ଆସନ୍ତୁ ଜାଣିବା ଆସନ୍ତାକାଲିର ରାଶିଫଳ : ଏହି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ।

ଆସନ୍ତୁ ଜାଣିବା ଆସନ୍ତାକାଲିର ରାଶିଫଳ : ଏହି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ।

22 ମାର୍ଚ୍ଚ 2021, ସୋମବାର :- ଆଜି ଏହି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଆର୍ଥିକ ସ୍ଥିତିରେ ଆସିବା ସୁଧାର । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୨୨ ମାର୍ଚ୍ଚ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି । ଆଜି ଆପଣଙ୍କ ଯେକୌଣସି କାମ କରିବେ ସେଥିରେ ଦ୍ୱନ୍ଦ୍ୱ ଓ ଆଶଙ୍କା ଅନୁଭବ କରିବେ । ନିଜ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଅନ୍ତୁ ନାହିଁ, ସେମାନଙ୍କ ଉପରେ ନଜର ରଖନ୍ତୁ । ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ମନରେ ଆନ୍ଦୋଡନ ସୃଷ୍ଟି ହେବ । ବ୍ୟବସାୟ, ପରିବହନରେ ସମସ୍ୟା ଦେଖାଦେଇପାରେ । ନୂଆ କାମ ଆରମ୍ଭ କରିବାରେ ନିବୃତ୍ତ ରହନ୍ତୁ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି କିମ୍ବା ସାମାନ୍ୟ କଥାକୁ କେନ୍ଦ୍ର କରି କଳହ ଲାଗିପାରେ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କାମ ଗୁଡିକ ବିଳମ୍ବ ସମ୍ପର୍ଣ୍ଣ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଯେତେ ଭଲ କାମ କରିଲେ ମଧ୍ୟ ଈର୍ଷାନ୍ୱିତ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ ବଳରେ ନିନ୍ଦା କରିବେ । ପାରିପାଶ୍ୱିର୍କ ପରିସ୍ଥିିତି କେତେକାଂଶରେ ଭଲ ରହିବ । କର୍ମକ୍ଷେତ୍ରରେ ପ୍ରଥମରୁ ସବୁ ଠିକ୍‌ଠାକ୍‌ ଥିଲେ ହେଁ ଶେଷ ସମୟରେ ବିଗିଡି ଯିବାର ସମ୍ଭାବନା ରହିଛି । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଅଫିସରେ ଉଚ୍ଚାଧିକାରୀଙ୍କ ଆଦେଶରେ କୌଣସି ଗୁରୁଦାୟିତ୍ଵ ବହନ କରିବେ । ସାମାଜିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏହା ସହ ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ଆଶାନୁରୂପକ ଫଳ ପାଇବେ । ବ୍ୟବସାୟ ସମ୍ବନ୍ଧୀୟରେ ବନ୍ଧୁଙ୍କ ସହ ଆଲୋଚନା କରିବେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାରର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧୌର୍ଯ୍ୟର ସହ କାର୍ଯ୍ୟ କରିବେ । ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ଯଥାଚିତ ଉଦ୍ୟମ କରିବେ । ଆଜି ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଖର୍ଚ୍ଚାନ୍ତ ଅଧିକ ହେବ ଏହା ସଙ୍ଗେସଙ୍ଗେ ପରିବହନରେ ସମସ୍ୟା ମଧ୍ୟ ଦେଖାଦେଇପାରେ । ବ୍ୟବସାୟ, ସଭାସମିତି, ଜମିଜମା ବିଷୟରେ ଉନ୍ନତ ମାନର ଫଳ ପାଇବେ । ସଭାସମିତିରେ ଏପରି କିଛି ପ୍ରସ୍ତାବ ଦେବେ, ଯାହାକି ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ । ରାଜନୀତିରେ ସଫଳତା ପାଇବେ । ଘରେ ସଦସ୍ୟମାନଙ୍କର ମଧ୍ୟ ସ୍ନେହ ଶ୍ରଦ୍ଧା ବଜାୟ ରହିବ । ଚୋରି, ପକେଟମାର କିମ୍ବା ନିଜର ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଧନହାନୀ ଘଟିବାର ସୂଚନା ରହିଛି । ବୃଥା ସନ୍ଦେହ ଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ଆପଣଙ୍କର ପ୍ରେମ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଉପସ୍ଥିତ ବୁଦ୍ଧି ଖଟାଇ ଆପଣ ନିଜ କାର୍ଯ୍ୟଗୁଡିକ ଅନ୍ୟମାନଙ୍କ ଦ୍ଵାରା ସମ୍ପନ୍ନ କରିପାରିବେ । କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ପଡି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ । ଆଶା କରିଥିବା କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁତ ସମୟ ଲାଗିପାରେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରି ଉନ୍ନତିର ମାର୍ଗରେ ଅଗ୍ରସର ହେବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଅଫିସର ସବୁ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍‌ ହେବ ନାହିଁ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ଇଚ୍ଛା ନ ଥିଲେ ମଧ୍ୟ ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ବ୍ୟବସାୟ, ବାଣିଜ୍ୟ ନିମନ୍ତେ ଦିନଟି ଅନୁକୂଳ ସାବ୍ୟସ୍ତ ହେବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ନୂଆ ପ୍ରକଳ୍ପ ମିଳିପାରେ । ଆର୍ଥିକ ସ୍ଥିତି ମଜୁବତ ରହିବ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଅଫିସରେ କାର୍ଯ୍ୟଭାର ବଢିବା ଓ କର୍ତ୍ତୃପକ୍ଷଙ୍କ ସହାୟତା ପାଇବେ । ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତ କଥା କହି ସହକର୍ମୀଙ୍କ ସହ ଶତ୍ରୁତା ସୃଷ୍ଟି ହୋଇପାରେ । ସହକର୍ମୀଙ୍କ ଆଭ୍ୟନ୍ତରଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ବାଦବିବାଦ, ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହି ନ ପାରେ । ସ୍ତ୍ରୀଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବା ଯୋଗୁଁ ମନ ଉଦାସ ରହିବ । ପାଖ, ପଡୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ପାଇ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଧ୍ୟମ ଧାରଣ ରହିବ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ସମ୍ପାଦନ କରିବେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚାଧିକାରୀ ଅତ୍ୟନ୍ତ ପ୍ରସନ୍ନ ରହିବେ । ଯେକୌଣସି ନିଷ୍ପତ୍ତି ନେବେ ଭାବିଚିନ୍ତି ନିଅନ୍ତୁ, ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନା ପ୍ରକାର କଥା କହିପାରନ୍ତି । ରାଜନୀତି ଓ ପ୍ରଶାସନିକ ସ୍ତର ସମସ୍ୟାମୁକ୍ତ ରହିବ । ପୁରାତନ ରୋଗ, ଋଣଭାର ବୃଦ୍ଧି ଓ ପରୋକ୍ଷ ଶତ୍ରୁତା ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । ପ୍ରତ୍ୟେକ ସ୍ଥଳରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭାବିଚିନ୍ତି ଯେକୌଣସି କାର୍ଯ୍ୟ କରନ୍ତୁ, ନତୁବା ଯେଉଁ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ କରୁଥିଲେ ସେହି ବ୍ୟକ୍ତିମାନେ ହିଁ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରାଇବେ । ହଠାତ୍ କର୍ମକ୍ଷେତ୍ରରେ ଅସ୍ଵାଭାବିକ ପରିସ୍ଥିତିର ମନକୁ ବିଚଳିତ କରିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଅଧିକ ରହିବା ସଙ୍ଗେସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ଅପମାନିତ କରିପାରନ୍ତି । ନିଜର ଅପାରଗତା ଅଥବା ଅବହେଳା ଯୋଗୁଁ ବ୍ୟବସାୟରେ କେତେକ ସୁଯୋଗ ହାତଛଡା ହୋଇପାରେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ବିଭିନ୍ନ ବିଷୟରେ ତର୍କ ଓ ବିବାଦ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ନିମନ୍ତେ ଅନୁକୂଳ ଫଳ ପ୍ରଦାନ କରିବ । ଚେଷ୍ଟା କରୁଥିବା ଉଦ୍ୟମରେ ସଫଳତା ମିଳିବ । ହାତକୁ ନେଇଥିବା କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ବ୍ୟବସାୟ ବାଣିଜ୍ୟ ସମ୍ବନ୍ଧୀୟରେ ସ୍ଥିତି ସୁଧାର ଆସିବ । କର୍ମକ୍ଷେତ୍ରରେ ଅର୍ଥଲାଭ କରିବା ସଙ୍ଗେସଙ୍ଗେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । କିନ୍ତୁ ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବେ ତଥାପି ବିଶେଷ କିଛି ଉପକୃତ ପାଇବେ ନାହିଁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ଆତ୍ମୀୟସ୍ଵଜନଙ୍କ ସହ ଉଚ୍ଚବଚ୍ଚା ହେବାର ସଂକେତ ରହିଛି । ଆଜି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିବା କାରଣରୁ ମନ ବିଚଳିତ ହେବ । ଏହା ସଙ୍ଗେ ସଙ୍ଗେ ଆର୍ଥିକ ଅନଟନ କାରଣରୁ ମାନସିକ ସ୍ତରରେ ଭାରସାମ୍ୟ ହୋଇପାରନ୍ତି । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ ଭିତରେ କିଛି ବିଚାରବିମର୍ଶ ନ କରି ଅନ୍ୟକୁ ବିଶ୍ୱାସ କରିଲେ ହଇରାଣରେ ପଡିପାରନ୍ତି । ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ସହକର୍ମୀ ଓ ବନ୍ଧୁଙ୍କ ମାଧ୍ୟମରେ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିଜ ଲୋକଙ୍କ ଅସହଯୋଗ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପୂର୍ବର ସମସ୍ୟା କେତେକାଂଶରେ ସୁଧୁରିଯାଇଥିବାରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବେ । କଠିନ ପରିଶ୍ରମ ଅନୁସାରେ ଆପଣଙ୍କୁ ଫଳ ମଧ୍ୟ ମିଳିବ । ପ୍ରଶାସନ, ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ଶୁଣିବାକୁ ପାଇବେ । ଆଧ୍ୟାତ୍ମିକତା ଦିଗ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ ଓ ଧାର୍ମିକ କାର୍ଯ୍ୟ ଅଂଶଗ୍ରହଣ କରିପାରନ୍ତି । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମାନସିକ ଚାପ ବୃଦ୍ଧି ପାଇବ ଏବଂ ସ୍ଵାସ୍ଥ୍ୟହାନି ଯୋଗୁଁ କର୍ମକ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ମନ ବୁଝିଲା ଭଳି କଥା କହି ଅର୍ଥ ଯୋଗାଡ଼ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ । ଅଫିସରେ ଆକସ୍ମିକ ଭାବେ ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ସମାଜର କିଛି ଖଳ ପ୍ରକୃତିର ଲୋକେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ ଓ ପଛରେ ନାନାଦି କଥା କହିବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ସମ୍ମାନିତ ମଧ୍ୟ ହୋଇପାରନ୍ତି । ପାରିବାରିକ ଜୀବନରେ ସମସ୍ୟା ନ ଥିଲେ ମଧ୍ୟ ସ୍ତ୍ରୀ କିମ୍ବା ଭାଇଙ୍କ ସ୍ଵାସ୍ଥ୍ୟ ସକାଶେ ସମସ୍ତଙ୍କ ମନ ଉଦାସ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ, ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପନ ଲାଗିରହିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ସାମୟିକ ବିବ୍ରତ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପରିବାରରେ ଆର୍ଥିକ ସମ୍ବନ୍ଧୀୟ କୌଣସି ଅଭାବ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହେବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

Leave a Reply

Your email address will not be published. Required fields are marked *