ହ୍ରୀତିକ୍ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ୍ ଖାନ୍ ଦେଖାଇଲେ ନିଜର ଆଲିସାନ୍ ଘର, ସେଲିବ୍ରିଟି ମାନେ ଦେଲେ ନିଜର ରିଏକ୍ସନ !

ବଲିଉଡ଼ ଅଭିନେତା ହ୍ରୀତିକ୍ ରୋଶନଙ୍କର ପୂର୍ବତନ ପତ୍ନୀ ଏବଂ ଇଣ୍ଟେରିୟର ଡିଜାଇନର ସୁଜେନ୍ ଖାନ୍ ଆଜି ଜଣେ ସଫଳ ବିଜନେସମ୍ୟାନ୍ ଅଟନ୍ତି । ସୁଜେନ ଖାନ୍ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହିଥାନ୍ତି । ସେ ସର୍ବଦା ନିଜର ଫୋଟ ଏବଂ ଭିଡ଼ିଓ ଇଣ୍ଟରନେଟରେ ସେୟାର କରିଥାନ୍ତି । କିଛି ଦିନ ତଳେ ସେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜର ଆଲିସାନ ଘରର ଭ୍ରମଣ କରୁଥିବାର ନଜର ଆସୁଛନ୍ତି । ଭିଡ଼ିଓ ରେ ସୁଜେନ୍ ଖାନ୍ ନିଜ ଘରର ସବୁ କୋଣକୁ ଭିଡ଼ିଓ ମାଧ୍ୟମରେ ଦେଖାଇଛନ୍ତି ।

ହ୍ରୀତିକ୍ ରୋଶନଙ୍କ ପୂର୍ବ ପତ୍ନୀ ସୁଜେନ୍ ଖାନଙ୍କର ଏହି ଭିଡ଼ିଓ ପୁରା ୧୮ ମିନିଟର ଅଟେ । ସେ ଏହାକୁ ନିଜର ଇନସ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡ଼ିଓରେ ଦେଖାଯାଇ ପାରିବ ଯେ ତାଙ୍କ ଘର କେତେ ଆଲିସାନ ଲାଗୁଛି । ଜୁହୂ ସ୍ଥିତ ଏକ ବିଲ୍ଡିଂଗର ୧୫ ତମ ମହଲାରେ ତିଆରି ହୋଇଥିବା ଏହି ଘରକୁ ଦୁଇଟି ଆପର୍ର୍ଟମେଣ୍ଟରେ ମିଶାଇ ତିଆରି ହୋଇଛି ।

ଭିଡ଼ିଓରେ ମଧ୍ୟ ସେ ଏହି କଥାକୁ ଅବଗତ କରାଇଛନ୍ତି । ଏହି ଅପାର୍ଟମେଣ୍ଟରେ ଏକ ବଡ଼ ଏବଂ ଦାମୀ ଲିଭିଂ ରୁମ୍ ସହିତ ମଲ୍ଟିପଲ ସେଟିଙ୍ଗ ଏରିଆ ରହିଛି । ଯାହା ଏହି ଅପାର୍ଟମେଣ୍ଟ ରସବୁଠାରୁ ବଡ଼ ସ୍ୱତନ୍ତ୍ରତା ଅଟେ । ତା’ସହିତ ତାଙ୍କ ରୋଷେଇ ଘର ମଧ୍ୟ ଖୁବ୍ ସୁନ୍ଦର ଅଟେ ।

ସୁଜେନ୍ ଖାନଙ୍କର ଏହି ଭିଡ଼ିଓ ଉପରେ ହ୍ରୀତିକ୍ ରୋଶନଙ୍କ ସହିତ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଫ୍ୟାନ ମାନଙ୍କୁ ମଧ୍ୟ ତାଙ୍କ ଘର ଖୁବ୍ ପସନ୍ଦ ଆସୁଛି । ସୁଜେନ ଦ ଚାରକୋଲ ପ୍ରୋଜେକ୍ଟ ନାମକ ନିଜର ଏକ ଇଣ୍ଟେରିୟର ଡିଜାଇନ ଷ୍ଟୁଡିୟ ମଧ୍ୟ ବନାଇଛନ୍ତି । ଏହି ପ୍ରୋଜେକ୍ଟ ସୁଜେନଙ୍କ ସ୍ୱପ୍ନ ଅଟେ । ହ୍ରୀତିକ୍ ରୋଶନ ଏବଂ ସୁଜେନ୍ ଖାନ୍ ୨୦୦୦ ମସିହାରେ ବିବାହ କରିଥିଲେ କିନ୍ତୁ ସମ୍ପର୍କ ଠିକ୍ ନରହିବା କାରଣରୁ ସେମାନେ ୨୦୧୩ ମସିହାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି ରିଧାନ ରୋଶନ ଏବଂ ରିହାନ ରୋଶନ । ନିଜର ଦୁଇ ପୁଅଙ୍କ ପ୍ରତିପୋଷଣକୁ ନେଇ ସେମାନେ ପ୍ରାୟ ପରସ୍ପର ସହିତ ସଂଯୋଗରେ ରହନ୍ତି ।

Be the first to comment

Leave a Reply

Your email address will not be published.


*