ଭୁଲ୍ ମଣିଷଙ୍କ ସହିତ ହୋଇଥିଲା ମୋର ବିବାହ ! ମୋ ଝିଅ ଦେଖିଛି ମୁଁ’ ମୋ ସ୍ୱାମୀଙ୍କ ଠାରୁ ଅତ୍ୟାଚାରର ଶିକାର ହେବା,    ଶ୍ୱେତା ତିୱାରୀ…

ଭୁଲ୍ ମଣିଷଙ୍କ ସହିତ ହୋଇଥିଲା ମୋର ବିବାହ ! ମୋ ଝିଅ ଦେଖିଛି ମୁଁ’ ମୋ ସ୍ୱାମୀଙ୍କ ଠାରୁ ଅତ୍ୟାଚାରର ଶିକାର ହେବା, ଶ୍ୱେତା ତିୱାରୀ…

ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ପ୍ରଫେସନାଲ୍ କ୍ୟାରିଅର୍ ଯେତିକି ସଫଳ ସେତିକି ଅସଫଳ ତାଙ୍କ ପାରିବାରିକ ଜୀବନ । ଶ୍ୱେତାଙ୍କ ବ୍ୟକ୍ତିଗତ ଜୀବନ ପୁଣିଥରେ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଶ୍ୱେତା ଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀ ଅଭିନବ କୋହଲିଙ୍କ ମଧ୍ୟରେ ପୁଅ ରିୟାନସଙ୍କୁ ନେଇ ମତମତାନ୍ତର ଚାଲିଛି । ଗତ ବର୍ଷ ଠାରୁ ଏବର୍ଷ ପର୍ଯ୍ୟନ୍ତ ଅଭିନବ କୋହଲୀ ଶ୍ୱେତାଙ୍କ ଉପରେ ଅନେକ ପ୍ରକାରର ଗମ୍ଭୀର ଆରୋପ ଲଗାଇ ଆସିଛନ୍ତି । ଅଭିନବ ପୁଅର କଷ୍ଟଡି ପାଇଁ କୋର୍ଟରେ ଶ୍ୱେତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାଖଲ କରି ସାରିଛନ୍ତି । କିନ୍ତୁ ବୈବାହିକ ଜୀବନରେ ଆସିଥିବା ଏହି ସମସ୍ୟା ଶ୍ୱେତାଙ୍କ ପାଇଁ ନୂଆ ନୁହେଁ । ଅଭିନବଙ୍କ ପୂର୍ବରୁ ଶ୍ୱେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ । ସେହି ବିବାହରେ ମଧ୍ୟ ଶ୍ୱେତାଙ୍କୁ ମାରପିଟ ଏବଂ ଶୋଷଣର ଶିକାର ହେବାକୁ ପଡ଼ିଥିଲା । ଦୁଇ ଦୁଇଟି ଅସଫଳ ବିବାହର ପୀଡ଼ା ସହ୍ୟ କରି ସାରିଥିବା ଶ୍ୱେତା ଏବେ ଏକ ଇଣ୍ଟରଭିଉରେ ନିଜର ମନର କଷ୍ଟକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ।

ଶ୍ୱେତା ନା କେବଳ ଅଭିନବ ତାଙ୍କ ଉପରେ ଲଗାଇଥିବା ଦୋଷ ବିରୋଧରେ ମୁଁହ ଖୋଲିଛନ୍ତି, ବରଂ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଏହି ସମସ୍ୟା ଗୁଡ଼ିକର ପ୍ରଭାବ ତାଙ୍କର ଦୁଇ ସନ୍ତାନ ଉପରେ ମଧ୍ୟ କିପରି ଭାବରେ ପଡ଼ୁଛି ସେ ସମ୍ବନ୍ଧରେ କହିଛନ୍ତି ।

ଶ୍ୱେତା ନିକଟରେ ଏକ ଇଣ୍ଟରଭିଉ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ପଲକ ୬ ବର୍ଷ ବୟସରେ ନିଜ ମା’ଙ୍କୁ ମାରପିଟ ହେବାର ଦେଖିଛନ୍ତି । ମୋର ୪ ବର୍ଷର ପୁଅ ମଧ୍ୟ ପୋଲିସ୍ ଏବଂ ଜୋଜ୍ ବିଷୟରେ ଜାଣିଛି । ଏପରି ଆଦୌ ହେବାର ନଥିଲା କିନ୍ତୁ ମୁଁ କିଛି କରିବାକୁ ସମର୍ଥ ନୁହେଁ ।

ଅଭିନବ କୋହଲିଙ୍କ ଦ୍ଵାରା ଲଗାଯାଇଥିବା ଅଭିଯୋଗର ଉତ୍ତର ଦେଇ ଶ୍ୱେତା କହିଛନ୍ତି ଯେ “ମୋ ଘରର ଲୋବିରେ ଛିଡ଼ା ହୋଇ ସେ ମୋତେ କହିଥିଲେ ଯେ ‘ଜଣେ ମହିଳାର ଇମେଜ୍ ଖରାପ କରିବା ପାଇଁ କଣ ଆବଶ୍ୟକତା ରହିଛି କେବଳ ଗୋଟିଏ ପୋଷ୍ଟ ।

କେବଳ ଗୋଟିଏ ପୋଷ୍ଟ ଏବଂ ତୁମେ ପୁରାପୁରି ବର୍ବାଦ ହୋଇଯିବ । ‘ଏହାର ୫-୬ ଦିନ ପରେ ସେ ମୋର ଇମେଜ୍ ଖରାପ କରିବାକୁ ପୋଷ୍ଟ କରିବାକୁ ଲାଗିଲେ । ଯେହେତୁ ସେ ଖୋଲାଖୋଲି ଭାବରେ ମିଡିଆରେ ଏହି ବିଷୟରେ ସବୁକିଛି କହୁଛନ୍ତି ତେଣୁ ତାଙ୍କୁ ଏପରି ଲାଗୁଛି ଯେ ଏହା ସତ ଅଟେ । କିନ୍ତୁ କେହିବି ଏହା କାହିଁକି ଭାବୁନାହାଁନ୍ତି ଯେ ଏହା ମିଛ ବି ହୋଇପାରେ ବୋଲି । ସେମାନେ କେବଳ ଦର୍ଶକ, ସେମାନେ ଜାଣି ନାହାଁନ୍ତି ଯେ ସତ କଣ ? ଏବଂ କେବଳ ଏଥିପାଇଁ ଅନ୍ୟ ବ୍ୟକ୍ତି କାହାଣୀ ସେୟାର୍ କରୁନାହିଁ, ସେମାନେ କେବଳ ଏକ ତରଫା କାହାଣୀ ଉପରେ ବିଶ୍ୱାସ କରୁଛନ୍ତି ।’

ଶ୍ୱେତା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଜ ଜୀବନରେ ଦୁଇ ଦୁଇଥର ଭୁଲ ବ୍ୟକ୍ତିଙ୍କୁ ମୋ ଜୀବନସାଥୀ ଭାବରେ ବାଛିଛି । ଯେଉଁ କାରଣରୁ ମୋ ପିଲାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି ।

ଶ୍ୱେତା କହନ୍ତି ଯେ ସେ ଯେତେବେଳେ ରାଜା ଚୌଧୁରୀଙ୍କୁ ବିବାହ କରିଲେ ସେତେବେଳେ ସେ ମାତ୍ର ୧୯ ବର୍ଷର ଥିଲେ । ତାଙ୍କ ମା’ ତାଙ୍କୁ ବିବାହ ପାଇଁ ମନା କରୁଥିଲେ, ତଥାପି ସେ ମାନି ନଥିଲେ । ସେ ପରିବାର ବିପକ୍ଷରେ ଯାଇ ଘରୁ ଲୁଚି ଇଣ୍ଟରକାଷ୍ଟ ମ୍ୟାରେଜ୍ କରିଥିଲେ । କିନ୍ତୁ ବିବାହରେ ମାନସିକ ଏବଂ ଶାରୀରିକ ଅତ୍ୟାଚାର ସହିବା ପରେ ସେ ୨୭ ବର୍ଷ ବୟସରେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

ପଲକ ଏବଂ ରେୟାଂଶଙ୍କ ମନରେ ପଡ଼ୁଥିବା ଏହାର ପ୍ରଭାବ ବିଷୟରେ କହି ଶ୍ୱେତା କହନ୍ତି ଯେ “ପଲକ୍ ମୋତେ ନିଜ ସ୍ୱାମୀଙ୍କ ଠାରୁ ଅତ୍ୟାଚାରର ଶିକାର ହେବାରେ ଦେଖିଛି । ସେ ୬ ବର୍ଷର ଥିଲା, ଯେତେବେଳେ ମୁଁ ନିଜ ସମ୍ପର୍କ ଭାଙ୍ଗିବାକୁ ନିଶ୍ଚିତ ନେଇଥିଲି । ସେ ଘରେ ପୋଲିସ୍ ଘରକୁ ଆସିବା ଏବଂ ମୁଁ ପୋଲିସ୍ ଷ୍ଟେସନ୍ ଯିବା ଦେଖିଛି । ମୋର ଚାରି ବର୍ଷର ପୁଅ ମଧ୍ୟ ଅଛି ଯିଏ ପୋଲିସ୍ ଏବଂ ଜୋଜ୍ ବିଷୟରେ ଜାଣିଛି । ଜଣେ ଛୋଟ ପିଲା ପାଇଁ ଏସବୁ ଜାଣିବା ଆଦୌ ଠିକ୍ ନୁହେଁ । କିନ୍ତୁ ମୁଁ କିଛିବି କରି ପାରୁନଥିଲି କାରଣ ଏସବୁରୁ ବାହାରିବାକୁ କୌଣସି ବିକଳ୍ପ ନଥିଲା ।

ଶ୍ୱେତା ଆହୁରି ମଧ୍ୟ କହନ୍ତି ଯେ ତାଙ୍କର ଦୁଇ ପିଲା ସବୁବେଳେ ଖୁସିରେ ରହନ୍ତି । କିନ୍ତୁ ମୋତେ ଏପରି ଲାଗେ ଯେ ସେମାନେ ମୋତେ ନିଜର ଫିଲିଙ୍ଗସ୍ ଲୁଚାଉଛନ୍ତି । ସେମାନେ କେବେବି ଉଦାସ ହୁଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *