କାରୋନା ଭାଇରସ୍ ହୃଦଘାତ ରୋଗୀଙ୍କୁ କିପରି ପ୍ରଭାବିତ କରୁଛି ? ଆସନ୍ତୁ ଜାଣିବା…

କାରୋନା ଭାଇରସ୍ ହୃଦଘାତ ରୋଗୀଙ୍କୁ କିପରି ପ୍ରଭାବିତ କରୁଛି ? ଆସନ୍ତୁ ଜାଣିବା…

କରୋନା ମହାମାରୀ ସମୟ ସୀମା ମଧ୍ୟରେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀମାନେ ଆକସ୍ମିକ ଭାବରେ ହୃଦଘାତର ଶିକାର ହେଉଥିବା ମାମଲା ସାମ୍ନାକୁ ଆସିଛି । ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା ସମୟରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି । ଏମାନଙ୍କ ମୃତ୍ୟୁ ପରେ ଏହି ଦିଗ ଆଡକୁ ଦୃଷ୍ଟି ଯାଇଛି ଯେ କୋଭିଡ ସଂକ୍ରମଣ ଓ ହୃଦଘାତ ମଧ୍ୟରେ କଣ ସମ୍ପର୍କ ରହିଛି ।

ଇନ୍ଟରନ୍ୟାଶନାଲ କାର୍ଡିଓଭାସ୍କୁଲାର ସର୍ଜନ ଏବଂ ମେଟ୍ରୋ ହସ୍ପିଟାଲ ଆଣ୍ଡ ହାର୍ଟ ଇନଷ୍ଟିଚ୍ୟୁଟର କାର୍ଡିଏକ କେଥ୍ ଲ୍ୟାବ୍ ର ନିର୍ଦ୍ଦେଶକ ଡ.ସମୀର ଗୁପ୍ତା କହିଛନ୍ତି ଯେ ହାର୍ଟର ଆର୍ଟଲାରିରେ ବ୍ଲଡ଼ କ୍ଲଟ୍ ହେଲେ ହୃଦଘାତ ହୋଇଥାଏ । ହାର୍ଟ ହଠାତ ସୁସ୍ଥ ହୋଇଗଲେ ବା କାମ କରିବା ବନ୍ଦ କରିଦେଲେ ତାହାକୁ କାର୍ଡିଏକ ଆରେଷ୍ଟ କୁହାଯାଏ । ଏହା ବିପଦଜନକ କାରଣ ଏଥିରେ ରୋଗୀକୁ ବଞ୍ଚାଇବାକୁ ବହୁତ କମ ସମୟ ଥାଏ । କୋଭିଡର ଏହି ଦୁଇଟି ସହ ସମ୍ବନ୍ଧ ରହିଛି । ଭାଇରସ ସଂକ୍ରମଣ ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡିଥାଏ । ହାର୍ଟର ମାଂସପେଶୀରେ ସୁଜନ ମଧ୍ୟ ହୋଇଯାଇଥାଏ । ଇନଫେକ୍ସନ ଯୋଗୁଁ ହାର୍ଟ ଟିସୁ କ୍ଷତିଗ୍ରସ୍ତ ହୋଇଥାଏ । ଏହିଭଳି କୋଭିଡ ଭାଇରସ ହାର୍ଟକୁ କ୍ଷତି ପହଞ୍ଚାଇଥାଏ ।

Google

ଡ.ସମୀର କହିଛନ୍ତି, ନିକଟରେ ଅନେକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ କୋଭିଡ କେବଳ ଫୁସଫୁସକୁ ନୁହେଁ ବରଂ ଶରୀରର ଅନ୍ୟ ଅଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି । ଏଥିରେ ହାର୍ଟ ମଧ୍ୟ ସାମିଲ ଅଛି । ସଂକ୍ରମଣ ଯୋଗୁଁ ରକ୍ତ ଜମାଟ ବାନ୍ଧି ଦେଉଛି । ଯାହା ହାର୍ଟ ପାଇଁ ଅତ୍ୟନ୍ତ ବିପଦଜନକ । ଯାହାଫଳରେ ହୃଦଘାତ ହେଉଛି ।

ଡାକ୍ତର କହିଛନ୍ତି ଯେ କରୋନା କାଳରେ ନିଜ ହାର୍ଟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ସେଥିପାଇଁ ନିୟମିତ ସାମାନ୍ୟ ବ୍ୟାୟାମ କରିବା ବା ଶାରୀରିକ ଭାବେ ଆକ୍ଟିଭ ରହିବା ଜରୁରୀ । ଏହାସହ ଆହାରରେ ସୁସ୍ଥକର ଖାଦ୍ୟ ସାମିଲ କରିବା ଆବଶ୍ୟକ ।

Google

ଡ.ସମୀର କହିଛନ୍ତି ଯେ ରକ୍ତଚାପ, ହାଇପରଟେନ୍ସନ, ଧୂମପାନ, କୋଲେଷ୍ଟ୍ରଲ, ମୋଟାପଣ, ଅତ୍ୟଧିକ ଲିପିଡ ସ୍ତର ହୃଦରୋଗର ମୁଖ୍ୟ କାରଣ । କୋଭିଡ ସମୟରେ ଏହିସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି କାହାକୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ଅଧିକ ଝାଳ ବାହାରୁଛି, ଗୋଡ ଫୁଲୁଛି, ଛାତିରେ ଯନ୍ତ୍ରଣା ହେଉଛି ତା’ହେଲେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବା ଉଚିତ କିମ୍ବା ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ ।

ବି.ଦ୍ର : କାରୋନା ଭଳି ମହାମାରୀ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାସ୍କ ବ୍ୟବହାର କରନ୍ତୁ ଓ ହାତକୁ ସନିଟାଇଜର କରନ୍ତୁ । ଅଯଥା ବାହାରକୁ ବାହାରନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିଲେ ନିଜ ପରିବାର ସୁରକ୍ଷିତ ରହିବ ।

Leave a Reply

Your email address will not be published. Required fields are marked *