ଖରା ଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏହି ଘରୋଇ ଉପଚାର ! ତୁରନ୍ତ ମିଳିବ ମୁକ୍ତି…

ଖରା ଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏହି ଘରୋଇ ଉପଚାର ! ତୁରନ୍ତ ମିଳିବ ମୁକ୍ତି…

ଗ୍ରୀଷ୍ମ ଋତୁରେ ଘିମିରି ସମସ୍ୟା ଅନେକଗୁଡ଼ିଏ ଲୋକଙ୍କୁ ହୋଇଯାଏ । ଘିମିରି ହେବାର ଅନେକଗୁଡ଼ିଏ କାରଣ ଥାଏ । ଟାଇଟ୍ କପଡ଼ା ପିନ୍ଧିବା ଫଳରେ ଏବଂ ଅଧିକ ଝାଳ ବୋହିବା ଫଳରେ ଏହିସବୁ ସମସ୍ୟା ହୋଇଥାଏ । ଘିମିରି ହେବା ଫଳରେ ସାଧାରଣତଃ ପିଠି, ଗଳାରେ ନାଲି ରଙ୍ଗର ଦାନା ବାହାରି ଆସେ । ଯାହା ଫଳରେ କୁଣ୍ଡେଇବା ଆରମ୍ଭ ହୁଏ । ଯଦି ସମୟ ଥାଉ ଥାଉ ଘିମିରିର ଉଚିତ ଚିକିତ୍ସା କରାନଯାଏ ତେବେ ଏହା ପ୍ରସାରିତ ହେବାକୁ ଲାଗେ ଏବଂ ଶରୀର ଯାକ ହୋଇଯାଏ । ଏଥିପାଇଁ ଘିମିରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ଘିମିରି ହେଲେ ନିମ୍ନରେ ବର୍ଣ୍ଣିତ ଉପାୟ କରନ୍ତୁ । ଏହି ଉପାୟକୁ କରିବା ଫଳରେ ତୁରନ୍ତ ଘିମିରିରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଘିମିରି ଦୂର କରିବାର କିଛି ଘରୋଇ ଉପାୟ ।

ବରଫ ଲଗାନ୍ତୁ

ଘିମିରି ସମସ୍ୟା ହୋଇଗଲେ ବରଫ ପ୍ରୟୋଗ କରନ୍ତୁ । ଘିମିରି ହୋଇଥିବା ସ୍ଥାନରେ ବରଫକୁ ଘଷି ଦିଅନ୍ତୁ । ଏପରି କରିବା ଫଳରେ ଅଧିକ ଘିମିରି ହେବ ନାହିଁ ଏବଂ ଏଥିରେ କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଦୂରହେବ । ଗୋଟିଏ କପଡ଼ାରେ ବରଫକୁ ବାନ୍ଧି ଦିଅନ୍ତୁ । ପରେ ଏହି କପଡାକୁ ଘିମିରି ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଧୀରେ ଧୀରେ ଏହାକୁ ସେକ୍ ଦିଅନ୍ତୁ । ଏହି ଉପାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ । ଦିନରେ ତିନି ଥର ବରଫ ଲଗାଇବା ଫଳରେ ଆରାମ ମିଳିଯାଏ ।

ଚନ୍ଦନର ଲେପ ଲଗାନ୍ତୁ

ଚନ୍ଦନର ଲେପ ଲଗାଇବା ଫଳରେ ତ୍ୱଚାକୁ ଶୀତଳତା ପ୍ରଦାନ ହୋଇଥାଏ ଓ ଘିମିରି ମୂଳରୁ ସମାପ୍ତ ହୋଇଯାଏ । ଘିମିରି ହେଲେ ଚନ୍ଦନ ପାଉଡ଼ରରେ ଗୋଲାପ ଜଳକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ଲେପକୁ ତ୍ୱଚାରେ ଲଗାଇ ନିଅନ୍ତୁ ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଏପରି ରହିବାକୁ ଦିଅନ୍ତୁ । ଯେତେବେଳେ ଏହା ଶୁଖିଯିବ ତେବେ ପାଣି ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ । ଏହି ଲେପକୁ ଲଗାଇବା ଫଳରେ ଘିମିରି, କୁଣ୍ଡେଇବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହିତ ଘିମିରି ତୁରନ୍ତ ଶୁଖିଯିବ । ଆପଣ ଚାହିଁଲେ ଚନ୍ଦନର ଲେପରେ ଗୋଲାପ ଜଳ ସ୍ଥାନରେ ପାଣି ମଧ୍ୟ ମିଶାଇ ପାରିବେ ।

ମୂଲତାନି ମିଟ୍ଟୀ

ମୂଲତାନି ମିଟ୍ଟୀ ମଧ୍ୟ ଶରୀରକୁ ଶୀତଳତା ପ୍ରଦାନ କରେ । ଏଥିପାଇଁ ଘିମିରି ହେଲେ ମୂଲତାନି ମିଟ୍ଟୀ ମଧ୍ୟ ପ୍ରୟୋଗ କରାଯାଏ । ମୂଲତାନି ମିଟ୍ଟୀରେ ଆପଣ ପାଣି ମଧ୍ୟ ମିଶାଇ ପାରିବେ । ଏହାକୁ ଭଲ ଭାବରେ ପାଣିରେ ମିଶାଇ ଦିଅନ୍ତୁ ଓ ଲେପ ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଏହାକୁ ତ୍ୱଚାରେ ଲଗାଇ ଦିଅନ୍ତୁ । ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ । ଯେତେବେଳେ ଏହା ଶୁଖିଯିବ ତେବେ ପାଣିରେ ଏହାକୁ ସଫା କରିଦିଅନ୍ତୁ । ଘିମିରି ଭଲ ହୋଇଯିବ ଓ ତ୍ୱଚାକୁ ଆରାମ ମିଳିବ ।

ଏଲୋବେରା ଜେଲ୍

ଏଲୋବେରା ଜେଲ୍ ସାହାଯ୍ୟରେ ମଧ୍ୟ ଘିମିରିକୁ ଭଲ କରାଯାଇପାରିବ । ଏକ ପାତ୍ରରେ ଏଲୋବେରା ଜେଲ୍ ନିଅନ୍ତୁ । ଏହାକୁ ଘିମିରିରେ ଲଗାଇ ଦିଅନ୍ତୁ । ଭଲ ଭାବରେ ଶୁଖିବାକୁ ଦିଅନ୍ତୁ । ଶୁଖିଯିବା ପରେ ପାଣିରେ ସଫା କରିନିଅନ୍ତୁ । ଏଲୋବେରା ଜେଲ୍ ଲଗାଇବା ଫଳରେ ଘିମିରି ଦୂର ହୋଇଥାଏ । ଏଥିସହିତ ତ୍ୱଚା ପୁରାପୁରି କୋମଳ ହୋଇଯାଏ । ଘିମିରିକୁ ଦୂର କରିବା ପାଇଁ ଏହା ଲାଭକାରୀ ଉପାୟ ଅଟେ ।

ବେସନ ପେଷ୍ଟ

ବେସନରେ ଟିକିଏ ଦହିକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଓ ଘିମିରି ଉପରେ ଲଗାଇ ଦିଅନ୍ତୁ । ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ଲେପକୁ ଲଗାଇ ରଖନ୍ତୁ । ଏହା ଯେତେବେଳେ ଶୁଖିଯିବ ତେବେ ଏହାକୁ ସଫା କରିନିଅନ୍ତୁ । ବେସନ କିମ୍ବା ଦହିର ଏହି ପେଷ୍ଟ ଲଗାଇବା ଫଳରେ ଘିମିରି ଭଲ ହୋଇଯାଏ ଓ ତ୍ୱଚାର ବର୍ଣ୍ଣ ମଧ୍ୟ ଉଜ୍ଜ୍ବଳ ଦେଖାଯାଏ । ଯଦି ଆପଣଙ୍କୁ ମଧ୍ୟ ଅଧିକ ଘିମିରି ହୋଇଯାଇଛି ତେବେ ଆପଣ ଏହି ପେଷ୍ଟକୁ ଦିନରେ ଦୁଇଥର ଲଗାନ୍ତୁ ।

ଗୋଲାପ ଜଳ ସିଞ୍ଚନ କରନ୍ତୁ

ଯଦି ପେଷ୍ଟ ଲଗାଇବା ପାଇଁ ଆପଣଙ୍କ ନିକଟରେ ସମୟ ନାହିଁ ତେବେ ଆପଣ ଗୋଲାପ ଜଳକୁ ଲଗାନ୍ତୁ । ତ୍ୱଚାରେ ଗୋଲାପ ଜଳ ଲଗାଇବା ଫଳରେ ଘିମିରି ଭଲ ହୋଇଯାଏ ଓ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଆପଣ ତୁଳା ସାହାଯ୍ୟରେ ଘିମିରିରେ ଗୋଲାପ ଜଳ ଲଗାଇପାରିବେ ।

ହଳଦୀର ପେଷ୍ଟ

ଯଦି ଘିମିରିରେ କୁଣ୍ଡେଇ ହେଉଛି ତେବେ ଆପଣ ଯେତେଶୀଘ୍ର ପାରୁଛନ୍ତି ହଳଦୀ ପେଷ୍ଟ ଲଗାନ୍ତୁ । ହଳଦୀ ପେଷ୍ଟ ଲଗାଇବା ଫଳରେ କୁଣ୍ଡେଇବା ତୁରନ୍ତ ଦୂର ହୋଇଯାଏ । ଆପଣ ଏକ ଚାମୁଚ୍ ହଳଦୀରେ ଟିକିଏ ପାଣି ମିଶାଇ ଦିଅନ୍ତୁ ଓ ଭଲ ଭାବରେ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ । ଏହି ମିଶ୍ରଣକୁ ଘିମିରିରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ପାଣି ସାହାଯ୍ୟରେ ଏହାକୁ ସଫା କରିନିଅନ୍ତୁ । ଆପଣଙ୍କୁ ଆରାମ ମିଳିଯିବ ।

Leave a Reply

Your email address will not be published. Required fields are marked *