ସଫଳତା ପାଇଁ କଣ କରିବା ଆବଶ୍ୟକ ? ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ମୁଲ୍ୟବାଣୀ ବାଣୀ !

ସଫଳତା ପାଇଁ କଣ କରିବା ଆବଶ୍ୟକ ? ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ମୁଲ୍ୟବାଣୀ ବାଣୀ !

ଭାଗବତ ଗୀତାରେ ୧୮ ଅଧ୍ୟାୟ ଓ ୭୦୦ଟି ଶ୍ଲୋକ ରହିଛି । ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ମିତ୍ର ଅର୍ଜୁନଙ୍କୁ କହିଥିବା ବାଣୀ ଗୀତା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିଥାଏ । ଗୀତା ବିଭିନ୍ନ ଉପାୟରେ ମହାନ ଶିକ୍ଷା ଓ ଦାର୍ଶନିକ ତତ୍ତ୍ୱ ଆମ ଆଗରେ ଉପସ୍ଥାପିତ କରିଥାଏ । ଏହା ଆମକୁ ଶିଖାଇଥାଏ କି, ସମାଜରେ ରହି କିପରି ଆଧ୍ୟାତ୍ମିକ ବୋଧକୁ ଜୀବନର ମାନଦଣ୍ଡ କରାଯାଇପାରିବ । ଭାଗବତ ଗୀତା ପାଠ କରିଲେ ପୁଣ୍ୟ ଲାଭ ହେବା ସହ ଅନେକ ଶୁଭ ଫଳ ମଧ୍ୟ ମିଳିଥାଏ ।

google

ବେଳେବେଳେ କିଛି ଘଟଣା ମନୁଷ୍ୟର ସବୁ ଯୋଜନାକୁ ଭାଙ୍ଗି ଦେଇଥାଏ । ମନୁଷ୍ୟ ସେହି ଆଧାରକୁ ଜୀବନର କେନ୍ଦ୍ର ମାନି ନେଇ ଥାଏ କିନ୍ତୁ କଣ ଭବିଷ୍ୟତ ମନୁଷ୍ୟମାନଙ୍କ ଯୋଜନାର ଆଧାର ଉପରେ ନିର୍ଭର ହୋଇଥାଏ ? ନାହିଁ, ଯେଉଁଭଳି କୌଣସି ଉଚ୍ଚ ପର୍ବତକୁ ସର୍ବପ୍ରଥମେ ଚଢ଼ିବା ବାଲା, ସେହି ପର୍ବତ ତଳେ ବସି ଯେଉଁ ଯୋଜନା କରିଥାଏ କଣ ସେହି ଯୋଜନା ସେହି ଲୋକକୁ ପର୍ବତର ଶିଖର ଉପରେ ପହଞ୍ଚାଇ ଥାଏ କି ?

google

ନାହିଁ, ବାସ୍ତବରେ ସେ ଯେପରି ଉପରକୁ ଚଢ଼ିବାକୁ ଲାଗିଥାଏ, ସେହିପରି ନୂଆଁ ନୂଆଁ ସମସ୍ୟା, ନୂଆଁ ନୂଆଁ ବିଡ଼ମ୍ବନା ଓ ନୂଆଁ ନୂଆଁ ଅବରୋଧ, ଆସିଥାଏ । ପ୍ରତ୍ୟେକ ପାଦ ପରେ ସେ ଅନ୍ୟ ପାଦ ପାଇଁ ନିର୍ଣ୍ଣୟ କରିଥାଏ । ପ୍ରତ୍ୟେକ ପାଦ ପରେ ନିଜ ଯୋଜନାକୁ ବଦଳାଇବାକୁ ପଡ଼ିଥାଏ । ହୋଇପାରେ ତାହାର ପୁରୁଣା ଯୋଜନା ଗାତରେ ପକାଇ ଦେଇପାରେ । ସେ ପର୍ବତକୁ ନିଜର ଯୋଗ୍ୟ କରିପାରି ନଥାଏ । କେବଳ ସ୍ୱୟଂକୁ ପର୍ବତର ଯୋଗ୍ୟ ବନାଇ ପାରିଥାଏ ।

google

କଣ ଜୀବନ ସହିତ ମଧ୍ୟ ଏଭଳି ହୋଇଥାଏ କି ? ଯେତେବେଳେ ମନୁଷ୍ୟ କୌଣସି ଗୋଟିଏ ସମସ୍ୟାକୁ ବା ଗୋଟିଏ ଅବରୋଧକୁ ନିଜ ଜୀବନର କେନ୍ଦ୍ର ବୋଲି ମାନି ନେଇଥାଏ, ନିଜ ଜୀବନର ଗତିକୁ ହିଁ ଅଟକାଇ ଦେଇଥାଏ । ସେ ନିଜ ଜୀବନରେ ସଫଳ ହୋଇପାରି ନଥାଏ ଓ ନା ହିଁ ସୁଖ ଓ ଶାନ୍ତି ପ୍ରାପ୍ତ କରିପାରିଥାଏ । ଅର୍ଥାତ ଜୀବନକୁ ନିଜ ଯୋଗ୍ୟ କରିବା ବଦଳରେ ସ୍ୱୟଂ ନିଜକୁ ଜୀବନର ଯୋଗ୍ୟ କରିବା ହିଁ ସଫଳତା ଓ ସୁଖର ଏକମାତ୍ର ମାର୍ଗ ନୁହଁ କି ? ସ୍ୱୟଂ ବିଚାର କରନ୍ତୁ…

Leave a Reply

Your email address will not be published. Required fields are marked *