ସ୍ୱାମୀ ଧର୍ମେନ୍ଦ୍ରଙ୍କ ଘର ଠାରୁ ମାତ୍ର ୫ ମିନିଟ ଦୂରରେ ରହନ୍ତି ହେମା ମାଲିନୀ ! କିନ୍ତୁ କେବେବି ସ୍ୱାମୀଙ୍କ ଘରକୁ ଯାଆନ୍ତି ନାହିଁ …

ସ୍ୱାମୀ ଧର୍ମେନ୍ଦ୍ରଙ୍କ ଘର ଠାରୁ ମାତ୍ର ୫ ମିନିଟ ଦୂରରେ ରହନ୍ତି ହେମା ମାଲିନୀ ! କିନ୍ତୁ କେବେବି ସ୍ୱାମୀଙ୍କ ଘରକୁ ଯାଆନ୍ତି ନାହିଁ …

ହେମା ମାଳିନୀ ବୋଲିଉଡ଼ରେ ଡ୍ରିମ ଗାର୍ଲ ନାମରେ ପ୍ରସିଦ୍ଧ ଅଟନ୍ତି । ହେମାଙ୍କ ନାମ ବୋଲିଉଡ଼ର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀଙ୍କ ନାମ ମଧ୍ୟରେ ଅନ୍ୟତମ । ପରଦାରେ ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ସଫଳତାର କାହାଣୀ କୌଣସି ଏକ ସୁନ୍ଦର କାହାଣୀ ଭଳି ଅଟେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କୌଣସି ଫିଲ୍ମ ଠାରୁ କମ୍ ନୁହେଁ ।

ହେମାଙ୍କ ଜୀବନର କୌଣସି ଏକ ଅଂଶ ଧର୍ମେନ୍ଦ୍ରଙ୍କ ବିନା ଅଧା ଅଟେ । ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଲୋଭ ଷ୍ଟୋରୀ ବୋଲିଉଡ଼ର ସବୁଠାରୁ ଚର୍ଚ୍ଚିତ ଏବଂ ବିବାଦିତ ପ୍ରେମ କାହାଣୀ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।

ଏହା ତ ସମସ୍ତେ ଜାଣିଛନ୍ତି ଯେ, ସମାଜର ସମସ୍ତ ବନ୍ଧନକୁ ତୁଟାଇ ହେମା ଏବଂ ଧର୍ମେନ୍ଦ୍ର ବିବାହ କରିଥିଲେ । ଧର୍ମେନ୍ଦ୍ର ଯେତେବେଳେ ହେମାଙ୍କ ପ୍ରେମରେ ପଡ଼ିଥିଲେ ସେତେବେଳେ ସେ ନା କେବଳ ବିବାହିତ ଥିଲେ ବରଂ ଚାରୋଟି ପିଲାର ବାପା ମଧ୍ୟ ଥିଲେ । କିନ୍ତୁ ହେମାଙ୍କ ପ୍ରେମରେ ସେ ସତ୍ୟତା କୁ ମଧ୍ୟ ଭୁଲାଇ ଦେଇଥିଲେ ।

ପୁଣି ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପାଇଁ ହେମା ନା କେବଳ ନିଜ ପରିବାରର କ୍ରୋଧକୁ ନଜର ଦେଇଥିଲେ ନା ଅନ୍ୟ ସ୍ତ୍ରୀର ସେହି ଟେଗ୍ କୁ ନଜର ଦେଇଥିଲେ, ଯାହା ତାଙ୍କୁ ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପରେ ମିଳିଥିଲା ।

ଦୁହେଁ ପୁରା ରୀତି ପରମ୍ପରା ସହିତ ବିବାହ କରିଥିଲେ । ତଥାପି ହେମା ଧର୍ମେନ୍ଦ୍ରଙ୍କ ଜୀବନରେ ସବୁଦିନ ପାଇଁ ସେହି ଅନ୍ୟ ମହିଳା ହୋଇ ରହି ଯାଇଥିଲେ । ହେମା ମାଳିନୀ ମଧ୍ୟ ଅନେକଥର ଏହି କଥାକୁ ଭାବିଛନ୍ତି ଯେ ଏପରି ଭାବରେ ଅନ୍ୟ ମହିଳା ଭାବରେ ଜଣେ ପୁରୁଷଙ୍କ ଜୀବନରେ ରହିବା ଏତେ ସହଜ ନୁହେଁ ।

ଉଭୟଙ୍କ ବିବାହକୁ ଦୀର୍ଘ ୪୧ ବର୍ଷ ବିତି ଗଲାଣି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଜି ପର୍ଯ୍ୟନ୍ତ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଘରେ ପାଦ ଦେଇ ନାହାଁନ୍ତି ।

ସେହି ଘର ଯେଉଁଠି ଧର୍ମେନ୍ଦ୍ର ନିଜର ପ୍ରଥମ ପତ୍ନୀ ପ୍ରକାଶ ଏବଂ ପୁଅ ସୋନି ଦେଓଲ ଏବଂ ବୋବି ଦେଓଲଙ୍କ ସହିତ ରହନ୍ତି । ଧର୍ମେନ୍ଦ୍ରଙ୍କ ଆଲିଶାନ ବଙ୍ଗଳା ମୁମ୍ବାରର ସବୁଠାରୁ ନିକଟସ୍ଥ ଇଲାକା ମଧ୍ୟରୁ ଗୋଟିଏ ଜୁହୁରେ ଅବସ୍ଥିତ ।

ଯେଉଁଠି ହେମା ମାଳିନୀଙ୍କ ବଙ୍ଗଳା ମଧ୍ୟ ଜୁହୁରେ ରହିଛି । ଏହି ବଙ୍ଗଳା ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ସହିତ ୩୦ ବର୍ଷ ପୂର୍ବରୁ କିଣିଥିଲେ । ଧର୍ମେନ୍ଦ୍ରଙ୍କ ଦୁଇ ଘର ମଧ୍ୟରେ କେବଳ ୫ ମିନିଟର ଦୂରତା । କିନ୍ତୁ ଏହି ଦୂରତ୍ୱ ବିବାହର ୪୧ ବର୍ଷ ବିତିଯିବା ପରେ ମଧ୍ୟ ଲିଭିନାହିଁ । ହେମା ମାଳିନୀ ଆଜି ପର୍ଯ୍ୟନ୍ତ ବି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶଙ୍କ ଘରକୁ ଯାଇ ନାହାଁନ୍ତି ।

ଏହି ସମ୍ବନ୍ଧରେ ହେମା ମାଳିନୀଙ୍କ ଆତ୍ମଜୀବନୀ ରାମ କମଲ ମୁଖାର୍ଜୀଙ୍କ ବହି ‘ହେମା ମାଳିନୀ’ : ‘ବେଅଣ୍ଡ ଦ ଡ୍ରିମ ଗାର୍ଲ’ରେ ଲେଖା ହୋଇଛି । ବହିରେ ସ୍ପଷ୍ଟ ଭାବରେ ଏହି ସମ୍ବନ୍ଧରେ ଲେଖା ହୋଇଛି ଯେ ହେମା କେବେବି ପ୍ରକାଶ କୌରଙ୍କ ଘରେ ପାଦ ରଖି ନାହାଁନ୍ତି । ହେମା ମାଳିନୀଙ୍କ ବଡ଼ ଝିଅ ଈଶା ଦେଓଲ କେବଳ ଜଣେ ମଣିଷ ଯିଏକି ନିଜ ପିତାଙ୍କ ପ୍ରଥମ ସ୍ତ୍ରୀଙ୍କ ଘରେ ପାଦ ଦେଇଥିଲେ । ତାହା ପୁଣି ମାତ୍ର ଥରେ ।

ଏଶା ଦେଓଲ ନିଜର ଅସୁସ୍ଥ କକା ଅଜିତ ସିଂହଙ୍କୁ ଦେଖିବାକୁ ତାଙ୍କ ବାପାଙ୍କର ଅନ୍ୟ ଘରକୁ ଯାଇଥିଲେ । ଈଶାଙ୍କ ମୁତାବିକ ଯେତେବେଳେ ଅଜିତ ସିଂହ ଦେଓଲ ଅସୁସ୍ଥ ଥିଲେ ଏବଂ ବିଛଣାରେ ଥିଲେ ସେତେବେଳେ ସେ ନିଜ ଚାଚାଙ୍କୁ ଦେଖା କରିବାକୁ ଚାହୁଁଥିଲେ । ବହିରେ ଈଶାଙ୍କ ସମ୍ବନ୍ଧରେ ଏହା ଲେଖା ହୋଇଛି ଯେ – ମୁଁ ଚାଚାଙ୍କୁ ଦେଖିବାକୁ ଚାହୁଁଥିଲି ଏବଂ ନିଜ ତରଫରୁ ସମ୍ମାନ ଦେବାକୁ ଚାହୁଁଥିଲି । ସେ ମୋତେ ଏବଂ ଅହାନାଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ଆମେ ମଧ୍ୟ ତାଙ୍କର ଖୁବ୍ ନିକଟତର ଥିଲୁ । ଆମ ପାଖରେ ତାଙ୍କ ଘରକୁ ଯିବା ବ୍ୟତୀତ ଅନ୍ୟ ରାସ୍ତା ନଥିଲା । ସେ ହସ୍ପିଟାଲରେ ମଧ୍ୟ ନଥିଲେ । ନଚେତ୍ ଆମେ ହସ୍ପିଟାଲ ଯାଇ ତାଙ୍କୁ ଦେଖା କରି ପାରିଥାନ୍ତୁ । ଏଥିପାଇଁ ମୁଁ ସନୀ ଭାଇଙ୍କୁ ଫୋନ୍ କରିଥିଲି ଏବଂ ସେ ତାଙ୍କୁ ଦେଖା କରିବାର ପୁରା ବ୍ୟବସ୍ଥା କରି ଦେଇଥିଲେ ।’

ଏହି ଘଟଣା ୨୦୧୫ ମସିହାର ଅଟେ । ଅର୍ଥାତ ନିଜ ପିତାଙ୍କ ଅନ୍ୟ ଘରେ ଦାଖିଲ ହେବାରେ ଈଶା ଦେଓଲ ମଧ୍ୟ ପୁରା ୩୪ ବର୍ଷ ହୋଇ ଗଲାଣି ।

ଆପଣଙ୍କୁ କହିରଖୁଛୁ ଯେ ହୁଏତ ବିବାହ ପରେ ହେମା ମାଳିନୀ ଏବଂ ପ୍ରକାଶ କୌର ପରସ୍ପର ସହିତ ସାକ୍ଷାତ କରି ନାହାଁନ୍ତି । କିନ୍ତୁ ହେମା ମାଳିନୀ ସବୁବେଳେ ପ୍ରକାଶ କୌର ଏବଂ ଧର୍ମେନ୍ଦ୍ରଙ୍କ ପରିବାରକୁ ସମ୍ମାନ କରିଛନ୍ତି ।

ଥରେ ନିଜର ଏକ ଇଣ୍ଟରଭିଉରେ ହେମା ମାଳିନୀ ନିଜେ କହିଥିଲେ ଯେ ‘ହୋଇପାରେ ମୁଁ କେବେ ପ୍ରକାଶଙ୍କ ବିଷୟରେ କହିନାହିଁ, କିନ୍ତୁ ମୁଁ ତାଙ୍କୁ ଖୁବ୍ ସମ୍ମାନ ଦେଇଥାଏ । ମୋ ଝିଅ ମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ପରିବାରକୁ ସମ୍ମାନ ଦିଅନ୍ତି । ଦୁନିଆ ମୋ ଲାଇଫ ବିଷୟରେ ବିସ୍ତାର ଭାବରେ ଜାଣିବାକୁ ଚାହେଁ । କିନ୍ତୁ ଏହା ଅନ୍ୟକୁ କହିବାକୁ ଆଦୋୖ ନୁହେଁ । ତେଣୁ ଏଥିପାଇଁ କାହାକୁ ବି ଚିନ୍ତା କରିବାର ଆବଶ୍ୟକତା ନାହିଁ ।’

ହେମା ସ୍ପଷ୍ଟ ଭାବରେ କହନ୍ତି ଯେ ସେ କାହାର ଜୀବନକୁ ଡିଷ୍ଟର୍ବ କରିବାକୁ ଚାହୁଁ ନଥିଲେ । ଏଥିପାଇଁ ସେ ସମସ୍ତଙ୍କ ଠାରୁ ଦୂରେଇ ରହିଲେ । ତାସହିତ ସେ ଧର୍ମେନ୍ଦ୍ରଙ୍କ ଉପରେ ମଧ୍ୟ ଅଭିମାନ କରି ନାହାଁନ୍ତି କାରଣ ଧର୍ମେନ୍ଦ୍ର ତାଙ୍କର ଏବଂ ତାଙ୍କ ଝିଅ ମାନଙ୍କର ଭଲ ଭାବରେ ଦେଖା ଶୁଣା କରନ୍ତି ।

Leave a Reply

Your email address will not be published. Required fields are marked *