ପତ୍ନୀ ଚାକିରୀ କରୁନାହାନ୍ତି ତେବେ ଖୋଲନ୍ତୁ ତାଙ୍କର NPS ଆକାଉଣ୍ଟ । ପ୍ରତି ମାସରେ ନିଶ୍ଚିତ ହେବ ଇନକମ୍ ।

ପତ୍ନୀ ଚାକିରୀ କରୁନାହାନ୍ତି ତେବେ ଖୋଲନ୍ତୁ ତାଙ୍କର NPS ଆକାଉଣ୍ଟ । ପ୍ରତି ମାସରେ ନିଶ୍ଚିତ ହେବ ଇନକମ୍ ।

ଯଦି ଆପଣ ଚାକିରୀ କରୁଥିବେ ତେବେ ଆପଣଙ୍କ ପତ୍ନୀ ନିଶ୍ଚିତ ଭାବରେ ଗୃହିଣୀ ଥିବେ ତେଣୁ ଆପଣ ନିଶ୍ଚିତ ଭାବରେ ଭବିଷ୍ୟତ ପାଇଁ କୌଣସି ପ୍ଲାନ୍ କରୁଥିବେ । ଯଦି ଆପଣ ଚାହୁଁଛନ୍ତି ଯେ ଭବିଷ୍ୟତରେ ଆପଣଙ୍କ ପତ୍ନୀ ଟଙ୍କା ପାଇଁ କାହା ଉପରେ ନିର୍ଭର ନହୁଅନ୍ତୁ ତେବେ ଆପଣ ନିଜ ପତ୍ନୀଙ୍କ ପାଇଁ ରେଗୁଲାର ଆୟର ବ୍ୟବସ୍ଥା କରିପାରିବେ ।

google

ଏହିପରି ନିଜ ପତ୍ନୀ ନାମରେ ଆପଣ ନୂତନ ପେନସନ ସିଷ୍ଟମ୍ ( NPS ) ଆକାଉଣ୍ଟ ଖୋଲି ପାରିବେ । NPS ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ ୬୦ ବର୍ଷ ବୟସ ପୂରଣ ହେବା ମାତ୍ରେ ଏକା ସାଥିରେ ପେନସନ ଦେବ । ତାହା ସହିତ ପ୍ରତି ମାସ ତାହାକୁ ପେନସନ ରୂପରେ ଆୟ ମଧ୍ୟ ହେବ । NPS ଆକାଉଣ୍ଟ ସହିତ ଆପଣ ଏହା ନିଶ୍ଚିତ କରିପାରିବେ ଯେ ଆପଣଙ୍କ ପତ୍ନୀଙ୍କୁ ପ୍ରତିମାସ କେତେ ପେନସନ ମିଳିବ । ଏହାଦ୍ଵାରା ଆପଣଙ୍କ ପତ୍ନୀଙ୍କୁ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ।

ଖୋଲନ୍ତୁ NPS ଆକାଉଣ୍ଟ :-

ଆପଣ ନିଜ ପତ୍ନୀଙ୍କ ନାମରେ ନୂତନ ପେନସନ ସିଷ୍ଟମ୍ ( NPS ) ଆକାଉଣ୍ଟ ଖୋଲି ପାରିବେ । ନିଜର ସୁବିଧା ଅନୁସାରେ ପ୍ରତି ମାସ କିମ୍ବା ବାର୍ଷିକ ଟଙ୍କା ଜମା କରିପାରିବେ । ଆପଣ ୧୦୦୦ ଟଙ୍କାରେ ମଧ୍ୟ ପତ୍ନୀଙ୍କ ନାମରେ NPS ଆକାଉଣ୍ଟ ଖୋଲି ପାରିବେ । ୬୦ ବର୍ଷ ବୟସରେ NPS ଆକାଉଣ୍ଟ ମେଚ୍ୟୁର ହୋଇଯାଇଥାଏ । ନୂଆଁ ନିୟମ ଅନୁସାରେ ଆପଣ ଚାହିଁଲେ ପତ୍ନୀଙ୍କ ବୟସ ୬୫ ହେବା ପର୍ଯ୍ୟନ୍ତ ଏହି ଆକାଉଣ୍ଟକୁ ଚଲାଇ ପାରିବେ ।

ମାସିକ ୫୦୦୦ ଟଙ୍କା ନିବେଶ ଦ୍ୱାରା ହେବ ମୋଟ ୧.୧୪ କୋଟି ଟଙ୍କାର ଫଣ୍ଡ :-

google

ଉଦାହରଣ ସ୍ୱରୂପ – ଆପଣଙ୍କ ପତ୍ନୀଙ୍କ ବୟସ ୩୦ ବର୍ଷ ଅଟେ ଏବଂ ଆପଣ ତାଙ୍କ NPS ଆକାଉଣ୍ଟରେ ମାସକୁ ୫୦୦୦ ଟଙ୍କାର ନିବେଶ କରନ୍ତି । ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ଫେରସ୍ତ ମିଳେ ତେବେ ୬୦ ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ହେବ । ତାଙ୍କୁ ଏଥିରୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିଯିବ । ଏହାବ୍ୟତୀତ ତାଙ୍କୁ ପ୍ରତିମାସ ପାଖାପାଖି ୪୫,୦୦୦ ଟଙ୍କା ପେନସନ ଆକାରରେ ମିଳିବ । ଏହି ପେନସନ ତାଙ୍କୁ ଜୀବନସାରା ମିଳିପାରିବ ।

କେତେ ମିଳିବ ମୋଟ ଆୟ ଏବଂ କେତେ ପେନସନ :-

କେତେ ମିଳିବ ପେନସନ

ବୟସ –

୩୦ ବର୍ଷ

ନିବେଶର ମୋଟ ଅବଧି –

୩୦ ବର୍ଷ

ମାସିକ ଯୋଗଦାନ –

୫,୦୦୦ଟଙ୍କା

ନିବେଶ ଉପରେ ଆନୁମାନିକ ଭରଣା –

୧୦ ପ୍ରତିଶତ

ମୋଟ ପେନସନ ଫଣ୍ଡ –

୧,୧୧,୯୮,୪୭୧ ଟଙ୍କା ମେଚ୍ୟୁରୀଟିରେ ବାହାର କରିପାରିବେ ।

୪୪,୭୯,୩୮୮ ଟଙ୍କା ବାର୍ଷିକ ପ୍ଲାନ୍ କିଣିବା ପାଇଁ ମୂଲ୍ୟ

୬୭,୧୯,୦୮୩ ଟଙ୍କା ଆନୁମାନିକ ବାର୍ଷିକ ଆୟ ୮ ପ୍ରତିଶତ

ମାସିକ ପେନସନ –

୪୪,୭୯୩ ଟଙ୍କା

ଫଣ୍ଡ ମ୍ୟାନେଜର କରିଥାନ୍ତି ଆକାଉଣ୍ଟ ମ୍ୟାନେଜମେଣ୍ଟ :-

google

NPS କେନ୍ଦ୍ର ସରକାରଙ୍କ ସୋସିଆଲ ସିକ୍ୟୁରୀଟି ସ୍କିମ୍ ରହିଛି । ଏହି ସ୍କିମରେ ଆପଣ ଯେଉଁ ଟଙ୍କା ନିବେଶ କରନ୍ତି ତାହାର ପ୍ରବନ୍ଧନ ପ୍ରଫେସନଲ ଫଣ୍ଡ ମ୍ୟାନେଜର କରନ୍ତି । କେନ୍ଦ୍ର ସରକାର ଏହି ପ୍ରଫେସନଲ ଫୋଣ୍ଡ ମ୍ୟାନେଜରକୁ ଏହାର କାମ ଦେଇଥାନ୍ତି । ଏହିପରି NPS ଆପଣଙ୍କ ନିବେଶ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥାଏ । କିନ୍ତୁ ଏହି ସ୍କିମ୍ ଅନୁସାରେ ଆପଣ ଯେଉଁ ଟଙ୍କା ନିବେଶ କରନ୍ତି, ତେବେ ସେଥିରେ ଫେରସ୍ତର ଗ୍ୟାରେଣ୍ଟି ନଥାଏ । ଫାଇନାନସୀଆଲ ପ୍ଲାନ୍ ମୁତାବକ NPSର ଆରମ୍ଭ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ଷିକ ୧୦ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ଫେରସ୍ତ ହୋଇଛି ।

Leave a Reply

Your email address will not be published. Required fields are marked *