କରୋନା ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ICMR ବଦଳି ଦେଲା RT-PCR ପରୀକ୍ଷା ନିୟମ ! ଆସନ୍ତୁ ଜାଣିବା କଣ କୁହାଯାଇଛି ନୂଆ ଗାଇଡଲାଇନରେ…

କରୋନା ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ICMR ବଦଳି ଦେଲା RT-PCR ପରୀକ୍ଷା ନିୟମ ! ଆସନ୍ତୁ ଜାଣିବା କଣ କୁହାଯାଇଛି ନୂଆ ଗାଇଡଲାଇନରେ…

ଦେଶରେ ବର୍ତ୍ତମାନ ସମୟରେ କରୋନା ଭାଇରସ୍ ମାମଲାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥଳରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିଜ RT-PCR ପରୀକ୍ଷାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଇବା ପାଇଁ କହିଥିଲେ । କିନ୍ତୁ ବର୍ତ୍ତମାନ କୋଭିଡ-୧୯ ବୃଦ୍ଧି ମାମଲାକୁ ଲକ୍ଷ୍ୟ କରି ଇଣ୍ଡିଆନ କାଉନ୍ସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ (ICMR) ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନୂତନ ଗାଇଡଲାଇନ ପ୍ରକାଶ କରିବାର ଉଦ୍ଦେଶ୍ୟ ହେଉଛି ବିଶେଷ ପରିସ୍ଥିତିରେ RT-PCR ପରୀକ୍ଷାକୁ ହ୍ରାସ କରି ଲାବୋରେଟୋରୀ ଉପରେ ଅତିରିକ୍ତ ଭାର କମାଇବା ।

ICMRର ନୂତନ ନିର୍ଦ୍ଦେଶନାମା ଅନୁସାରେ ଆମକୁ RT-PCR ପରୀକ୍ଷା କରିବା ଉଚିତ ନୁହେଁ ଯଦି –

– କୌଣସି ବ୍ୟକ୍ତି ରେପିଡ଼ ଆଣ୍ଟିଜେନ ପରୀକ୍ଷାରେ ଯଦି ପଜିଟିଭ ଆସିଛି ।

– କୌଣସି ବ୍ୟକ୍ତି RT-PCR ପରୀକ୍ଷାରେ ଥରେ ପଜିଟିଭ ବାହାରି ସାରିଛି ।

– କୌଣସି ବ୍ୟକ୍ତି ହୋମ ଆଇଶୋଲେସନର ଦଶ ଦିନ ସମୟ ପୂରଣ କରିସାରିଛି ଏବଂ ତାକୁ ଗତ ତିନି ଦିନରୁ ଜ୍ୱର ହୋଇ ନାହିଁ ।

– କୌଣସି ବ୍ୟକ୍ତି ଯଦି ହସ୍ପିଟାଲରୁ ଡ଼ିସଚାର୍ଜ ହୋଇ ଆସିଛି ।

– କୌଣସି ସୁସ୍ଥ ବ୍ୟକ୍ତି ଯିଏ ଦେଶରେ ନିକଟସ୍ଥ ସ୍ଥାନକୁ ଯାତ୍ରା କରୁଛି । ସେହିପରି ସ୍ଥଳରେ ଏହି ନିୟମ ରାଜ୍ୟ ଦ୍ୱାରା ଲାଗୁ କରାଯାଇଛି କିନ୍ତୁ ICMR ଅନୁଯାୟୀ ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇ ପାରିବ, ଯେଉଁଥିରୁ ପ୍ରୟୋଗଶାଳାର ବୋଝ କମିଯିବ ।

ବର୍ତ୍ତମାନ ଭାରତ ଜାତୀୟ ସ୍ତରରେ ୨,୫୦୬ ମୋଲେକୁଳର ଟେଷ୍ଟିଙ୍ଗ ଲାବୋରେଟୋରୀଗୁଡିକ ପାଖାପାଖି ୧୫ ଲକ୍ଷ ପରୀକ୍ଷା କରିପାରିବ । ଏହି ଲାବୋରେଟୋରୀଗୁଡିକ RT-PRC, TrueNat, CBNAAT ସହିତ ଅନ୍ୟ ପ୍ଲେଟଫାର୍ମ ମଧ୍ୟ ସାମିଲ ରହିଛି । କିନ୍ତୁ ବର୍ତ୍ତମାନ ଏହି ଅସୁବିଧା ହେଉଛି ଯେ କରୋନା ପଜିଟିଭ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହିପରିସ୍ଥଳରେ RT-PCR ସମେତ ଆଉ କିଛି ପରୀକ୍ଷାରେ ଅଧିକ ସଂଖ୍ୟାରେ ପଜିଟିଭ ଆସିଛି । ଏଥିରୁ ଲାବୋରେଟୋରୀଗୁଡିକ ଉପରେ ବୋଝ ବହୁତ ବଢିଯାଇଛି । ବର୍ତ୍ତମାନ RT-PCR ପରୀକ୍ଷଣ କରାଇବା ପରେ ଏହାର ଫଳାଫଳ ଆସିବା ପାଇଁ ୭୨ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ।

ଏହାବ୍ୟତୀତ ICMR ରେପିଡ଼ ଟେଷ୍ଟ ଉପରେ ଜୋର ଦେବା ବିଷୟରେ ମଧ୍ୟ କୁହାଯାଇଛି । ସେ କହିଛନ୍ତି ଯେ ସମସ୍ତ ସରକାରୀ ଏବଂ ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ଆଣ୍ଟିଜେନ ପରୀକ୍ଷଣ ହେବା ଦରକାର । ଏହା ବ୍ୟତୀତ ବଜାର, ଆରଡବ୍ଲୁଏ ଭଳି ସ୍ଥାନ ଗୁଡ଼ିକରେ ମଧ୍ୟ କରୋନାର ରେପୀଡ଼ ଟେଷ୍ଟ ହେବା ଦରକାର । ଏହି ସମସ୍ତ ସୁବିଧା ୨୪ ଘଣ୍ଟା ଖୋଲା ରହିବା ଦରକାର ।

ଗତ କିଛି ଦିନ ମଧ୍ୟରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ କରୋନା ରୋଗୀ ଆସୁଛନ୍ତି । ଅନ୍ୟପଟେ ପ୍ରତିଦିନ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ତିନି ହଜାରରୁ ଅଧିକ ହୋଇଯାଉଛି । ଲକ୍ଷ୍ୟ କରିବା ବିଷୟ ଏହି କି ଯେ, ଏହା ସେହି ସଂଖ୍ୟା ଅଟେ ଯେଉଁ ଲୋକମାନେ କରୋନା ପରୀକ୍ଷଣ କରିବା ପାଇଁ ଆସୁଛନ୍ତି । ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବିନା ପରୀକ୍ଷଣ ଚିକିତ୍ସା ନେଉଛନ୍ତି କିମ୍ବା ନିଜେ ଘରେ ହୋମ ଆଇସୋଲେଟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *