ହ୍ରିତିକଙ୍କ ଶାଳୀ ମଧ୍ୟ ନେଲେ ନିଜ ପୂର୍ବ ସ୍ୱାମୀଙ୍କ ଠାରୁ ଛାଡପତ୍ର ! ବାହାଘରର ୨୨ବର୍ଷ ପରେ ସେ ନେଇଛନ୍ତି ଛାଡ଼ପତ୍ର…

ହ୍ରିତିକଙ୍କ ଶାଳୀ ମଧ୍ୟ ନେଲେ ନିଜ ପୂର୍ବ ସ୍ୱାମୀଙ୍କ ଠାରୁ ଛାଡପତ୍ର ! ବାହାଘରର ୨୨ବର୍ଷ ପରେ ସେ ନେଇଛନ୍ତି ଛାଡ଼ପତ୍ର…

ଅଭିନେତା ହ୍ରିତିକ୍ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନେ ଖାନଙ୍କ ଭଉଣୀ ଫରାହ୍ ଖାନ୍ ଅଲି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ସ୍ୱାମୀ ଡିଜେ ଅକିଲଙ୍କ ସହ ଫରାହ୍ ନିଜର ଦୁଇ ଦଶନ୍ଧିର ସମ୍ପର୍କକୁ ସମାପ୍ତ କରିଛନ୍ତି । ଉଭୟଙ୍କ ପାରସ୍ପରିକ ସହମତିରେ ଦୁଇଜଣ ସମ୍ପର୍କ ସମାପ୍ତି ହୋଇଛି ।

ଗତକାଲି ଫରାହ୍ ଅଲି ଖାନ୍ ନିଜେ ସୋସିଆଲ୍ ମିଡିଆରେ ଡିଜେ ଅକିଲଙ୍କଠାରୁ ଅଲଗା ହେବା ସମ୍ପର୍କରେ ସେୟାର୍ କରିଥିଲେ । ସେ ସୋସିଆଲ୍ ମିଡିଆରେ ଏକ ଲମ୍ବା ଚଉଡା ନୋଟ୍ ସେୟାର୍ କରିଛନ୍ତି ଯେଉଁଥିରେ ସେ ଦୁହିଙ୍କ ସମ୍ପର୍କ ବିଷୟରେ ଲେଖିଛନ୍ତି । ସୋସିଆଲ୍ ମିଡିଆରେ ଏହି ନୋଟ୍ ଭାଇରାଲ୍ ହେବାରେ ଲାଗିଛି । ଏହି ନୋଟରେ ସେ ଦୁଇଜଣ ଅଲଗା ହେବାର କାରଣ ଦର୍ଶାଇ ଦିଆଯାଇଛି ।

ଫରାହ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି ଲେଖିଛନ୍ତି ଯେ, ‘ବେଳେବେଳେ ଦୁଇ ଜଣ ପରସ୍ପରଠାରୁ ଦୂରେଇ ଯାଆନ୍ତି ଏବଂ ବେଳେବେଳେ ଦୁଇଜଣ ପରସ୍ପରକୁ ଛାଡି ଆଗକୁ ବଢ଼ିଥାନ୍ତି । ଅକିଲଙ୍କ ଏବଂ ମୋର ସମ୍ପର୍କ ଦମ୍ପତିଙ୍କଠାରୁ ଅଲଗା ହୋଇ କେବଳ ବନ୍ଧୁକୁ ବଦଳିବାର ୯ବର୍ଷ ହୋଇଗଲାଣି । ଆମେ ସବୁବେଳେ ପରସ୍ପରର ସର୍ବୋତ୍ତମ ବନ୍ଧୁ ରହିବୁ ଏବଂ ଆମର ଛୁଆ ଅଜାନ୍ ଏବଂ ଫିଜାଙ୍କର ପିତାମାତା ରହିବୁ । ଆମ ପିଲାମାନେ ଆମ ଦୁହିଁଙ୍କୁ ସମାନ ଭାବରେ ଭଲ ପାଆନ୍ତି ଏବଂ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ ଆମେ ଆଉ କେବେ ମଧ୍ୟ ଦମ୍ପତି ହୋଇପାରିବୁ ନାହିଁ । ଏହି ନିଷ୍ପତ୍ତି ପରସ୍ପରର ସହମତିରେ ନିଆ ଯାଇଛି ।

ଫରାହ ଆହୁରି ଲେଖିଛନ୍ତି, ‘ଏହାକୁ ସର୍ବସାଧାରଣରେ ଜଣାଇବା ପଛରେ କାରଣ ହେଉଛି ଯେଉଁମାନେ ଆମ ନିକଟତର ଅଟନ୍ତି ସେମାନେ ଏହାକୁ ସହଜରେ ଗ୍ରହଣ କରିବା ଉଚିତ୍ ଏବଂ ଆମର ସର୍ବଦା ଭଲ ଚାହିଁବା ଉଚିତ୍ କାରଣ ଆମ ମଧ୍ୟରେ ଶତ୍ରୁତା ନାହିଁ ଏବଂ ଆମେ ସର୍ବଦା ପରସ୍ପର ସାଥିରେ ଛିଡା ହେବୁ । ଅକିଲ ଏବଂ ମୁଁ ସବୁବେଳେ ପରସ୍ପରର ପରିବାର ଭଳି ରହିବୁ ।’

ଫରାହ ଆହୁରି ଲେଖିଛନ୍ତି, ‘ଆମେ ଆଶା କରୁଛୁ ଯେ ଆମର ଶୁଭେଚ୍ଛୁମାନେ ଆମର ନିଷ୍ପତ୍ତିକୁ ବୁଦ୍ଧିମାନ ଭାବରେ ଗ୍ରହଣ କରିବେ ଏବଂ ଏଥିପାଇଁ ଆମକୁ ଖରାପ ଭାବିବେ ନାହିଁ । ଜୀବନରେ ଖୁସି ହେବା ଜରୁରୀ ଏବଂ ଆମେ ସମସ୍ତେ ଖୁସି ଅଛୁ ଏହା ଗୁରୁତ୍ୱପୂର୍ଣ୍ଣ । ମୁଁ ମୋ ଜୀବନରେ ପାଇଥିବା ସମସ୍ତ ଖୁସି ପାଇଁ ମୁଁ କୃତଜ୍ଞ ଅଟେ ।’

ଗତ ୨୨ବର୍ଷ ଧରି ଫରାହ ଅଲି ଖାନ୍ ଏବଂ ଡିଜେ ଅକିଲ ଏକାଠି ଥିଲେ । ୧୯୯୯ ମସିହାରେ ଦୁହେଁ ବିବାହ କରିଥିଲେ । ୨୦୦୨ରେ ଅଜାନ୍ ଏବଂ ୨୦୦୫ ମସିହାରେ ସେମାନେ ଝିଅ ଫିଜାର ପିତାମାତା ହୋଇଥିଲେ । ଫରାହ ଅଲି ଖାନ୍ ପ୍ରସିଦ୍ଧ ଅଭିନେତା ସଞ୍ଜୟ ଖାନଙ୍କ ବଡ ଝିଅ । ଫାରାହ ଜଣେ ଅଳଙ୍କାର ଡିଜାଇନର୍ ସେ ପ୍ରାୟତ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *