ଆସନ୍ତୁ ଜାଣିବା ଆସନ୍ତାକାଲି 02 ଅକ୍ଟୋବର 2020, ଶୁକ୍ରବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୦୨ ଅକ୍ଟୋବର ଶୁକ୍ରବାରର ରାଶିଫଳର ରାଶିଫଳ ରାଶିଫଳ :

ମେଷ :

ଆର୍ଥିକ ସ୍ଵଚ୍ଛଳତାକୁ ନେଇ ଶାରୀରିକ ଓ ମାନସିକ ସ୍ତରରେ ମନ ଅସ୍ଥିର ରହିବ । ଆଜି ଅର୍ଥ ସଂକଟ ଦେଖାଦେବା କାରଣରୁ କେତେକ କାମ ଅଧାରେ ଅଟକି ଯିବାର ସମ୍ଭାବନା ରହିଛି । ବ୍ୟବସାୟର ପ୍ରଚାର ଓ ପ୍ରସାର ପାଇଁ ଯୋଜନା କରିବେ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ଅଧିକ ରହିବ, ଅନ୍ୟପଟେ ସହକର୍ମୀଙ୍କ ଅକାଟ୍ୟ ଉକ୍ତି କର୍ମକ୍ଷେତ୍ରରେ ପ୍ରତି ବିମୁଖୀ ମନୋଭାବ ସୃଷ୍ଟି କରିବ । ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ମନ ଉଦାସ ରହିବ । କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

ବୃଷ :

ଆପଣଙ୍କ ଦୃଢ଼ ମନୋବଳ ଯୋଗୁଁ କର୍ମକ୍ଷେତ୍ରରେ ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ପାଇବେ । କିନ୍ତୁ ଯେତେ ଭଲ କରିବାକୁ ଚିନ୍ତା କଲେ ମଧ୍ୟ ନିଜ ଲୋକମାନଙ୍କ ବିରୁଦ୍ଧାଚରଣ କରିବେ । ଯାହାଫଳରେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ଅଭିଜ୍ଞ ବ୍ୟକ୍ତିମାନଙ୍କର ସାନ୍ନିଧ୍ୟ ଲାଭ କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ପରିବାର ସଦସ୍ୟ ମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ସଦୃଢ ରହିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମିଥୁନ :

ମନରେ ସରସତା ରହିବ ନାହିଁ । ପରିସ୍ଥିତି ପ୍ରତି ସଚେତନ ରହି କାମ କରିବା ଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ଟାଳି ପାରିବେ । କିନ୍ତୁ ଆଜି ପାରିବାରିକ ଖର୍ଚ୍ଚ ଓ କାର୍ଯ୍ୟ ହାସଲ ନିମନ୍ତେ ଅତ୍ୟାଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଯାହାଫଳରେ ମନରେ ସରସତା ରହିବ ନାହିଁ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ, କ୍ଷେତ୍ରରେ ପ୍ରଶଂସିତ ହେବେ । ସାହାଭିଗୀତା ବ୍ୟବସାୟରେ ପାରଷ୍ପରିକ ମତଭେଦ କାରଣରୁ ଅଶାନ୍ତି ଦେଖାଦେଇପାରେ । କେତେକ କ୍ଷେତ୍ରରେ ନିଜର ଲୋକମାନେ ଶତ୍ରୁତା କରିବେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଶାରଳା ।

କର୍କଟ :

ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଅନ୍ୟମାନେ ପ୍ରଭାବିତ ହେବ । ଅତୀତ ଘଟଣା, ବନ୍ଧୁଙ୍କ ଅବିବେକୀ କାମ, ସହକର୍ମୀଙ୍କ କୂଟନୀତି ଓ ଆତ୍ମୀୟଙ୍କ ବେଖାତିର କଥା ସକାଶେ ଅନୁତାପ କରିବେ । କର୍ମକ୍ଷେତ୍ରରେ କେତେକ ବିଶ୍ଵାସ୍ଥ ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ଫଳରେ ସମସ୍ୟା ଦୂର ହୋଇପାରିବ । ସରକାରୀ ନେଣଦେଣରୁ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ପାରିବାରିକ ଘଟଣା ଓ ଅତିଥିର କିଛି ଘଟଣା ଯୋଗୁଁ କର୍ମକ୍ଷେତ୍ରରେ ଏକାଗ୍ରତା ଭଙ୍ଗ ହୋଇପାରେ । କିନ୍ତୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେକ୍ଷୋଭ ଓ ହତାଶଭାବ ଦେଖା ଦେବ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିପାରେ । ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

ସିଂହ :

ବୟୋସ୍କ ବ୍ୟକ୍ତିଙ୍କ କଟିବା କଥାକୁ ଅନୁସରଣ କରି ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । ଦୈହିକ ଓ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରିବେ । ଆର୍ଥିକ କ୍ଷେତ୍ରରେ ସମ୍ୟକ ଅଭାବ ପରିଲକ୍ଷିତ ହୋଇପାରେ । ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ । ବ୍ୟବସାୟକୁ ଭିତ୍ତି କରି ଦୂରସ୍ଥାନକୁ ଯାତ୍ରା କରିବେ, ଯାହାଫଳରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ନିଜର ଲୋକମାନଙ୍କ ପରୋକ୍ଷ ବିରୋଧାଚରଣ ହେତୁ ସାମୟିକ ଚିନ୍ତିତ ରହିବାକୁ ପଡିପାରେ । ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା :

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ପାରିବାରିକ ଓ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଲାଗିରହିଥିବା ବାଧାବିଘ୍ନ ଦୂର ହେବ । ଶତୃମାନେ ମିତ୍ରତାର ହାତ ବଢାଇବେ । ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନାକୁ ଆଜି କାର୍ଯ୍ୟକାରୀ କରିପାରନ୍ତି । ଅଫିସରେ ମଧ୍ୟ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । କାରଣ ନିଜ ପରିସରରେ ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହି ପାରନ୍ତି । ପରିବାରରେ ହସଖୁସିର ମହୋଲ ରହିବ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ତୁଳା :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଆଜି କର୍ମକ୍ଷେତ୍ରରେ ଗୋଟିଏ ପରେ ସମସ୍ୟା ଦେଖାଦେଇପାରେ ଓ ଅନ୍ୟମାନଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ ହୋଇପାରିବ । ବ୍ୟବସାୟ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖା ଦେଇପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରଷ୍ପରିକ ମତଭେଦ କାରଣରୁ ଅଫିସରେ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗର ଆଶା ନିରର୍ଥକ ହେବ । କୌଣସି ଚୁକ୍ତି କିମ୍ବା ବ୍ୟବସାୟ ବାଣିଜ୍ୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱ ଯୋଗୁଁ ଠିକ୍‌ ନିଷ୍ପତ୍ତି ନେବାରେ ବିଳମ୍ବିତ ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ବିଛା :

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କିନ୍ତୁ ଆପଣଙ୍କ ନୀରବତା ଅନ୍ୟମାନଙ୍କ ମନରେ ସନ୍ଦେହକୁ ଦ୍ୱିଗୁଣିତ କରିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଆବଶ୍ୟକତାକୁ ପୂରଣ ନିମନ୍ତେ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ । ବିଗତ ଦିନରେ ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଯେଉଁ ବ୍ୟକ୍ତି ଜଣକ ଆପଣଙ୍କ ଅତି ବିଶ୍ଵସ୍ତ ସେହି ବ୍ୟକ୍ତି ହିଁ ଆପଣଙ୍କୁ ପ୍ରତାରିତ କରିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ଧନୁ :

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ମାନସିକ ସ୍ତରକୁ ଶିଥିଳ କରି ରଖିନ୍ତୁ, ମନରେ ସକାରାତ୍ମକ ବିଚାର ଆସିବ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ମାନସିକ ସ୍ଥିତି ଭଲ ରହିନପାରେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସର ସ୍ଥଗିତ କାମ ନିମନ୍ତେ ଉଚ୍ଚାଧିକାରୀଙ୍କୁ କୈଫୟତ୍‌ ଦେବାକୁ ପଡିପାରେ । ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କୁ ନିଜ କାମରେ ସହଭାଗିତା କରାଇ ପାରିବେ । ସାମାଜିକ ସମାରୋହରେ ଯୋଗ ଦେବାର ସୁଯୋଗ ମିଳିବ । ଅତୀତର ବିବାଦକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ବାକ୍‌ବିତଣ୍ଡା ସୃଷ୍ଟି ହେବାର ସୂଚନା ରହିଛି । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ମକର :

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆଜିର କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିବେ । ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ, କିନ୍ତୁ ସେମାନଙ୍କ ପ୍ରୟାସ ବୃଥା ସାବ୍ୟସ୍ତ ହେବ । ବ୍ୟବସାୟରୁ ଭଲ ଧନଲାଭର ଯୋଗ ରହିଛି । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାଜିକ ସ୍ତରରେ ଦୃଢ଼ତା ହେତୁ ଦୃତୋନ୍ନତି ପରିଲକ୍ଷିତ ହେବ, କିନ୍ତୁ କେତେକ ଖଳ ସ୍ଵଭାବର ବ୍ୟକ୍ତିମାନେ ଆପଣଙ୍କୁ ନିନ୍ଦା କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ :

ଅଯଥା ଚିନ୍ତା କରିବା ଫଳରେ ମନ ଉଦାସ ରହିବ । ପରିବାରର ବ୍ୟତିକ୍ରମ ସକାଶେ ମନ ଭଲ ରହି ନ ପାରେ । କିନ୍ତୁ କୌଣସି ବନ୍ଧୁ କିମ୍ବା ସହକର୍ମୀ ସହଯୋଗର ହାତ ବଢାଇବା ଫଳରେ କୌଣସି କାମ ଅଟକି ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ କଳହ ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । କିନ୍ତୁ କୌଣସି କାର୍ଯ୍ୟ ତରବାରିଆ ହୋଇ କରନ୍ତୁ ନାହିଁ । ଆକସ୍ମିକ କେତେକ ସମସ୍ୟା ଦେଖା ଦେବା କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

ମୀନ :

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆଜି ପାରିବରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ସୁଧାର ଆସିବ । ଅଫିସ ସମ୍ବନ୍ଧୀୟ ଯେଉଁ ଚିନ୍ତା କରୁଛନ୍ତି, ତାହା ଦୂର ବେବ । ସହକର୍ମୀଙ୍କ ସହ ମଜାମଉଜରେ ଦିନଟି ଅତିବାହିତ କରିବେ । ଯେଉଁ କାର୍ଯ୍ୟ ପାଇଁ ଦୀର୍ଘ ଦିନରୁ ଚିନ୍ତିତ ରହିଥିଲେ, ଆଜି ତାହା ବନ୍ଧୁଙ୍କ ଜରିଆରେ ସାଫଲ୍ୟତା ପାଇବେ । ବନ୍ଧୁମାନଙ୍କ ସହାୟତାରେ ସଭାସମିତିରେ ପ୍ରଶଂସିତ ହେବେ । ଯାତ୍ରା ସମୟରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ । ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Be the first to comment

Leave a Reply

Your email address will not be published.


*