IAS ଇଣ୍ଟରଭ୍ୟୁରେ ପଚାରା ଯାଇଥିବା ପ୍ରଶ୍ନ – ଯଦି ମୁଁ ଆପଣଙ୍କ ଭଉଣୀଙ୍କୁ ଉଠାଇ ନେଇଯିବି ତେବେ… ? ଯୁବକ ଦେଲେ ଏକ ଉତ୍ତମ ଉତ୍ତର…

IAS ଇଣ୍ଟରଭ୍ୟୁରେ ପଚାରା ଯାଇଥିବା ପ୍ରଶ୍ନ – ଯଦି ମୁଁ ଆପଣଙ୍କ ଭଉଣୀଙ୍କୁ ଉଠାଇ ନେଇଯିବି ତେବେ… ? ଯୁବକ ଦେଲେ ଏକ ଉତ୍ତମ ଉତ୍ତର…

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଜ ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଆମେ ଯେଉଁ ପରୀକ୍ଷା ବିଷୟରେ କହିବାକୁ ଯାଉଛୁ ତାହା ଆଇଏଏସର ପରୀକ୍ଷା ଅଟେ । ଜଣାଇଦେଉଛୁ ଯେ ଏହା ସବୁଠାରୁ କଠିନ ପରୀକ୍ଷା ଅଟେ କାରଣ ଏଥିରେ ସଫଳ ହେବା ବହୁତ କଷ୍ଟକର ଅଟେ ଏବଂ ଯଦି କେହି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଏ ତେବେ ଏହା ପରେ ଆଇଏଏସ ଇଣ୍ଟରଭ୍ୟୁ ସମୟରେ ସେ ଜରୁରୀ ନୁହେଁ ଯେ ସଫଳ ହୋଇଯିବ । ଆମେ କହିବା ଅର୍ଥ ହେଉଛି ଏଥିରେ ଉତ୍ତୀର୍ଣ୍ଣ ହେବାପାଇଁ ଆପଣଙ୍କ ପାଖରେ ଏକ ଭିନ୍ନ ପ୍ରକାର ଅନୁଭବର ଆବଶ୍ୟକତା ରହିଥାଏ ।

google

ଏହି ପରୀକ୍ଷା ପାଇଁ ଜରୁରୀ ନୁହେଁ ଯେ ଆପଣଙ୍କ ପାଖରେ କେବଳ ଜ୍ଞାନର ଭଣ୍ଡାର ଥିବ । ତାସହିତ ଏହି ଇଣ୍ଟରଭ୍ୟୁରେ ଆପଣଙ୍କ ବ୍ୟକ୍ତିତ୍ବର ପରୀକ୍ଷଣ ମଧ୍ୟ କରାଯାଏ । ତେବେ ଆସନ୍ତୁ ଜାଣିବା ଯେ ଏହି ପରୀକ୍ଷାରେ କିଭଳି ପ୍ରଶ୍ନ କରାଯାଏ ଏବଂ କଣ ଅଟେ ଏହାର ଉତ୍ତର । ଜଣାଇଦେଉଛୁ ଯେ ଆଇଏଏସ ଇଣ୍ଟରଭ୍ୟୁରେ ଆପଣଙ୍କୁ ଏହା ଦର୍ଶାଇବାକୁ ପଡ଼ିବ ଯେ ଆପଣଙ୍କ ନିକଟରେ ଆଇଏ ଏସ ହେବାପାଇଁ ଗୁଣ ଓ ଯୋଗ୍ୟତା ରହିଛି କି ନାହିଁ । ଆସନ୍ତୁ ଆଇଏଏସ ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା କିଛି କଷ୍ଟକର ପ୍ରଶ୍ନ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦିଆଯାଇଥିବା ଉତ୍ତର ବିଷୟରେ ଜାଣିବା ।

୧: ଯଦି ମୁଁ ଆପଣଙ୍କ ଭଉଣୀଙ୍କୁ ନେଇ କେଉଁ ଆଡେ ଚାଲିଯିବି ତେବେ ଆପଣ କଣ କରିବେ ?

ଉତ୍ତର : ଆଜ୍ଞା, ମୋ ଭଉଣୀଙ୍କ ପାଇଁ ଆପଣଙ୍କ ଠାରୁ ଉତ୍ତମ ବରପାତ୍ର ଆଉ କେହି ମିଳିବେ ନାହିଁ ।

୨: ଆପଣ ସକାଳୁ ଉଠିବା ପରେ ପରେ ଜାଣିବାକୁ ପାଇବେ ଯେ, ଆପଣ ଗର୍ଭବତୀ ଅଛନ୍ତି ସେତେବେଳେ ଆପଣ କଣ କରିବେ ?

ଉତ୍ତର : ମୁଁ ବହୁତ ଖୁସି ହେବି ଓ ସବୁଠାରୁ ପ୍ରଥମେ ଯାଇ ମୋ ସ୍ୱାମୀଙ୍କୁ ଏହି ବିଷୟରେ ସୂଚନା ଦେବି ।

୩ : ଗୋଟିଏ ବିରାଡ଼ି ଅଛି ତାହାର ତିନୋଟି ଛୁଆ । ତାଙ୍କ ନାମ ଜାନୁଆରୀ, ଫେବ୍ରୁଆରୀ ଓ ମାର୍ଚ୍ଚ । ତେବେ ବିରାଡ଼ିର ନାମ କଣ ?

ଉତ୍ତର : ଏହି ପ୍ରଶ୍ନରେ ହିଁ ଉତ୍ତର ରହିଛି । ଧ୍ୟାନ ଦେଇ ପଢ଼ନ୍ତୁ । ହଁ ବିରାଡ଼ିର ନାମ ହେଉଛି ‘କଣ’ ।

୪ : ଜଣେ ବ୍ୟକ୍ତି ଆଠ ଦିନ ପର୍ଯ୍ୟନ୍ତ ବିନା ନିଦ୍ରାରେ କିପରି ରହିପାରିବ ?

ଉତ୍ତର : କାରଣ ମନୁଷ୍ୟ ରାତିରେ ଶୁଅନ୍ତି, ତେବେ ଦିନରେ ଶୋଇବା କଣ ଦରକାର ?

୫ : ଯଦି ଏକ କାନ୍ଥ ନିର୍ମାଣ କରିବା ପାଇଁ ୮ ଜଣ ଲୋକଙ୍କୁ ୧୦ ଦିନ ସମୟ ଲାଗେ, ତେବେ ଚାରି ଜଣ ଲୋକଙ୍କୁ ଏହାକୁ ନିର୍ମାଣ କରିବା ପାଇଁ କେତେ ଦିନ ଲାଗିବ ?

ଉତ୍ତର : ଏହାର ଉତ୍ତର ଶୂନ୍ୟ । କାରଣ ଏହି କାନ୍ଥକୁ ପୂର୍ବରୁ ହିଁ ୮ ଜଣ ବ୍ୟକ୍ତି ୧୦ ଦିନରେ ନିର୍ମିତ କରିସାରିଛନ୍ତି ।

google

୬ : ମୟୂର ଏପରି ଏକ ପକ୍ଷୀ ଅଟେ ଯିଏ ଅଣ୍ଡା ଦିଏ ନାହିଁ, ତେବେ ମୟୂରର ଛୁଆ କିପରି ଜନ୍ମ ହୁଅନ୍ତି ?

ଉତ୍ତର : କାରଣ ମାଇଁ ମୟୂର ଅଣ୍ଡା ଦିଏ, ଅଣ୍ଡିରା ମୟୂର ନୁହେଁ ।

୭ : କଣ ଆପଣ ବୁଧବାର, ଶୁକ୍ରବାର ଓ ରବିବାର ନାମ ନ ନେଇ ତିନୋଟି କ୍ରମାଗତରେ ପଡୁଥିବା ଦିନର ନାମ କହିପାରିବେ କି ?

ଉତ୍ତର : ଗତକାଲି, ଆଜି ଓ ଆସନ୍ତା କାଲି ।

୮ : ଯଦି ୨ ଏକ କମ୍ପାନୀ ଅଟେ ଓ ୩ ଭିଡ଼, ତେବେ ୪ ଓ ୫ କଣ ଅଟନ୍ତି ?

ଉତ୍ତର : ୯, କାରଣ ୪ ଓ ୫ ସର୍ବଦା ୯ ହିଁ ହୋଇଥାଏ ।

୯ : ଅଧା ସେଓ ଭଳି ଆଉ କଣ ଦେଖାଯାଏ ?

ଉତ୍ତର : ସେଓର ଅନ୍ୟ ଫାଳ !

୧୦ : “ୱେ ଅଫ୍ ବେଙ୍ଗଲ୍” କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର : ଲିକୁଇଡ୍ ରାଜ୍ୟରେ ।

google

୧୧ : ଆପଣ ଏକ କଞ୍ଚା ଅଣ୍ଡାକୁ କିପରି ଭାବେ ସମତଳ ପୃଷ୍ଠରେ ଛାଡ଼ିଲେ ଏହା ଭାଙ୍ଗିବ ନାହିଁ ?

ଉତ୍ତର : ସମତଳ ଭୂମି ଉପରେ ଅଣ୍ଡା ଛାଡ଼ିଲେ ମଧ୍ୟ ସମତଳ ପୃଷ୍ଠ ଭାଙ୍ଗିବ ନାହିଁ ।

୧୨ : “ଜେମ୍ସ ବଣ୍ଡ” (James Bond) ବିନା ପାରାସୁଟରେ ଉଡାଜାହାଜରୁ ଡେଇଁବା ପରେ ମଧ୍ୟ ଜୀବିତ ଅଛନ୍ତି, ଏହା କିପରି ସମ୍ଭବ ?

ଉତ୍ତର : କାରଣ ବିମାନଟି ରନୱେରେ ଥିଲା ।

୧୩ : କୌଣସି କାରଣ ବଶତଃ ଆପଣଙ୍କୁ ଏକ ନିବୁଜ କଠୋରୀରେ ରହିବା ଲାଗି ପରାମର୍ଶ ଦିଆଗଲା ଏବଂ ତିନୋଟି କୋଠରୀ ଦେଖାଗଲା ଏବଂ କେଉଁ କୋଠରୀରେ ରହିବା ପାଇଁ ପ୍ରଶ୍ନ କରାଗଲା ? ପ୍ରଥମ କୋଠରୀରେ ନିଆଁ ଲାଗିଥିଲା । ଦ୍ୱିତୀୟ କୋଠରୀରେ ବନ୍ଧୁକ ସମେତ ହତ୍ୟାକାରୀମାନେ ରହିଛନ୍ତି ଏବଂ ତୃତୀୟ କୋଠରୀରେ ସିଂହମାନଙ୍କୁ ରଖାଯାଇଛି, ଯେଉଁମାନେ ୩ ବର୍ଷରୁ କିଛି ଖାଇ ନାହାଁନ୍ତି । ଏପରି ସ୍ଥଳରେ ଆପଣ କେଉଁ କୋଠରୀ ଚୟନ କରିବେ ?

ଉତ୍ତର : କୋଠରୀ ନମ୍ବର ୩ । କାରଣ ୩ ବର୍ଷ ପର୍ଯ୍ୟନ୍ତ ଭୋକିଲା ଥିବା ସିଂହମାନେ ଜୀବିତ ନଥିବେ ଅର୍ଥାତ ମରିଯାଇଥିବେ ।

Leave a Reply

Your email address will not be published. Required fields are marked *