ଆସନ୍ତୁ ଜାଣିବା 14 ଅକ୍ଟୋବର 2020, ବୁଧବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୧୪ ଅକ୍ଟୋବର ବୁଧବାରର ରାଶିଫଳ :

ମେଷ :

ଆଜି ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଆଜିର ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁମାନେ ମାର୍ଗଦର୍ଶକ ସାଜିବେ । କିନ୍ତୁ ସାଧାରଣ ଘଟଣାକୁ ନେଇ ପଶ୍ଚ୍ୟାତପ କରିପାରନ୍ତି । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସହମତିତା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । କିନ୍ତୁ ଅପରାହ୍ନରେ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ବୃଷ :

ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଶନି ଦୃଷ୍ଟି ମଙ୍ଗଳ ପ୍ରତି ଥିବା ଯୋଗୁଁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଓ ଆକସ୍ମିକ କଳହ, ମାନସିକ ଚିନ୍ତାର କାରଣ ହେବ । ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । କୌଣସି ଯୋଜନା କରିବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ନିହାତି ଆବଶ୍ୟକ । କାରଣ ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରାଇବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ମଧ୍ୟାହ୍ନରେ ଶୁଣିବାକୁ ପାଇବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ମିଥୁନ :

ସହଜରେ ମୁଣ୍ଡ ନୁଆଁଇବାକୁ ପସନ୍ଦ ନ କଲେ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । କଠିନ ଶ୍ରମ ଜନିତ ମାନସିକ ଓ ଶାରୀରିକ ଅସୁସ୍ଥତାର ଆଶଙ୍କା ରହିଛି । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ଓ ଅଫିସିଆଲି କାମ ହାସଲ କରିବା ସକାଶେ ଆଗନ୍ତୁକ ଜଣକ ଆପଣଙ୍କ ପ୍ରଶଂସାଗାନ କରିବେ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଅନାବଶ୍ୟକ ଧାଁ ଦୌଡ଼, ପାରିବାରିକ ଚିନ୍ତା, ପିତାଙ୍କ ସହ ତର୍କବିତର୍କ, ବରିଷ୍ଠ ବ୍ୟକ୍ତି କିମ୍ବା ପଦାଧିକାରୀଙ୍କ ସହିତ ମନାନ୍ତର ହୋଇପାରେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ପତ୍ନୀଙ୍କ ସହ ମତାନ୍ତର ଦେଖାଦେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ ।

କର୍କଟ :

ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଲୋକେ ଆକର୍ଷିତ ହେବେ । ରାଶିରେ ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନାଶ ହେବ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡାରୁ ମଧ୍ୟ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଅବହେଳା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ବ୍ୟବସାୟରେ ଆଶାତୀତ ସଫଳତା ପାଇବେ । ଅଫିସରେ ଆପଣଙ୍କ କାର୍ଯ୍ୟ ଶୈଳୀକୁ ଦେଖି ଉଚ୍ଚାଧିକାରୀ ସନ୍ତୁଷ୍ଟ ହେବ । ପଦୋନ୍ନତି ବା ନୂତନକର୍ମ ପ୍ରାପ୍ତି ହୋଇପାରେ । ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ପ୍ରଶଂସିତ ହେବେ । ସହକର୍ମୀ କିମ୍ବା ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟସ୍ଥତା କରିଲେ ନିଜେ ଅପଦସ୍ଥ ହେବାକୁ ପଡିବ । ପରିବାର ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ସିଂହ :

ପ୍ରଭୁଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ରବିଙ୍କ ଦୁର୍ବଳତା କାରଣରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମନକୁ ବିଚଳିତ କରିବ । ପରିବାର ଓ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ବିଷୟ ଚିନ୍ତା କରି ମନ ବିଚଳିତ ରହିପାରେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିବ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପଦସ୍ଥ ହେବାକୁ ପଡିବ । ଆଲୋଚନା କାଳରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି । କୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ନିମନ୍ତେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

କନ୍ୟା :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ବଳଶାଳୀ ବୁଧ ବୌଦ୍ଧିକତା ବୃଦ୍ଧି କରି ସାମାଜିକ ସ୍ତରରେ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରିବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ବନ୍ଧୁ ଓ ପରିବାରର ବୟୋସ୍କଙ୍କ ସହିତ ଆଲୋଚନା କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ପାଇ ସାମାଜିକ କ୍ଷେତ୍ରରେ ନୂତନ କାର୍ଯ୍ୟପନ୍ଥା ଅନୁସରଣ କରିବେ । ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ବାଦବିବାଦ ଲାଗିପାରେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରି ପାରନ୍ତି । ଗୃହ ସଜ୍ଜାରେ ମନୋନିବେଶ କରିବା ସଙ୍ଗକୁ କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ପାରିବାରିିକ ଜୀବନରେ କିଛିଟା ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ତୁଳା :

ମନୋବଳ ଦୃଢ ରହିବ । କର୍ମାଧିପ ଭାଗ୍ୟସ୍ଥ ହେତୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ଭାଙ୍ଗି ପଡିଥିବା ସମ୍ପର୍କରେ ପୁନଃ ମଧୁରତା ଆସିବ । ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ସରକାରୀ କାମ, ଚୁକ୍ତିପତ୍ର ସକାଶେ ବହୁତ ଶୁଭଫଳ ପାଇବେ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ଆପେ ଆପେ ଅବସାନ ଘଟିବ । କିନ୍ତୁ ଅନେକ ଗୁଡ଼ିଏ କାର୍ଯ୍ୟରେ ବ୍ୟସ୍ତତା ରହିବା ଫଳରେ ନିଜର ମାନସିକ ଭାରସାମ୍ୟ ହରାଇ ପାରନ୍ତି । କର୍ମକ୍ଷେତ୍ରରେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ମନ ଭାରକ୍ରାନ୍ତ ରହିବ । ପରିବାରରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ବିଛା :

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ । ମୁଖଭାବରେ ବୃହସ୍ପତି ଥିବାରୁ ପ୍ରତ୍ୟେକ ସ୍ଥଳରେ ଯୁକ୍ତିଯୁକ୍ତ କଥା କହି ପ୍ରିୟଜନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ବ୍ୟବସାୟକ୍ଷେତ୍ରରେ ସ୍ଥିତ ଭଲ ରହିବ କିନ୍ତୁ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମ୍ପର୍ଣ୍ଣ କରିପାରିବେ । ସାମାଜିକ କଲ୍ୟାଣ ନିମନ୍ତେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ କୃତକାର୍ଯ୍ୟ ହେବା ଫଳରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । କଳା, ସାହିତ୍ୟ ଚର୍ଚ୍ଚା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିବେ । ପାରିବାରିକ ପରିବେଶ ସୁଖଦମୟ ରହିବ । ରୋଗପୀଡ଼ା ଜନିତ ସ୍ଵାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ :

ହସ ହସ ମୁଖରେ କାର୍ଯ୍ୟ କରିଲେ ମଧ୍ୟ ମନର ଦୁଃଖକୁ କହରି ନିକଟରେ ପ୍ରକାଶ କରିପାରିବେ ନାହିଁ । ରାଶିରେ ପାପ ଗ୍ରହର ପ୍ରଭାବରେ ପାରିବାରିକ ସମସ୍ୟା ମନ ଉଦାସର ମୁଖ୍ୟ କାରଣ ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗ ଲାଭକରି ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟୟକାରୀ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଅନ୍ୟମାନଙ୍କର କାନକୁହା କଥା ଶୁଣି ଅଫିସର ଉଚ୍ଚାଧିକାରୀମାନେ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି । ମନରେ ଦୃଢ଼ ଆତ୍ମବିଶ୍ୱାସ ବାନ୍ଧି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଉନ୍ନତିର ପଥରେ ଅଗ୍ରସର ହେବାକୁ ପ୍ରୟାସ ଜାରି ରଖିବେ ଓ କେତେକାଂଶରେ ଉପକୃତ ମଧ୍ୟ ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟା ନିମନ୍ତେ ଆପଣଙ୍କୁ ପରିବାର ସଦସ୍ୟମାନେ ସମାଲୋଚିତ କରିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ମନୋବଳ ଟାଣ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମକର :

ଦିନଟି ସମ୍ୟକ କଷ୍ଟଦାୟକ ରହିବ । ରାଶିରେ କର୍ମସ୍ଥଭାଗକୁ ଶନିଦେବଙ୍କ ଦ୍ରୁଷ୍ଟି ଯୋଗୁଁ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ ଯାହାଫଳରେ ମାନସିକ ସନ୍ତୁଳନ ଠିକ ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ବନ୍ଧୁଙ୍କ ଅବଦାନ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଅଧିକ ରହିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ପରିବାରର ପରିସ୍ଥିତିକୁ ଆଖି ଆଗରେ ରଖି ଧାର କରଜ କରି କାମ ତୁଲାଇବାକୁ ବାଧ୍ୟ ହେବେ । ରାଜନୀତିରେ ଥିବା ବ୍ୟକ୍ତିଙ୍କ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାମାଜିକ ଜନକଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ପିତା କିମ୍ବା ମାତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନକୁ ଆଶ୍ୱସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ପୂର୍ବରୁ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରିବେ । କିନ୍ତୁ ଗୁପ୍ତ ଶତ୍ରୁମାନଙ୍କର କାର୍ଯ୍ୟକଳାପ ଯୋଗୁଁ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସମୟ ସାପେକ୍ଷ ଲାଗିପାରେ । ପୂର୍ବରୁ ଲାଗି ରହିଥିବା ଅଫିସରେ ଟେନସନ୍ ଦୂର କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଜିର ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମରୁ ଖୁସି ରହିବେ । ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିବାରେ ଫଳରେ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ :

ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ନିଜ କାମରେ ନିଜେ ନିଷ୍ପତ୍ତି ନେଇ ସନ୍ତୁଷ୍ଟ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ମହତ୍ଵପୂର୍ଣ୍ଣ କାର୍ଯ୍ୟଟି ପୂରଣ ହୋଇଯିବ । ସ୍ୱାସ୍ଥ୍ୟରେ ଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ହେବେ ଓ ଉତ୍ତମ ଯୋଜନାବଦ୍ଧରେ କାର୍ଯ୍ୟ ସମ୍ପର୍ଣ୍ଣ ହେବାର ସମ୍ଭାବନା ରହିଛି । ଆତ୍ମୀୟସ୍ଵଜନଙ୍କ କଦର୍ଯ୍ୟ ବ୍ୟବହାର ଫଳରେ ମନ ଅସନ୍ତୁଷ୍ଟ ରହିବ । ଜମିଜମା କାରବାର କିମ୍ବା ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ଅନ୍ୟ ଲୋକଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

Be the first to comment

Leave a Reply

Your email address will not be published.


*