ଏହି ମନ୍ଦିରର ପାଞ୍ଚଟି କବାଟ ଖୋଲିଲେ ଆସିବ ମହାପ୍ରଳୟ !

ଏହି ମନ୍ଦିରର ପାଞ୍ଚଟି କବାଟ ଖୋଲିଲେ ଆସିବ ମହାପ୍ରଳୟ !

ହିନ୍ଦୁ ଧର୍ମରେ ୩୩ କୋଟି ଦେବୀ-ଦେବତା ଥିବା କୁହାଯାଏ । ସେଥି ପାଇଁ ଆମେ ୧୨ ମାସରେ ୧୩ ପର୍ବ ପାଳନ କରିଥାଉ ।କେବଳ ଏତିକି ନୁହଁ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ମଧ ଅନେକ ଲୋକ ଯାଇଥାନ୍ତି । ୪ ଧାମ ଦର୍ଶନ, ଗଙ୍ଗାରେ ସ୍ନାନ ଓ ଗୟାରେ ପିଣ୍ଡ ଦାନ କଲେ ପିତୃ ପୁରୁଷଙ୍କୁ ଶାନ୍ତି ମିଳେ ବୋଲି କୁହାଯାଏ ।ଏହା ସହ ଏମିତି ମଧ୍ୟ କେତେ ମନ୍ଦିର ରହିଛି ଯାହାର ଚର୍ଚ୍ଚା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲାଗି ରହିଥାଏ, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଚ୍ୟ ଚକିତ ହୋଇ ଯିବେ ।

କେରଳର ‘ଥିରୁଅନନ୍ତପୁରମ୍’ରେ ପଦ୍ମନାଭନ ମନ୍ଦିର, ଏହି ମନ୍ଦିରରେ ଭଗବାନ ବିଷ୍ଣୁ ପୂଜା ପାଆନ୍ତି ଏହା ସମସ୍ତେ ଜାଣନ୍ତି ।ତେବେ ଆସନ୍ତୁ ଜାଣିବା ଏ ମନ୍ଦିର ବିଷୟରେ ଏମତି କିଛି ରହସ୍ୟ ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ।ମନ୍ଦିର ଭିତରେ ଭଗବାନ ବିଷ୍ଣୁଙ୍କର ଏକ ବିଶାଳ ମୂର୍ତ୍ତି ବିରାଜମାନ ରହିଛି । ଇତିହାସ ଅନୁସାରେ ଏ ମନ୍ଦିରଟି ଷଷ୍ଠ ଶତାବ୍ଦୀରେ ତିବନ୍ଧମର ରାଜାଙ୍କ ଦ୍ଵାରା ତୋଳା ଯାଇଛି । କୁହାଯାଏକି ରାଜା ଏ ମନ୍ଦିର ଭିତରେ ଅନେକ ଧନ ସମ୍ପତି ଲୁଚାଇ ରଖିଛନ୍ତି, ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ୨୦୧୧ ମସିହାରେ ଏହି ମନ୍ଦିରର ଅନେକ ରହସ୍ୟମୟ ଦ୍ଵାର ଖୋଲା ଯାଇଥିଲା ଯାହା ଭିତରେ ୧୦୦-୧୦୦ କେଜିର ସୁନା, ହୀରା ଇତ୍ୟାଦିର ଅଳଙ୍କାର ମିଳିଥିଲା ।

ସୂଚନା ଅନୁସାରେ ଏହି ମନ୍ଦିରରେ ୫ଟି କକ୍ଷ ରହିଥିଲା । କିନ୍ତୁ ମନ୍ଦିରର ପଞ୍ଚମ କକ୍ଷର କବାଟଟି ଖୋଲି ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କବାଟଟିରେ କୌଣସି ତାଲା ପଡ଼ି ନଥିଲା କି କୌଣସି ଲକ୍ର ବ୍ୟବସ୍ଥା ନଥିଲା । ତା ସତ୍ତ୍ୱେ ବି କୌଣସି ଉପାୟରେ ମଧ୍ୟ କବାଟଟି ଖୋଲିନଥିଲା । ସ୍ଥାନୀୟ ଅଧିକାରୀଙ୍କ କହିବା କଥା କି ସେ କବାଟରେ ସାପ ଚିହ୍ନ ଥିଲା ଓ କୁହାଯାଏ ଏହା ଖୋଲିଲେ ଅନେକ କ୍ଷତି ହେବ । ଠିକ୍ ତିନି ସପ୍ତାହ ପରେ ତାହା ପ୍ରମାଣିତ ହେଲା । ୨୦୧୧ ମସିହା ଜୁଲାଇ ୧୭ ତାରିଖ ଦିନ ପ୍ରଥମ ୩ଟି କବାଟ ଖୋଲିଥିଲା ସେମାନଙ୍କର ଅକାଳ ମୃତ୍ୟୁ ଘଟିଲା । ତେବେ ଏ ସବୁ ଜଣା ପଡ଼ିବା ପରେ ମନ୍ଦିର ସହ ଜଡ଼ି ରହିଥିବା ଏକ ଟ୍ରଷ୍ଟ କହିଥିଲା ଯେ ସେ କୋଠରୀ ସବୁ ଖୋଲିବାକୁ ଚେଷ୍ଟା କରିଛି, ତା ସ୍ଥିତି ଭୟଙ୍କର ହେଇଛି ।

ମନ୍ଦିରର ସେ କୋଠରୀର କବାଟକୁ ଏକ ବିଶେଷ ମନ୍ତ୍ର ଦ୍ଵାରା ବନ୍ଦ କରାଯାଇଛି, ଯାହାକୁ ଅଷ୍ଠନାଗ ମନ୍ତ୍ର କୁହାଯାଏ । ସେ କୋଠରୀ ମଧ୍ୟରେ କ’ଣ ରହିଛି ତାହା କେହି ବି ଜାଣି ନାହାନ୍ତି । କିନ୍ତୁ ଏବେ ମଧ୍ୟ ମନ୍ଦିର ଭିତରେ ଥିବା ସବୁ ଧନ ସୁରକ୍ଷିତ ରହିଅଛି । ସେ ଘଟଣା ପରେ ମନ୍ଦିରରେ ସେ କୋଠରୀକୁ କେହି ବି ଖୋଲିବାକୁ ଚେଷ୍ଟା କରି ନଥିଲେ ଏମିତିକି ସୁପ୍ରିମକୋର୍ଟ ମଧ୍ୟ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲା । କିନ୍ତୁ ପରେ ୨୦୧୮ ମସିହାରେ ପୁଣି ଥରେ ଚେଷ୍ଟା କରା ଯାଇଥିଲା କିନ୍ତୁ ସବୁ ବୃଥା ଗଲା । ସ୍ଥାନୀୟ ରାଜ ପରିବାର ଲୋକ କହିଲେ କି ଏହି ଦ୍ଵାର ଖୋଲିଲେ ମହାପ୍ରଳୟ ଆସିବ ତେଣୁ ଏ ନିଷ୍ପତ୍ତିକୁ ସ୍ଥଗିତ କରାଯାଉ । ସ୍ଥାନୀୟ ଲୋକମାନେ ମଧ୍ୟ ଏଥିରେ ଏକମତ ଥିଲେ ।

Leave a Reply

Your email address will not be published. Required fields are marked *