ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟଗୁଡିକ କିପରି ନେବା ଉଚିତ ? ଭାଗବତ ଗୀତାରେ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ମୂଲ୍ୟବାନ ବାଣୀ । ଆସନ୍ତୁ ଜାଣିବା :

ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟଗୁଡିକ କିପରି ନେବା ଉଚିତ ? ଭାଗବତ ଗୀତାରେ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ମୂଲ୍ୟବାନ ବାଣୀ । ଆସନ୍ତୁ ଜାଣିବା :

ଭାଗବତ ଗୀତାରେ ୧୮ଟି ଅଧ୍ୟାୟ ଓ ୭୦୦ଟି ଶ୍ଲୋକ ରହିଛି । ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ମିତ୍ର ଅର୍ଜୁନଙ୍କୁ କହିଥିବା ବାଣୀ ଗୀତା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିଥାଏ । ଗୀତା ବିଭିନ୍ନ ଉପାୟରେ ମହାନ ଶିକ୍ଷା ଓ ଦାର୍ଶନିକ ତତ୍ତ୍ୱ ଆମ ଆଗରେ ଉପସ୍ଥାପିତ କରିଥାଏ । ଏହା ଆମକୁ ଶିଖାଇଥାଏ ଯେ, ସମାଜରେ ରହି କିପରି ଆଧ୍ୟାତ୍ମିକ ବୋଧକୁ ଜୀବନର ମାନଦଣ୍ଡ କରାଯାଇ ପାରିବ ।

Google

ଭାଗବତ ଗୀତା ପାଠ କରିଲେ, ପୁଣ୍ୟ ଲାଭ ହେବା ସହ ଅନେକ ଶୁଭ ଫଳ ମଧ୍ୟ ମିଳିଥାଏ । ଗୀତାର କିଛି ଅଧ୍ୟାୟ ଜୀବନରେ ଆସୁଥିବା ବିପଦ ପରିସ୍ଥିତିରୁ ଲଢିବାର ସାହାସ ଦେଇଥାଏ । ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ କରୁଥିଲେ, ତାହାଠାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଶ୍ରେଷ୍ଠ ମାର୍ଗ ହେଉଛି ଭାଗବତ ଗୀତା ପାଠ କରିବା । ଭାଗବତ ଗୀତା ପାଠ କରିଲେ, ତାହା ଆପଣଙ୍କ ଜୀବନର ସମସ୍ତ ସମସ୍ୟାର ସମାଧାନ କରିଥାଏ ।

Google

ଭବିଷ୍ୟତକୁ ଆଧାର କରି ସମସ୍ତେ ଆଜିର ନିର୍ଣ୍ଣୟ ନେବାକୁ ଚାହାଁନ୍ତି । ଭବିଷ୍ୟତରେ ସୁଖ ମିଳୁ, ଭବିଷ୍ୟତ ସୁରକ୍ଷିତ ହେଉ, ଏଭଳି ନିର୍ଣ୍ଣୟ ଆଜି ନେବାରେ ପ୍ରୟାସ ଥାଏ ସଭିଁଙ୍କର । ଆପଣଙ୍କ ଜୀବନକୁ ଦେଖନ୍ତୁ, କଣ ଆପଣଙ୍କ ନିର୍ଣ୍ଣୟ ପଛେ ଭବିଷ୍ୟତର ଚିନ୍ତା ନଥାଏ କି ? କାହିଁକି ନ ରହିବ ନିଜ ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ପ୍ରୟାସ କରିବାର ଅଧିକାର ସଭିଁଙ୍କର ଅଛି । କିନ୍ତୁ ଭବିଷ୍ୟତକୁ କେହି ବି ଜାଣନ୍ତି ନାହିଁ । କେବଳ କଳ୍ପନା ହିଁ କରାଯାଇ ପାରିବ । ଜୀବନର ସବୁ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ କଳ୍ପନାର ଆଧାରରେ ହିଁ ଆମେ କରିଥାଉ । କଣ ନିର୍ଣ୍ଣୟ କରିବା ପାଇଁ ତୃତୀୟ ମାର୍ଗ ହୋଇପାରିବ କି ?

Google

ସବୁ ସୁଖର ଆଧାର ଧର୍ମ ଅଟେ ଓ ସେହି ଧର୍ମ ମନୁଷ୍ୟର ହୃଦୟରେ ବାସ କରିଥାଏ । ତେବେ ପ୍ରତ୍ୟେକ ନିର୍ଣ୍ଣୟ ନେବା ପୂର୍ବରୁ ସ୍ୱୟଂ ନିଜ ହୃଦୟକୁ ଏହି ପ୍ରଶ୍ନ ନିଶ୍ଚୟ ପଚାରନ୍ତୁ ଯେ, ଏହି ନିର୍ଣ୍ଣୟ ସ୍ୱାର୍ଥରୁ ଜନ୍ମିଛି ନା ଧର୍ମରୁ । କଣ ଏତିକି ପର୍ଯ୍ୟାପ୍ତ ନାହିଁ କି ? ଭବିଷ୍ୟତ ବଦଳରେ ଧର୍ମ ବିଷୟରେ ବିଚାର କରିଲେ ଭବିଷ୍ୟତ ଅଧିକ ସୁଖମୟ ହେବ ନାହିଁ କି ? ସ୍ୱୟଂ ବିଚାର କରନ୍ତୁ…

Leave a Reply

Your email address will not be published. Required fields are marked *