କ୍ୟାରିୟର୍ ସମ୍ପୂର୍ଣ୍ଣ ଭାବେ ଶେଷ ହେବାପରେ ମଧ୍ୟ କରିଷ୍ମା କିପରି ଉଠାନ୍ତି ନିଜ ଶିଶୁଙ୍କ ଖର୍ଚ୍ଚ ? ପଢ଼ନ୍ତୁ…

କ୍ୟାରିୟର୍ ସମ୍ପୂର୍ଣ୍ଣ ଭାବେ ଶେଷ ହେବାପରେ ମଧ୍ୟ କରିଷ୍ମା କିପରି ଉଠାନ୍ତି ନିଜ ଶିଶୁଙ୍କ ଖର୍ଚ୍ଚ ? ପଢ଼ନ୍ତୁ…

ଏକ ସମୟ ଥିଲା ଯେତେବେଳେ କରିଷ୍ମା କପୂର୍ ବଲିଉଡ଼ର ଏକ ଉଚ୍ଚ ସ୍ତରୀୟ ଅଭିନେତ୍ରୀ ଥିଲେ । ୪୬ ବର୍ଷର କରିଷ୍ମା ୯୦ ଦଶକରେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଯଦିଓ ବିବାହ କରିବା ପରେ କରିଷ୍ମା କପୂର୍ ଚଳଚ୍ଚିତ୍ର ଗୁଡ଼ିକରେ କାମ କରିବା ଛାଡ଼ିଦେଲେ ଏବଂ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ହୋଇଗଲେ । କିନ୍ତୁ ବିବାହର କିଛି ବର୍ଷପରେ କରିଷ୍ମା କପୂର୍ ସ୍ୱାମୀ ସଞ୍ଜୟ କପୂରଙ୍କ ଠାରୁ ଅଲଗା ହୋଇଗଲେ ଏବଂ ତାଙ୍କ ସହିତ ଛାଡ଼ପତ୍ର ନେଇଗଲେ ।

ବିବାହର ଚାରିବର୍ଷ ପରେ ସଞ୍ଜୟ କପୂରଙ୍କୁ ଛାଡ଼ି କରିଷ୍ମା କପୂର୍ ନିଜ ଶିଶୁ ସମାୟରା ଓ କିୟାନଙ୍କ ସହିତ ଏକୁଟିଆ ରହୁଥିଲେ । ଏମିତିରେ ପ୍ରଶ୍ନ ଉଠେ କରିଷ୍ମା କିପରି ଭାବରେ ନିଜ ଶିଶୁମାନଙ୍କ ଖର୍ଚ୍ଚ ଉଠାଉଛନ୍ତି ।

ବାସ୍ତବରେ କରିଷ୍ମା ଦୀର୍ଘ ସମୟ ଧରି ଚଳଚ୍ଚିତ୍ର ଜଗତର ଦୂରେଇ ଯାଇଛନ୍ତି । ଯଦିଓ ନିକଟରେ ସେ ୱେବ୍ ସିରିଜ୍ ‘ମେଣ୍ଟଲହୁଡ଼’ରେ ନଜର ଆସିଥିଲେ । ଏହି ୱେବ୍ ସିରିଜ୍ ବ୍ୟତୀତ କରିଷ୍ମା କିଛି ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । କିନ୍ତୁ ୱେବ୍ ସିରିଜ୍ କିମ୍ବା ବିଜ୍ଞାପନରୁ ମିଳୁଥିବା ଟଙ୍କାରୁ ନିଜ ଖର୍ଚ୍ଚ ତୁଲାଇବା କରିଷ୍ମାଙ୍କ ପାଇଁ କଷ୍ଟକର ଥିଲା । ଏମିତିରେ ତାଙ୍କର ସମସ୍ତ ଖର୍ଚ୍ଚ ସଞ୍ଜୟ କପୂର୍ ଉଠାନ୍ତି ।

ସଞ୍ଜୟ ଓ କରିଷ୍ମାଙ୍କ ଛାଡ଼ପତ୍ରକୁ ବଲିଉଡର ସବୁଠାରୁ ମହଙ୍ଗା ଛାଡ଼ପତ୍ର ବୋଲି କୁହାଯାଏ । ସଞ୍ଜୟ କପୂରଙ୍କୁ ଛାଡ଼ପତ୍ର ଦେବା ପରେ କରିଷ୍ମା ଏଲିମନୀର ଏକ ମୋଟା ରକମ ନେଇଥିଲେ । କରିଷ୍ମା କପୂର୍ ନିଜ ଦୁଇଟି ଶିଶୁଙ୍କ ସହିତ ‘ଖାର୍’ର ଯେଉଁ ଫ୍ଲାଟରେ ରୁହନ୍ତି, ଯାହାକି ସଞ୍ଜୟଙ୍କ ସହ ଛାଡ଼ପତ୍ର ପରେ ମିଳିଛି । ଏହି ଫ୍ଲେଟ୍ ସଞ୍ଜୟ କପୂରଙ୍କ ପିତାଙ୍କ ଥିଲା ।

ସଞ୍ଜୟ ନିଜର ଦୁଇଟି ଶିଶୁଙ୍କ ନାମରେ ୧୪ କୋଟିର ବ୍ରୋଣ୍ଡ କିଣିଛନ୍ତି । ଯାହାର ସୁଧ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ମିଳେ । ଯାହାକି କରିଷ୍ମାଙ୍କ ନିକଟକୁ ଆସେ । କରିଷ୍ମା କପୂରଙ୍କ ଦୁଇଟି ଶିଶୁ ଧିରୁଭାଇ ଅମ୍ବାନୀ ଇଣ୍ଟରନେସନଲ୍ ସ୍କୁଲରେ ପଢ଼ନ୍ତି । ଶିଶୁସମାନଙ୍କ ପାଠପଢା ଓ ରହିବା ଖାଇବା ସମସ୍ତ ଖର୍ଚ୍ଚ ସଞ୍ଜୟ କପୂର୍ ଦେଖନ୍ତି ।

ସମାୟରା ଓ କିୟାନ୍ ନିଜ ପିତାଙ୍କୁ ଖୁବ୍ ଭଲ ପାଆନ୍ତି ଏବଂ ଅଧିକାଂଶ ସମୟରେ ତାଙ୍କୁ ଦେଖା କରିବା ପାଇଁ ଦିଲ୍ଲୀ ମଧ୍ୟ ଯାଆନ୍ତି । ଏତିକିନୁହେଁ ଦୁହେଁ ନିଜ ପିତାଙ୍କ ସହ ବିଦେଶକୁ ଛୁଟି କାଟିବା ପାଇଁ ମଧ୍ୟ ଯାଆନ୍ତି ।

ସଞ୍ଜୟଙ୍କ ସ୍ତ୍ରୀ ପ୍ରିୟା ଚଟବାଲ୍ ମଧ୍ୟ କିୟାନ୍ ଓ ସମାୟରାଙ୍କ ଖୁବ୍ ନିକଟରେ ଅଛନ୍ତି ଏବଂ ଏ ଦୁହିଁଙ୍କ ସହ ଭଲ ସଂପର୍କ ରଖିଛନ୍ତି । ସେପଟେ ସଞ୍ଜୟ କପୂର୍ ମଧ୍ୟ ନିଜ ଶିଶୁମାନଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ଆସନ୍ତି ।

କରିଷ୍ମା ୨୦୦୩ ମସିହାରେ ସଞ୍ଜୟଙ୍କୁ ବିବାହ କରିଥିଲେ । ଏହାପରେ ସେ ଦିଲ୍ଲୀ ଚାଲି ଯାଇଥିଲେ । ବିବାହର କିଛି ବର୍ଷ ପରେ କରିଷ୍ମା ଓ ସଞ୍ଜୟଙ୍କ ସମ୍ପର୍କରେ ଦୂରତା ଆସିବାକୁ ଲାଗିଲା ଏବଂ ଦୁହେଁ ଅଲଗା ହୋଇଗଲେ । କରିଷ୍ମା ନିଜର ଦୁଇଟି ଶିଶୁଙ୍କ ସହିତ ଦିଲ୍ଲୀରୁ ମୁମ୍ବାଇ ଆସିଗଲେ ଓ ସଞ୍ଜୟଙ୍କୁ ଛାଡ଼ପତ୍ର ନେବେ ବୋଲି ନିଷ୍ପତ୍ତି ନେଲେ । ଏହାପରେ ୨୦୧୬ ମସିହାରେ ଏମାନଙ୍କ ଛାଡ଼ପତ୍ର ହୋଇଗଲା । ସେପଟେ କରିଷ୍ମାଙ୍କ ସହ ଛାଡ଼ପତ୍ର ନେବା ପରେ ସଞ୍ଜୟ ପ୍ରିୟାଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *