ଚଳଚ୍ଚିତ୍ରରେ ସଫଳତା ନମିଳିବା ହେତୁ ‘ରେସ୍’ର ଅଭିନେତ୍ରୀ ଏହି ବ୍ୟକ୍ତିଙ୍କୁ ବିବାହ କରିଥିଲେ ! ବର୍ତ୍ତମାନ ଶାଶୁଙ୍କ ସହିତ କରୁଛନ୍ତି ଏହି କାମ…

ଚଳଚ୍ଚିତ୍ରରେ ସଫଳତା ନମିଳିବା ହେତୁ ‘ରେସ୍’ର ଅଭିନେତ୍ରୀ ଏହି ବ୍ୟକ୍ତିଙ୍କୁ ବିବାହ କରିଥିଲେ ! ବର୍ତ୍ତମାନ ଶାଶୁଙ୍କ ସହିତ କରୁଛନ୍ତି ଏହି କାମ…

ଚଳଚ୍ଚିତ୍ର “ରେସ୍”ରେ କାମ କରିଥିବା ଅଭିନେତ୍ରୀ ସମୀରା ରେଡ୍ଡୀ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ନିଜକୁ ଦୂରେଇ ରଖି ନିଜ ଛୁଆ ମାନଙ୍କ ପ୍ରତିପୋଷଣରେ ବ୍ୟସ୍ତ ରହିଛନ୍ତି । ଏକଦା ନିଜ ସୌନ୍ଦର୍ଯ୍ୟ ହେତୁ ପ୍ରସିଦ୍ଧି ଲାଭ କରିଥିବା ୪୨ ବର୍ଷୀୟ ସମୀରା ୨୦୦୨ ମସିହାରେ ଚଳଚ୍ଚିତ୍ର “ମୈନେ ଦିଲ୍ ଦେ ଚୁକା ହେ ସନମ୍”ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ସଲମାନ୍ ଖାନଙ୍କ ସାନ ଭାଇ ତଥା ଅଭିନେତା ସୋହୈଲ୍ ଖାନ୍ ଅଭିନୟ କରିଥିଲେ । ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ସେତେ ମାତ୍ରାରେ ପସନ୍ଦ କରିନଥିଲେ । ଏହାପରେ ସମୀରା ଅନେକ ଚଳଚ୍ଚିତ୍ରରେ ନଜର ଆସିଥିଲେ ମଧ୍ୟ ସେତେଟା ସଫଳତା ଅର୍ଜନ କରିପାରି ନଥିଲେ । ୨୦୦୭ ମସିହାରେ ସେ ଚଳଚ୍ଚିତ୍ର “ରେସ୍”ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ହିଟ୍ ହୋଇଥିଲେ ମଧ୍ୟ ଏହି ଶ୍ରେୟ ସମୀରାଙ୍କୁ ମିଳି ନଥିଲା । ଏହାପରେ ସେ ଅନ୍ୟ କିଛି ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ୨୦୧୪ ମସିହାରେ ବିବାହ କରି ଦେଇଥିଲେ ।

ସମୀରା ରେଡ୍ଡୀ ଦୀର୍ଘ ସମୟ ଧରି ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି । ସେ ଦେଢ଼ ବର୍ଷ ଡେଟିଂ କରିବା ପରେ ବ୍ୟବସାୟୀ ଅକ୍ଷୟ ବର୍ଡୈଙ୍କୁ ବିବାହ କରିଥିଲେ । ଅକ୍ଷୟ ମଟରସାଇକେଲ୍ ବ୍ୟବସାୟ କରୁଥିବା ବେଳେ ସମୀରାଙ୍କୁ ମଧ୍ୟ ‘ବାଇକ୍’ର ବହୁତ ରୁଚି ରହିଛି ।

୨୦୧୪ ମସିହା ଜାନୁୟାରୀ ମାସ ୨୧ ତାରିଖ ଅର୍ଥାତ ନିଜ ବାହାଘର ଦିନ ଅକ୍ଷୟ ବର୍ଡୈ ଘୋଡା କିମ୍ବା ‘କାର୍’ରେ ନୁହଁ ବରଂ ମଟରସାଇକେଲରେ ବର ବେଶ ସାଜି ଆସିଥିଲେ । କହିରଖୁଛୁ କି ସମୀରା ରେଡ୍ଡୀଙ୍କ ନାମ ଦୀର୍ଘ ସମୟ ଧରି କ୍ରିକେଟର୍ ଇଶାନ୍ତ ଶର୍ମାଙ୍କ ସହିତ ମଧ୍ୟ ଯୋଡି ହୋଇଥିଲା ।

ବିବାହର ଏକ ବର୍ଷ ମଧ୍ୟରେ ସମୀରା ପ୍ରଥମଥର ପାଇଁ ୨୦୧୫ ମସିହା ମଇ ମାସ ୨୫ ତାରିଖରେ ମାଁ ହୋଇଥିଲେ । ସମୀରା ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସମୀରାଙ୍କ ପୁଅଙ୍କ ନାଁ ହେଉଛି ହଂସ୍ । ଏହାପରେ ସମୀରା ୨୦୧୯ ମସିହା ଜୁଲାଇ ମାସରେ ଜଣେ ଝିଅର ମାଁ ହୋଇଥିଲେ ।

ଚଳଚ୍ଚିତ୍ର ଜଗତରୁ ଦୂରତା ବଜାୟ ରଖିବା ପରେ ସମୀରା ରେଡ୍ଡୀ ବର୍ତ୍ତମାନ ସାମାଜିକ କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି । ସେ କ୍ରୟୋଂସ୍ ଏବଂ ଡ୍ରିମ୍ସ ହୋମ୍ସ ଏନଜୀଔ ସହିତ ମିଶି କାମ କରୁଛନ୍ତି । ଏହି ସଂସ୍ଥା ଅନ୍ନାଥ ଶିଶୁ ମାନଙ୍କୁ ଘର ଏବଂ ସୁରକ୍ଷା ଦେବାର କାର୍ଯ୍ୟ କରୁଛି । ନିଜର ଏହି ପୁଣ୍ୟ କାମ ହେତୁ ସେ ବର୍ତ୍ତମାନ ଅନେକ ଅନ୍ନାଥ ଶିଶୁମାନଙ୍କ ପାଇଁ ସତ ସତିକା କଳାକାର ହୋଇ ପାରିଛନ୍ତି ।

ଏହା ସହତ ସମୀରା ନିଜ ଶାଶୁଙ୍କ ସହିତ ମିଶି ଏକ ୟୂଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଚଳାଉଛନ୍ତି । ଏହା ରୋଷେଇ ଉପରେ ଆଧାରିତ ଏକ ଚ୍ୟାନେଲ୍ ଅଟେ । ଏଥିରେ ସେ ଭିଡିଓ ସେୟାର୍ କରିଥାନ୍ତି । ଲକଡାଉନ୍ ସମୟରେ ସେ ଏହିପରି ବହୁତ ଭିଡିଓ ପ୍ରସ୍ତୁତ କରିଥିଲେ ଯାହା ବିପୁଳ ମାତ୍ରାରେ ଭାଇରାଲ୍ ମଧ୍ୟ ହୋଇଥିଲା ।

ସମୀରା ରେଡ୍ଡୀଙ୍କ ଜନ୍ମ ୧୯୭୮ ମସିହା ଡିସେମ୍ବର ମାସ ୧୪ ତାରିଖରେ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜମୁନ୍ଦରୀ ଠାରେ ହୋଇଥିଲା । ୧୯୯୭ ମସିହାରେ ଏକ ‘ମ୍ୟୁଜିକ୍ ଆଲବମ୍’ରୁ ସେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ।

ନିଜର ୧୧ ବର୍ଷ କ୍ୟାରିୟର୍ ମଧ୍ୟରେ ସମୀରା ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେମାନଙ୍କ ମଧ୍ୟରେ ମୁସାଫିର୍, ଡରନା ମନା ହୈ, ପ୍ଲାନ୍, ଟୈକ୍ସୀ ନମ୍ବର ୯୨୧୧, ନକ୍ସା, ଫୁଲ ଏଣ୍ଡ ଫାଇନାଲ୍, ୱାନ୍ ଟୁ ଥ୍ରୀ, କାଲପୁରୁଷ, ଦେ ଦନା ଦନ୍, ରେଡ଼ ଆଲର୍ଟ ଏବଂ ଚକ୍ରବ୍ୟୁହ ପରି ଅନେକ ଚଳଚ୍ଚିତ୍ର ସାମିଲ ରହିଛି । ବଲିଉଡ଼ ବ୍ୟତୀତ ସାଉଥ୍ ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଛନ୍ତି ।

ସ୍ୱାମୀ ଅକ୍ଷୟ ଏବଂ ଛୁଆ ମାନଙ୍କ ସହିତ ସମୀରା ରେଡ୍ଡୀ ଶେଷଥର ପାଇଁ ୨୦୧୩ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ରରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *