ଶରୀର ପାଇଁ କେତେ ମାରାତ୍ମକ ଗର୍ଭନିରୋଧକ …

ଶରୀର ପାଇଁ କେତେ ମାରାତ୍ମକ ଗର୍ଭନିରୋଧକ …

ସ୍ତ୍ରୀ ମାନଙ୍କ ଶରୀର ପାଇଁ କେତେ ମାରାତ୍ମକ ଗର୍ଭନିରୋଧକ ବଟିକା । ଜାଣିବା ପରେ ଆପଣ କଦାପି ବ୍ୟବହାର କରିବେ ନାହିଁ ।

ମହିଳା ମାନେ ଗର୍ଭଧାରଣ ରୋକିବା ପାଇଁ ମାର୍କେଟରୁ ଅନେକ ପ୍ରକାରର ଗର୍ଭନିରୋଧକ ବଟିକା ବ୍ୟବହାର କରିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ । ଗର୍ଭନିରୋଧକ ବଟିକା ବ୍ୟବହାର କରିବା ଦ୍ୱାରା ପାର୍ଶ୍ଵ ପ୍ରତିକ୍ରିୟା ହୋଇଥାଏ ଯାହାଫଳରେ ମହିଳାଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ ।

ଅନ୍ୟପକ୍ଷରେ ଡାକ୍ତର ମଧ୍ୟ ଏହାର ବ୍ୟବହାର କରିବା ପାଇଁ ମନା କରିଥାନ୍ତି । ଡାକ୍ତରଙ୍କ ଅନୁସାରେ ବାରମ୍ବାର ଗର୍ଭନିରୋଧକ ବଟିକାର ସେବନ କରିବା ଫଳରେ ମହିଳାଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଦେଖା ଯାଇଥାଏ । ଆସନ୍ତୁ ଜାଣିବେ ଗର୍ଭନିରୋଧକ ବଟିକା ସେବନର ହାନି କଣ ରହିଛି ? ଏହି ବଟିକାର ବହୁଳ ବ୍ୟବହାର ଫଳରେ ମହିଳାଙ୍କୁ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ ।

ବଟିକା ପେଟକୁ ଯିବା ପରେ ଉର୍ଜା କମ କରାଇ ଦେଇଥାଏ ।ଏହାପରେ ବଟିକାର ଉପସ୍ଥିତ ରସାୟନ ଗର୍ଭକୁ ଯାଇ ଏସିଡ଼ ଭଳି ଆକ୍ରମଣ କରିଥାଏ । ଗର୍ଭନିରୋଧକ ବଟିକାର ସେବନ ଫଳରେ ମହିଳାଙ୍କୁ ଅନେକ ଥର ଅଧିକ ରକ୍ତସ୍ରାବ ହୋଇଥାଏ ,ନିଶ୍ୱାସ ନେବାରେ ଅସୁବିଧା ଭୋଗିବା ପାଇଁ ପଡିଥାଏ ଶରୀର ପୀଡ଼ା ହୋଇଥାଏ,ଚିନ୍ତାଗ୍ରସ୍ତ ହୋଇପଡନ୍ତି,ଗୋଡ଼ହାତ ଫୁଲିବା ଭଳି ସମସ୍ୟା ଉପୁଜିଥାଏ । ଅନେକ ସମୟରେ ଏହାର ସେବନ ଫଳରେ ଅନିଛା ଓଜନ ବଢି ଯାଇଥାଏ । ଯାହାଫଳରେ ସେମାନେ ଅନେକ ଗମ୍ଭୀର ରୋଗର ଶିକାର ହୋଇ ପଡନ୍ତି ।ଓଜନ ବଢିବା ଫଳରେ ହାର୍ଟ ଆଟାକ,ଲିଭର,ଆସ୍ଥାମା,ବ୍ଲଡ଼ ପ୍ରେସର କିମ୍ବା ଜଣ୍ଡିସ ଭଳି ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ।

ଯେତେବେଳେ କୌଣସି ମହିଳା ଗର୍ଭନିରୋଧକ ବଟିକାର ସେବନ କରିବା ପାଇଁ ଚାହାଁନ୍ତି ସର୍ଵ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ । ଏହା ଶାରୀରିକ ସମ୍ପର୍କ ରଖିବାର ଉଚିତ୍ ଉପାୟ ନୁହେଁ ଏହାର ସେବନ ଫଳରେ ଆପଣ ଅନେକ ରୋଗର ଶିକାର ହୋଇ ପଡନ୍ତି ।ଯେଉଁ ମହିଳା ମାନେ ମଦ୍ୟପାନ କରନ୍ତି ସେମାନଙ୍କୁ ଏହି ବଟିକା ସେବନରୁ ଦୁରେଇ ରହିବା ଉଚିତ୍ । ମଦ୍ୟପାନ କଲେ ଏହି ବଟିକା କାର୍ଯ୍ୟ କରିଥାଏ କିନ୍ତୁ ଆପଣ ଅନେକ ରୋଗର ଶିକାର ହୋଇପଡନ୍ତି । ଏହା ସହ ଏହି ରୋଗ ଗୁଡିକର ବୃଦ୍ଧି ହେବାର ଆଶଙ୍କା ମଧ୍ୟ ବଢି ଯାଇଥାଏ ।

Leave a Reply

Your email address will not be published. Required fields are marked *