ଆସନ୍ତୁ ଜାଣିବା 15 ଅକ୍ଟୋବର 2020, ଗୁରୁବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୧୫ ଅକ୍ଟୋବର ଗୁରୁବାରର ରାଶିଫଳ :

ମେଷ :

ମନରେ ଆତ୍ମବିଶ୍ଵାସ ଜନ୍ମିବା । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ଥିଲେ ମଧ୍ୟ ସହକର୍ମୀଙ୍କ ସହାୟତାରେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମାପନ କରିପାରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ । ଆଜିର ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ହୋଇପାରନ୍ତି । କେତେକ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅନ୍ୟମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ :

ସମାଜରେ ପ୍ରତିଷ୍ଠା ଆଧ୍ୟାପତ୍ୟ ବୃଦ୍ଧି ପାଇବ । ଆଜି କାମଗୁଡିକ ସହଜରେ ସମ୍ପର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଲକ୍ଷ୍ୟରେ ପହଞ୍ଚିବାରେ କୌଣସି ଅସୁବିଧା ହେବା ନାହିଁ । ଅନ୍ୟକୁ ଯାହା କହିବେ ସେହି ବ୍ୟକ୍ତି ତାହା ଅସ୍ଵୀକାର କରିବେ ନାହିଁ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଆଲୋଚନା ଓ ତର୍କ ବିତର୍କରେ ଆଶାନୁଯାୟୀ ସୁଫଳ ପାଇ ପ୍ରଶଂସିତ ହେବେ । ବ୍ୟବସାୟ, ବାଣିଜ୍ୟରେ ସାମୟିକ ସମସ୍ୟା ଦେଲେ ମଧ୍ୟ ବିଶେଷ ଉତ୍କୃଷ୍ଟ ରୂପ ନେବ ନାହିଁ । କିନ୍ତୁ ପରିସ୍ଥିତିରେ ପଡ଼ି କେତେକ କ୍ଷେତ୍ରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନ ଦୁଃଖିତ ହୋଇପାରେ । ପରିବାରରେ କୌଣସି ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ଝଡ଼ ଉଠିବ । ଶାରୀରିକ ଦୃଷ୍ଟିକୋଣରୁ ସୁସ୍ଥ ରହିଲେ ମଧ୍ୟ ସାମୟିକ ପେଟ ଯନ୍ତ୍ରଣା କିମ୍ବା ଚକ୍ଷୁ ପୀଡା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ମିଥୁନ :

କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପର୍ଣ୍ଣ ହେବା ଯୋଗୁଁ ମନରେ ଉଦାସ ଲାଗିରହିବ । ଆଜି ଚେଷ୍ଟା କରୁଥିବା କାମଗୁଡିକ ସହଜରେ ସମ୍ପର୍ଣ୍ଣ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଅନୁରୋଧକ୍ରମେ ସ୍ଥଗିତ କାମକୁ ସମ୍ପନ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବ କାରଣରୁ ମନ ବିବ୍ରତ ହୋଇପାରେ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିବା ସଙ୍ଗେ ସଙ୍ଗେ କାର୍ଯ୍ୟ କରିବାର ଗତି ମଧ୍ୟ ମନ୍ଥର ହୋଇଯିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ପରିବାରରେ ସାମୟିକ ଝଗଡ଼ାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କର୍କଟ :

ବନ୍ଧୁ ଓ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଆଜି ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ଓ ସହାନୁଭୂତି ପ୍ରକାଶ କରିପାରନ୍ତି । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ ପରିସରରେ ଆୟୋଜିତ ବୈଠକ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ବନ୍ଧୁଙ୍କ ସହଯୋଗରେ ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପରିବାରରେ ପୁରୁଣା ସମସ୍ୟାଗୁଡିକର ସମାଧାନ ହୋଇଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ, ଯାହାଫଳରେ ସାମୟିକ ଟେନ୍ସନ ଲାଗି ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ସିଂହ :

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ପ୍ରତ୍ୟେକ କ୍ଷେତ୍ରରେ ସ୍ଵାଧୀନ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଉଦ୍ୟମ ଓ ନିଜ ଚେଷ୍ଟା ଦ୍ୱାରା ସଫଳତାର ଶିଖରରେ ପହଞ୍ଚିପାରିବେ । ବ୍ୟବସାୟ କାର୍ଯ୍ୟକୁ ଭିତ୍ତି କରି ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ସାମାଜିକ ସ୍ତରରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି । ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ମନକୁ ଶାନ୍ତ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା :

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ଆଜି ଆପଣଙ୍କ ମଉଳି ଯାଇଥିବା ଆଶା ପୁଣି ଠାରେ ମନରେ ଉଙ୍କି ମାରିବା । ଦୀର୍ଘ ଦିନରୁ ମନେ ମନେ ଭାବିଥିବା କାର୍ଯ୍ୟଟିରେ କୃତକାର୍ଯ୍ୟ ହେବେ । ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରି ପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । କିନ୍ତୁ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ଓ ସହକର୍ମୀଙ୍କ ସହଯୋଗ ମିଳିବ । ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ତୁଳା :

ସମୟର ଅପେକ୍ଷା କରନ୍ତୁ, ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ । କୌଣସି ନୂତନ ନୂତନ କାର୍ଯ୍ୟ କରିବା ପାଇଁ ମନ ବଳାଇ ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରୀଜୀବିମାନେ ନିଜ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପର୍ଣ୍ଣ କରିବା ଯୋଗୁଁ ଉଚ୍ଚାଧକାରୀଙ୍କ ଦ୍ଵାରା ପ୍ରସଂଶିତ ହେବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହିବେ । ର୍ମାଣାଧୀନ କାର୍ଯ୍ୟଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ କ୍ଷେତ୍ରରେ ସୁଖଦ ପରିବେଶ ରହିବ । କିନ୍ତୁ ସନ୍ତାନଙ୍କ ଭାନିଷ୍ୟତକୁ ନେଇ ଚିନ୍ତାତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ବିଛା :

ଆନନ୍ଦ ଉଲ୍ଲାସର ସହ ଦିନ ଅତିବାହିତ କରିବେ । ମନ ଅନୁଯାୟୀ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଚାରିରେ ପଦୋନ୍ନତିର ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ଜନକଲ୍ୟାଣ କାର୍ଯ୍ୟରେ ଲିପ୍ତ ରହିବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିପାରନ୍ତି । ଯେତେ ଭଲ କାମ କରିଲେ ମଧ୍ୟ ଶତ୍ରୁମାନେ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିବେ ଓ ଆପଣଙ୍କୁ ନିନ୍ଦା କରିବେ । ଅନ୍ୟମାନଙ୍କର ଉଦ୍ଦେଶ୍ୟକୁ ବୁଝି ନ ପାରି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ :

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଅର୍ଥ ସମ୍ପର୍କିତ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ ଏବଂ ଏହି ବାଦବିବାଦ କ୍ରମେ ଜଟିଳ ହେବ, ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାର ମଧ୍ୟରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ମକର :

ନିଜ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ; ବିଳମ୍ବ ହେଲେ ମଧ୍ୟ ସଫଳତା ଆପଣଙ୍କୁ ନିଶ୍ଚୟ ମିଳିବ । ବ୍ୟବସାୟ ଓ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେବ । ସମସ୍ୟାକୁ ସମାଧାନ କରିବାରେ ସମୟ ସାପେକ୍ଷ ଲାଗିପାରେ । ଚାକିରି କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅତ୍ୟନ୍ତ ଭଲ ରହିଲେ ମଧ୍ୟ କାର୍ଯ୍ୟର ଚାପ ବଶବର୍ତ୍ତୀ ହୋଇ ମନରେ ବିଭ୍ରାନ୍ତ ସୃଷ୍ଟି ହେବ । ଏପରି କି ଉଚ୍ଚାଧିକାରୀଙ୍କ ବିରୋଧରେ ସ୍ଵର ମଧ୍ୟ ଉଠାଇ ପାରନ୍ତି । ଭୁଲ୍ ବୁଝାମୁଣା ଓ ସନ୍ଦେହକୁ ପାଥେୟ କରି ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ । ଶାରୀରିକ ସୁସ୍ଥତା ସଙ୍ଗକୁ ମାନସିକ ଅସୁସ୍ଥତାର ସମ୍ମୁଖୀନ ହେବାକୁ ପଡିବ । ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ :

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ ଏବଂ ଲକ୍ଷ୍ୟ ପ୍ରାପ୍ତି ମଧ୍ୟ କରିପାରନ୍ତି । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆଜି ଅପରାହ୍ନରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ଅନ୍ୟର ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ନିଜେ ଅପଦସ୍ଥ ହୋଇପାରନ୍ତି । ସାମୟିକ ଭାବେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ :

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମିବ । ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନାକୁ କାର୍ଯ୍ୟ କରିବା ସକାଶେ ମନ ବଳାଇବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବା । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ସହକର୍ମୀଙ୍କ ସାହାଯ୍ୟରେ ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ସମୂହ କଲ୍ୟାଣ କାମରେ ଅର୍ଥ, ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି । କେତେକ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ କରିବାକୁ ପଡ଼ିବ । ସାମୟିକ ପୁରାତନ ରୋଗର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ପରିବାରର କେତେକ ସମସ୍ୟାକୁ କେନ୍ଦ୍ର କରି ମନ ଅଶାନ୍ତ ରହିବ ।

Be the first to comment

Leave a Reply

Your email address will not be published.


*