ଆସନ୍ତୁ ଜାଣିବା 09 ଅକ୍ଟୋବର 2020, ଶୁକ୍ରବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୦୯ ଅକ୍ଟୋବର ଶୁକ୍ରବାରର ରାଶିଫଳ :

ମେଷ :

ମନ ଉଦାସ ରହିବ । କେତେକ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁଙ୍କ ଗହଣରେ ଯେତେଭଲ କହିଲେ ମଧ୍ୟ ବନ୍ଧୁମାନେ ଆପଣଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଏବଂ ପରୋକ୍ଷ ଶତ୍ରୁତା ଯୋଗୁଁ ପାଦେ ପାଦେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ କର୍ମକ୍ଷେତ୍ରରେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଅଫିସ କାର୍ଯ୍ୟଳୟରେ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସମର୍ଥ ହେବେ । ସଭାସମିତି, ପ୍ରଶାସନ, ପ୍ରକାଶନ, ରଚନାତ୍ମକ କାର୍ଯ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ । ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ବୃଷ :

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ କରି କାର୍ଯ୍ୟରେ ସଫଳତା ହାସଲ କରିବେ । ସ୍ଵାସ୍ଥ୍ୟ ଭଲ ରହିବ ଓ ମାନସିକ ସ୍ତରରେ ଖୁସି ଅନୁଭବ କରିବେ । ବ୍ୟବସାୟରେ ସ୍ଥିତି ଅତ୍ୟନ୍ତ ଭଲ ରହିବା ସଙ୍ଗେ ସଙ୍ଗେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମଧ୍ୟ ପ୍ରାପ୍ତ କରିବେ । ଅଫିସରେ, ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହୋଇ କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିବେ । ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରାଇ ଅଯଥାରେ ସମାଲୋଚିତ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମିଥୁନ :

ନିଜ ଉପରେ ଭରସା ରଖନ୍ତୁ ଓ ପରିସ୍ଥିତିର ସମ୍ନା କରନ୍ତୁ । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଅଫିସରେ ଅଧିକାରୀବର୍ଗ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । ବ୍ୟବସାୟ ଓ ବାଣିଜ୍ୟରେ ନାନା ପ୍ରକାର ବାଧା ବିଘ୍ନ ଦେଖାଦେବା ଫଳ ମନରେ ଅସ୍ଥିରତା ଲାଗି ରହିବ । ତେଣୁ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତୁ କେତେକାଂଶରେ ସଫଳତା ପାଇବେ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ସାମାଜିକ ସଚେତନ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ପରିବାରରେ ଛୋଟିଆ ଛୋଟିଆ କଥାକୁ ଧରି ବସିଲେ ପାରିବାରିକ ବାତାବରଣ ଅସ୍ଵାସ୍ଥ୍ୟକର ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ :

ଦୃଢତାର ସହ ସମସ୍ୟାର ସମ୍ମୁଖୀନ କରିବା ପାଇଁ ସମର୍ଥ ହେବେ । ଦିନର ଅଧିକାଂଶ ସମୟ ଅନ୍ୟମନସ୍କତାରେ ରହିପାରନ୍ତି । ମନ ଅସ୍ଥିରତା କାରଣରୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଏବଂ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲୋଡିବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତିରେ ସୁଧାର ଆସିବ । ଅଟକିଥିବା କେତେକ କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ଅନ୍ୟଥା ମାନସିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଅର୍ଥ ସମ୍ପର୍କିତ କୌଣସି ଚୁକ୍ତି ବା ରାଜିନାମା କରନ୍ତୁ ନାହିଁ । ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ସିଂହ :

ଆଗାମୀ ଦିନର ସମୟ ସାରଣୀକୁ ଦେଖି ଯୋଜନା ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି କ୍ରମଶଃ ସୁଧାର ଆସିବ । ଆର୍ଥିକ ସ୍ଥିତି ମଜବୁତ ରହିବ । କେବଳ ନିଜର ବ୍ୟବହାର ଓ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କୌଣସି ଦୁଃସାହସିକ କାର୍ଯ୍ୟକଳାପ ହାତକୁ ନିଅନ୍ତୁ ନାହିଁ କିମ୍ବା ଅଯଥା ଯୁକ୍ତିତର୍କ, ବାଦବିବାଦ କରନ୍ତୁ ନାହିଁ । ପରିବାରରେ ସନ୍ତାନଙ୍କ ସହ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ ହେବ । ସମାଜରେ କିଛି ସମ୍ମାନନୀୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ସାମାଜିକ କାର୍ଯ୍ୟକଳାପରେ ଯୋଗ ଦେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପୂର୍ବ ଶତ୍ରୁତାର କୁଫଳ ସଦୃଶ ନିକଟ ସମ୍ପର୍କୀୟ ମାନଙ୍କ କାର୍ଯ୍ୟକଳାପ ମନକୁ ଭାରକ୍ରାନ୍ତ କରିବ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା :

ନିଜ ଉପରେ ବିଶ୍ଵାସ ରଖନ୍ତୁ ଓ ଭଗବାନଙ୍କୁ ଆରୋଧନ କରନ୍ତୁ । କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରିବେ । ଆଜି ଆପଣ ନିଜ ଉଚ୍ଚାଧିକାରୀଙ୍କ ଆଶା ପୂରଣ କରିବା ନିମନ୍ତେ ଅଧିକ ପରିଶ୍ରମ କରିବେ । ଆଜି ବ୍ୟବସାୟ, ବାଣିଜ୍ୟରେ କିମ୍ବା ଶେୟାର ବଜାରରେ ଅର୍ଥ ବିନିଯୋଗ କରିଲେ ଲାଭଦାୟକ ସାବ୍ୟସ୍ତ ହୋଇପାରିବେ । ଉପଦେଷ୍ଟାଙ୍କ ମତ ଅନୁଯାୟୀ ବିନିଯୋଗ ଲାଭଦାୟକ ହେବ । ଅଫିସ ହେଉ ଅବା ବୃତ୍ତି କାର୍ଯ୍ୟରେ ନିଜ କାମକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାରେ ସମର୍ଥ ହେବେ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ । ଆଜି ନିଜ ସହଧର୍ମୀଙ୍କ ମନୋଭାବକୁ ବୁଝିବା ସାମାନ୍ୟ କଷ୍ଟକର ହୋଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

ତୁଳା :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ରାଶିର ତୃତୀୟସ୍ଥ ସ୍ଥାନରେ କେତୁର ଅବସ୍ଥାନ ଯୋଗୁଁ ବନ୍ଧୁତ୍ଵ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସ୍ଵାସ୍ଥ୍ୟଗତ ସମସ୍ୟା ସଙ୍ଗକୁ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ରହିବ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ବ୍ୟବସାୟରେ ଉତ୍ଥାନପତ୍ତନ ଲାଗି ରହିବ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ସଭାସମିତିରେ ଅପ୍ରିୟ ସତ କଥା କହିବ ଦ୍ଵାରା ସମ୍ମାନ ବୃଦ୍ଧି ପାଇବ କିନ୍ତୁ ପରୋକ୍ଷ ଶତ୍ରୁତା ମଧ୍ୟ ସୃଷ୍ଟି ହେବ । ସମ୍ପତ୍ୟ ଜୀବନରେ ହସଖୁସି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ବିଛା :

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବା ଫଳରେ ମନ ଖୁସି ରହିବ । ସହକର୍ମୀ, ପାଖ ପଡ଼ୋଶୀ କିମ୍ବା ବନ୍ଧୁବର୍ଗ ମାନଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରି କାର୍ଯ୍ୟ ସାଧନ କରିବେ । ଆକସ୍ମିକ ଭାବରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ବ୍ୟବସାୟରେ ଲାଭ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ପରିଶ୍ରମ ଉପଯୁକ୍ତ ପ୍ରାପ୍ୟ ପାଇବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । ନିର୍ମାଣଧୀନ କାର୍ଯ୍ୟରେ ଲାଗି ରହିଥିବା ସମସ୍ୟା ସହଜରେ ସମାଧାନ ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହେବ । ପରିବାରରେ ସମସ୍ୟା ଉପୁଜିଲେ ମଧ୍ୟ ବୁଦ୍ଧିମତାର ସହ ସମାଧାନ କରିବାରେ ସମର୍ଥ ହେବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ :

ଦିନଟି ଆପଣଙ୍କ ପାଇଁ ଖୁସିର ସମ୍ଭାର ନେଇ ଆସିଛି । ନିଜସ୍ଵ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁଁ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅତୀତରୁ ଲାଗି ରହିଥିବା ଚିନ୍ତା ଓ ସମସ୍ୟାର ଅବସାନ ଘଟିବ । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । ଅଫିସ୍ କର୍ତ୍ତୃପକ୍ଷ ଆପଣ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ସ୍ଥଗିତ କାମକୁ ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ଆତ୍ମୀୟମାନେ ପୂର୍ବବିବାଦକୁ ମନେ ପକାଇ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମକର :

ଆପଣଙ୍କ ଦୃଢ଼ ମନୋବଳ ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ମିଳିବ । ଅଭିଳାଷ ପୂରଣ ହେବା ସଙ୍ଗ ସଙ୍ଗେ ବନ୍ଧୁମିଳନରୁ ଆନନ୍ଦ ଲାଭ କରିବେ । ବଣିକ୍ୟ, ବ୍ୟବସାୟ, ଶିଳ୍ପ, ପରିବହନ ଆଦିରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହେବେ । ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ପରିବାରରେ କୌଣସି ଅଭାବ ଅସୁବିଧା ନଥିଲେ ମଧ୍ୟ ସନ୍ତାନଙ୍କ ପାଠ ପଢାପଢିକୁ କେନ୍ଦ୍ର କରି ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ଵରୀ ।

କୁମ୍ଭ :

ଦିନଟି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ ଦୃଷ୍ଟି କୋଣରୁ ଦୀର୍ଘଦିନର ଆଶା ଫଳବତୀ ହେବ । ଅଫିସରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ଅଫିସ କାର୍ଯ୍ୟାଳୟରେ ପ୍ରଶଂସିତ ହେବେ । କିନ୍ତୁ ତରବାରିଆ ହୋଇ କୌଣସି ପଦକ୍ଷେପ ନେଇ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ଅନ୍ୟଥା ଅପଦସ୍ଥ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ୟା ଜାଣିଶୁଣି ମଧ୍ୟ ନୀରବତା ରହିବାକୁ ବାଧ୍ୟ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମୀନ :

ଆତ୍ମା ବିଶ୍ୱାସ ବୃଦ୍ଧି ହେବ, ମାନସିକ ସ୍ତରରେ ଶାନ୍ତି ପାଇବେ । ଆଜି ପାରିବାରିକ, ବ୍ୟବସାୟିକ ତଥା ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ଶୁଭ ମୂହୁର୍ତ୍ତ ଅଟେ । ଆଜି ଆପଣ କ୍ରୋଧର ବଶବର୍ତ୍ତୀ ହୋଇ କିଛି ଭୁଲ୍ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ପଶ୍ଚ୍ୟତପ କରିବେ । ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ । ଅଫିସରେ ବାତାବରଣ ସୁସ୍ଥ ରହିବ । ବୃତ୍ତିଗତ କାର୍ଯ୍ୟରେ ସାମୟିକ କେତେକ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ତର୍କ ବିତର୍କ, ବାଦବିବାଦକୁ କେନ୍ଦ୍ର କରି କଳହ ଉପୁଜିପାରେ । ପରିବାରର ସଦସ୍ୟଙ୍କ ତରଫରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*