ଆସନ୍ତୁ ଜାଣିବା 25 ଅକ୍ଟୋବର 2020, ରବିବାରର ରାଶିଫଳ !

ଶାରଦୀୟ ଦଶହରା ପର୍ବର ହର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୫ ଅକ୍ଟୋବର ରବିବାରର ରାଶିଫଳ :

ମେଷ :

ଆଜି ଏକାଧାରରେ କାର୍ଯ୍ୟସିଦ୍ଧି ସାଙ୍ଗକୁ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଅପରାହ୍ନରେ ଦୀର୍ଘଦିନରୁ ସ୍ଥଗିତ ଥିବା କାମଟି ହଠାତ୍‌ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ସମସ୍ୟା ଓ ପ୍ରତିବାନ୍ଧକ ଦୂର ହେବ । ଆର୍ଥିକ ସ୍ଵଚ୍ଛଳତାରେ ସୁଧାର ଆସିବ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି କରିପାରନ୍ତି । ଆଜି, ଆପଣଙ୍କର ଖର୍ଚ୍ଚର ପରିମାଣ ବୃଦ୍ଧି ପାରିବ । ଇଚ୍ଛା ନଥିବା ସତ୍ତ୍ୱେ ମଧ୍ୟ ଆପଣ ସାମାଜିକ ସମାବେଶରେ ଯୋଗ ଦେବାକୁ ପଡିବ । ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦୀୟ ସ୍ଥିତି ଉପୁଜିପାରେ । କିନ୍ତୁ ପରିବାର ସଦସ୍ୟ ଆପଣଙ୍କ ସପକ୍ଷରେ ରହିବେ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତିର ବିଶେଷ ଯତ୍ନ ନିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ବିରଜା ।

ବୃଷ :

କଥା ଚାତୁରି ମାଧ୍ୟମରେ ଭାଇ, ବନ୍ଧୁ ତଥା ଅଜଣା ଅଶୁଣା ବ୍ୟକ୍ତିଙ୍କୁ ମଧ୍ୟ ନିଜର କରିବାରେ କୌଣସି ଅସୁବିଧା ହେବ ନାହିଁ । ଯେ କୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ସ୍ଥିତି ଭଲ ରହିବ ଏବଂ ତଦନୁଯାୟୀ ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ସହକର୍ମୀଙ୍କ ସହଯୋଗ ପାଇବେ । ବନ୍ଧୁ ମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପରିବାରରେ ପରସ୍ପର ମଧ୍ୟ ସ୍ନେହ, ଶ୍ରଦ୍ଧା ବଜାୟ ରହିବ । କେତେକ ସମସ୍ୟା ଦୂର ହେବାରେ ପଡ଼ୋଶୀମାନଙ୍କ ଅବଦାନ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ :

ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ଯୋଗୁଁ ମନୋବଳ ଟାଣ ରହିବ । ପ୍ରତ୍ୟେକ କାମ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିପାରିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । କିନ୍ତୁ ପରିସ୍ଥିତି ବଶତଃ କେତେକ କ୍ଷେତ୍ରରେ ମିଥ୍ୟା ପ୍ରତିଶ୍ରୁତି ଦେଇ କାର୍ଯ୍ୟ ହାଲସ କରିବାକୁ ପଡିବ । ଆଜି ଆପଣ ଏପରି ଏକ ବ୍ୟକ୍ତିଙ୍କୁ ଭେଟି ପାରିବେ, ଯାହାର ଚିନ୍ତାଧାରାରେ ଆପଣ ବହୁତ ମାତ୍ରାରେ ପ୍ରଭାବିତ ହେବେ । ଧାର୍ମିକ କାର୍ଯ୍ୟକଳାପରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଅତୀତ ଘଟଣାକୁ ସ୍ମରଣ କରି ମନ ଉଦାସ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, କାରଣ ବିଳମ୍ବ ହେଲେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କର୍କଟ :

ମନରୁ ନକରାତ୍ମକ ଚିନ୍ତାଧାରା ବାହାର କରନ୍ତୁ । ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ନୂତନ ପ୍ରକଳ୍ପାରମ୍ଭ ସକାଶେ ବ୍ୟୟ ଅଟକଳ କରିବେ । କିନ୍ତୁ ଆଜି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନର ସହକର୍ମୀଙ୍କ ସହ ମାନମାଳିନ୍ୟ ସୃଷ୍ଟି ହେବ । ପରିବାରର ବୟୋସ୍କ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରି କାର୍ଯ୍ୟ କରନ୍ତୁ କାରଣ ଏହା ଆପଣଙ୍କ ପାଇଁ କିଛି ନୂତନ ଆର୍ଥିକ ରୋଜଗାର କରିବାର ରାସ୍ତା ଉନ୍ମକ୍ତ କରିପାରେ । ପରିବାରରେ ସାମୟିକ ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶାରୀରିକ ଅସୁସ୍ଥତା କେତେକାଂଶରେ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁଁ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଆର୍ଥିକ ପ୍ରସଙ୍ଗରେ ଆପଣଙ୍କ ସ୍ଥିତି ଯଥେଷ୍ଟ ଉନ୍ନତ ରହିବ । ଭବିଷ୍ୟତର ଉନ୍ନତି ପାଇଁ ଆପଣ ନୂତନ ପଦକ୍ଷେପ ଗ୍ରହଣ କରିବେ । ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅବସର ପାଇବେ ନାହିଁ, ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ଅଟକିଯିବ । କୌଣସି ପଦକ୍ଷେପ ନେବା ପୂର୍ବରୁ ଅଭିଜ୍ଞ ଓ ବରିଷ୍ଠ ବ୍ୟକ୍ତିଙ୍କ ସହିତ ପରାମର୍ଶ ନିଅନ୍ତୁ । ପରିସ୍ଥିତିର ଗୁରୁତ୍ୱକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଖୁସିରେ ଆପଣ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରିବେ । ନିଜ ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

କନ୍ୟା :

ଆପଣ ମନମୁତାବକ କାର୍ଯ୍ୟଗୁଡିକ ସମ୍ପାଦନ ହେବାରେ କୌଣସି ଅସୁବିଧା ହେବ ନାହିଁ । କଠିନ ପରିଶ୍ରମ ନିମନ୍ତେ ଆପଣ ଉତ୍ସାହତି ହେବେ ଓ କଠିନ ପରିଶ୍ରମ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କୌଣସି ଅଭାବ ଅସୁବିଧା ହେବ ନାହିଁ । ପରୋକ୍ଷ ଶତ୍ରୁତାରୁ କାରଣରୁ ବାରମ୍ବାର ବିଫଳତା ହେବେ ଯୋଗୁଁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହେବେ । ଆଜି ଆପଣଙ୍କୁ, ଅତୀତରୁ କରିଥିବା କିଛି କାର୍ଯ୍ୟର ଶୁଭଫଳ ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ସୁଖୀ ରହିବ । ନିଜର ବ୍ୟକ୍ତିଗତ ଏବଂ ଗୋପନୀୟ କଥାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ତୁଳା :

ଆପଣଙ୍କ ଆଶାକୁ ଚରିତାର୍ଥ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ତଥାପି ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହଯୋଗ ପାଇ ସମସ୍ୟାକୁ ସୁଧାରି ନେବେ । ଅଫିସ କାମକୁ ନେଇ ସମ୍ୟକ ବିଚଳିତ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ସାହିତ୍ୟ ଚର୍ଚ୍ଚା, ରଚନାତ୍ମକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିପାରେ । ଅନାବଶ୍ୟକ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ ଏବଂ ପରିବାରିକ ସମସ୍ୟା କର୍ମକ୍ଷେତ୍ରକୁ ଶିଥିଳ କରିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା :

ଦିନସାରା ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରନ୍ତୁ । କର୍ମକ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ । ଆପଣଙ୍କ ନିତ୍ୟକର୍ମ ଏପରିକି ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ହୋଇପାରେ । ଆଜି ଆପଣଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜ କ୍ୟାରିଅରକୁ ଅଗ୍ରଗତି କରିବା ଉପରେ ରହିବ । ସାମାଜିକ କାର୍ଯ୍ୟକ୍ରମ, ସଭାସମିତିରେ ଉଚ୍ଚସ୍ତରର ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ । ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିବ । ଶାରୀରିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ :

ଭଗବାନଙ୍କୁ ଆରୋଧନ କରନ୍ତୁ, ଦିନଟି ମଙ୍ଗଳଦାୟକ ରହିବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ଅନ୍ୟମାନଙ୍କ ଉପରେ ନିର୍ଭର କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ, ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ନୂତନ କର୍ମସଂସ୍ଥାନ ପାଇଁ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିବେ । ବାହାରେ ଥିବା ସମୟରେ କୌଣସି ଅପ୍ରୀତିକର ଖବର ପାଇ ସକାଳୁ ମନଟା ବିଗିଡ଼ିଯାଇପାରେ । ପରିବାରର ଜଣେ ମହିଳା ସଦସ୍ୟଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଅଶାନ୍ତିର ବାତାବରଣ ସୃଷ୍ଟି ହେବ କିନ୍ତୁ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । ଆପଣଙ୍କ ଯୋଜନାକୁ ସାକାର ରୂପ ଦେବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

ମକର :

ଦୀର୍ଘ ଦିନରୁ ଲାଗିରହିଥିବା ବ୍ୟବସାୟ ସମ୍ବନ୍ଧୀୟ ତିକ୍ତତାର ଆଜି ଅନ୍ତ ହେବ । ଆଜି କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବନ୍ଧୁମାନଙ୍କ ସହଯୋଗ ଓ ସାହାଯ୍ୟର ଅଭାବ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜ ବୁଦ୍ଧି ଖଟାଇ କୌଶଳରେ କାର୍ଯ୍ୟ ହାସଲ କରିବେ । କାର୍ଯ୍ୟାଳୟରେ ଥିବା ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିକୋଣରୁ ଆପଣଙ୍କ ସ୍ଥିତି ମଜବୁତ ରହିବ । ଏକ ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ଆଜି ଆପଣ ପ୍ରିୟଜନଙ୍କ ସହ ମତଭେଦର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ ଅଥବା ଅସାବଧାନତା ହେତୁ ଧନହାନି ଅବଶ୍ୟମ୍ଭାବୀ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କୁମ୍ଭ :

ବିଭିନ୍ନ ପ୍ରକାର ବ୍ୟତିକ୍ରମ ମଧ୍ୟରେ ଗତି କରୁଥିବାରୁ ଚିନ୍ତିତ ରହିବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ, ଫଳରେ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆଜି ଉତ୍ଥାନ-ପତନ ରହିବ । ଅଫିସରେ, ଆପଣଙ୍କୁ ଏକ ନୂତନ ପ୍ରକଳ୍ପର ଦାୟିତ୍ଵ ମିଳିପାରେ, ଯାହା ଅତ୍ୟନ୍ତ ସମୟ ସାପେକ୍ଷର କାର୍ଯ୍ୟ ଓ କଷ୍ଟଦାୟକ ମଧ୍ୟ । ଅଭାବ ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ମୁହଁ ସାମ୍ନାରେ ପ୍ରକାଶ କରିବାକୁ ପଛେଇଯିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ, ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ ଯଥେଷ୍ଟ ଉପକୃତ ପାଇବେ । ରାଜନୀତି କିମ୍ବା ସାଂଗଠନିକ କ୍ଷେତ୍ରରେ ବନ୍ଧୁମାନେ ଅସୁବିଧାରେ ପକାଇପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ । ଜୀବନ ସାଥୀଙ୍କ ସହ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ :

ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ ଏବଂ ଆଜି ଆପଣ ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ । ଚାକିରି ଓ ବ୍ୟବସାୟ ନିମନ୍ତେ ଦିନଟି ବେଶ୍ ଭଲ ରହିବ । ଆପଣଙ୍କ ମନରେ କାର୍ଯ୍ୟ କରିବାର ଆଗ୍ରହ ଆସିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରବେ । ଆର୍ଥିକ ସ୍ଥିତି ଭଲ ରହିବ । ଆନୁଷ୍ଠାନିକ କାମରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । ନବୁଝି ନସୁଝି କୌଣସି ଆଇନଗତ ଦସ୍ତାବିଜରେ ଦସ୍ତଖତ କରନ୍ତୁ ନାହିଁ । ବିବାଦୀୟ ପରିସ୍ଥିତିରେ ମୁଣ୍ଡ ନ ପୂରାଇବା ଭଲ, ଅନ୍ୟଥା ଅଯଥାରେ ଅପଦସ୍ଥ ହେବାକୁ ପଡିବ । ପାଖ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତି ରହିପାରନ୍ତ । ଶରୀର ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ସୁସ୍ଥ ରହିବ । ପାରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Be the first to comment

Leave a Reply

Your email address will not be published.


*