ଆସନ୍ତୁ ଜାଣିବା 30 ଅକ୍ଟୋବର 2020, ଶୁକ୍ରବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୩୦ ଅକ୍ଟୋବର ଶୁକ୍ରବାରର ରାଶିଫଳ :

ମେଷ :

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ଜନ୍ମିବ । ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । ବ୍ୟବସାୟରେ କିଛି ନୂଆ କରିବା ଲାଗି ମନସ୍ଥ କରିବେ । କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ । ଅଫିସରେ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ । ସାମାଜରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଯେତେ ଭଲ କାମ କରିଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ ବିଶେଷ କିଛି ଅସୁବିଧା ରହିବ ନାହିଁ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତିକୁ ଗ୍ରହଣ କରିବା ଭଲ ହେବ । ଦାମ୍ପତ୍ୟ ଜୀବନ ଅତି ରୋମାଞ୍ଚକର ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ବୃଷ :

ଦିନଟି ଆପଣଙ୍କ ପାଇଁ ଭଲ ରହିବ । କୌଣସି କାମ ଅଟକି ରହିବ ନାହିଁ । ତଥାପି ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ । କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଅଫିସ୍‌ରେ ଅଟକି ରହିଥିବା କାମ ସକାଶେ ଚିନ୍ତା କରିବେ ଓ ମନ ଆନ୍ଦୋଳିତ କରିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରା କରଜ କରିବାକୁ ପଡିପାରେ । ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଏକାଧିକ କାମରେ ହାତ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପରିବହନ କ୍ଷେତ୍ରରେ ସ୍ଥିତି ଭଲ ଥିଲେ ମଧ୍ୟ ଆକସ୍ମିକ ସମସ୍ୟାର ଆଶଙ୍କା ରହିଛି । ରୁଗ୍‌ଣ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମିଥୁନ :

ମନରେ ସକାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ । ବ୍ୟବସାୟୀମାନେ ଅଧିକ ପରିଶ୍ରମ କଲେ ମଧ୍ୟ ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ନ ହେବା କାରଣକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି । ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ । ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ପଛଘୁଞ୍ଚା ଦେବ ନାହିଁ । ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ରହିବ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ଆଲୋଚନା ଅମୀମାଂସିତ ରହିପାରେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ :

ଜରୁରୀ କାର୍ଯ୍ୟ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ପୂର୍ବର କଳହକୁ କେନ୍ଦ୍ରକରି ନିଜର ଆତ୍ମୀୟ ଓ ପାଖ ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ତଥାପି ନିଜସ୍ଵ ବିଚାରଧାରା ଓ ଉପସ୍ଥିତ ବୁଦ୍ଧି ଘଟାଇ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାକୁ ପ୍ରୟାସ କରିବେ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ଵାକ୍ଷରିତ କରିପାରନ୍ତି । ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ, ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ରହିଯାଇପାରେ । ରାଜନୀତିରେ ମନୋକାମନା ପୂରା ହେବ । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଅମ୍ବିକା ।

କନ୍ୟା :

ଆପଣଙ୍କ ଦୃଢ଼ ମନୋବଳ ଜରୁରୀ କାମରେ ସଫଳତା ଆଣିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ତଥାପି ବଣିକ୍ୟ, ବ୍ୟବସାୟ, ଶିଳ୍ପ, ପରିବହନ ଆଦିରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହେବେ । ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ଈର୍ଷାରେ ଜଳୁଥିବା ଆତ୍ମୀୟମାନଙ୍କ ଅସହଯୋଗ ଏବଂ ଅସମ୍ମାନ ଯୋଗୁଁ ମନ ଦୁଃଖିତ ହେବେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ମତଭେଦ ଦେଖାଦେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା :

ମନ ଚାହୁଁ ନ ଥିଲେ ମଧ୍ୟ ସମୟ ଓ ପରିସ୍ଥିତିକୁ ନେଇ କରିବାକୁ ବାଧ୍ୟ ହୋଇପାରନ୍ତି । ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅଫିସ କିମ୍ବା କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ବା ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ଅତ୍ୟଧିକ ପରିଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା କଳହ ଲାଗିପାରେ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ବିଛା :

କାର୍ଯ୍ୟରେ ସଫଳତା ଓ ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ । ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ପାଇବା ଫଳରେ ମନ ଖୁସି ହୋଇଯିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ମଧୁର ବାକ୍ୟାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିବାରେ ସମର୍ଥ ହେବେ । କିନ୍ତୁ ପୂର୍ବରାଗ ଶୁଝାଇବାକୁ ଯାଇ ହଠାତ୍‌ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ଅଫିସ ପରିସରରେ ଆୟୋଜିତ ଆଲୋଚନରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କୌଣସି ବିବାଦୀୟ ପରିସ୍ଥିତିରେ ସମାଜର ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟାର ସମାଧାନ ହୋଇପାରିବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ଧନୁ :

ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ଏକସଙ୍ଗରେ ଅର୍ଥଲାଭ, ବନ୍ଧୁମିଳନ, ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗରେ ମନ ଖୁସି ରହିବ । କର୍ମକ୍ଷେତ୍ର ଏପରି କି ପ୍ରଶାସନିକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ କୌଣସି ସମସ୍ୟା ଉପୁଜିପାରେ । ଅତିରିକ୍ତ ଭ୍ରମଣ ହେତୁ କ୍ଲାନ୍ତି ଅନୁଭବ କରିପାରନ୍ତି, ଯାହା କି ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

ମକର :

ଦୁଶ୍ଚିନ୍ତା କାରଣରୁ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରିଲେ ମଧ୍ୟ ଦୃଢ଼ତା ଓ ଧୈର୍ଯ୍ୟ ସମୟାନୁକ୍ରମେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଓ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରେ । ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟ ଦୂରର କଥା ବରଂ ସେମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ସ୍ଵାସ୍ଥ୍ୟହାନି ସଙ୍ଗେ ସଙ୍ଗେ ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଯୋଗୁଁ ମନ ବିଚଳିତ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ :

ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ, ଲକ୍ଷ୍ୟପୂରଣ ହେବା ସଙ୍ଗେ ସଙ୍ଗେ ସମସ୍ୟା ସମାଧାନ ଓ ନୂତନ ଚିନ୍ତାଧାରାକୁ କାର୍ଯ୍ୟର ରୂପରେଖା ଦେଇପାରିବେ । କିନ୍ତୁ ପରିସ୍ଥିତି ପ୍ରତି ନଜର ଦେଇ କାମ କରିବାକୁ ପଡିବ, ନଚେତ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତ କଥା କହିବା ଦ୍ଵାରା ସହକର୍ମୀମାନେ ଶତ୍ରୁତା ଆଚରଣ କରିବେ । ପୁରୁଣା ଜିନିଷ ବିକ୍ରୟ କରି ନୂତନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇବେ । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମୀନ :

ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ । ଅଫିସ କାର୍ଯ୍ୟାଳୟରେ ଯୁକ୍ତିଯୁକ୍ତି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ସମାଜରେ ସମ୍ମାନ ଲାଭ କରିବା ସଙ୍ଗେ ସଙ୍ଗେ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ତଥାପି ବନ୍ଧୁ ଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହର ପାର୍ବତୀ ।

Be the first to comment

Leave a Reply

Your email address will not be published.


*