ସୌରଭ ଗାଙ୍ଗୁଲୀଙ୍କର ବଡ଼ ବିବୃତ୍ତି : IPL ଯଦି ଅଧାରେ ଅଟକିଯିବ ତେବେ BCCIକୁ ଭୋଗିବ ୨୫୦୦ କୋଟି ଟଙ୍କାର କ୍ଷତି…!

ସୌରଭ ଗାଙ୍ଗୁଲୀଙ୍କର ବଡ଼ ବିବୃତ୍ତି : IPL ଯଦି ଅଧାରେ ଅଟକିଯିବ ତେବେ BCCIକୁ ଭୋଗିବ ୨୫୦୦ କୋଟି ଟଙ୍କାର କ୍ଷତି…!

IPL ୨୦୨୧ର ଏହି ସିଜିନକୁ କରୋନାର ପ୍ରକୋପ ଯୋଗୁଁ ସ୍ଥଗିତ ରଖାଯାଇଛି । ଏହି ସମୟ ମଧ୍ୟରେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କର ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବୋର୍ଡ ଯଦି ଏହି ସିଜିନକୁ ସଂପୂର୍ଣ୍ଣ କରିନପାରେ, ତେବେ BCCIକୁ ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । ଆଇପିଏଲର ଏହି ସିଜିନକୁ କରୋନାର ପ୍ରକୋପ ଯୋଗୁଁ ସ୍ଥଗିତ କରିବାକୁ ପଡିଛି, ଯେତେବେଳେ କି ଚାରୋଟି ଦଳର ଖେଳାଳି ଏହି ଅଦୃଶ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ।

ମଇ ୪ ତାରିଖ ଦିନ ସ୍ଥଗିତ କରିବାକୁ ପଡିଲା :-

ଏପ୍ରିଲ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଲିଗକୁ ମଇ ୪ ତାରିଖ ଦିନ ସ୍ଥଗିତ କରିବାକୁ ପଡିଲା, ଯେତେବେଳେ ଜଣାପଡିଲା ଯେ, ଚାରୋଟି ଦଳର ଖେଳାଳୀ କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥିଲେ । ଏଥିରେ କୋଲକାତା ନାଇଟ ରାଇଡ଼ର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ଦୁଇଜଣ ସଦସ୍ୟ ସହ ଦିଲ୍ଲୀ କ୍ୟାପିଟାଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ଜଣେ ଜଣେ ସଦସ୍ୟ ସଂକ୍ରମିତ ବୋଲି ଜଣାପଡ଼ିଥିଲେ । ଏହି କାରଣରୁ ୬୦ଟି ମ୍ୟାଚ ଥିବା ଏହି ଲିଗକୁ ୨୯ଟି ମ୍ୟାଚ ପରେ ହିଁ ସ୍ଥଗିତ କରିବାକୁ ପଡିଲା ।

ବୋର୍ଡ଼ ଅଧ୍ୟକ୍ଷ ଗାଙ୍ଗୁଲୀ କହିଛନ୍ତି ଯେ, ପ୍ରାୟୋଜିତ ଏବଂ ପ୍ରସାରଣ ସମୟରେ ହୋଇଥିବା ଚୁକ୍ତି ଯୋଗୁଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଭଳି ପରିସ୍ଥିତିରେ ବୋର୍ଡ ସେହି ସବୁ ଜିନିଷ ଉପରେ କାମ କରୁଅଛି, ଯାହାଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟକୁ ପୁଣିଥରେ ସଫଳତାର ସହ ଆୟୋଜନ କରାଯାଇପାରିବ । ଯଦି ବିସିସିଆଇ ଏଭଳି କରି ପାରେନାହିଁ, ତେବେ BCCIକୁ ୨୫୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିବ ।

ଗାଙ୍ଗୁଲୀ କହିଛନ୍ତି ଯେ, ଏପରି ଅନେକ ଜିନିଷ ଏହି IPL ଲିଗ ମ୍ୟାଚ ସହ ଜଡିତ ହୋଇଛି । ଯଦି ସେମାନେ ଆଇପିଏଲ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ପ୍ରାୟତଃ ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । ଏହା ବର୍ତ୍ତମାନ କେବଳ ପ୍ରାରମ୍ଭିକ ଆକଳନ ଅଟେ ।

ଏହା ସହ ସେ ଇସାରା ମଧ୍ୟ କରିଛନ୍ତି ଯେ, ଯଦି ସମ୍ଭବ ହୁଏ ତେବେ ସେମାନେ ଏହାକୁ ଟି-୨୦ ବିଶ୍ୱକପ ପୂର୍ବରୁ ଆୟୋଜିତ କରିବାକୁ ଚେଷ୍ଟା କରିବେ । ସୌରଭ ଗାଙ୍ଗୁଲୀ କହିଛନ୍ତି; ଅକ୍ଟୋବର-ନଭେମ୍ବର ମାସ ପରେ ଭାରତ ଦଳ ପାଖରେ ଇଂଲଣ୍ଡ ଗସ୍ତ ପରେ ଏବଂ ଟି-୨୦ ବିଶ୍ୱକପ ପୂର୍ବରୁ କିଛି ସମୟ ରହିବ, ଯେଉଁଥିରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପୂରଣ କରିବାକୁ ସୁଯୋଗ ମିଳିବ ।

Leave a Reply

Your email address will not be published. Required fields are marked *