CoronaVirus Vaccine: କେତେ ସୁରକ୍ଷିତ ଏବଂ ଫଳପ୍ରଦ ହେବ ନାକରେ ଦିଆ ଯାଉଥିବା ଟୀକା ?

କୋରୋନା ମହାମାରୀ ସହିତ ଲଢ଼େଇରେ ଦୁନିଆର ଅନେକ ଦେଶର ବୈଜ୍ଞାନିକଙ୍କୁ ଔଷଧ ଏବଂ ଟୀକା ପ୍ରସ୍ତୁତ କରିବାରେ ସଫଳତା ମିଳୁଛି । କେତେକ ଦେଶରେ ବିଭିନ୍ନ ପ୍ରକାରର ଟୀକା ବିକଶିତ କରାଯାଉଛି । ଋଷ ଏବଂ ଚୀନରେ ଟୀକା ପ୍ରସ୍ତୁତ ହୋଇଯାଇଛି ପୁଣି ଭାରତ, ବ୍ରିଟେନ୍, ଆମେରିକା ଆଦି ଦେଶରେ ଖୁବଶୀଘ୍ର ଟୀକା ଉପଲବ୍ଧ ହେବ । ଟୀକା ଉପରେ ଜାରି ରିସର୍ଚ୍ଚର କ୍ରମରେ ଆମେରିକୀୟ ବୈଜ୍ଞାନିକ ମାନେ କୋରୋନାର ଏକ ଏପରି ଟୀକା ବିକଶିତ କରିଛନ୍ତି, ଯାହାକୁ ନାକରେ ଦିଆଯିବ । ପୂର୍ବରୁ କିଛି ବୈଜ୍ଞାନିକ ଏହାର ସମୀକ୍ଷା କରି ସାରିଛନ୍ତି ଯେ ନାକ ଜରିଆରେ ଦିଆଯାଉଥିବା ଟୀକା ପ୍ରଭାବୀ ପ୍ରମାଣିତ ହେବ କାରଣ କୋରୋନାର ସଂକ୍ରମଣ ସାଧାରଣତଃ ମୁଁହ ଏବଂ ନାକ ଜରିଆରେ ହିଁ ଶରୀର ମଧ୍ୟକୁ ପହଞ୍ଚାଇ ଥାଏ । ଏହି ଟୀକାକୁ ମୂଷା ଉପରେ ପ୍ରୟୋଗ କରିଥିବା ବୈଜ୍ଞାନିକ ମାନେ କହନ୍ତି ଯେ ଟ୍ରାଏଲର ପରିଣାମ ପ୍ରଭାବୀ ରହିଛି । ଆସନ୍ତୁ ଜାଣିବା ଏହି ଟୀକା ବିଷୟରେ :

google

ଆମେରିକାରେ ବିକଶିତ କରାଯାଇଥିବା ଟୀକାକୁ ମୂଷା ଉପରେ ପରୀକ୍ଷଣ କରାଯାଇଛି, ଯାହାର ପରିଣାମ ଖୁବ୍ ପ୍ରଭାବୀ ହୋଇଛି । ଏହି ଟୀକାକୁ ବିକଶିତ କରିବାରେ ୱାଶିଙ୍ଗଟନ ୟୁନିଭରସିଟି ସ୍କୁଲ ଅଫ ମେଡ଼ିସିନର ଶୋଧକାର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଯେଉଁ ମାନଙ୍କର କହିବା କଥା ଯେ ଟୀକାର ଡୋଜ୍ ଦେବାପରେ ମୂଷା ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଲା ଏବଂ ଭୂତାଣୁ ସହିତ ଲଢ଼ିବାର ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟିବଡ଼ିିଜ ମଧ୍ୟ ବଢ଼ିବାର ଦେଖା ଯାଇଛି । ନାକ ଏବଂ ଶ୍ୱାସନ ତନ୍ତ୍ର ଉପରେ ଏହାର ଫାଇଦା ଦେଖା ଯାଇଛି ।

କୋରୋନା ଭୂତାଣୁକୁ ବ୍ଲକ୍ କରିଥାଏ ଟୀକା :-

google

ୱାଶିଙ୍ଗଟନ ୟୁନିଭରସିଟି ସ୍କୁଲ ଅଫ ମେଡ଼ିସିନର ଶୋଧକାର୍ତ୍ତା ମାଇକେଲ ଏସ ଡାୟମଣ୍ଡ ମୁତାବକ, ଟୀକାର ଡୋଜ୍ ମୂଷା ମଧ୍ୟରେ କୋରୋନା ସଂକ୍ରମଣକୁ ରୋକିବାରେ ପ୍ରଭାବୀ ହୋଇଛି । ଟୀକାର ଡୋଜ୍ ଦେବା ପରେ ନାକର ଉପରି ଭାଗରେ ପ୍ରତିରୋଧକ କ୍ଷମତା ବିକଶିତ ହୋଇଥିଲା ଏବଂ କୋରୋନା ଭୂତାଣୁର ପ୍ରବେଶ ବ୍ଲକ୍ ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଟ୍ରାଏଲରେ ପରିଣାମ ସକରାତ୍ମକ ରହିଛି ।

ଟୀକାର କେତେ ଡୋଜ୍ ଜରୁରୀ ଅଟେ :-

google

ରିସର୍ଚ୍ଚ ଜେନେରାଲ ସେଲରେ ପ୍ରକାଶିତ ରିପୋର୍ଟ ମୁତାବକ ଶୋଧକାର୍ତ୍ତା ମାନେ କୋରୋନା ସଂକ୍ରମିତ ମୂଷାକୁ ଯେତେବେଳେ ଟୀକାର ଡୋକ୍ ଦେଇଥିଲେ, ତାହାର ଯାଞ୍ଚରୁ ଜଣା ପଡ଼ିଥିଲା ଯେ ସେଥିରେ ରୋଗ ପ୍ରତିରୋଧକ କ୍ଷମତା ଦ୍ରୁତ ଭାବରେ ବଢ଼ିବାରେ ଲାଗିଥିଲା । ଏହି ଟୀକା ଫୁସଫୁସରେ ସଂକ୍ରମଣ, ଫୁଲା ଏବଂ କୋରୋନାର ସଙ୍କଟରୁ ବଞ୍ଚାଇ ଥାଏ । ରିପୋର୍ଟ ମୁତାବିକ ସାଧାରଣତଃ ଟୀକାର ଗୋଟିଏ କିମ୍ବା ଦୁଇଟି ଡୋଜ୍ ପର୍ଯ୍ୟାପ୍ତ ଅଟେ । କିନ୍ତୁ ମୂଷାର ଫୁସଫୁସରେ ଉଚ୍ଚ ସ୍ତରର ଭୂତାଣୁ ଦେଖାଯିବା କାରଣରୁ ଅଧିକ ଡୋଜ୍ ଦେବାକୁ ପଡ଼ିଥିଲା ।

ପ୍ରଥମ ଡୋଜରୁ ହିଁ ପ୍ରଭାବ ଆରମ୍ଭ ହୋଇ ଯାଇଥିଲା :-

google

ଶୋଧକାର୍ତ୍ତା ମାଇକେଲ ଏସ ଡାୟମଣ୍ଡଙ୍କ ମୁତାବକ, ଟୀକାର ପ୍ରଥମ ଡୋଜରୁ ହିଁ ମୂଷା ମଧ୍ୟରେ ଭୂତାଣୁ ବିରୋଧରେ ପ୍ରତିପିଣ୍ଡ ସୃଷ୍ଟି ହେବା ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଟ୍ରାଏଲରୁ ଏହି ପରିଣାମ ଦେଖା ଯାଇଛି ଯେ CHAD SARS – CoV – 2 – S ଟୀକାରେ ଭୂତାଣୁ ଠାରୁ ବର୍ତ୍ତିବା ଏବଂ ଏହାର ପ୍ରସାରକୁ ରୋକିବାର କ୍ଷମତା ରହିଛି । ଟୀକା ସାହାଯ୍ୟରେ ହିଁ ମୂଷାକୁ ସଂକ୍ରମଣରୁ ବଞ୍ଚାଇ ହେବ । ଟ୍ରାଏଲରୁ ଦେଖା ଯାଇଥିବା ପରିଣାମ ଦ୍ଵାରା ଶୋଧକାର୍ତ୍ତା ମାନେ ଉତ୍ସାହିତ ଅଛନ୍ତି ।

ପୁନର୍ବାର ସଂକ୍ରମଣ ହେବ ନାହିଁ :-

google

ଶୋଧକାର୍ତ୍ତା ମାନଙ୍କର କହିବା କଥା ଯେ , ଟୀକାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଟୀକାର ଡୋଜ୍ ଦେବାପରେ ମୂଷା ମଧ୍ୟରେ ସଂକ୍ରମଣକୁ ରୋକା ଯାଇ ପାରିଥିଲା । ପୁଣିଥରେ ଯେତେବେଳେ ମୂଷା ଭୂତାଣୁ ସଂସ୍ପର୍ଶରେ ଆସିଲା ସେତେବେଳେ ପୁନର୍ବାର ସଂକ୍ରମଣ ହୋଇ ନଥିଲା ।

ଟୀକା ଉପରେ ବଡ଼ ଆଶା :-

google

ଶୋଧକାର୍ତ୍ତା ମାନଙ୍କର କହିବା କଥା ଯେ ଖୁବଶୀଘ୍ର ହିଁ ଅନ୍ୟ ପଶୁ ମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ କରାଯିବ । ସେମାନଙ୍କୁ ଏହି ଆଶା ରହିଛି ଯେ ଏହା କୋରୋନା ଭୂତାଣୁକୁ ରୋକିବାରେ ସକ୍ଷମ ହେବ ଏବଂ ମହାମାରୀ ବିରୋଧରେ ପ୍ରଭାବୀ ହୋଇ ପାରିବ । ଏହି ସୂଚନା ଆସିଛି ଯେ ଋଷ ଏବଂ ଚୀନ କୋରୋନା ଟୀକା ପ୍ରସ୍ତୁତ କରି ସାରିଛନ୍ତି, ଯେଉଁଠି ଭାରତ ଏବଂ ଅନ୍ୟ ଦେଶ ମାନଙ୍କରେ ଟୀକା ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Be the first to comment

Leave a Reply

Your email address will not be published.


*