନଶୀଳତାରେ ପରିବର୍ତ୍ତନ :-

newstrend

ଯେଉଁ ବ୍ୟକ୍ତି ମାନଙ୍କ ଠାରେ ହାଇପୋଥାଇରାୟଡିଜିମର ସମସ୍ୟା ଥାଏ ସେମାନ ଆବଶ୍ୟକତା ଠାରୁ ଅଧିକ ବିଚଳିତ ହୋଇଯାଆନ୍ତି । ଏବଂ ଏହାର ବିପରୀତ କେବେ କେବେ ସେମାନଙ୍କର ଝାଳ ମଧ୍ୟ ବୋହିଥାଏ ଏବଂ ଅଧିକ ଥଣ୍ଡା ଲାଗିଥାଏ ।

Be the first to comment

Leave a Reply

Your email address will not be published.


*