ଯଦି ଆପଣଙ୍କ ହାତରେ ମଧ୍ୟ ଏପରି ‘ X ‘ ଚିହ୍ନ ରହିଛି ତେବେ ତା’ପଛରେ ରହିଛି ଏହି ରହସ୍ୟ :-

ଯଦି ଆପଣଙ୍କ ହାତରେ ମଧ୍ୟ ଏପରି ‘ X ‘ ଚିହ୍ନ ରହିଛି ତେବେ ତା’ପଛରେ ରହିଛି ଏହି ରହସ୍ୟ :-

ଜ୍ୟୋତିଷ ବିଦ୍ୟା ଏକ ଏପରି ବିଦ୍ୟା ଅଟେ ଯେଉଁଥିରେ ଅନେକ ପ୍ରକାରର ମଣିଷଙ୍କ ଭବିଷ୍ୟତ ବିଷୟରେ କୁହାଯାଇଥାଏ ଏବଂ ଅନେକ କ୍ଷେତ୍ରରୁ ଏହାକୁ ପ୍ରାମାଣିକ ବୋଲି ମଧ୍ୟ ବିଶ୍ଵାସ କରାଯାଇଥାଏ । ହସ୍ତରେଖା ଜ୍ୟୋତିଷର ଏକ ମହତ୍ୱ ରହିଛି । ହସ୍ତରେଖା ଜ୍ୟୋତିଷରେ ହାତ ପାପୁଲିର ଗଠନ ଏବଂ ଏଥିରେ ଦେଖାଯାଉଥିବା ରେଖା ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ ।

newstrend

ହସ୍ତରେଖା ପାଠନରେ ମଧ୍ୟ ଜ୍ୟୋତିଷ ମାନଙ୍କ କହନ୍ତି ଯେ ପୁରୁଷ ମାନଙ୍କର ଡାହାଣ ହାତ ଏବଂ ମହିଳାଙ୍କର ବାମ ହସ୍ତର ପାପୁଲି ରେଖା ଦେଖାଯାଇଥାଏ । ଆପଣ ମଧ୍ୟ ନିଶ୍ଚିତ ଭାବରେ ନିଜର ହସ୍ତ ରେଖା କୌଣସି ଜ୍ୟୋତିଷଙ୍କୁ ଦେଖାଇ ଥିବେ ଏବଂ ଆପଣ ମଧ୍ୟ ଧ୍ୟାନ ଦେଇଥିବେ ଯେ ଆପଣଙ୍କ ହାତ ପାପୁଲିରେ ଅନେକ ପ୍ରକାରର ରେଖା ଏବଂ ଅନେକ ପ୍ରକାରର ଚିହ୍ନ ରହିଥାଏ ଏବଂ ତାହାକୁ ଦେଖି ଜ୍ୟୋତିଷ ଆପଣଙ୍କୁ ଅନେକ ବିଷୟରେ କହିଥାନ୍ତି । ତେଣୁ ଏହି ସମ୍ବନ୍ଧୀତ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିଥିବ । ତେଣୁ ଆସନ୍ତୁ ଜାଣିବା ଏହି ହସ୍ତରେଖା ସହିତ ଜଡ଼ିତ ଏମିତି କିଛି ଅଜଣା ତଥ୍ୟ ବିଷୟରେ –

ହସ୍ତରେଖା କଣ :-

ହସ୍ତରେଖା ଶାସ୍ତ୍ରର ପ୍ରାଚୀନ ଜ୍ଞାନର ଆଧାରରେ ହାତ ପାପୁଲିର ରେଖା ଗୁଡ଼ିକ, ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତର ସମ୍ଭାବନା, ଯେପରି କ୍ୟାରିଅର, ଜୀବନ, ବିବାହ, ଧନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧ ବିଷୟରେ ଦର୍ଶାଇ ଥାଏ ।

newstrend

ଜ୍ୟୋତିଷ ଶାସ୍ତ୍ରର ମୂଳ ଭାରତୀୟ ପୃଷ୍ଠଭୂମି ସହିତ ଜଡ଼ିତ ଅଟେ । ଏହି କଳାରେ ବିଭିନ୍ନ ଶାସ୍ତ୍ର ଅନୁସାରେ ଅନେକ ହଜାର ବର୍ଷ ପୂର୍ବେ ହିନ୍ଦୁ ଋଷି ବାଲ୍ମୀକି ୫୬୭ ଛନ୍ଦ ଯୁକ୍ତ ଏକ ଗ୍ରନ୍ଥର ରଚନା କରିଥିଲେ ।

ହାତର ରେଖା ପଢ଼ିବାର ଆରମ୍ଭ :-

ଇତିହାସବିଦଙ୍କ ଅନୁସାରେ ହସ୍ତରେଖା ପଢ଼ିବାର ଏହି ଜ୍ଞାନର ଉତ୍ପତ୍ତି ଭାରତରୁ ହିଁ ହୋଇଛି । ପରେ ପରେ ଏହା ଚୀନ୍, ତିବ୍ବତ , ମିଶର, ଫାରସ ଠାରୁ ଆରମ୍ଭ କରି ୟୁରୋପ ଭଳି ଅନ୍ୟାନ୍ୟ ଦେଶରେ ବ୍ୟାପି ଯାଇଥିଲା । ଗ୍ରୀସର ବିଦ୍ଵାନ ଅଂକ୍ସଗୋରସ ନିଜ ସମୟରେ ଭାରତୀୟ ଉପମହାଦ୍ବୀପରେ ରହି ହସ୍ତକଳା ଜ୍ଞାନ ବିଷୟରେ ଯାହା ମଧ୍ୟ ଶିଖିଥିଲେ, ତାହାକୁ ହେର୍ମସ ସହିତ ସେୟାର କରିଥିଲେ ।

ହାତ ପାପୁଲିରେ ‘ X ‘ ରହିବା :-

newstrend

ମିଶ୍ରର ବିଦ୍ଵାନଙ୍କ ଅନୁସାରେ ସିକନ୍ଦର ମହାନଙ୍କ ହାତରେ ଏହିଭଳି X ସଦୃଶ ଚିହ୍ନ ଦେଖା ଯାଇଥିଲା । ସିକନ୍ଦରଙ୍କ ହାତ ବ୍ୟତୀତ ଆଉ କାହାରି ହାତରେ ବୋଧହୁଏ ଏଭଳି ଚିହ୍ନ ମିଳି ନଥିଲା । ଏହା ଅମୁମାନ କରାଯାଇଛି ଯେ ଦୁନିଆର ପ୍ରାୟ ୩ ପ୍ରତିଶତ ଲୋକଙ୍କ ଠାରେ ଏହିଭଳି ଚିହ୍ନ ମିଳିପାରେ । କିଛି ଦିନ ପୂର୍ବରୁ ମସ୍କୋ ୟୁନିଭରସିଟିରେ ହାତ ପାପୁଲିରେ ‘ X ‘ ରେଖା ମିଳିବାର ଉତ୍ପତ୍ତି ଏବଂ ଏହି ରେଖା ଗୁଡ଼ିକର ଭାଗ୍ୟ ସହିତ ଥିବା ସମ୍ବନ୍ଧକୁ ନେଇ ଏକ ଶୋଧ କରାଯାଇଥିଲା । ବ୍ୟକ୍ତି ଏବଂ ତାଙ୍କ ହାତ ପାପୁଲିରେ ଥିବା ରେଖା ଗୁଡ଼ିକ ମଧ୍ୟରେ ରହିଥିବା ସମ୍ବନ୍ଧକୁ ନେଇ କିଛି ତଥ୍ୟ ବାହାର କରାଯାଇଥିଲା ।

‘ X ‘ ଚିହ୍ନ ରହିଥିବା ବ୍ୟକ୍ତି ଲିଡର ହୋଇଥାନ୍ତି :-

ମସ୍କୋରେ ହୋଇଥିବା ଏହି ଶୋଧରେ ଶୋଧକାର୍ତ୍ତା ମାନେ ଜୀବିତ ଏବଂ ମୃତ୍ୟୁ ଏହି ଦୁଇ ପ୍ରକାରର ୨ ମିଲିୟନ ଲୋକଙ୍କ ବିଷୟରେ ତଥ୍ୟ ଏକତ୍ରିତ କରିଥିଲେ । ଏହି ଶୋଧ ପରେ ସେମାନେ ଏହା ଜାଣିବାକୁ ପାଇଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ‘ X ‘ ଚିହ୍ନ ରହିଥିଲା ସେମାନେ କୌଣସି ବଡ଼ ନେତା, କୌଣସି ଲୋକପ୍ରିୟ ବ୍ୟକ୍ତି କିମ୍ବା ଏପରି କୌଣସି ବ୍ୟକ୍ତି ଯାହାଙ୍କୁ ବଡ଼ ବଡ଼ କାର୍ଯ୍ୟ ପାଇଁ ମନେ ପକାଯାଇଥାଏ ।

ହାତରେ ‘ X ‘ ଚିହ୍ନ ରହିବାର ଅର୍ଥ କଣ ହୋଇଥାଏ :-

newstrend

ଯେଉଁ ବ୍ୟକ୍ତିଙ୍କର କେବଳ ଗୋଟିଏ ହାତରେ ଏପରି ଚିହ୍ନ ରହିଥାଏ ସେମାନେ ପ୍ରତିଷ୍ଠା ପାଇଥିବା ଏବଂ ସଫଳତା ପାଇଥିବା ବ୍ୟକ୍ତି ହୋଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଙ୍କର ଉଭୟ ହାତରେ ଏହି ରେଖା ରହିଥାଏ ସେମାନେ ବଡ଼ ବଡ଼ କାମ କରୁଥିବା ପ୍ରସିଦ୍ଧ ବ୍ୟକ୍ତି ହୋଇଥାନ୍ତି । ସେମାନେ ଏହି ଲୋକଙ୍କ ମଧ୍ୟରୁ ହୋଇଥାନ୍ତି ଯେଉଁ ମାନଙ୍କୁ ମୃତ୍ୟୁ ପରେ ମଧ୍ୟ ସ୍ମରଣ କରାଯାଇଥାଏ । ତେଣୁ ଏହା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଆମ ହସ୍ତରେଖା ଅନେକ କିଛି କହିଥାଏ ।

Leave a Reply

Your email address will not be published. Required fields are marked *