ଏହି ଲକ୍ଷଣଗୁଡିକ ମାଧ୍ୟମରେ ଜାଣିପାରିବେ କରୋନା ଟୀକା ଆପଣଙ୍କ ଶରୀରରେ ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ…

ଏହି ଲକ୍ଷଣଗୁଡିକ ମାଧ୍ୟମରେ ଜାଣିପାରିବେ କରୋନା ଟୀକା ଆପଣଙ୍କ ଶରୀରରେ ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ…

ସମଗ୍ର ବିଶ୍ୱରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଏଥିରୁ ରକ୍ଷା ପାଇବାପାଇଁ ସମସ୍ତ ଦେଶ କରୋନା ଭୂତାଣୁକୁ ନେଇ ଉନ୍ନତମାନର ଟିକାର ଅନ୍ଵେଷଣ କରିବାରେ ଲାଗିପଡିଛନ୍ତି । ଭାରତରେ ମଧ୍ୟ ୪୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଟୀକାକରଣ କରାଯାଉଛି । ଏଥିସହିତ ଗତକାଲି ଠାରୁ ଅର୍ଥାତ ମଇ ୧ ତାରିଖ ଠାରୁ ମଧ୍ୟ ୧୮ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ଟିକା ଦିଆଯାଉଛି । ଏଭଳି ପରିସ୍ଥିତିରେ କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଅଛି କି ଟିକା ନେବା ପରେ ଏହି ଟିକା ଶରୀରରେ ସଠିକ ଭାବରେ କାମ କରିବ କି ନାହିଁ ଏହା କିପରି ଜଣାପଡିବ ? ଆଜି ଆମେ ଏହି ରହସ୍ୟ ଉପରୁ ପରଦା ଉଠାଇବୁ ।

ଆମେରିକାର ମୁଖ୍ୟ ମେଡ଼ିକାଲ ନିର୍ଦେଶକ ଡାକ୍ତର ଏନ୍ଥନୀ ଫାଉଚିଙ୍କ ଅନୁଯାୟୀ, ଟିକାର ଦ୍ଵିତୀୟ ଡୋଜ ନେବା ପରେ ଯଦି ଆପଣଙ୍କୁ ହାଲୁକା ଯନ୍ତ୍ରଣା ଅନୁଭବ ହେବ କିମ୍ବା ଥଣ୍ଡା ଲାଗିବ, ତେବେ ବୁଝିନେବେ ଯେ ଟିକା ଆପଣଙ୍କ ଶରୀରରେ କାମ କରୁଅଛି । ଆପଣଙ୍କ ଇମ୍ୟୁନ ସିଷ୍ଟମ ଭୁତାଣୁ ସହ ଲଢ଼ିବାକୁ ସକ୍ଷମ ଅଟେ ।

ଏହି ଟିକା ଦ୍ୱାରା ଆପଣଙ୍କ ଇମ୍ୟୁନ ସିଷ୍ଟମ କରୋନା ସ୍ପାଇକ ପ୍ରୋଟିନ ନାମକ ଏକ ଭାଇରାଲ ପ୍ରୋଟିନକୁ ଚିହ୍ନଟ କରିଥାଏ ଏବଂ ଶରୀରରେ ଏହା ବିରୁଦ୍ଧରେ ଏଣ୍ଟିବଡି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଏଣ୍ଟିବଡିରୁ ଖରାପ ହେଉ ହେଉ ଏହି ପ୍ରୋଟିନ ଭୁତାଣୁକୁ ତୀବ୍ର ବେଗରେ ବଢିବାକୁ ଦିଏନାହିଁ । ଏହାସହ ଏହା ରୋଗକୁ ବ୍ୟାପିବାରେ ଅଟକିଥାଏ ।

ଏହି ପ୍ରକ୍ରିୟା ହେବା ବେଳେ ଶରୀରରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥାଏ । ଏଥିରେ ଟିକା ଲାଗିଥିବା ହାତରେ ଯନ୍ତ୍ରଣା, ଥକାପଣ, ଜ୍ୱର, ମୁଣ୍ଡ ଯନ୍ତ୍ରଣା, ବାନ୍ତି ଆଦି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଠାରେ ମଧ୍ୟରେ ଏହି ଲକ୍ଷଣ ଦେଖାଯାଉଛି, ତେବେ ଚିନ୍ତା କରନ୍ତୁ ନାହିଁ ବରଂ ଖୁସି ହୁଅନ୍ତୁ । ଏହାର ଅର୍ଥ ଟିକା ତାର କାମ ସଠିକ ଭାବରେ କରୁଅଛି ।

ଟିକା ନେବା ପରେ ଯଥାସମ୍ଭବ ତରଳ ପଦାର୍ଥ ଅଧିକ ସେବନ କରନ୍ତୁ । ଯଦି ଟିକା ନେବା ସ୍ଥାନ ଫୁଲି ଯାଇଛି, ତେବେ ବରଫ ଘୋଷନ୍ତୁ । କହିରଖୁଛୁ ଯେ, ଭାରତର ସ୍ଵଦେଶୀ ଟିକା କୋଭ୍ୟାକ୍ସିନ କରୋନାର ୬୧୭ଟି ଭେରିଏଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ । ଏହା ବିଶ୍ୱର ସବୁଠାରୁ ଭଲ ଟିକା ମଧ୍ୟରୁ ଗୋଟିଏ ଅଟେ । ଏହି କଥାକୁ ନିଜେ ଆମେରିକାର ମୁଖ୍ୟ ମେଡ଼ିକାଲ ନିର୍ଦେଶକ ଡାକ୍ତର ଏନ୍ଥନୀ ଫାଉଚି ସ୍ୱୀକାର କରିଛନ୍ତି ।

ଟିକା ନେବା ପରେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଗୋଟିଏ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣଙ୍କୁ ଏହାଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଜ୍ୱର କିମ୍ବା ଆଉ କୌଣସି ଲକ୍ଷଣ ଦେଖାଯାଉଛି, ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ । ଟିକା ନେବା ପରେ ଯଥାସମ୍ଭବ ଆରାମ କରିବା ଉଚିତ ।

ଯଦି ଆପଣ ଏପର୍ଯ୍ୟନ୍ତ ଟିକା ନେଇ ନାହାଁନ୍ତି କିମ୍ବା ନେବାକୁ ଯାଉଛନ୍ତି, ତେବେ କିଛି ଜରୁରୀ କଥାକୁ ମନେରଖନ୍ତୁ । ଯେପରିକି ଟିକା ନେବା ପୂର୍ବରୁ ନିଦ ସମ୍ପୂର୍ଣ୍ଣ ଭାବରେ ପୁରା କରିନିଅନ୍ତୁ, ଅଧିକ ପାଣି ପିଅନ୍ତୁ, ଋତୁ ଅନୁଯାୟୀ ଫଳ ସେବନ କରନ୍ତୁ, ସଂପୂର୍ଣ୍ଣ ଖାଦ୍ୟ ଖାଆନ୍ତୁ । ଏହାଦ୍ଵାରା ଟିକା ନେବା ପରେ ଆପଣଙ୍କୁ ଦୁର୍ବଳ ଅନୁଭବ ହେବ ନାହିଁ ।

Leave a Reply

Your email address will not be published. Required fields are marked *