ଘରର ମହିଳା ଯଦି କରନ୍ତି ଏପରି କାମ ! ତେବେ ନିଶ୍ଚିତ ଭାବରେ ସବୁଦିନ ପାଇଁ ହୋଇଯିବେ ଦରିଦ୍ର…

ଘରର ମହିଳା ଯଦି କରନ୍ତି ଏପରି କାମ ! ତେବେ ନିଶ୍ଚିତ ଭାବରେ ସବୁଦିନ ପାଇଁ ହୋଇଯିବେ ଦରିଦ୍ର…

ଭାରତୀୟ ସଂସ୍କୃତିରେ ଘରର ଝିଅ ବୋହୂଙ୍କୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ବିଶ୍ୱାସ କରାଯାଇଥାଏ । ଏମିତିରେ ତାଙ୍କର ଶୁଭ କର୍ମ ଏବଂ ଲକ୍ଷଣ ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ । ଏଥିପାଇଁ ଆମଭାରତରେ ଘରର ଶୁଭ କାମରେ ଘରର ଲକ୍ଷ୍ମୀ ଅର୍ଥାତ ବୋହୂ ଏବଂ ଝିଅ ମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଏହାସହିତ ଘରର ଗୃହ ଲକ୍ଷ୍ମୀଙ୍କ ଉଚିତ-ଅନୁଚିତ କର୍ମର ଫଳ ମଧ୍ୟ ଘରର ସୁଖ-ସୌଭାଗ୍ୟ ଉପରେ ପଡ଼ିଥାଏ । ଏଥିପାଇଁ ଘରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରଖିବା ପାଇଁ ଘରର ଲକ୍ଷ୍ମୀଙ୍କୁ କିଛି ଖରାପ କିମ୍ବା ଅଶୁଭ କାର୍ଯ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରର ମହିଳାମାନେ କରିବା ଆଦୌ ଉଚିତ୍ ନୁହେଁ । କାରଣ ମାନ୍ୟତା ଅନୁସାରେ ଯଦି ଘରର ମହିଳା ଏପରି କିଛି କାର୍ଯ୍ୟ କରନ୍ତି ତେବେ ସେହି ଘର ଉପରେ ଦେବୀ ଲକ୍ଷ୍ମୀ ସବୁଦିନ ପାଇଁ କ୍ରୋଧିତ ହୋଇଯାଆନ୍ତି ।

ଘରକୁ ସଫା ସୁତୁରା ନରଖିବା :-

ଏହା ତ ଆମେ ସମସ୍ତେ ଜାଣିଛୁ ଯେ ଦେବୀ ଲକ୍ଷ୍ମୀ ସଫା ସୁତୁରା ପ୍ରତି ବିଶେଷ ପ୍ରିୟ ଅଟନ୍ତି ଏବଂ ଯେଉଁ ପରିଷ୍କାର ପରିଛନ୍ନ ନଥାଏ ସେଠାରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । କିନ୍ତୁ ଆଜିର ଆଧୁନିକ ଯୁଗର ମହିଳା ମାନେ ଘରର ସଫା ସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ଆଜିକା ସମୟରେ ମହିଳା ମାନେ ବ୍ୟକ୍ତିଗତ ସାଜ ଶୃଙ୍ଗାର ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ଘରର ପରିଷ୍କାର ପରିଛନ୍ନତା ଉପରେ ତାଙ୍କର କୌଣସି ଉଦ୍ଦେଶ୍ୟ ନଥାଏ । ଏମିତିରେ ଏହି ଅଭ୍ୟାସ କାରଣରୁ ଯେତେବେଳେ ଘରର ଓଳିଆ ଜମା ହୋଇଥାଏ ସେବେଠାରୁ ହିଁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ସହିତ ସବୁବେଳେ ରହୁ ବୋଲି ତେବେ ଆପଣ ଘରର ସଫା ସୁତୁରା ଉପରେ ବିଶେଷ ଧ୍ୟାନଦିଅନ୍ତୁ ।

ଝାଡ଼ୁର ଅପମାନ କରନ୍ତୁ ନାହିଁ :-

ଧାର୍ମିକ ମାନ୍ୟତା ଅନୁସାରେ ଝାଡ଼ୁକୁ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ରୂପବୋଲି ବିଶ୍ୱାସ କରାଯାଇଥାଏ । ତେଣୁ ଘରର ବୋହୂ କୁ ଝାଡ଼ୁର ଉଚିତ ସମ୍ମାନ କରିବା ଉଚିତ୍ର । ଅନେକଥର ଘରେ ପଡ଼ିଥିବା ଝାଡ଼ୁକୁ ଲୋକେ ପାଦରେ ଗୋଇଠା ମାରି ଦିଅନ୍ତି । କିନ୍ତୁ ଘରର ମହିଳା ଭୁଲରେ ବି ଏପରି କରିବା ଆଦୌ ଉଚିତ୍ ନୁହେଁ । ତାସହିତ ଝାଡ଼ୁରେ ପାଦ ଲଗାଇବା ମଧ୍ୟ ଉଚିତ୍ ନୁହେଁ । ପୁଣି ଝାଡ଼ୁ କୁ ଲୋକଙ୍କ ନଜରରୁ ଦୂରେଇ ଠିକ୍ ସ୍ଥାନରେ ରଖିବା ଉଚିତ୍ ।

ଘରକୁ ଆସିଥିବା ଅତିଥିଙ୍କ ଅପମାନ କରନ୍ତୁ ନାହିଁ :-

ଅତିଥିଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଇଥାଏ । ଏମିତିରେ ଘରର ମହିଳାମାନେ ଭୁଲରେ ବି ଘରକୁ ଆସିଥିବା ଅତିଥିଙ୍କୁ ଅପମାନ କରିବା ଉଚିତ୍ ନୁହେଁ । ବରଂ ଲକ୍ଷ୍ମୀଙ୍କ ଭଳି ଘରକୁ ଆସିଥିବା ଅତିଥିଙ୍କ ସତ୍କାର କରିବା ଉଚିତ୍ । ଏହାଦ୍ଵାରା ଘର ଉପରେ ସର୍ବଦା ଭଗବାନଙ୍କ କୃପା ଏବଂ ସୁଖ ସମୃଦ୍ଧି ବଜାୟ ରହିବ ।

ଘରର କବାଟ କୁ ଗୋଇଠା ମାରିବା ଉଚିତ୍ ନୁହେଁ :-

ମହିଳାମାନେ କେବେବି ଘରର କବାଟକୁ ଗୋଇଠା ମାରି ଖୋଲିବା ଉଚିତ୍ ନୁହେଁ । କାରଣ ଏପରି ବିଶ୍ୱାସ କରାଯାଇଥାଏ ଯେ ଘରର କବାଟ କୁ ଗୋଡ଼ରେ ଖୋଲିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ଘରର ଦ୍ୱାରରେ ବସନ୍ତୁ ନାହିଁ :-

ଏହାସହିତ ଗୃହ ଲକ୍ଷ୍ମୀ ଘରର ଦ୍ୱାରରେ କେବେବି ବସିବା ଉଚିତ୍ ନୁହେଁ ଏବଂ ଦ୍ୱାରରେ ବସି ଭଜନ ମଧ୍ୟ କରିବା ଉଚିତ୍ ନୁହେଁ । କାରଣ ଶାସ୍ତ୍ରରେ ଘରର ଦ୍ଵାରକୁ ବିଶେଷ ସ୍ଥାନ ଦିଆଯାଇଛି । ମାନ୍ୟତା ରହିଛି ଯେ ଏହାକୁ ଅତିକ୍ରମ କରି ଦେବୀ ଲକ୍ଷ୍ମୀ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି । ତେଣୁ ଏହି ସ୍ଥାନରେ ବସିବା ଉଚିତ୍ ନୁହେଁ ।

ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ :-

ଧାର୍ମିକ ମାନ୍ୟତା ଅନୁସାରେ ଘରର ରୋଷେଇ ଘରକୁ ମଧ୍ୟ ବିଶେଷ ମହତ୍ତ୍ୱ ଦିଆଯାଇଛି । ଏପରି ବିଶ୍ୱାସ କରାଯାଇଥାଏ ଯେ ରୋଷେଇ ଘରକୁ ସଫା ସୁତୁରା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହନ୍ତି । କିନ୍ତୁ କିଛି ଲୋକ ରାତିରେ ଅଇଁଠା ବାସନ ସେହିପରି ଛାଡ଼ି ଦେଇଥାନ୍ତି ଯେଉଁ କାରଣରୁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏମିତିରେ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ରାତିରେ ଅଇଁଠା ବାସନ ରଖିବା ଆଦୌ ଉଚିତ୍ ନୁହେଁ । ତେଣୁ ରାତିରେ ଅଇଁଠା ବାସନ କୁ ଧୋଇ ରୋଷେଇ ଘରକୁ ମଧ୍ୟ ସଫା କରିଦିଅନ୍ତୁ ।

ଭଜନ ପ୍ରସ୍ତୁତ କରିବା ପରେ ଚୁଲିରୁ ବାସନ ହଟାଇ ଦିଅନ୍ତୁ :-

ରୋଷେଇ ଘରେ ରୋଷେଇ କରିବା ସମୟରେ ମହିଳା ମାନଙ୍କୁ ଏହି କଥାର ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ଭଜନ ବନାଇ ସାରିବା ପରେ ଚୁଲିରୁ ତାୱା କିମ୍ବା ଅନ୍ୟ ବାସନ ହଟାଇ ଦିଅନ୍ତୁ । କାରଣ ଚୁଲିରେ ବିନା କାରଣରେ ବାସନ ରଖିବା ଭଲ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *