ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ, ଉପାନ୍ତ ସହର ରେଳ ସମେତ ନିୟମିତ ରେଳ ସେବା ପୁନଃ ନୋଟିସ ନ ଦେବା ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇପାରିବ ନାହିଁ । କୋଭିଡ୍-19 କାରଣରୁ ପରିବହନ ବ୍ୟବସ୍ଥା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ରେଳବାଇ ଦର୍ଶାଇଛି । ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ବର୍ତ୍ତମାନ ମନୋନୀତ ଗନ୍ତବ୍ୟସ୍ଥଳ ମଧ୍ୟରେ ଚାଲୁଥିବା ୨୩୦ଟି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ଏବଂ ଯେଉଁଥିରେ ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ଲୋକମାନଙ୍କ ପାଇଁ ମୁମ୍ବାଇରେ ଚାଲୁଥିବା ସ୍ଥାନୀୟ ଟ୍ରେନ୍ ମଧ୍ୟ ଏଥିରେ ସାମିଲ ଅଛି । ରେଳ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଉପରେ ନଜର ରଖାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ଯେପରି ଚଳାଚଳ କରାଯାଇପାରିବ । ଏହି ବିବୃତ୍ତିରେ ପ୍ରକାଶ କରିବା ବେଳେ ଅଧିକାରୀ କହିଛନ୍ତି ଯେ, ଲକ୍ଡ଼ାଉନ୍ ପୂର୍ବରୁ ଚାଲୁଥିବା ଅନ୍ୟ ନିୟମିତ ଏବଂ ଉପାନ୍ତ ସହର ଟ୍ରେନ୍ ଗୁଡିକୁ କିଛି ସମୟ ପାଇଁ ବନ୍ଦ ରଖାଯିବ ।

୨୫ ମାର୍ଚ୍ଚରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ଡ଼ାଉନ୍ ଘୋଷଣା କରିବା ପରେ ଟ୍ରେନର ନିୟମିତ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପରେ ମନ୍ତ୍ରଣାଳୟ ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସ୍କିମର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ଦେଶର ମନୋନୀତ ଗନ୍ତବ୍ୟସ୍ଥଳ ମଧ୍ୟରେ ସୀମିତ ପ୍ରିମିୟମ୍ ଟ୍ରେନ୍ ସେବା ଗୁଡିକୁ ଆରମ୍ଭ କରି ଦିଆଯାଇଥିଲା ।
ଏହାପୂର୍ବରୁ ରେଳ ବୋର୍ଡ ସୋମବାର (୧୦ ଅଗଷ୍ଟ)ରେ ସ୍ପଷ୍ଟୀକରଣ କରିଛି ଯେ ଟ୍ରେନକୁ ପୁନଃଆରମ୍ଭ କିମ୍ବା ସ୍ଥଗିତ ରଖିବା ସମ୍ପର୍କରେ କୌଣସି ନୂତନ ବିବୃତି ଜାରି କରାଯାଇ ନାହିଁ । ଏହା ସହିତ ବୋର୍ଡ ସ୍ପଷ୍ଟ ଭାବେ କହିଛି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ରେଳ ସେବାଗୁଡିକୁ ସ୍ଥଗିତ ରଖାଯିବ । ବାସ୍ତବରେ ସୋସିଆଲ ମିଡିଆରେ ଏକ ବିଜ୍ଞପ୍ତି ଭାଇରାଲ୍ ହେବାରେ ଲାଗିଛି ଯେ କରୋନା ଭାଇରସ୍ ମହାମାରୀ ପରେ ସମସ୍ତ ଏକ୍ସପ୍ରେସ ଯାତ୍ରୀ ଏବଂ ଉପାନ୍ତ ସହର ଟ୍ରେନ ଗୁଡିକର ସେବା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

୧୦ ଅଗଷ୍ଟ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦିଓ ଟ୍ରେନ ବାତିଲ୍ ହେବାର ସମୟକୁ ବୃଦ୍ଧି କରାଯାଇଛି, ତଥାପି ନିର୍ଦ୍ଦିଷ୍ଟ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ କାର୍ଯ୍ୟସୂଚୀ ଅନୁଯାୟୀ ଚଳାଚଳ କରିବ । ରେଲୱେ ମନ୍ତ୍ରଣାଳୟ ମଧ୍ୟ ଏହା ବିଷୟରେ ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି । ରେଳ ମନ୍ତ୍ରଣାଳୟ ଲେଖିଛନ୍ତି ଯେ, “ଗଣମାଧ୍ୟମର କିଛି ଅଂଶରେ ଖବର ରହିଛି ଯେ, ରେଳବାଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନକୁ ବାତିଲ କରିଦେଇଛି । ଏହା ଠିକ ଖବର ନୁହେଁ । ରେଳ ମନ୍ତ୍ରଣାଳୟ ଦ୍ୱାରା କୌଣସି ନୂତନ ସର୍କୁଲାର ଜାରି କରାଯାଇ ନାହିଁ । ସ୍ପେଶାଲ ମେଲ ଏକ୍ସପ୍ରେସ ଟ୍ରେନ୍ ପୂର୍ବଭଳି ଚାଲିବା ଜାରି ରଖିବ ।