ଆସନ୍ତୁ ଜାଣିବା 07 ଅକ୍ଟୋବର 2020, ବୁଧବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୦୭ ଅକ୍ଟୋବର ବୁଧବାରର ରାଶିଫଳ :

ମେଷ :

ନିଜ ଉପରେ ବିଶ୍ଵାସ ରଖନ୍ତୁ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କରିଲେ ମଧ୍ୟ ସମାଲୋଚନାର ପାତ୍ର ହୋଇପାରନ୍ତି । ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବନ୍ଧୁ ଜଣେ ସାହାଯ୍ୟ କରିବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସାମାଜିକ କ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ ବିଶିଷ୍ଟବ୍ୟକ୍ତିମାନେ ସହାୟତା କରିପାରନ୍ତି । ଭୁଲ୍‌ ବୁଝାମଣା ଜନିତ ଅଯଥା କାରଣରେ ମଧ୍ୟ ଅଶାନ୍ତି, କଳହର ସୂତ୍ରପାତ ହୋଇପାରେ । ପରିବାରରେ କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ବୃଷ :

ନିଜ ଲୋକମାନଙ୍କ ବିରୋଧ ସଙ୍ଗକୁ ବିଭିନ୍ନ ପ୍ରକାରର ଅଭାବ, ଅସୁବିଧାର ସାମନା କରିବାକୁ ପଡିପାରେ । ପରକଥାରେ ମୁଣ୍ଡପୂରାଇ ଅଯଥାରେ ମନ ଭାରାକ୍ରାନ୍ତ ରହିବ । ଆଜି ଅଫିସରେ ଆପଣଙ୍କୁ ଏକ ନୂତନ ଦାୟିତ୍ଵ ମିଳିପାରେ ଏବଂ ଅଫିସରେ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟଟିକୁ ତ୍ୱରାନ୍ୱିତ କରିବେ । କିଛି ନୂତନ ଲୋକ ଆପଣଙ୍କ ସହିତ ଯୋଗଯୋଗ କରିବେ, ଯାହା ଆପଣଙ୍କ ନିମନ୍ତେ ଭବିଷ୍ୟତରେ ଫଳପ୍ରଦ ସାବ୍ୟସ୍ତ ହେବ । ପରିବାର ସଦସ୍ୟଙ୍କ ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର ଏକ ପ୍ରମୁଖ କାରଣ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ :

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଅର୍ଥ ସଂକଟ ଲାଗି ରହିବ । ସହକର୍ମୀ ଓ ବନ୍ଧୁ ନିକଟରୁ ଧାରକରଜ ମାଧ୍ୟମରେ ଅର୍ଥପ୍ରାପ୍ତି କରିପାରିବେ । କିନ୍ତୁ ଔଷଧକ୍ରୟ, ଡାକ୍ତର ଫ’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ବୃଦ୍ଧି ହେବାର ସୂଚନା ରହିଛି । ବ୍ୟବସାୟରେ ନୂତନ କାରବାର କରିବା ପାଇଁ ମନସ୍ଥ କରିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବା ପାଇଁ କଷ୍ଟକର ହେବ ନାହିଁ । ବିବାଦୀୟ ପରିସ୍ଥିତି ନିଜର ମନ୍ତବ୍ୟ ଦେଇ କଳହକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ :

ଆଜି ଆପଣଙ୍କ ଲାଗି ଉନ୍ନତିର ଏକ ନୂଆ ରାସ୍ତା ଉନ୍ମକ୍ତ ହେବ । କେତେକ ଅଦରକାରୀ ପଦାର୍ଥ ବିକ୍ରି କରିବା ପାଇଁ ଚିନ୍ତା କରବେ । କର୍ମାରମ୍ଭର ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ । ପୂର୍ବ ଲାଗି ରହିଥିବା ସମସ୍ୟାର କେତେକାଂଶରେ ସୁଧୁର ଆସିବା ଯୋଗୁଁ ମନକୁ ଏକପ୍ରକାର ଆଶ୍ୱସ୍ତି ମିଳିବ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ କିନ୍ତୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ସହଧର୍ମୀଙ୍କ ସହ ନିକଟସ୍ଥ ବନ୍ଧୁଙ୍କ ଘରକୁ ଯାଇପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ସିଂହ :

ମନ ଆନନ୍ଦ ଓ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ରହିଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କନ୍ୟା :

ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ । ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ । ଆପଣଙ୍କର ମଧୁର ବ୍ୟବହାର ଶତ୍ରୁକୁ ମଧ୍ୟ ଆପଣଙ୍କର କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୋଇ ନୂଆ ଦାୟିତ୍ଵ ଦେଇପାରନ୍ତି । କିନ୍ତୁ ଆଲୋଚନା ପରିସରରେ ଭଲ କଥା କହିଲେ ମଧ୍ୟ ସହକର୍ମୀ ଓ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ । ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି । ଆପଣଙ୍କ ସେବା ଓ ସାହାଯ୍ୟ ଲାଭ କରି ରୋଗୀ, ପଡୋଶୀ, ବନ୍ଧୁମାନେ ଆଜି ବହୁତ ଖୁସୀ ହୋଇଯିବେ । ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ତୁଳା :

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜିର ପାରିବାରିକ ସମସ୍ୟାରେ ମନ ଅସ୍ଥିର ରହିବ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟ ରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ବିଛା :

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବିଭିନ୍ନ ଦିଗରୁ ସଫଳତାର ବାର୍ତ୍ତା ଶୁଣିବାକୁ ପାଇବେ କିନ୍ତୁ କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନରେ ଏଣୁତେଣୁ କଥା ଗୁଡିକ ଚିନ୍ତା କରି ମନ ଅଶାନ୍ତ ରହିବ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପାରିବାରିକ କ୍ଷେତ୍ରରେ କେତେକ କାରଣରୁ ସମସ୍ୟା ଉପୁଜିପାରେ । କିନ୍ତୁ ଆପଣ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ :

ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଧନପ୍ରାପ୍ତିରେ ବିଳମ୍ବ ସହ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟହେବେ । ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତେଜିତ ରହିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ବ୍ୟବସାୟରେ ଆର୍ଥିକ ସ୍ଥିତି କ୍ରମଶଃ ଶୋଚନୀୟ ହୋଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ମନ ଭାରକ୍ରାନ୍ତ ରହିବ । ଘରୋଇ ଆବଶ୍ୟକ ପୂରଣ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ର କରି ପାରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମକର :

ଭଗବାନଙ୍କୁ ଆରୋଧନ କରନ୍ତୁ, ମନବଳ ବୃଦ୍ଧି ପାଇବ । ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବାରୁ ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ଜାତ ହେବ । ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଅସନ୍ତୁଳିତ ଅବସ୍ଥାରେ ରହିବ । ଆଜିର କର୍ମକ୍ଷେତ୍ରରେ ଅନ୍ୟମାନେ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କଥା କହିବେ । କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ ନ କଲେ, ସମସ୍ୟାରୁ ମୁକୁଳିବା କଷ୍ଟକର ହୋଇପାରେ । ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିପାରେ । ପରିବାରରେ ପିଲାଙ୍କ ସହିତ ହସଖୁସିରେ ଦିନଟି ଅତିବାହିତ କରିବେ ଏବଂ ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

କୁମ୍ଭ :

ମନରୁ ନକରାତ୍ମକ ଚିନ୍ତାଧାରାକୁ ଦୂର କରନ୍ତୁ । କେତେକ ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆଜି ଆପଣ ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ ସୁଯୋଗ ହାତଛଡା କରିପାରନ୍ତି । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେଇପାରେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ମନଃଭାବ ସୃଷ୍ଟି ହୋଇପାରେ । ଆଲୋଚନା କ୍ଷେତ୍ରରେ ଭାବପ୍ରବଣ ବଶତଃ ଓଲଟା କଥା କହି ଅପଦସ୍ଥ ହେବେ । ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ :

ପୂର୍ବ ଯୋଜନାନୁଯାୟୀ ପ୍ରତ୍ୟକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ । ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେ ହିଁ ପ୍ରତିବନ୍ଧକ ସୃଷ୍ଟି କରିବେ । ଆପଣଙ୍କ ବ୍ୟକ୍ତିତ୍ଵକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ରାଜନୈତିକ ସ୍ଥିତି ମଜ୍‌ବୁତ୍‌ ରହିବା ସଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ବନ୍ଧୁ ଓ ଆତ୍ମୀୟମାନଙ୍କ ସହଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବା । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

Be the first to comment

Leave a Reply

Your email address will not be published.


*