ଯଦି ଭାରତ ଚୀନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଆମେରିକା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବ କି ? ଆସନ୍ତୁ ଜାଣିବା ବୈଦେଶିକ ମନ୍ତ୍ରୀ କଣ କହିଲେ…

ଯଦି ଭାରତ ଚୀନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଆମେରିକା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବ କି ? ଆସନ୍ତୁ ଜାଣିବା ବୈଦେଶିକ ମନ୍ତ୍ରୀ କଣ କହିଲେ…

ଲଦାଖ୍ ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଆକ୍ରଣାତ୍ମକ ହେବାରେ ଲାଗିଛି । କାରଣ ଯେଉଁ ଭଳି ଭାବରେ ଚୀନ ନିଜ ସୈନିକମାନଙ୍କ ସହ ସାମରିକ ତାଲିମ କରାଉଛି ସେଥିରୁ ଏହା ଜଣାପଡୁଛି ଯେ, କୌଣସି ଯୁଦ୍ଧ ପରିସ୍ଥିତି ସଂକେତ ଠାରୁ ଏହା କମ ନୁହେଁ । LAC ସୀମାରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଚୂଡାନ୍ତ ଶିଖରରେ ରହିଛି । ଏଥି ସହିତ ଭାରତ ପକ୍ଷରୁ ମଧ୍ୟ କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୈନିକମାନଙ୍କୁ ନିଜ ଅନୁସାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ସହିତ ସୀମାରେ ସୈନିକ ସଂଖ୍ୟା ବୃଦ୍ଧି, ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ଚିନୁକ୍ ଏବଂ ଆପଚେ ଭଳି ଯୁଦ୍ଧ ବିମାନ ନିୟୋଜିତ କରାଯାଇଛି । ଯଦିଓ ଏହା ପୂର୍ବରୁ ମୋଦୀ ସରକାର ଏକ ସର୍ବଦଳୀୟ ବୈଠକ ଡାକରା କରିଥିଲେ ଓ ଏହି ବୈଠକରେ ୧୭ଟି ରାଜନୈତିକ ଦଳ ସହ ଚୀନ ବିରୋଧରେ ରଣନୀତି ବିଷୟରେ ଆଲୋଚନା କରିଥିଲେ ।

Google

ଏଥି ସହିତ ନିକଟରେ ରୁଷିଆ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାର୍ଚୁଆଲ ବୈଠକରେ ଭାଗ ନେଇଥିଲେ । ଏହାପରେ ଚୀନ ଅଧିକ କ୍ରୋଧିତ ହୋଇଯାଇଛି । ଯଦିଓ ରୁଷ ଏହା ସ୍ପଷ୍ଟ କରିଦେଇଛି ଯେ, ଏହି ପ୍ରସଙ୍ଗରେ ସେ ହସ୍ତକ୍ଷେପ କରିବ ନାହିଁ । କାରଣ ଏହି ପ୍ରସଙ୍ଗଟି ଦୁଇ ଦେଶ ମଧ୍ୟରେ ଥିଲା ।

Google

ବର୍ତ୍ତମାନ ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଯଦି ଚୀନ ସୀମାରେଖରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ, ତେବେ କଣ ହେବ ? ଆମେରିକା, ଭାରତକୁ ସମର୍ଥନ କରିବ କି ? କାରଣ ଚୀନ ବର୍ତ୍ତମାନ ସାରା ବିଶ୍ୱରେ ଆମେରିକାର ସାର୍ବଭୌମତ୍ୱ କ୍ଷମତାକୁ ଆହ୍ୱାନ ଦେଉଛି । ଅନ୍ୟପକ୍ଷରେ ଏସିଆ ମହାଦେଶରେ ଚୀନର ବର୍ଦ୍ଧିତ ଆଧ୍ୟ୍ୟପତ୍ୟକୁ ଅଟକାଇବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ଅଛି । କିନ୍ତୁ ଏସବୁ ମଧ୍ୟରେ ଆମେରିକା ମଧ୍ୟ ନିଜର ସୈନ୍ୟବାହିନୀକୁ ଏପଟ ସେପଟ କରିବା ଦେଖିବାକୁ ମିଳିଛି । କାରଣ ଗୁରୁବାର ଦିନ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଆଙ୍କ ତରଫରୁ ଆସିଥିବା ବିବୃତି ଭାରତ ପାଇଁ ଖୁସିକର ଅଟେ । ଯଦିଓ ଏହି ବିବୃତି ଅନେକେ କଳ୍ପନା ଜଳ୍ପନା ମଧ୍ୟରେ ରହିଛି କିନ୍ତୁ ତଥାପି ଏମିତି ଆଶା କରାଯାଉଛି ଯେ ଏହି ଯୁଦ୍ଧରେ ଭାରତ ସହ ଆମେରିକା ମଧ୍ୟ ଚୀନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରେ ।

Google

ଏହା ଜାଣି ରଖନ୍ତୁ ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଆ ଗୁରୁବାର ଦିନ କହିଛନ୍ତି ଭାରତ, ମାଲେସିଆ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଭଳି ଏସିଆ ଦେଶଗୁଡିକ ଚୀନ ପାଇଁ ବିପଦ ବଢାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆମେରିକା ନିଜର ସୈନିକମାନଙ୍କ ନିୟୋଜନ ଉପରେ ସମୀକ୍ଷା କରୁଛି । ସେମାନଙ୍କୁ ଏପରି ଭାବରେ ନିୟୋଜିତ କରୁଛି ଯେ, ଆବଶ୍ୟକ ପଡିଲେ ସେମାନେ ପିପୁଲ୍ସ ଲିବରେସନ୍ ଆର୍ମିଙ୍କ ସହ ପ୍ରତିଦ୍ଵନ୍ଦିତା କରିପାରିବେ । ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେ ଗତ ସପ୍ତାହରେ ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଯେଉଁଥିରେ ସେ ଅନେକ ବିଷୟ ଉପରେ ଚୀନର ଆକ୍ରଣାତ୍ମକ ଚିନ୍ତାଧାରା ବିଷୟରେ କଥାବାର୍ତ୍ତା ହୋଇଥିଲେ । କରୋନା ଭୂତାଣୁକୁ ନେଇ ଚୀନକୁ ପାରିଦର୍ଶିତା ପ୍ରଦାର୍ପଣ କରିବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *