ମୃତ୍ୟୁ ପୂର୍ବରୁ Wikipedia Pageରେ କିପରି ଅପଡେଟ୍ ହୋଇଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖବର ?

ମୃତ୍ୟୁ ପୂର୍ବରୁ Wikipedia Pageରେ କିପରି ଅପଡେଟ୍ ହୋଇଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖବର ?

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଯୁକ୍ତି ଲାଗିରହିଥିଲା ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ୱ୍ଇକିପୀଡିୟା ପେଜ (Wikipedia Page)ରେ ତାଙ୍କ ମୃତ୍ୟୁର ତାରିଖ ତାଙ୍କ ମୃତ୍ୟୁ ହେବା ପୂର୍ବରୁ ହିଁ କିପରି ଅପଡେଟ୍ ହୋଇଥିଲା ?

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହିତ ଜଡ଼ିତ ରହସ୍ୟ ଏବଂ ପ୍ରଶ୍ନ ଶେଷ ହେବାର ନାମ ହିଁ ନେଉନାହିଁ । ଯେତେବେଳେ କୌଣସି ଗୋଟିଏ ସନ୍ଦେହକୁ ଟିକନିଖ ଭାବରେ ଯାଞ୍ଚ କରି ଶେଷ କରାଯାଉଛି, ସେତେବେଳେ ଅନ୍ୟ ଏକ ସନ୍ଦେହ ସମ୍ନାକୁ ଆସିଯାଉଛି ।

Google

ମୃତ୍ୟୁ ପୂର୍ବରୁ ହୋଇଥିଲା ଅପଡେଟ୍ :-

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯାଇଛି । ସତ୍ୟତାକୁ ଭିତ୍ତି କରି ଯେତେ ଯେତେ ଯାଞ୍ଚ କରାଯାଉଛି, ସେତେ ଅଧିକ ରହସ୍ୟ ସମ୍ନାକୁ ଆସିବାରେ ଲାଗିଛି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଯୁକ୍ତିତର୍କ ଚାଲିଥିଲା ଯେ ସୁଶାନ୍ତ ସିଂହ ରାଜପୁତଙ୍କ ୱ୍ଇକିପୀଡିୟା ପେଜ (Wikipedia Page)ରେ ତାଙ୍କର ମୃତ୍ୟୁ ତାରିଖ ତାଙ୍କ ମୃତ୍ୟୁ ପୂର୍ବରୁ ହିଁ ଅପଡେଟ୍ ହୋଇଯାଇଥିଲା । କେହି ବି ଜାଣିପାରିନଥିଲେ ଯେ, ପ୍ରକୃତରେ ଏପରି କେମିତି ହେଲା । ପୋଲିସକୁ ପ୍ରାୟ ୧୨.୩୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସୂଚନା ମିଳିଥିଲା । ଯେତେବେଳେ କି ୱ୍ଇକିପୀଡିୟା (Wikipedia Page)ରେ ଏହି ସୂଚନା ସକାଳ ୮.୫୯ରେ ଅପଡେଟ୍ ହୋଇସାରିଥିଲା । ସୁଶାନ୍ତ ସକାଳ ୯ରେ ନିଜ ଭଉଣୀଙ୍କ ସହିତ କଥା ହୋଇଥିଲେ ଏବଂ ତାହାର ଏକ ମିନିଟ ପୂର୍ବରୁ ହିଁ ଏହି ଖବର ଅପଡେଟ୍ ହୋଇସାରିଥିଲା ।

ସମ୍ନାକୁ ଆସିଲା ସତ :-

ଆମର ସହଯୋଗୀ ୱେବସାଇଟ dnaindia.comରେ ପ୍ରକାଶିତ ଏକ ଖବର ଅନୁସାରେ ସୁଶାନ୍ତ ୧୦ଟାରେ ଜୁସ୍ ପିଇବା ପରେ ନିଜ ରୁମ୍ (Room)କୁ ଚାଲିଯାଇଥିଲେ । କିନ୍ତୁ ତାଙ୍କ ଫ୍ୟାନମାନଙ୍କୁ ଏହା ବୁଝା ପଡ଼ୁନଥିଲା ଯେ ତାଙ୍କର ମୃତ୍ୟୁ ଘଟଣାର ଏକ ଘଣ୍ଟା ପୂର୍ବରୁ ହିଁ ତାଙ୍କ ୱ୍ଇକିପୀଡିୟା ପେଜ (Wikipedia Page)ରେ କିପରି ଏହି ଘଟଣାକୁ ଅପଡେଟ୍ କରଯାଇଥିଲା । ମାତ୍ର ଏସବୁ ମାମଲାର ଯାଞ୍ଚ ପରେ ଯେଉଁ କଥା ସମ୍ନାକୁ ଆସିଛି ତାହା ସମସ୍ତଙ୍କ ଜିଜ୍ଞାସାକୁ ଶାନ୍ତ କରିଦେଇଛି । ବାସ୍ତବରେ ୱ୍ଇକିପୀଡିୟା, UTC (Coordinated Universal Time) ଜୋନ୍ ଅନୁସାରେ ଅପଡେଟ୍ ହୋଇଥାଏ, ଯାହାକି IST (Indian Standard Time)ର ୫.୩୦ ଘଣ୍ଟା ପଛୁଆ ଚାଳିଥାଏ । ଏହି ମୁତାବିକ ୱ୍ଇକିପୀଡିୟା (Wikipedia)ରେ ଯେଉଁ ଅପଡେଟ୍ ସକାଳ ୯ଟାରେ ନଜର ଆସୁଛି, ତାହା ପ୍ରକୃତରେ ଦ୍ୱିପ୍ରହରର ପାଖାପାଖି ୨.୨୯ ସମୟରେ କରାଯାଇଥିଲା ।

Wikipedia Pageରେ ହୋଇଥିବା ଅପଡେଟ୍ ବ୍ୟତୀତ ଏପରି ଅନେକ ପ୍ରଶ୍ନ ରହିଛି, ଯେଉଁ କାରଣରୁ ଲୋକମାନେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ନାମ ଦେଉଛନ୍ତି । ସେ ସମସ୍ତ ରହସ୍ୟର ଯାଞ୍ଚ ବର୍ତ୍ତମାନ ଜାରି ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ ଜଣ ଲୋକଙ୍କୁ ପଚରାଉଚୁରା କରାଯାଇଛି ।

ବାସ୍ତବରେ ବର୍ତ୍ତମାନ ମଧ୍ୟ ଆପଣଙ୍କ କଣ ଭାବୁଛନ୍ତି ? ସୁଶାନ୍ତ ସିଂହ ରାଜପୁତ କଣ ଆତ୍ମହତ୍ୟା କରିଛନ୍ତି ? ନା ସୁପରିକଳ୍ପିତ ହତ୍ୟା ? ନିଜର ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *