ଆସନ୍ତୁ ଜାଣିବା ଆସନ୍ତାକାଲି 27 ସେପ୍ଟେମ୍ବର 2020, ରବିବାରର ରାଶିଫଳ !

ଦୀର୍ଘ ସମୟ ପରେ ଆଜି ରାହୁ ମିଥୁନ ରାଶିରୁ ବୃଷ ରାଶିକୁ ପ୍ରବେଶ କରୁବ ଏବଂ କେତୁ, ବିଛା ରାଶି ଗୋଚର ହେବାକୁ ଯାଉଛି । ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଆସନ୍ତୁ ଜାଣିବା ୨୭ ସେପ୍ଟେମ୍ବର ରବିବାରର ରାଶିଫଳ :

ମେଷ :

ନିଜର ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ପରୋକ୍ଷ କାର୍ଯ୍ୟାବଳୀ ମାନସିକ ଅସ୍ଥିରତାର କାରଣ ହେବ । ଚନ୍ଦ୍ର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ କାର୍ଯ୍ୟକୁ ନେଇ ଅନ୍ୟତ୍ର ଯିବାକୁ ପଡିପାରେ । କୌଣସି ଅର୍ଥ ସମ୍ପର୍କିତ ନେଣଦେଣ ବା ଚୁକ୍ତିପତ୍ର ସ୍ବାକ୍ଷର ନ କରିବା ଭଲ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ବିଶେଷତଃ ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବୃଷ :

ମାନସିକ ଦୃଷ୍ଟିରୁ ସାମୟିକ ଚିନ୍ତା ଲାଗିରହିବ । ବନ୍ଧୁ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢାଇବେ, ଯାହାଫଳରେ ସ୍ଥଗିତ ଥିବା କାର୍ଯ୍ୟକୁ ସୁବିଧାରେ ସମ୍ପର୍ଣ୍ଣ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଅର୍ଥାଭାବର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଅଫିସରେ ଆପଣ ଉପଯୁକ୍ତ ପରାମର୍ଶ ଦେଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ବିବୃତ୍ତିକୁ ଇଙ୍ଗିତ କରିବେ । ସାମାଜିକ କାର୍ଯ୍ୟ ଓ ଆନୁଷ୍ଠାନିକ କାର୍ଯ୍ୟରେ ଉଚ୍ଚ ସ୍ତରର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପୁନର୍ବସୁ ନକ୍ଷତ୍ର ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଗତକାଲି ଠାରୁ ଯାହା କରିବା ପାଇଁ ଚିନ୍ତା କରିଥିଲେ ଆଜି ସେହି କାର୍ଯ୍ୟକୁ ଅତି ସହଜ ଓ ସୁବିଧାରେ ସମ୍ପାଦନ କରିପାରିବେ । ଆପଣ ନୀରବତା ରକ୍ଷା କରି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ଅବିଳମ୍ବେ ସଫଳତା ପ୍ରାପ୍ତି କରିବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ କ୍ରୟ କରିବା ସକାଶେ ମନ ବଳାଇବେ କିମ୍ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ଲୋକସମ୍ପର୍କ ବୃଦ୍ଧି ହେବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ :

ଦିନଟି ଆପଣଙ୍କ ପାଇଁ ଖଟା ମିଠା ରହିବ । ଆପଣଙ୍କର ଆତ୍ମବିଶ୍ଵାସ ଓ ମନରେ ସଚ୍ଚୋଟତା ଯୋଗୁଁ କର୍ମକ୍ଷେତ୍ରରେ ଅଗ୍ରସର କରିବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭର ସୁବିଧା ଯୋଗାଇଦେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସମାଜରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା ଓ ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ସ୍ୱାସ୍ଥ୍ୟ ସମସ୍ୟା ଓ ପାଖ ପଡ଼ୋଶୀଙ୍କ ଅଭିଯୋଗ ସକାଶେ ସାମୟିକ ମନରେ ଭାବାନ୍ତର ସୃଷ୍ଟି ହୋଇପାରେ । ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ :

ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । ବ୍ୟବସାୟ କାମରେ ସହଯୋଗୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ଉନ୍ନତି କରିବେ । ଅଫିସରେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ସହକର୍ମୀ ଓ ଅଧିକାରୀବର୍ଗ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବେ । କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିିଁ । ଆକସ୍ମିକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ଭାଗୀଦାରୀ ଓ ଆପଣ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ହେବେ ଓ ଉନ୍ନତିର ପଥରେ ଅଗ୍ରସର ହେବେ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ରହିବା ସଙ୍ଗେ ସଙ୍ଗେ ସୁଖ ଶାନ୍ତିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଭୈରବୀ ।

କନ୍ୟା :

ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ମୁଖଭାବରେ ପାପଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ବିଶେଷ କାମରେ ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଆତ୍ମୀୟମାନଙ୍କ ସହୃଦୟତାରୁ ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

ତୁଳା :

ଆତ୍ମୀୟ ସ୍ଵଜନଙ୍କ ଅସହଯୋଗ ମନୋଭାବ ଯୋଗୁଁ ମନ ଆନନ୍ଦିତ ରହିବ ରହିବ ନାହିଁ । ରାଶିରେ ଚନ୍ଦ୍ର ସହ ବୁଧର ସଂଯୋଗ ଯୋଗୁଁ କୌଣସି ଅଭାବ ନ ଥିଲେ ମଧ୍ୟ ମନଟା ଭଲ ଲାଗିବ ନାହିଁ । ନିଜ ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି, ତେଣୁ ସତର୍କତା ସହ ଦିନଚର୍ଯ୍ୟା କରନ୍ତୁ । ଅଫିସରେ ଆପଣଙ୍କୁ ପ୍ରତିଦିନ ଅସହଯୋଗ କରୁଥିବା ଆର୍ଥତ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଜନକ ଆପଣଙ୍କ ସହ ଅଯଥାରେ କଳହ ସୃଷ୍ଟି କରିବ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ ପକ୍ଷରେ ରହି ସମସ୍ୟାକୁ ସମାଧାନ କରିନେବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । ବ୍ୟବସାୟରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିର ପଥରେ କଣ୍ଟା ବିଛାଇବେ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟି ସୁସ୍ଥ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ । ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ବିଛା :

ହାତକୁ ନେଇଥିବା କାମରେ ସଫଳତା ଅବଶ୍ୟମ୍ଭାବୀ । ଆଜି ଅନୁରାଧା ନକ୍ଷତ୍ର ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ସ୍ଥଗିତ ରହିଥିବା କାମଗୁଡିକ ଆଜି ସହଜ ଓ ସୁବିଧାରେ ସମ୍ପନ୍ନ କରିବାରେ ସମର୍ଥ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ଟେନସନ୍ ବଢିପାରେ । ଅଫିସ୍ କାମରେ, ପ୍ରଶାସନିକ ସ୍ତରରେ ସଭାସମିତିରେ ବିବାଦୀୟ ମନ୍ତବ୍ୟ ଯୋଗୁଁ ମାନମାନାନ୍ତର ଦେଖା ଦେଇପାରେ । ବାଦବିବାଦ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଅପରିଚିତ ଲୋକଙ୍କୁ ବିଶ୍ଵାସ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ କିନ୍ତୁ ଆପଣ ଛୋଟିଆ ଛୋଟିଆ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ :

ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ପୂର୍ବ ପ୍ରସ୍ତୁତି ଯୋଜନାନୁଯାୟୀ କର୍ମକ୍ଷେତ୍ରରେ କାର୍ଯ୍ୟ କରନ୍ତୁ, ସମ୍ୟକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ନୂତନଭାବେ ଆରମ୍ଭ କରିବାକୁ ଥିବା କାମରେ ପ୍ରତିବନ୍ଧକ ଯୋଗୁଁ ବ୍ୟସ୍ତତା ବୃଦ୍ଧି ପାଇବ । ବ୍ୟବସାୟରେ ଆର୍ଥକ ସ୍ଥିତି ମାନ୍ଦା ରହିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ ଗୁରୁଦାୟିତ୍ଵ ଅପର୍ଣ କରିବେ, ଯେଉଁଥିପାଇଁ ଆପଣ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାର୍ଥସାଧନାରେ ନିରାଶ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ପରିବାରରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ସନ୍ଧ୍ୟାରେ ଅର୍ଥକୁ କେନ୍ଦ୍ର କରି ସାମୟିକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସହଯୋଗ ସାହାଯ୍ୟ ଦ୍ଵାରା କେତେକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସନ୍ତୋଷୀ ।

ମକର :

ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସମ୍ମୁଖୀନ କରିବା ସତ୍ତ୍ୱେ କାମ ହାସଲ କରିବାରେ ସମର୍ଥ ହେବେ । ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କ ମାଧ୍ୟମରେ ହଠାତ୍‌ କାୈଣସି ଖବର ପାଇ ବିଚଳିତ ବୋଧ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଅବନତି ଯୋଗୁଁ ମାନସିକ ଦୁଶ୍ଚିନ୍ତା ଲାଗିରହିବ । ଈର୍ଷା ପରାୟଣ ମନୋଭାବ ନେଇ ନିକଟ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ଯେତେ ଭଲ କାମ କରିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ବିଶୃଙ୍ଖଳିତ ସ୍ୱଭାବ ଯୋଗୁ ବିଚଳିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାଶ ।

କୁମ୍ଭ :

ବନ୍ଧୁବାନ୍ଧବଙ୍କ ସମ୍ପର୍କରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁଁ ଆପଣ ନିଜକୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ଭାବେ ଆଡ୍‌ଜଷ୍ଟ କରିବାକୁ ପଡିବ । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ଗ୍ରାହକଙ୍କ ସହ ଅଯଥାରେ ପାଟିତୁଣ୍ଡ ହୋଇପାରେ । ଅଫିସରେ ଆଲୋଚନା କାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିପାରନ୍ତି । ଅପରାହ୍ନରେ ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇ ମନ ଖୁସି ହୋଇପାରେ । ସଚେତନତା ଓ ସାମାଜିକ ଶୃଙ୍ଖଳଜନିତ ଶତଭିଷା ନକ୍ଷତ୍ର ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । କିନ୍ତୁ ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢିଯାଇ ପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ :

ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ପାପଗ୍ରହଯୁକ୍ତ ବୁଧଙ୍କ ଯୋଗୁ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମନ ଉଦାସ ରହିବ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ସମସ୍ୟା ମଧ୍ୟରେ ଚଳିବା କାରଣରୁ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବ ଓ କେତେକ ସମସ୍ୟା ମଧ୍ୟ ଦେଖାଦେବ । ଅଫିସ ଆୟୋଜିତ ବୈଠକରେ ଯୋଗେ ଦେବେ ଓ ଅଫିସ କତୃପକ୍ଷ ଆପଣଙ୍କ କାମର କୈଫତ୍ଵ ମାଗିବେ । ଆର୍ଥିକ ସ୍ଵଚ୍ଛଳତା କ୍ଷେତ୍ରରେ ଅବନତି ଘଟିବ । ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଆପଣଙ୍କ ଭୂମିକା ମହତ୍ବପୂର୍ଣ୍ଣ ରହିବ । ବନ୍ଧୁ କିମ୍ବା ସହକର୍ମୀଙ୍କ ନିକଟରେ ହାତ ପସାରିବାକୁ ବାଧ୍ୟ ହେବେ । ନିଜର ଲୋକମାନଙ୍କ ଚାଲି ଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରି ପାରନ୍ତି । ପାଖ ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

Be the first to comment

Leave a Reply

Your email address will not be published.


*