ପୁଣିଥରେ ବିବାହ କରିପାରନ୍ତି ୠତିକ ରୋଶନ ! ଝିଅର ନାମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ… !

ବଲିଉଡ ଅଭିନେତା ୠତିକ ରୋଶନ ଏବଂ ତାଙ୍କର ପତ୍ନୀ ସୁଜେନ ଖାନଙ୍କର ବର୍ତ୍ତମାନ ଛାଡପତ୍ର ହେବାର ୫ ବର୍ଷ ବିତି ଗଲାଣି । ୨୦୧୪ରେ ଦୁହେଁ ନିଜ ନିଜର ସହମତିରେ ଛାଡପତ୍ର ନେବାର ନିଷ୍ପତ୍ତି ନେଇଥିଲେ । ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ଏହି ଦୁହେଁଙ୍କ ଯୋଡି ଏକାସହ ମଧ୍ୟ ନଜର ଆସିଥାନ୍ତି । ସୂତ୍ର ଅନୁସାରେ, ୠତିକ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ସବୁଠାରୁ ହୃଦୟସ୍ପର୍ଶୀ କଥା ଏହା ହେଉଛି ଯେ ସେହି ଝିଅ ଆଉ କେହି ନୁହେଁ ବରଂ ତାଙ୍କର ପ୍ରଥମ ପତ୍ନୀ ସୁଜେନ ଖାନ ହିଁ ଅଟନ୍ତି । ବର୍ତ୍ତମାନ ଏହି କଥାରେ କେତେ ସଚ୍ଚୋଟତା ରହିଛି, ଏହା ତୋ ଆଗାମୀ ସମୟ ହିଁ ଜଣାଇବ ! କିଛି ଦିନ ପୂର୍ବରୁ ସୂଜେନ ଖାନଙ୍କ ପିତା ସଞ୍ଜୟ ଖାନ ଦୁହିଁଙ୍କ ପୁଣିଥରେ ଗୋଟିଏ ବନ୍ଧନରେ ବାନ୍ଧିବା ପାଇଁ ଆଶା ପୋଷଣ ମଧ୍ୟ କରିଛନ୍ତି ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ, ହୁଏତ ୠତିକ ରୋଶନ ଏବଂ ତାଙ୍କର ପତ୍ନୀ ସୁଜେନ ଖାନ ଛାଡପତ୍ର ନେଇଛନ୍ତି କିନ୍ତୁ ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଛି । ଦେଖିବାକୁ ଗଲେ, ୠତିକ ରୋଶନ ଏବଂ ସୁଜେନା ଖାନଙ୍କୁ ଅନେକ ଥର ଏକାସାଥିରେ ଦେଖିବାକୁ ମିଳିଛି । ଆଜି ମଧ୍ୟ ଦୁହେଁ ପିଲାଙ୍କ ସହ ମସ୍ତି କରିବାର ନଜର ଆସିଛନ୍ତି ।

Google

ଛାଡପତ୍ରର ଏତେ ବର୍ଷ ପରେ ମଧ୍ୟ ୠତିକ ରୋଶନ ଏବଂ ସୁଜେନ ଖାନ ମଧ୍ୟରେ ବହୁତ ଭଲ ବନ୍ଧୁତା ଦେଖିବାକୁ ମିଳୁଛି । ଦୁହିଁଙ୍କୁ ଅନେକ ଥର ନିଜର ପିଲା ସହ ସମୟ ବିତାଇବାର ସ୍ପୋଟ କରାଯାଇଛି । ଏହାସହ କିଛିଦିନ ପୂର୍ବରୁ ହିଁ ୠତିକ ରୋଶନ ନିଜର ପତ୍ନୀ ସୁଜେନ ଖାନଙ୍କ ବିଷୟରେ ଇଂଷ୍ଟାଗ୍ରାମରେ ଏକ ଛୋଟ ପ୍ରେମଭରା ନୋଟ୍ ଲେଖିଥିଲେ, ଯାହାକୁ ପଢିବା ମାତ୍ରେ ଆପଣ ମଧ୍ୟ ଇମୋସନାଲ୍ ହୋଇଯିବେ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୂଜେନ ଖାନ ତଥା ଋତିକ ରୋଶନଙ୍କ ଛାଡପତ୍ର ପରେ ମଧ୍ୟ ଦୁହିଁଙ୍କୁ ଏକା ସାଥିରେ ଦେଖିବାକୁ ମିଳୁଛନ୍ତି ଏବଂ ପାର୍ଟି ଗୁଡ଼ିକରେ ମଧ୍ୟ ଏକା ସାଥିରେ ନଜର ଆସୁଛନ୍ତି । ସେ ସୁଜେନ ଖାନଙ୍କର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ମୋର ସବୁଠାରୁ ଭଲ ବନ୍ଧୁ ଏବଂ ମୋର ପୂର୍ବ ପତ୍ନୀ । ଏଠାରେ ଆମର ପୁଅର ସ୍ମରଣୀୟ ଦିନ ଅର୍ଥବା ସ୍ମୃତିଗୁଡିକୁ ଆମେ କେମେରାରେ ରଖିଛୁ । ଏହି ସମୟ ଆମର ପିଲାଙ୍କୁ ଏକ ସ୍ମୃତି ବିଷୟରେ ମନେ ପକାଇବ ।

Be the first to comment

Leave a Reply

Your email address will not be published.


*